ଶ୍ରାବଣୀ ନନ୍ଦ

ଭାରତୀୟ ଖେଳାଳି

ଶ୍ରାବଣୀ ନନ୍ଦ(ଜନ୍ମ: ୭ ମେ ୧୯୯୧) ଓଡ଼ିଶାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲିରେ ଜନ୍ମିତ ଜଣେ ଧାବିକା ।[୨] ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।[୩] ତାଙ୍କ ବାପା ବନବିହାରୀ ନନ୍ଦ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ମାତା ସୁବାସିନୀ ରାୟଗୁରୁ ଜଣେ ଶିକ୍ଷୟତ୍ରୀ । ଭବିଷ୍ୟତରେ ଜଣେ ଭଲ ଆଥଲେଟ‌୍ ହେବା ଆଶାରେ ୨୦୦୨ରେ ଯୋଗ ଦେଇଥିଲେ ରାଜ୍ୟ କ୍ରୀଡ଼ାବାସରେ । ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମହିଳା ୪୦୦ ମିଟର ରେଲେ ସହ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା ମାନଙ୍କରେ ଭାରତ ଓ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ ।

ଶ୍ରାବଣୀ ନନ୍ଦ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1991-05-07) ୭ ମଇ ୧୯୯୧ (ବୟସ ୩୨)[୧]
ଟିକାବାଲି, କନ୍ଧମାଳ, ଓଡ଼ିଶା
Sport
କ୍ରୀଡ଼ାTrack and field
Event(s)Sprints
Updated on ୬ ମାର୍ଚ୍ଚ ୨୦୧୮.

କ୍ରୀଡ଼ା ଜୀବନୀ ସମ୍ପାଦନା

2008ରେ ଜାତୀୟ ଜୁନିଅର ଆଥଲେଟିକ୍ ଚାମ୍ପିଅନସିପ୍‌ରେ ଉଭୟ 100 ଓ 200 ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଶ୍ରୀବଣୀ । 2012ରେ ପତିଆଲାରେ ଅନୁଷ୍ଠିତ 16ତମ ଫେଡେରେସନ କପ୍‌ ଜାତୀୟ ସିନିଅର ଆଥଲେଟିକ୍ସରେ ଉଭୟ 100 ଓ 200 ମିଟରରେ ରୌପ୍ୟ ପଦକ । 2014 ଜାତୀୟ ଆନ୍ତଃରାଜ୍ୟ ସିନିଅର ଆଥଲେଟିକ ଚାମ୍ପିଅନସିପ୍‌ରେ 400ମିଟର ରିଲେରେ ସ୍ୱର୍ଣ୍ଣ ପଦକ ସହ 100 ଏବଂ 200ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । 2015ରେ ଫେଡେରେସନ କପ୍‌ ଜାତୀୟ ସିନିଅର ଆଥଲେଟିକ୍ସରେ ଉଭୟ 100 ଓ 200 ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ । ଏଥିସହ ଚାମ୍ପିଅନସିପ୍‌ର ଶ୍ରେଷ୍ଠ ମହିଳା ଆଥଲେଟ ଭାବେ ବିବେଚିତ ହୋଇଥିଲେ ଶ୍ରାବଣୀ । 2015 ଜାତୀୟ ଆନ୍ତଃ-ରାଜ୍ୟ ସିନିଅର ଆଥଲେଟିକ୍ ଚାମ୍ପିଅନସିପ୍‌ରେ 200ମିଟର ଏବଂ 400ମିଟର ରିଲେରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । 2016 ଦକ୍ଷିଣଏସୀୟ କ୍ରୀଡ଼ାରେ 200ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ । 2016 ଏପ୍ରିଲରେ ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ 100ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ସହ ଜାତୀୟ ରେକର୍ଡ କରିଥିଲେ ଶ୍ରାବଣୀ । 11.23 ସେକେଣ୍ଡରେ ଦୂରତା ଅତିକ୍ରମ କରି ସ୍ପ୍ରିଣ୍ଟର ରଚିତା ମିସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଥିଲେ । ସେହି ବର୍ଷ ଏପ୍ରିଲରେ ଅନୁଷ୍ଠିତ ଫେଡେରେସନ କପ୍‌ ଜାତୀୟ ସିନିଅର ଆଥଲେଟିକ୍ସରେ 200ମିଟରରେ ସ୍ୱର୍ଣ୍ଣ ଏବଂ 100ମିଟରରେ ରୌପ୍ୟ ପଦକ ହାସଲ । କାଜାଖସ୍ତାନରେ 23.07 ସେକେଣ୍ଡରେ 200ମିଟର ଦୂରତା ଅତିକ୍ରମ କରି ରିଓ ଅଲିମ୍ପିକକ୍ରୀଡ଼ାରେ ଖେଳିବାର ସୁଯୋଗ ପାଇଛନ୍ତି ଶ୍ରାବଣୀ ।[୪]

