ସବ୍ୟସାଚୀ ପଣ୍ଡା

ନକ୍ସଲ ସଂଗଠନର ନେତା


ସାବ୍ୟସାଚୀ ପଣ୍ଡା ନକ୍ସଲ ସଂଗଠନର ଜଣେ ମୂଖ୍ୟ ନେତା। ମାଓବାଦୀ ସଂଗଠନରେ ସେ ମାଓ ନେତା ସୁନିଲ ନାମରେ ପରିଚିତ । ଦୀର୍ଘ ୧୬ ବର୍ଷ ମଧ୍ୟରେ ଅନେକ ହତ୍ୟା, ହିଂସା ଘଟଣାରେ ଓଡ଼ିଶାର ୬ଟି ଜିଲ୍ଲାରେ ରହିଛି ତାଙ୍କ ବିରୋଦ୍ଧରେ ରହିଛି ୬୧ଟି ଜଘନ୍ୟ ମାମଲା । ୨୦୦୮ ନୟାଗଡ଼ ନକ୍ସଲ ଆକ୍ରମଣ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଭଳି ଜଘନ୍ୟ ହତ୍ୟାକାଣ୍ତର ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାବ୍ୟସାଚୀ ୨୦୧୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଗିରଫ ହେଇଥିଲେ । [୧]

ପ୍ରାରମ୍ଭିକ ଜୀବନ ଓ ପରିବାର ସମ୍ପାଦନା

ସାବ୍ୟସାଚୀ ହେଉଛନ୍ତି ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ପଣ୍ଡାଙ୍କ ପୁତ୍ର । ସେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରୁ ଗଣିତରେ ସ୍ନାତକ ଡିଗ୍ରୀ ଲାଭକରିଛନ୍ତି । [୨] ସାବ୍ୟସାଚୀ ଶୁଭଶ୍ରୀ ପଣ୍ଡାଙ୍କୁ ବିବାହ କରିଛନ୍ତି । [୩]

ମାଓବାଦୀ ସଂଗଠନ ସମ୍ପାଦନା

ପ୍ରଥମେ ବାପା ମାଆଙ୍କ ସହ ଝଗଡା କରି ସାବ୍ୟସାଚୀ ଘର ଛାଡିଥିଲେ । ପରେ ବିଶିଷ୍ଟ ବାମପନ୍ଥୀ ନେତା ନାଗଭୂଷଣ ପଟ୍ଟନାୟକଙ୍କ ସହ ରହି ସିପିଆଇ (ଏମଏଲ) ସଂଗଠନ ପାଇଁ କାମ କରିଥିଲେ । ହେଲେ ସଂଗଠନରେ ବିଶୃଂଖଳା ସୃଷ୍ଟି ଓ ୧୯୯୬ରେ ନାଗଭୂଷଣଙ୍କ ଅଫିସ ଭଙ୍ଗାରୁଜା କରିବା ପରେ ସିପିଆଇ (ଏମଏଲ)ରୁ ବିତାଡିତ ହୋଇଥିଲେ । ଏହାପରେ ସେ ନକ୍ସଲ ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡ଼ା ଜିଲ୍ଲା ପଦ୍ମପୁର ମୋଚିକିପଦରଛକରେ ରହି ନିଜସ୍ୱ ସଂଗଠନ କୁଇ ଲବଙ୍ଗ ସଂଘ ଗଢ଼ି ଏହାର ନେତୃତ୍ୱ ନେଇଥିଲେ । ତାଙ୍କର ବଡ଼ ଅପରାଧ ଥିଲା ୨୦୦୧ରେ ପଦ୍ମପୁର ବ୍ଲକର ଜଣେ ମଦ ଦୋକାନୀକୁ ହତ୍ୟା । ପ୍ରାୟ ଚାରି ବର୍ଷ କୁଇ ଲବଙ୍ଗ ସଂଘର ନେତୃତ୍ୱ ନେବା ପରେ ସିପିଆଇ (ଏମଏଲ) ଆନ୍ଧ୍ର- ଓଡ଼ିଶା ବର୍ଡ଼ର (ଏଓବି) ଜୋନାଲ କମିଟିରେ ଯୋଗ ଦେଇଥିଲେ । ଏହାପରେ ସିପିଆଇ(ମାଓବାଦୀ) ସଂଗଠନର ବାଶଦାରା ବିଭାଗର ସଚିବ ଭାବେ ନେତୃତ୍ୱ ନେଇଥିଲେ ।

ଅପରାଧ ଓ ହିଂସା ସମ୍ପାଦନା

୨୦୦୮ ନୟାଗଡ଼ ନକ୍ସଲ ଆକ୍ରମଣ ସମ୍ପାଦନା

୨୦୦୮ ନୟାଗଡ଼ରେ ନକ୍ସଲ ଆକ୍ରମଣ କରି ସେ ସାରା ଓଡ଼ିଶାକୁ ଦୋହଲେଇ ଦେଇଥିଲେ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ସମ୍ପାଦନା

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ (କନ୍ଧମାଳ ଦଙ୍ଗା)ରେ ମଧ୍ୟ ତାଙ୍କର ମୁଖ୍ୟ ହାତ ଅଛି ବୋଲି ଜଣାପଡିଥିଲା ।

ଇଟାଲୀ ପର୍ଯ୍ୟଟକ ଅପହରଣ ସମ୍ପାଦନା

ଇଟାଲୀ ପର୍ଯ୍ୟଟକ ଅପହରଣ ମାମଲାରେ ସେ ପୁରା ଭାରତରେ ଚର୍ଚ୍ଚାର ବିଷୟ ହୋଇଥିଲେ

ଆଧାର ସମ୍ପାଦନା

  1. "Odisha's top Maoist Sabyasachi Panda arrested in Ganjam district". IANS. news.biharprabha.com. Retrieved 20 July 2014.
  2. "The Final Battle of Sabyasachi Panda". openthemagazine.com. 20 July 2014.
  3. Mohanty, Meera (20 July 2014). "Maoist leader Sabyasachi Panda's wife Mili Panda makes political debut in Odisha". Economic Times. PTI. Retrieved 20 July 2014.

ବାହାର ତଥ୍ୟ ସମ୍ପାଦନା