ଶ୍ରୀଧର ଦାସ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଅଧ୍ୟାପକ ଶ୍ରୀଧର ଦାସ (୦୪ ଅକ୍ଟୋବର ୧୯୦୧ - ୨୪ ଅପ୍ରେଲ ୧୯୮୮)[୧] ଜଣେ ଓଡ଼ିଆ ଓ ଶିଶୁ ସାହିତ୍ୟିକ, ପ୍ରାବନ୍ଧିକ, ଶିକ୍ଷାବିତ୍, ନାଟ୍ୟକାର ଓ ଅନୁବାଦକ ଥିଲେ ।[୨] ତାଙ୍କର ସାହିତ୍ୟ ଅବଦାନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ଓ ସୋଭିଏତ୍ ଲ୍ୟାଣ୍ଡ ନେହରୁ ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ ।

ଶ୍ରୀଧର ଦାସ
ଶ୍ରୀଧର ଦାସ
ଶ୍ରୀଧର ଦାସ
ଜନ୍ମ ଓ ଜନ୍ମସ୍ଥାନଶ୍ରୀଧର ଦାସ
(1901-10-04)୪ ଅକ୍ଟୋବର ୧୯୦୧
ନାଉସିରା, କାକଟପୁର
ମୃତ୍ୟୁ୨୪ ଅପ୍ରେଲ ୧୯୮୮(1988-04-24) (ବୟସ ୮୬)
ବୃତ୍ତିଅଧ୍ୟାପକ, ଅନୁବାଦକ, ବ୍ୟାକରଣବିତ୍
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାB.A.

Diploma in Education

M.A.
ଶିକ୍ଷାନୁଷ୍ଠାନବିହାର ନାସନାଲ୍ କଲେଜ, ବାଙ୍କୀପୁର


ପାଟନା ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିସୁଅ ମୁହଁର ପତର
ଜୀବନସାଥୀଇନ୍ଦୁମତୀ ଦେବୀ
ସନ୍ତାନବିଷ୍ଣୁପ୍ରିୟା

ରାଧାକୃଷ୍ଣ (ଜନ୍ମ କାଳରୁ ମୃତ)

ଜଗନ୍ନାଥ ପ୍ରସାଦ ଦାସ

କୃଷ୍ଣ ପ୍ରସାଦ ଦାସ

ରଘୁନାଥ ପ୍ରସାଦ ଦାସ

ଜୀବନ କାଳ ସମ୍ପାଦନା

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶ୍ରୀଧର ଦାସ ପୁରୀ ଜିଲ୍ଲାର କାକଟପୁର ପାଖ ନାଉସିରା ଗ୍ରାମରେ ୧୯୦୧ ମସିହା ଅକ୍ଟୋବର ୪ ତାରିଖ ଦିନ ଜନ୍ମ ହୋଇଥିଲେ । ତାଙ୍କ ମାତାଙ୍କ ନାମ ଶ୍ରଦ୍ଧାମଣି ଦେବୀ ଓ ପିତାଙ୍କ ନାମ ଶ୍ୟାମାଚରଣ ଦାସ । ଶ୍ୟାମାଚରଣ ଜଣେ ନିମ୍ନ ପ୍ରାଥମିକ ଶିକ୍ଷକ ଥିଲେ । ଶ୍ରୀଧର ଦାସ ପାଞ୍ଚ ବର୍ଷ ବେଳୁ ପିତାଙ୍କ ବିଦ୍ୟାଳୟରେ ପାଠ ଆରମ୍ଭ କରିଥିଲେ । ଏହାପରେ ୧୯୧୬ ମସିହାରୁ ୧୯୨୨ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିଥିଲେ ।

