‌ଶ୍ରୀୟା ରେଡ୍ଡି‌ (ଜନ୍ମ: ୨୮ ନଭେମ୍ବର ୧୯୮୩) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ପୂର୍ବରୁ ଶ୍ରୀୟା ଜଣେ ଦୂରଦର୍ଶନ ଉପସ୍ଥାପକ, ଏକ ମଞ୍ଚରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଥିଲେ । ଶ୍ରୀୟାଙ୍କ ପିତା ହେଉଛନ୍ତି ପୂର୍ବତନ ଟେଷ୍ଟ କ୍ରିକେଟ ଖେଳାଳୀ ଭରତ ରେଡ୍ଡି । ଶ୍ରୀୟା ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ ‌ଏସ୍.ଏସ୍. ମ୍ୟୁଜିକ୍‌ରେ ଜଣେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଥିଲେ । ୨୦୦୨ ମସିହାରେ ସେ ତାମିଲ ଚଳଚ୍ଚିତ୍ର ‌ସାମୁରାଇ‌ରେ ଜଣେ ସ୍ୱତନ୍ତ୍ର କଳାକାର ଭାବରେ ଅଭିନୟ କରିଥିଲେ । ଏହା ପରେ ସେ ତେଲୁଗୁ, ମାଲାୟଲମ୍ ଏବଂ ଇଂରାଜୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ୨୦୦୮ରେ ତାମିଲ ଚଳଚ୍ଚିତ୍ର ‌କାଞ୍ଚିଭରମ‌ ପାଇଁ ଶ୍ରୀୟା ଫିଲ୍ମ ଫେୟାରର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ ।

ଶ୍ରୀୟା ରେଡ୍ଡି
ଜନ୍ମ
ଶ୍ରୀୟା ରେଡ୍ଡି

(1983-11-28) ୨୮ ନଭେମ୍ବର ୧୯୮୩ (ବୟସ ୪୦)
ଜାତୀୟତାଭାରତୀୟ
ଅନ୍ୟ ନାମଶ୍ରେୟା
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ, ଦୂରଦର୍ଶନ ଉପସ୍ଥାପକ
ସକ୍ରିୟ ବର୍ଷ୨୦୦୨–ଏବେଯାଏଁ
ବୈବାହିକ-ସାଥୀବିକ୍ରମ କ୍ରିଷ୍ଣା
ସନ୍ତାନଆମାଲିଆ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶ୍ରୀୟା ୨୮ ନଭେମ୍ବର ୧୯୮୮୩ରେ ହାଇଦ୍ରାବଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭରତ ରେଡ୍ଡି ଜଣେ ପୂର୍ବତନ ଟେଷ୍ଟ କ୍ରିକେଟ ଖେଳାଳୀ ଏବଂ ଉଇକେଟ ରକ୍ଷକ । ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ଉଟିର ଗୁଡ୍ ସେଫାର୍ଡ ସ୍କୁଲରୁ ଶେଷ କରିଛନ୍ତି ।[୧] ଏହା ପରେ ସେ ମହାବିଦ୍ୟାଳୟ ଶିକ୍ଷା ପାଇଁ ଚେନ୍ନାଇର ଏଥିରାଜ କଲେଜରେ କରିଥିଲେ । ଯେତେବେଳେ ଶ୍ରୀୟା ଛୋଟ ହୋଇଥିଲେ, ସେତେବେଳେ ରବି ଶାସ୍ତ୍ରୀ ଓ ସନ୍ଦୀପ ପାଟିଲ ତାଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ସେମାନେ ଶ୍ରୀୟାଙ୍କର ସ୍ୱରର ପ୍ରଶଂସା କରିଥିଲେ ।[୨] ସେ ବିଦ୍ୟାଳୟ ଶିକ୍ଷା ସମୟରେ ମଡେଲିଂ କରିବାର ସୁଯୋଗ ପାଇଥିଲେ, ମାତ୍ର ସେ ସେହିସବୁକୁ ଗ୍ରହଣ କରିନଥିଲେ, କାରଣ ତାଙ୍କର ପିତା ତାଙ୍କର ପାଠପଢ଼ା ପ୍ରଥମେ ଶେଷ କରିବାକୁ ଚାହୁଁଥିଲେ ।[୩] ମାତ୍ର ଯେତେବେଳେ ସେ ‌ଏସ୍.ଏସ୍. ମ୍ୟୁଜିକ୍‌ରେ ଅଡ଼ିସନ୍‌ର ସୁଯୋଗ ପାଇଥିଲେ, ସେତେବେଳେ ସେ ତାଙ୍କର ବାପାଙ୍କୁ ବୁଝେଇବାରେ ସଫଳ ହୋଇଥିଲେ ।