ଶିକ୍ଷା ସମ୍ପାଦନା

ରମାଦେବୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ବର୍ତ୍ତମାନ ସେ ଏମ୍‌ବିଏ କରୁଛନ୍ତି ।

କୋଚ୍ ସମ୍ପାଦନା

ଶ୍ରାବଣୀ ନନ୍ଦ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଥିଲେ। ତାଙ୍କ ପ୍ରଶିକ୍ଷକ ହେଉଛନ୍ତି ନୀଳମାଧବ ଦେଓ, ଶାରୋନ ହାନନ ଏବଂ ତରୁଣ ସ ।[୫]

ବୃତ୍ତି ସମ୍ପାଦନା

ପ୍ରଥମେ ପୂର୍ବତଟ ରେଳବାଇରେ ଚାକିରି, ମେ ୨୩ ୨୦୧୬ରେ ଓଡ଼ିଶା ସରକାରଙ୍କ ଜଳ ବିଦ୍ୟୁତ୍ ନିଗମରେ ଜୁନିଅର ମ୍ୟାନେଜର ପଦରେ ଯୋଗ ଦେଇଛନ୍ତି ।

ତାଲିମ ସମ୍ପାଦନା

୨୦୦୨ରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ତାଲିମ ଅାରମ୍ଭ କରିଥିଲେ ମିତ୍ତଲ ଅଲିମ୍ପିକ୍ ଅଭିଯାନରେ ସାମିଲ ହୋଇ ୨୦୦୯ରେ ଦକ୍ଷିଣ ଅାଫ୍ରିକା ଏବଂ ୨୦୧୧ରେ ଅଷ୍ଟ୍ରେଲିଅାରୁ ତାଲିମ ନେଇଛନ୍ତି ।

ସଫଳତା ସମ୍ପାଦନା

ଜାତୀୟ ସମ୍ପାଦନା

  • ୨୦୧୧ରେ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗିତାର ଉଭୟ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ । 
  • ମେ ୬, ୨୦୧୬ରେ ପାତିଅାଲାରେ ଦ୍ୱିତୀୟ ଇଣ୍ଡିଅାନ୍ ଗ୍ରାଁ ପ୍ରିର ୧୦୦ ମିଟରରେ ବ୍ରୋଞ୍ଜ ପଦକ । 
  • ଏପ୍ରିଲ୍ ୨୮ରୁ ୩୦, ୨୦୧୬ରେ ନୂଅାଦିଲ୍ଳୀରେ ବିଂଶତମ ଫେଡେରେସନ୍ କପ୍ ନ୍ୟାସ୍‌ନାଲ୍ ସିନିଅର୍ ଅାଥ୍‌ଲେଟିକ୍ସରେ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଓ ୧୦୦ ମିଟରରେ ରୌପ୍ୟ ପଦକ । 
  • ଏପ୍ରିଲ୍ ୨୪, ୨୦୧୬ରେ ନୂଅାଦିଲ୍ଲୀରେ ଇଣ୍ଡିଅାନ୍ ଗ୍ରାଁ ପ୍ରି-୧ରେ ୧୦୦ ମିଟରରେ ନୂଅା ଜାତୀୟ ରେକର୍ଡ (୧୧.୨୩ ସେକେଣ୍ଡ) ସ୍ଥାପନ । 
  • ସେପ୍ଟେମ୍ବର ୧୭ରୁ ୧୯, ୨୦୧୫ରେ କୋଲ୍‌କାତାରେ ଅନୁଷ୍ଠିତ ୫୫ତମ ନ୍ୟାସ୍‌ନାଲ୍ ଓପନ୍ ଅାଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଯୋଗ ଦେଇ ରେଳବାଇ ପାଇଁ ତିନିଟି ରୌପ୍ୟ ପଦକ ।
  • ଜୁଲାଇ ୧୦ରୁ ୧୩, ୨୦୧୫ରେ ଚେନ୍ନାଇରେ ଅାୟୋଜିତ ନ୍ୟାସ୍‌ନାଲ୍ ଇଣ୍ଟରଷ୍ଟେଟ୍‌ ସିନିଅର୍ ଅାଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ୨୦୦ ମିଟର ଦୌଡ଼ ଏବଂ ୪x୧୦୦ ମିଟର ରିଲେ ରେସ୍‌ରେ ୨ ସ୍ୱର୍ଣ୍ଣ ପଦକ ।
  • ମେ ୧ରୁ ୪, ୨୦୧୫ରେ ମାଙ୍ଗାଲୋରରେ ଅନୁଷ୍ଠିତ ୧୯ତମ ଫେଡେରେସନ୍ କପ୍ ସିନିଅର୍ନ୍ୟାସ୍‌ନାଲ୍ ଓପନ୍ ଅାଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଉଭୟ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଘୋଷିତ ।
  • ନଭେମ୍ବର ୨୦୦୮ରେ ଜୁନିଅର୍ ଅାଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଉଭୟ ୧୦୦ ମିଟର ଓ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ।

