ସରକାରୀ ବିଜୟାନନ୍ଦ ହାଇସ୍କୁଲ, ପଦ୍ମପୁର

ସରକାରୀ ବିଜୟାନନ୍ଦ ହାଇସ୍କୁଲ, ପଦ୍ମପୁର ଓଡ଼ିଶାର ପଦ୍ମପୁରରେ ଥିବା ଏକ ସରକାରୀ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ ।[୧]

ସରକାରୀ ବିଜୟାନନ୍ଦ ହାଇସ୍କୁଲ,ପଦ୍ମପୁର
ଅବସ୍ଥାନ
ପଦ୍ମପୁର୍, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୫୯
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ
ଛାତ୍ରଛାତ୍ରୀ ସଂଖ୍ୟା ୬୫୧

ଅବସ୍ଥିତି ସମ୍ପାଦନା

ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାରେ ଥିବା ପଦ୍ମପୁରଠାରେ ଅବସ୍ଥିତ ।

ଇତିହାସ ସମ୍ପାଦନା

ବିଜୟାନନ୍ଦ ହାଇସ୍କୁଲ ୧୯୫୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଅର୍ଦ୍ଧଶତାବ୍ଦୀ ପୂର୍ବେ ନିର୍ମିତ ଏହି ବିଦ୍ୟାଳୟଟି ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ହୋଇଥିବାରୁ ତାଙ୍କରି ନାମାନୁସାରେ ସ୍କୁଲଟି ନାମିତ । ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ଉଚ୍ଚ ପଦ ପଦବୀରେ ରହି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାର ଅନ୍ୟତମ ପୁରାତନ ବିଦ୍ୟାଳୟ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟଟି ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାବ୍ୟବସ୍ଥାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଆସିଛି । ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୬୫୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC)ର ସୁବିଧା ରହିଛି । ସ୍କୁଲଟି ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ଅନୁବନ୍ଧିତ ।[୨]

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା