ମିଳିତ ଜାତିସଂଘ ଦିବସ

(ସଂଯୁକ୍ତ ରାଷ୍ଟ୍ର ଦିବସରୁ ଲେଉଟି ଆସିଛି)

ମିଳିତ ଜାତିସଂଘ ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୨୪ ତାରିଖରେ ପାଳିତ ହୁଏ ।[୧] ମିଳିତ ଜାତିସଂଘ ସଂସ୍ଥାନର ଉଦ୍ଦେଶ୍ୟ ତଥା ଉପଲବ୍ଧିସବୁ ବିଷୟରେ ସର୍ବସାଧାରଣଙ୍କ ମଧ୍ୟରେ ପରିଚିତ କରାଇବା ଏହାର ଲକ୍ଷ୍ୟ । ମିଳିତ ଜାତିସଂଘ ଦିବସ ହେଉଛି ମିଳିତ ଜାତିସଂଘ ସପ୍ତାହ(ଯାହାକି ୨୦-୨୬ ଅକ୍ଟୋବର ମଧ୍ୟରେ ପାଳିତ ହୁଏ) କାର୍ଯ୍ୟକ୍ରମର ଏକ ଅଂଶ ।

United Nations Day
ନାମUnited Nations Day
ଅନ୍ୟ ନାମU.N. Day
ପାଳନକାରୀinternational
ପ୍ରକାରUnited Nations organization
ତାରିଖ24 October
ପୁନଃପୌନିକତାannual
ସମ୍ପର୍କିତWorld Development Information Day

୧୯୪୮ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହିତ ଏକ ପ୍ରସ୍ତାବ ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ପ୍ରତିବର୍ଷ ଅକ୍ଟୋବର ୨୪କୁ ମିଳିତ ଜାତିସଂଘ ଦିବସ ରୂପେ ପାଳନ କରାଯିବ [୨]। ୧୯୭୧ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହିତ ଆଉ ଏକ ପ୍ରସ୍ତାବ (ରିଜୋଲ୍ୟୁସନ ସଂଖ୍ୟା- ୨୭୮୨) ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ମିଳିତ ଜାତିସଂଘ ଦିବସକୁ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ଦେଶଗୁଡିକ ପାଳନ କରିବେ ଏବଂ ଏହା ଏକ ସାଧାରଣ ଛୁଟି ଦିବସ ହେବ ।[୩]

ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଆଡକୁ ଅର୍ଥାତ ଏପ୍ରିଲ ୨୫, ୧୯୪୫ ମସିହାରେ ଆରମ୍ଭ ହୋଇଥିବା ସମ୍ମ୍ମିଳନୀରେ ମିଳିତ ଜାତିସଂଘ ଗଠନ ଦିଗରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା । ଏହି ସମ୍ମିଳନୀରେ ମିଳିତ ଜାତିସଂଘ ଗଠନର ପ୍ରସ୍ତାବ ପାରିତ ହୋଇଥିଲା ।[୪] । 1945 ମସିହା ଅକ୍ଟୋବର ୨୪ରେ ମିଳିତ ଜାତିସଂଘର ପ୍ରତିଷ୍ଠାକୁ ସ୍ମରଣୀୟ କରିବା ନିମିତ୍ତ ଏହି ଦିବସ ପାଳନ କରାଯାଉଛି । ମିଳିତ ଜାତିସଂଘର ପ୍ରତିଷ୍ଠା ପରଠାରୁ ଏହି ଅନୁଷ୍ଠାନଦ୍ୱାରା ଏହାର ଲକ୍ଷ୍ୟ ପୂରଣ ଦିଗରେ ଯେତେସବୁ ଉପଲବ୍ଧି ଅଛି ସେ ସବୁ ବିଷୟରେ ଜନ ମାନସରେ ସଚେତନତା ସୃଷ୍ଟି କରାଇବା ଏହି ଦିବସର ମୂଳ ଲକ୍ଷ୍ୟ ।[୫]