ଅଭିନୟ ଜୀବନ ସମ୍ପାଦନା

ଶ୍ରୀୟା ‌ଏସ୍.ଏସ୍. ମ୍ୟୁଜିକ୍‌ର ଭିଜେ ହଣ୍ଟ ଜିତିବା ପରେ ସେଠାରେ ସେ କିଛି କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ । [୩] ଏହି କାର୍ଯ୍ୟକ୍ରମ ଜରିଆରେ ସେ ଅନେକ ପ୍ରଶଂସା ସାଉଣ୍ଟିଥିଲେ ଏବଂ ଯୁବପିଢ଼ୀଙ୍କ ମଧ୍ୟରେ ପ୍ରିୟପାତ୍ର ହୋଇପାରିଥିଲେ ।[୪][୩] ଏହା ପରେ ସେ ଗୋଟିଏ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ମାତ୍ର ଅଭିନୟ ପ୍ରତି ତାଙ୍କ ବାପାଙ୍କ ଆଦୌ ଇଚ୍ଛା ନ ଥିଲା, ତେଣୁ ତାଙ୍କ ବାପା ଶୋଇଥିବା ବେଳେ ସେ ସେହି ଚଳଚ୍ଚିତ୍ର ପାଇଁ ସ୍ୱାକ୍ଷର କରିଥିଲେ ।[୩] କିନ୍ତୁ ଏହା ପୂର୍ବରୁ ସେ ତାମିଲ ଚଳଚ୍ଚିତ୍ର ସାମୁରାଇରେ ଅଭିନେତା ବିକ୍ରମଙ୍କର ସ‌ହ ଏକ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ‌ଆପ୍ପୁଡ଼ାପ୍ପୁଡ଼ୁ‌ ବ୍ୟବସାୟିକ ଦୃଷ୍ଟିରୁ ସଫଳ ହୋଇପାରିନଥିଲା । ଯେଉଁଥିପାଇଁ ସେ ବର୍ଷେଯାଏଁ କୌଣସି ଚଳଚ୍ଚିତ୍ରେ କାମ ମଧ୍ୟ କରି ନ ଥିଲେ ।[୩] ଏହା ପରେ ୨୦୦୪ରେ ସେ ମାଲାୟଲମ ଚଳଚ୍ଚିତ୍ର ‌ବ୍ଲାକ୍‌ରେ ପ୍ରଥମ କରି ଅଭିନୟ କରିଥିଲେ ।[୫][୬] ଏହି ଚଳଚ୍ଚିତ୍ରରେ ମାଲାୟଲମ କଥାଚିତ୍ର ଅଭିନେତା ମାମୋନ୍ତି ଥିଲେ ନାୟକ[୭], ଯେଉଁଥିରେ ଶ୍ରୀୟା ଜଣେ ତାମିଲ ଗାଉଁଲି ମହିଳା ଭାବରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରେ ତାଙ୍କର ରୂପ ତାଙ୍କର ସତସତିକା ରୂପଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।[୪][୮] [୭] ସେ ବର୍ଷ ଶ୍ରୀୟା ଏକ ଇଂରାଜୀ ଚଳଚ୍ଚିତ୍ର ‌19 Revolutions‌ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ଧନୀ ଘରର ଝିଅ ଭୂମିକାରେ ଅଭିନୟ କରିଥିଲେ ଯିଏକି ତାଙ୍କର ବାପାଙ୍କୁ ଲୁଟିବାକୁ ଚାହୁଁଥିଲେ ।[୯]

