ସମୁଦ୍ରଗୁପ୍ତ, ଗୁପ୍ତବଂଶର ଜଣେ ଶାସକ ଥିଲେ । କୁଶାଣ ବଂଶର ପତନପରେ ଉତ୍ତର ଭାରତ ତ୍ରମଶଃ ଅନେକ କ୍ଷୁଦ୍ର ସ୍ୱାଧୀନ ରାଜ୍ୟରେ ବିଭକ୍ତ ହେବାପରେ ଭାରତର ରାଜନୈତିକ ଏକତା ଓ ସଂହିତା ବ୍ୟାହତ ହୋଇଥିଲା । କିନ୍ତୁ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ ଗୁପ୍ତ୍ରବଂଶର ଅଭ୍ୟୁଦୟ ଫଳରେ ଭାରତରେ ଶାନ୍ତି ଶୃଙ୍ଖଳା ତଥା ରାଜନୈତିକ ଏକତା ପୁନଃପ୍ରତିଷ୍ଠିତ ହୋଇଥିଲା । ସମ୍ଭବତଃ ୩୩୫ ଖ୍ରୀଷ୍ଟାବ୍ଦରେ ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୁତ୍ର ସମୁଦ୍ରଗୁପ୍ତ ସିଂହାସନ ଆରୋହଣ କରିଥିଲେ । ଆଲାହାବାଦ ସ୍ତମ୍ଭଲେଖରୁ ତାଙ୍କର ରାଜତ୍ୱ ବିଶେଷତଃ ଦିଗବିଜୟ ସମ୍ଭନ୍ଧରେ ବହୁ ତଥ୍ୟ ଜଣାଯାଏ । ସମୁଦ୍ରଗୁପ୍ତଙ୍କ ରାଜସଭାର ବିଶିଷ୍ଟ କବି ତଥା ସନ୍ଧିବିଗ୍ରହିକ ( ପ୍ରତିରକ୍ଷା ମନ୍ତ୍ରୀ) ହରିସେଣଙ୍କଦ୍ୱାରା ଏହି ସ୍ତମ୍ଭଲେଖର ପ୍ରଶସ୍ତି ରଚିତ ହୋଇଥିଲା । [୧]

ସମୁଦ୍ରଗୁପ୍ତ
ଗୁପ୍ତ ସମ୍ରାଟ
Coin of Gupta period depicting Samudragupta playing the veena.
ଶାସନ କାଳc. 335–c. 375 CE
ସମ୍ପୂର୍ଣ୍ଣ ନାମSamudragupta Asokaditya Priyadashin
ଆଖ୍ୟାVikramank, Kaviraaj, Ashwamedhkarta,Napoleon of India
ପୂର୍ବାଧିକାରୀଚନ୍ଦ୍ରଗୁପ୍ତ
ଉତ୍ତରାଧିକାରୀରାମଗୁପ୍ତ
ରାଣୀଦତ୍ତଦେବୀ
ରାଜବଂଶଗୁପ୍ତ ରାଜବଂଶ
ପିତାଚନ୍ଦ୍ରଗୁପ୍ତ ବିଜୟାଗୁପ୍ତ
ଧର୍ମହିନ୍ଦୁ

ସାମ୍ରାଜ୍ୟ ବିସ୍ତାରସମ୍ପାଦନ କରନ୍ତୁ

ଜଣେ ଦିଗବିଜୟୀ ବୀର ରୂପେ ସମୁଦ୍ରଗୁପ୍ତ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ । ସେ ଆର୍ଯ୍ୟାବର୍ତ୍ତର (ଉତ୍ତର ଭାରତ) ରୁଦ୍ରଦେବ, ନାଗଦତ୍ତ,ଗଣପତିନାଗ ପ୍ରଭୃତି ନଅ ଜଣ ଶାସକଙ୍କୁ ପରାସ୍ତକରି ନରୱ୍ଆର, ବେଶନଗର,ପଦ୍ମାବତୀ,ଗ୍ୱାଲିୟର ଆଦି ରାଜ୍ୟ ଅଧୀକାର କରିଥିଲେ ।