ଉଚ୍ଚଶିକ୍ଷା ସମ୍ପାଦନା

୧୯୨୨ ମସିହାରେ ସେ ମାଟ୍ରିକ୍ୟୁଲେସନ୍ ଶେଷ କରି ପାଟନାସ୍ଥିତ ଇଞ୍ଜିନିୟରିଂ ସ୍କୁଲରେ ନାଁ ଲେଖାଇଥିଲେ । ସେଠାରେ ସେ ମାସକୁ ୨୦ ଟଙ୍କା ବୃତ୍ତି ପାଉଥିଲେ । କିନ୍ତୁ ଗୋଟିଏ ଘଟଣା ଯୋଗୁ ତାଙ୍କୁ ଦଶଟଙ୍କା ଜୋରିମାନା ହୋଇଥିଲା। ଯାହା ଫଳରେ ଶ୍ରୀଧର ବାଧ୍ୟ ହୋଇ ଇଞ୍ଜିନିୟରିଂ ଛାଡ଼ି ଆଇ.ଏ. ପଢ଼ିଲେ । ୧୯୨୪ ମସିହାରେ ସେ ଆଇ.ଏ ପାଶ୍ କଲେ । ଏହାପରେ ଅନେକ ପାରିବାରିକ ସମସ୍ୟା ମଧ୍ୟରେ ସେ ବି.ଏ. ପାସ କଲେ ଏବଂ ଶିକ୍ଷକ ତାଲିମ ନେଲେ ।

ଚାକିରୀ ସମ୍ପାଦନା

ସେ ବୌଦ୍ଧରେ ପ୍ରଥମେ ଶିକ୍ଷକତା ଆରମ୍ଭ କରିଥିଲେ । ତା'ପରେ ଆସି ଓଳସିଂହ ହାଇସ୍କୁଲରେ ଯୋଗଦେଲେ । ୧୯୪୮ ମସିହାରେ ସେ ରେଭେନ୍‌ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । କିନ୍ତୁ ପରେ ସେ ସରକାରୀ ଚାକିରି ଛାଡ଼ି ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପନା କଲେ । ୪୪ ବର୍ଷ ଅଧ୍ୟାପନା କରିବା ପରେ ୧୯୬୮ ମସିହାରେ ସେ ଅବସର ନେଇଥିଲେ ।

ଲେଖକ ସମ୍ପାଦନା

ଶ୍ରୀଧର ଦାସ ବ୍ୟାକରଣଠାରୁ ଆରମ୍ଭ କରି ଅଭିଧାନ, ପାଠ୍ୟପୁସ୍ତକ, ବିଭିନ୍ନ ସାହିତ୍ୟର ସମ୍ପାଦନା ଓ ଅନୁବାଦ କରିଛନ୍ତି । ତା'ଙ୍କର ସବୁଠାରୁ ବଡ଼ କୃତି ହେଉଛି କିଶୋରମାନଙ୍କ ପାଇଁ ବିଶ୍ୱ ସାହିତ୍ୟର ବିଭିନ୍ନ କ୍ଲାସିକ ଗ୍ରନ୍ଥମାନଙ୍କର ଅନୁବାଦ । ସେ ମୋଟ ୧୧ ଖଣ୍ଡ ବ୍ୟାକରଣ ବହି, ତିନିଖଣ୍ଡ ଅଭିଧାନ ଲେଖିଛନ୍ତି । ସେହିପରି ୨୪ ଖଣ୍ଡ ପାଠ୍ୟପୁସ୍ତକ ଲେଖିଛନ୍ତି । ଅନୁବାଦ କ୍ଷେତ୍ରରେ ତାଙ୍କର ସୃଷ୍ଟି ସଂଖ୍ୟା ବହୁତ ଅଧିକ । ସେ ମୋଟ ୭୬ ଖଣ୍ଡ ପୁସ୍ତକ ଅନୁବାଦ କରିଛନ୍ ତି। ସେ ଭିତରୁ ୨୨ଟି ସଂସ୍କୃତରୁ ଏବଂ ୫୪ଟି ଇଂରାଜୀ ଭାଷାରୁ । ସେ ଚିଲିକା, ଦରବାର, ଚନ୍ଦ୍ରଭାଗା, ଉଷାଭିଳାଷ, ରସକଲ୍ଲୋଳ ଆଦି ପ୍ରାଚୀନ ଗ୍ରନ୍ଥର ସମ୍ପାଦନା ମଧ୍ୟ କରିଥିଲେ । ତାଙ୍କର ଆତ୍ମଜୀବନୀ ବହି ହେଉଛି "ସୁଅ ମୁହଁର ପତର" ।