୨୦୦୫ରେ ତାଙ୍କର ମାତ୍ର ଗୋଟିଏ ମାଲାୟଲମ୍ ଚଳଚ୍ଚିତ୍ର ‌ଭରତଚନ୍ଦ୍ରନ୍ ଆଇ.ପି.ଏସ୍.‌ ମୁକ୍ତିଲାଭ କରିଥିଲା, ଯାହାକି ଅନେକ ସଫଳତା ପାଇଥିଲା ।[୪] ଏହି ଚଳଚ୍ଚିତ୍ରରେ ସେ ଜଣେ ଆଇ.ପି.ଏସ୍. ପୋଲିସ ଭୂମିକାରେ ଅଭିନୟ କରିଥିଲେ । ଏହି ଭୂମିକା ପାଇଁ ସେ ସମୀକ୍ଷକଙ୍କଠାରୁ ବ‌ହୁତ ସାକାରାତ୍ମକ ମାତାମତ ପାଇବା ସ‌ହ ତାଙ୍କୁ ‌ବିଜୟାଶାନ୍ତି‌ଙ୍କ ସ‌ହ ତୁଳନା କରାଯାଇଥିଲା ।[୪][୫][୮] ୨୦୦୬ରେ ଶ୍ରୀୟାଙ୍କର ଚାରୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦୁଇଟି ତାମିଲ ଚଳଚ୍ଚିତ୍ର ଥିଲା ଏବଂ ଭଲ ସଫଳତା ମଧ୍ୟ ମିଳିଥିଲା ।[୧୦] ଏଥି ମଧ୍ୟରୁ ଗୋଟିଏ ତାମିଲ ଚଳଚ୍ଚିତ୍ର ହେଉଛି, ‌ଥ୍ରିମୁରୁ‌, ଯାହାର ନିର୍ଦ୍ଦେଶନା ଦେଇଥିଲେ ତୁରଣ ଗୋପୀ ଏବଂ ନାୟକ ଥିଲେ ବିଶାଲ୍ ।[୧୧][୧୨] ଏବଂ ଅନ୍ୟ ତାମିଲ ଚଳଚ୍ଚିତ୍ରଟି ହେଉଛି ଏସ୍. ଶଙ୍କରଙ୍କ ପ୍ରଯୋଜିତ ଏବଂ ବସନ୍ତ ବଲାଙ୍କ ନିର୍ଦ୍ଦେଶିତ ‌ଭେୟିଲ୍‌ ।[୧୩][୧୪][୧୫][୧୬] ୨୦୦୮ରେ ତାମିଲ ଚଳଚ୍ଚିତ୍ର କାଞ୍ଚିଭରମରେ ଶ୍ରୀୟାଙ୍କ ଅଭିନୟ ପାଇଁ ସେ ଫିଲ୍ମ‌ଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଚଳଚ୍ଚିତ୍ରର ସୁଟିଂ ସାରିବା ପରେ ସେ ବିବାହ କରିଥିଲେ ଏବଂ ଚଳଚ୍ଚିତ୍ର ଜଗତରୁ ଦୂରେଇଯାଇଥିଲେ ।

ଆଠ ବର୍ଷ ପରେ ସେ ପୁଣିଥରେ ଅଭିନୟ ଦୁନିଆକୁ ପ୍ରତ୍ୟବର୍ତ୍ତନ କରିଥିଲେ । ଏହ ଚଳଚ୍ଚିତ୍ରଟିରେ ସେ ଜଣେ ରାଗୀ ଗାଉଁଲୀ ମହିଳା ଶାନ୍ତି ଭୂମିକାରେ ଅଭିନୟ କରିଥିଲେ ।[୧୭]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଶ୍ରୀୟା ତାମିଲ ଅଭିନେତା-ପ୍ରଯୋଜକ ‌ବିକ୍ରମ କ୍ରିଷ୍ଣା‌ଙ୍କୁ ୯ ମାର୍ଚ୍ଚ ୨୦୦୮ରେ ଚେନ୍ନାଇରେ ବିବାହ କରିଥିଲେ । [୧୮] ବିକ୍ରମ କ୍ରିଷ୍ଣା ପ୍ରାକ୍ତନ ଚଳଚ୍ଚିତ୍ର ପ୍ରଯୋଜକ ଜି.କେ. ରେଡ୍ଡିଙ୍କର ପୁଅ ଏବଂ ବିଶାଲ କ୍ରିଷ୍ଣାଙ୍କର ଭାଇ । ସେ କିଛି ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୧] ଶ୍ରୀୟା ତାଙ୍କ ସ୍ୱାମୀଙ୍କ ସ‌ହ ସ‌ହ-ପ୍ରଯୋଜକ ଭାବରେ କାର୍ଯ୍ୟ କରିଥିଲେ । ସେ ଦୁଇଜଣଙ୍କର ଗୋଟିଏ ଝିଏ ଅଛି ।[୧୯]

