ଶ୍ରେଣୀ ଆଲୋଚନା:ଓଡ଼ିଆ ବହି
ଗୋପପୁର ଓ ଅନ୍ୟାନ୍ୟ କବିତା
ସମ୍ପାଦନାଏକବିଂଶ ଶତାବ୍ଦୀର ପ୍ରମୁଖ କାବ୍ୟସ୍ୱର ତଥା ବହୁମୁଖୀ ପ୍ରତିଭାର ଅଧିକାରୀ କବି ସନ୍ତୋଷ କୁମାର ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ କାବ୍ୟସ୍ୱରର ନାମ ଗୋପପୁର ଓ ଅନ୍ୟାନ୍ୟ କବିତା। ମାତ୍ର ୨୨ଗୋଟି କବିତା ମଧ୍ୟରେ ସେ ଯେଉଁ ଅପୂର୍ବ କାବ୍ୟିକ ସିଦ୍ଧି ଲାଭ କରିଛନ୍ତି ତା' ର ପଟାନ୍ତର ନାହିଁ। ଭାରତୀୟ ଦର୍ଶନର ଗଭୀର ଅବବୋଧ ସାଙ୍ଗକୁ ଉପନିଷଦୀୟ ଦୃଷ୍ଟିବୋଧ ଏହି କବିତା ସଂକଳନଟିକୁ ଆକାଶମୁଖୀ କରାଇଛି। ଭୂମିରୁ ଭୂମା ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହାର ଆୟାମ । କାବ୍ୟିକ ଚାତୁରୀ ଓ ଚଟୁଳ ଅଭିବ୍ୟକ୍ତିଦ୍ଵାରା ଏହି ସଙ୍କଳନସ୍ଥ ସମସ୍ତ କବିତା ପାଠକକୁ ଦ୍ରବୀଭୂତ କରିବାର ଯଥେଷ୍ଟ ସାମର୍ଥ୍ୟ ରଖେ। ଗୋପପୁର ନଈ, ଗୋପପୁର ରାତି, ରାତିର ଚୌହଦୀରେ ଗୋପପୁର ଓ ପିତାମହ ପରି କବିତାଗୁଡ଼ିକ ପାଠକକୁ ଏକ ଶ୍ରୁତିମାଧୁର୍ଯ୍ୟଗତ ଆହ୍ଲାଦ ପ୍ରଦାନ କରିବା ସହିତ ଦର୍ଶନର ମନ୍ଦାକିନୀରେ ଅବଗାହନ କରାଇବା ନିମନ୍ତେ ଏକାନ୍ତ ଏକନିଷ୍ଠ ଓ ବଦ୍ଧପରିକର। ମାଣ୍ଡୁକ୍ୟ ଉପନିଷଦ ଠାରୁ ଆରମ୍ଭକରି ମୁଣ୍ଡକ ଉପନିଷଦ ଓ ବୃହଦାରଣ୍ୟକ ଉପନିଷଦ ପର୍ଯ୍ୟନ୍ତ ବିବିଧ ଉପନିଷଦର ଅମୂଲ୍ୟ ଆବେଦନ ଅତି ସରଳ ଓ ତୀର୍ଯ୍ୟକ୍ ଭଙ୍ଗୀରେ କାବ୍ୟିକ ଭାବରେ ଏହି କବିତାଗୁଡିକରେ ବିଦ୍ୟମାନ। ଏଥ ପୂର୍ବରୁ ଚାଲିଶରୁ ଅଧିକ ପୁସ୍ତକ ପ୍ରକାଶଲାଭ କରିଥିଲେ ହେଁ ଏହି କବିତା ପୁସ୍ତକଟି କବି ଡକ୍ଟର ସନ୍ତୋଷ କୁମାର ନାୟକଙ୍କ ଅପୂର୍ବ କାବ୍ୟ ସିଦ୍ଧିର ଅନନ୍ୟ ପରିଚାୟକ ବୋଲି କହିବାରେ ଦ୍ୱିଧାବୋଧ ହୁଏ ନାହିଁ । ଏପରିକି ସମଗ୍ର ଓଡ଼ିଆ ସାହିତ୍ୟରେ ଏପରି ଏକ ମନୋଜ୍ଞ ଦାର୍ଶନିକ କବିତା ସଂକଳନ ଅତ୍ୟନ୍ତ ବିରଳ। ସମାଲୋଚକଙ୍କ ଭାଷାରେ ଏହି କବିତା ସଂକଳନଟି କବି ଡକ୍ଟର ନାୟକଙ୍କର ଅନୁପମ କାବ୍ୟକୀର୍ତ୍ତି, ମାଷ୍ଟରପିସ୍, ଗୋଟେ ପୋଏଟିକ୍ ପିନାକଲ୍ । ସମୀକ୍ଷକୀୟ ଭାଷାରେ ଏହା ହେଉଛି କବି ଶ୍ରୀ ନାୟକଙ୍କ "ଆତ୍ମାର ଓଡେଶୀ"।