ମୃତ୍ୟୁ ସମ୍ପାଦନା

୧୯୮୮ ମସିହା ଏପ୍ରିଲ ୨୪ ତାରିଖ ଦିନ ଶ୍ରୀଧର ଦାସଙ୍କର ମୃତ୍ୟୁ ହୋଇଥିଲା ।

ରଚନାବଳୀ ସମ୍ପାଦନା

ଅନୁବାଦ ସମ୍ପାଦନା

  • ବାଉଣ୍ଟି ଜାହାଜରେ ବିଦ୍ରୋହ (ଜନ୍ ବାରୋଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୧୯୭୭ (ଗ୍ରନ୍ଥ ପ୍ରକାଶନୀ)
  • ଟମ୍ ସଏର (ମାର୍କ ଟୟେନଙ୍କ ପୁସ୍ତକ Tom sawyerର ଅନୁବାଦ) - ୧୯୭୧ (ଗ୍ରନ୍ଥ ପ୍ରକାଶନୀ)
  • ଶେକସପିଅର କାହାଣୀ - ୧୯୭୦ (ଗ୍ରନ୍ଥମନ୍ଦିର)
  • ଓଏକ୍ ଫିଲଡର ଭାଇକାର୍ (ଅଲିଭର୍ ଗୋଲଡସ୍ମିଥଙ୍କ ମୂଳ ପୁସ୍ତକ Wake fielder vicarର ଅନୁବାଦ) - ୧୯୭୬ (ଗ୍ରନ୍ଥମନ୍ଦିର)
  • ଅହମିକା ଓ ଭ୍ରାନ୍ତି (ଜେନ୍ ଅଷ୍ଟିନଙ୍କ ପୁସ୍ତକର ଅନୁବାଦ) - ୧୯୭୩ (ଗ୍ରନ୍ଥମନ୍ଦିର)
  • ବିଚିତ୍ର ତାବିଜ (ୱାଲଟର ସ୍କଟଙ୍କ ପୁସ୍ତକର ଅନୁବାଦ) - ୧୯୭୦ (ଗ୍ରନ୍ଥମନ୍ଦିର)
  • ଆଇଭାନହୋ (ୱାଲଟର ସ୍କଟଙ୍କ ପୁସ୍ତକର ଅନୁବାଦ) - ୧୯୭୧ (ଗ୍ରନ୍ଥମନ୍ଦିର)
  • ରତ୍ନଦ୍ୱୀପ ( ରବର୍ଟଲୁଇ ଷ୍ଚେଭିନସନଙ୍କ ପୁସ୍ତକର ଅନୁବାଦ) - ୧୯୭୧ (ଗ୍ରନ୍ଥମନ୍ଦିର)
  • ଚନ୍ଦ୍ରକାନ୍ତ ମଣି (ୱିଲକ୍ କଲିନଙ୍କ ପୁସ୍ତକର ଅନୁବାଦ) - ୧୯୭୨ (ଗ୍ରନ୍ଥମନ୍ଦିର)
  • ଅଲିଭର୍ ଟୁଇଷ୍ଟ (ଚାର୍ଲସ୍ ଡିକେନସନଙ୍କ ପୁସ୍ତକର ଅନୁବାଦ) - ୧୯୭୨ (ଗ୍ରନ୍ଥମନ୍ଦିର)
  • ମୋପାସାଁ କାହାଣୀ (ଗାୟ ଡି ମୋପାସାଣ୍ଟଙ୍କ ପୁସ୍ତକର ଅନୁବାଦ) - ୧୯୭୭ (ଗ୍ରନ୍ଥମନ୍ଦିର)
  • ହିତୋପଦେଶ (ବିଷ୍ଣୁର୍ଶମାଙ୍କ ପୁସ୍ତକର ଅନୁବାଦ) - ୧୯୭୧ (ଗ୍ରନ୍ଥମନ୍ଦିର)
  • ଶକୁନ୍ତଳା (କାଳିଦାସଙ୍କ ପୁସ୍ତକର ଅନୁବାଦ) - ୧୯୭୩ (ଗ୍ରନ୍ଥମନ୍ଦିର)
  • ଚେକଭ୍ କାହାଣୀ - ୧୯୭୨ (ଗ୍ରନ୍ଥମନ୍ଦିର)