ଅଭିନୀତ ଚଳଚ୍ଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୨ ସାମୁରାଇ ତାମିଲ ସ୍ୱତନ୍ତ୍ର ଭୂମିକା
୨୦୦୩ ଅପ୍ପୁଡ଼ୁପ୍ପୁଡ଼ୁ ରାଧିକା ତେଲୁଗୁ
୨୦୦୪ ବ୍ଲାକ ଆନନ୍ଦମ୍ ମାଲାୟଲମ୍
19 Revolutions Shirin Kolhatkar ଇଂରାଜୀ
୨୦୦୫ ଭରତଚନ୍ଦ୍ରନ୍ I.P.S. ହେମା ମାଲାୟଲମ୍
୨୦୦୬ ଆମ୍ମା ଚେପ୍ପିନ୍ଦି ରଜିଆ ତେଲୁଗୁ
ଓରାଲ୍ ମାଲାୟଲମ୍
ଥିମିରୁ ଇଶ୍ୱରୀ ତାମିଲ
ଭେୟିଲ୍ ପାଣ୍ଡି ତାମିଲ
୨୦୦୭ ପାଲ୍ଲିକୋଦମ୍ ଝାନ୍ସୀ ତାମିଲ
୨୦୦୮ କାଞ୍ଚିବରମ୍ ଅନ୍ନମ୍ ବେଙ୍ଗାଦମ୍ ତାମିଲ ତାମିଲ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ମନୋନୀତ
ବିଜୟ ପୁରସ୍କାରର ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ମନୋନୀତ
୨୦୧୬ ସିଲା ସମୟଙ୍ଗାଲିଲ୍ ତାମିଲ
୨୦୧୭ ଆନ୍ଦବ କାନୋମ୍ ଶାନ୍ତି ତାମିଲ

ପ୍ରଯୋଜିକା ସମ୍ପାଦନା

  • ଥୋରାନାଇ (୨୦୦୯)
  • ବେଡ଼ି (୨୦୧୧)

ଆଧାର ସମ୍ପାଦନା

  1. "Complete transcripts of the Shreya Reddy chat". Sify. Archived from the original on 26 May 2006. Retrieved 2017-03-13.
  2. "Sriya Reddy – Telugu Cinema interview – Telugu film actress". Idlebrain.com. 5 May 2006. Retrieved 13 March 2017.
  3. ୩.୦ ୩.୧ ୩.୨ ୩.୩ ୩.୪ "rediff.com: 'I can never become a commercial actress'". Specials.rediff.com. Retrieved 13 March 2017.
  4. ୪.୦ ୪.୧ ୪.୨ ୪.୩ "Metro Plus Kochi : `Reddy' for action". The Hindu. India. 3 September 2005. Archived from the original on 8 November 2012. Retrieved 18 October 2011.
  5. ୫.୦ ୫.୧ "rediff.com: 'I can never become a commercial actress'". Specials.rediff.com. Retrieved 13 March 2017.
  6. "Shriya Reddy's new plans – Malayalam Movie News". IndiaGlitz. Archived from the original on 7 March 2006. Retrieved 13 March 2017.
  7. ୭.୦ ୭.୧ "rediff.com: 'I can never become a commercial actress'". Specials.rediff.com. Retrieved 13 March 2017.
  8. ୮.୦ ୮.୧ "Shriya Reddy's cop act". Rediff.com. Retrieved 13 March 2017.
  9. "rediff.com: 'I can never become a commercial actress'". Specials.rediff.com. Retrieved 18 October 2011.
  10. "I M Vijayan and Shreya Reddy – Switching flanks – Malayalam Movie News". IndiaGlitz. Archived from the original on 13 August 2006. Retrieved 13 March 2017.
  11. ୧୧.୦ ୧୧.୧ "SHREYA REDDY SS music VJ actor Vishal brother producer G K Reddy son Vikram Krishna Thimiru Pooparikka Varugirom tamil movie news hot stills picture image gallery". Behindwoods.com. Retrieved 13 March 2017.
  12. "Friday Review Chennai / Film Review : Action on solid ground – Thimiru". The Hindu. India. 11 August 2006. Archived from the original on 4 June 2011. Retrieved 13 March 2017.
  13. "Vasanthabalan's film screened at Cannes – Times Of India". The Times of India. 26 March 2010. Archived from the original on 4 November 2012. Retrieved 18 October 2011.
  14. "Scorching 'Veyyil' cools hearts at the national awards – Tamil Movie News". IndiaGlitz. Archived from the original on 11 June 2008. Retrieved 18 October 2011.
  15. "Veyyil gets one more award at Chennai365". Chennai365.com. Retrieved 18 October 2011.
  16. Super Admin (23 June 2007). "Award for Veyyil and Imsai Arasan". Entertainment.oneindia.in. Retrieved 18 October 2011.[permanent dead link]
  17. http://www.thehindu.com/features/metroplus/reddy-to-make-a-comeback/article6457867.ece
  18. "Events – Vikram Krishna Weds Shriya Reddy". IndiaGlitz. 9 March 2008. Archived from the original on 11 March 2008. Retrieved 13 March 2017.
  19. "deccanchronicle.com: 'Sriya Reddy: I am arrogant'". Entertainment,Kollywood.deccanchronicle.com. Retrieved 13 March 2017.