ମିଳିତ ଜାତିସଂଘର ଯେତେ ସବୁ ଉପଲବ୍ଧି ରହିଛି, ସେ ସବୁ ପଛରେ ମିଳିତ ଜାତିସଂଘ ଛଡା ଅନ୍ୟ କେତେକ ବିଶେଷ ସଂସ୍ଥାର ଅବଦାନ ରହିଛି । ସେମାନେ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ଖଦ୍ୟ ଏବଂ କୃଷି ସଂଗଠନ (FAO), ଅନ୍ତର୍ଜାତିକ ଶ୍ରମ ସଂଗଠନ (ILO), ମିଳିତ ଜାତିସଂଘ ମାନବାଧିକାର କାଉନସେଲ ଓ ମିଳିତ ଜାତିସଂଘ ବାଳ କୋଷ (UNICEF)ଭଳି ଅନେକ ସଂଗଠନର ସଂପୃକ୍ତି ରହିଛି ।[୪] ଏହିସବୁ ସଂଗଠନ ସହାୟତାରେ ମିଳିତ ଜାତିସଂଘ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ, ବିଶେଷ ଭାବରେ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶରଣାର୍ଥୀ ଥଇଥାନ, ବନ୍ୟା, ବାତ୍ୟା ତଥା ରୋଗ ନିରାକରନ ଦିଗରେ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ।[୪]

ପାଳନ ସମ୍ପାଦନା

ମିଳିତ ଜାତିସଂଘର ସମସ୍ତ ସଦସ୍ୟ ଦେଶମାନଙ୍କଦ୍ୱାରା ଏହି ଦିବସ ପାଳନ ଅବସରରେ ବିଭିନ୍ନ ଆଲୋଚନା ସଭା, ସଭା ସମିତି ସାଙ୍ଗକୁ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ସଯୁକ୍ତ ଦେଶର ଉପଲବ୍ଧିସବୁର ପ୍ରଚାର ତଥା ପ୍ରସାର କରାଯାଉଥିଲା । ୧୯୪୮ ମସିହାଠାରୁ ଏହି ଦିବସ ପାଳିତ ହୋଇଆସୁଥିଲେ ହେଁ ୧୯୭୧ ମସିହାରେ ମିଳିତ ଜାତିସଂଘ ମହାସଭାରେ ଗୃହୀତ ନିଷ୍ପତ୍ତି ଅନୁସାରେ ଏହା ପରଠାରୁ ଏହି ଦିବସଟି ଏକ ସାଧାରଣ ଛୁଟି ଦିବସ ରୂପେ ମଧ୍ୟ ପାଳିତ ହେଲା ।[୬]

ବିଶ୍ୱରେ ଅନେକ ଅନ୍ତଃଦେଶୀୟ ବିଦ୍ୟାଳୟ ମଧ୍ୟ ଏହି ଅବସରରେ ନିଜ ନିଜ ବିଦ୍ୟାଳୟରେ ମିଳିତ ଜାତିସଂଘ ଦିବସ ପାଳନ କରିଥାନ୍ତି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଖାଦ୍ୟ ମେଳାର ମଧ୍ୟ ଆୟୋଜନ ହୋଇଥାଏ ।

ଆମେରିକାରେ ୧୯୪୮ ମସିହା ପରଠାରୁ ପ୍ରତିବର୍ଷ ମିଳିତ ଜାତିସଂଘ ଦିବସ ପାଳନ ନିମିତ୍ତ ଦେଶପତିଙ୍କ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଫିଲିପାଇନସରେ ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ଏକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ପିଲାମାନେ ଗୋଷ୍ଠିଗତ ଭାବେ କିମ୍ବା ଏକାକୀ ନିର୍ଦ୍ଦିଷ୍ଟ ଏକ ସଦସ୍ୟ ଦେଶର ପତାକା ଅଙ୍କନ କରିବା ସାଙ୍ଗକୁ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥାନ୍ତି ।

ଭାରତରେ ମଧ୍ୟ ଏହି ଦିବସ ପାଳନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା, ସମିତି ତଥା ପ୍ରଦର୍ଶନୀର ଆୟୋଜନ ହୋଇଥାଏ ।

ଆଧାର ସମ୍ପାଦନା

  1. "United Nations Day". www.timeanddate.com (in ଇଂରାଜୀ). Retrieved 28 October 2019.
  2. "United Nations Day, 24 October". www.un.org (in ଇଂରାଜୀ). Retrieved 11 October 2019.
  3. "United Nations Official Document". www.un.org. Retrieved 11 October 2019.
  4. ୪.୦ ୪.୧ ୪.୨ "United Nations Day". www.timeanddate.com (in ଇଂରାଜୀ). Retrieved 28 October 2019.
  5. "United Nations Day: 24 October 2019 | Greening the Blue". www.greeningtheblue.org. Archived from the original on 28 October 2019. Retrieved 28 October 2019.
  6. "United Nations Day, 24 October". www.un.org (in ଇଂରାଜୀ). Retrieved 28 October 2019.

ବାହାର ଆଧାର ସମ୍ପାଦନା