ଅନ୍ୟାନ୍ୟ ସମ୍ପାଦନା

  • ସିଦ୍ଧ ଚନ୍ଦ୍ରିକା - ୧୯୫୧ (ଦାଶରଥି ପୁସ୍ତକାଳୟ)
  • ରାମାୟଣ କାହାଣୀ - ୧୯୭୩ (ଗ୍ରନ୍ଥମନ୍ଦିର)
  • ଅଗ୍ନିପରୀକ୍ଷା
  • ମାଳବିକା ଅଗ୍ନିମିତ୍ର ଓ ଉର୍ବଶୀ - ୧୯୮୦ (ଗ୍ରନ୍ଥମନ୍ଦିର)
  • ରୁଷଦେଶର କାହାଣୀ - ୧୯୯୬ (କୈଶରିକ)
  • ସାଧୁସୁନ୍ଦର ଦାସ - ୧୯୫୩ (ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍ସଲି)
  • ଜୀବନ ବର୍ତ୍ତିକା - ୧୯୯୬ (ଗ୍ରନ୍ଥମନ୍ଦିର)
  • ପଂଚ ଦୀପ - ୧୯୯୭ (ୟୁନାଇଟେଡ଼ ବୁକ୍ ହାଉସ)

ଶ୍ରୀଧର ଦାସଙ୍କ ଜୀବନୀ ସମ୍ପାଦନା

  • ଅଧ୍ୟାପକ ଶ୍ରୀଧର ଦାସ (ରବିନାରାୟଣ ମହାରଣାଙ୍କଦ୍ୱାରା ଲିଖିତ) - ୨୦୦୮ (ଓଡ଼ିଶା ସାହିତ୍ୟ ଏକାଡେମୀ)
  • ଆଦର୍ଶ ମଣିଷ ଶ୍ରୀଧର ଦାସ (ବିଭୂତି ପଟ୍ଟନାୟକଙ୍କଦ୍ୱାରା ସଂପାଦିତ) - ୨୦୦୩ (ପ୍ରାଚୀ ପ୍ରକାଶନୀ)[୩]

ଆତ୍ମଜୀବନୀ ସମ୍ପାଦନା

  • ସୁଅ ମୁହଁର ପତର [A Leaf in the Stream (An Autobiography)]. Translated by ମହାନ୍ତି, ମେରୀ. ବାଙ୍କା ବଜାର, କଟକ-୨: ମୀତା ବୁକ୍ସ. ୧୯୮୨, ୨୦୧୪. {{cite book}}: Check date values in: |date= (help)CS1 maint: location (link)

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ୧୯୭୨- ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସମ୍ମାନ
  • ୧୯୭୪ - ସୋଭିଏତ୍ ଲ୍ୟାଣ୍ଡ ନେହରୁ ପୁରସ୍କାର
  • ୧୯୭୮ - ସାହିତ୍ୟ ପାଇଁ ତାଙ୍କର ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ତରଫରୁ ସମ୍ମାନ

ଆଧାର ସମ୍ପାଦନା

  1. Words on Canvas: J.P. Das and His Work. Sole Distributor, Harman Publishing House. 2005.
  2. Suryanarayan Das (2010). Lord Jagannath. Sanbun Publishers. pp. 27–. ISBN 978-93-80213-22-4.
  3. "National Library of India". opac.nationallibrary.gov.in. National Library. Retrieved 6 February 2019.