ସମୁଦ୍ରଗୁପ୍ତ ଦାକ୍ଷିଣାତ୍ୟର ୧୨ ଜଣ୍ ଶାସକଙ୍କୁ ପରାସ୍ତ କରିଥିଲେ । ଏହା ଫଳରେ ଗୁପ୍ତ ସାମ୍ରାଜ୍ୟ ଏକ ବିଶାଳ ସାମ୍ରାଜ୍ୟରେ ପରିଣତ ହୋଇଥିଲା । କିନ୍ତୁ ଏପରି ଏକ ବିଶାଳ ସମ୍ରାଜ୍ୟର ଶାସନ ସେ ଯୁଗରେ ଶୃଙ୍ଖଳାର ସହିତ ପରିଚାଳନା କରିବା ସମ୍ବବପର ହେବନାହିଁ ବୋଲି ସମୁଦ୍ରଗୁପ୍ତ ଉପଲବ୍ଧ କରିଥିଲେ । ତେଣୁ ସେ ମହାନଦୀନର୍ମଦା ନଦୀର ଦକ୍ଷିଣରେ ଥିବା ବିଜିତ ରାଜ୍ୟ ଗୁଡିକ ସେମାନଙ୍କର ଶାସକମାନଙ୍କୁ ଫେରାଇଦେଇଥିଲେ । ଏହି ବିଜିତ ରାଜାମାନେ ବିଖ୍ୟାତ ସମ୍ରାଟ ସମୁଦ୍ରଗୁପ୍ତଙ୍କର କରଦରାଜା ରୂପେ ରାଜ୍ୟଶାସନ କରିବାକୁ ଲାଗିଲେ । ଏହିପରି ଦାକ୍ଷିଣାତ୍ୟର ସମସ୍ୟା ସମାଧାନ କରିଥିବାରୁ ସମୁଦ୍ରଗୁପ୍ତ ଜଣେ ବିଚକ୍ଷଣ ରାଜନୈତିଜ୍ଞ ଥିଲେ ବୋଲି ଅନୁମାନ କରାଯାଏ । କାମରୂପ, ନେପାଳ ପ୍ରଭୃତି କେତେକ ସୀମାନ୍ତ ରାଜ୍ୟ ଏବଂ ପଶ୍ଚିମ ଭାରତରେ ଅବସ୍ଥିତ ମାଳବ, ଯୌଧେୟ ଆଦି ନଅ ଗୋଟି ଗଣତାନ୍ତ୍ରିକ ରାଜ୍ୟ ସମୁଦ୍ରଗୁପ୍ତଙ୍କ ବଶତା ସ୍ୱୀକାର କରିଥିଲା । ଉତ୍ତର-ପଶ୍ଚିମରେ ରାଜତ୍ୱ କରୁଥିବା କୁଶାଣ, ଶକ ପ୍ରଭୃତି ଜାତିମନେ ମଧ୍ୟ ତାଙ୍କ ପ୍ରତି ଆନୁଗତ୍ୟ ପ୍ରକାସ କରିଥିଲେ । ସିଂହଳର ମେଘବର୍ଣ୍ଣ ତାଙ୍କ ସହିତ କୂଟନୃତିକ ସମ୍ପର୍କ ସ୍ଥାପନ କରିଥିଲେ । [୨]

ସମୁଦ୍ରଗୁପ୍ତଙ୍କ ପ୍ରତିଭାସମ୍ପାଦନ କରନ୍ତୁ

ଜଣେ ସାମ୍ରାଜ୍ୟବାଦୀ ରୂପେ ନିଜର ସର୍ବଭୌମ୍ୟ କ୍ଷମତାର ଯଥାର୍ଥତା ପ୍ରତିପାଦନ କରିବା ନିମନ୍ତେ ଚନ୍ଦ୍ରଗୁପ୍ତ ଅଶ୍ୱମେଧ ଯଜ୍ଞ ସମ୍ପାଦନ କରି ଅଶ୍ୱମେଧ-ପରାକ୍ରମ ଉପାଧୀରେ ଭୂଷିତ ହୋଇଥିଲେ । ଏହାର ସ୍ମାରକୀ ରୂପେ ସେ ଅଶ୍ୱ-ଚିହ୍ନିତ ମୁଦ୍ରା ପ୍ରଚଳନ କରିଥିଲେ । ଆଉ କେତେକ ମୁଦ୍ରାରେ ସେ ବିଣା ବାଦନ କରୁଥିବାର ଦୃଶ୍ୟ ଦେଖାଯାଏ । ଏଥିରୁ ସମୁଦ୍ରଗୁପ୍ତ ଜଣେ ସଙ୍ଗୀତଜ୍ଞ ଥିବାର ଜଣାଯାଏ । ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ଥିଲେ ମଧ୍ୟ ସେ ଅନ୍ୟାନ୍ୟ ଧର୍ମ ପ୍ରତି ଉଦାର ଥିଲେ । ସମୁଦ୍ରଗୁପ୍ତ ସିଂହଳର ରାଜା ମେଘବର୍ଣ୍ଣଙ୍କୁ ବୋଧଗୟାଠାରେ ଏକ ବୌଦ୍ଧ ବିହାର କରିବାକୁ ଅନୁମତି ଦେଇଥିଲେ । ଏଥିରୁ ତାଙ୍କର ଧର୍ମ-ସହିଷ୍ଣୁତାର ପ୍ରମାଣ ମିଳେ । [୩]

ଆଧାରସମ୍ପାଦନ କରନ୍ତୁ

  1. http://www.preservearticles.com/2011081610824/complete-biography-of-samudragupta-the-greatest-ruler-of-india.html
  2. Upinder Singh (1 September 2008). A History of Ancient and Early Medieval India: From the Stone Age to the 12th Century. Pearson Education India. pp. 477–. ISBN 978-81-317-1120-0. Retrieved 25 February 2013.
  3. http://en.wikipedia.org/wiki/Samudragupta

ବାହାର ତଥ୍ୟସମ୍ପାଦନ କରନ୍ତୁ