ଅାନ୍ତର୍ଜାତୀୟ ସମ୍ପାଦନା

  • ୨୦୧୬ରେ ବାଙ୍ଗାଲୋରରେ ଅନୁଷ୍ଠିତ ଇଣ୍ଡିଅାନ୍ ଗ୍ରାଁ ପ୍ରିରେ ସ୍ୱର୍ଣ୍ଣପଦକ ବିଜେତା ଭାରତୀୟ ରିଲେ ଦଳର ସଦସ୍ୟା ।
  • ୨୦୧୬ରେ ରିଓ ଅଲିମ୍ପିକ୍ସରେ ୨୦୦ ମିଟର ଦୌଡ଼ରେ ଅଂଶଗ୍ରହଣ ।[୬]
  • କୋଲ୍‌ପାକୋଭାରେ ୨୦୧୬ରେ ଅାନ୍ତର୍ଜାତିକ ପ୍ରତିଯୋଗିତାରେ ୪x୧୦୦ ରିଲେରେ ରୌପ୍ୟ ପଦକ ।
  • ୨୦୧୬ରେ ସାଉଥ୍ ଏସିଅାନ୍ ଗେମ୍ସରେ ୨୦୦ ମିଟରରେ ସ୍ୱର୍ଣ୍ଣ ପଦକ ଓ ୧୦୦ ମିଟରରେ ରୌପ୍ୟ ପଦକ ।
  • ୨୦୧୫ରେ ଥାଇଲାଣ୍ଡ୍‌ରେ ୧୦୦ ମିଟରରେ ବ୍ରୋଞ୍ଜ ମେଡାଲ୍ ।
  • ୨୦୧୪ରେ ୧୭ତମ ଏସିଅାନ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ ।
  • ୨୦୧୬ରେ  ଶ୍ରାବଣୀଙ୍କ କ୍ୟାରିଅର୍‌ରେ ଶ୍ରେଷ୍ଠ ୧୦୦ ମିଟର୍ ସମୟ ହେଉଛି ୧୧.୯୦ ସେକେଣ୍ଡ ।
  • ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ୪X୧୦୦ ରିଲେରେ ବ୍ରୋଞ୍ଜ ପଦକ ।[୭]

ସମ୍ମାନ ଓ ସ୍ୱୀକୃତି ସମ୍ପାଦନା

  • ଏକଲବ୍ୟ ପୁରସ୍କାର ୨୦୧୬।[୮]
  • ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ୨୦୦୮।[୯]
  • ୨୦୧୬ ଅଗଷ୍ଟ ୨୯ରେ ରିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ।
  • ୨୦୧୬ ଜୁଲାଇ ୨୬ରେ ରିଓ ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଓଡ଼ିଶା ଖଣି ନିଗମ ପକ୍ଷରୁ ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ।

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2017-04-30. Retrieved 2018-03-06. {{cite web}}: Cite has empty unknown parameter: |1= (help)
  2. https://www.iaaf.org/athletes/india/srabani-nanda-235871
  3. https://www.olympic.org/srabani-nanda
  4. "orisports.com : An Encyclopedia of Sports. Cricket, Hockey, Football, Badminton, Archery and much more."
  5. https://www.telegraphindia.com/1160808/jsp/odisha/story_101214.jsp
  6. https://timesofindia.indiatimes.com/sports/more-sports/athletics/Odia-sprinter-Srabani-Nanda-qualifies-for-Rio-Olympics/articleshow/52925876.cms
  7. http://indianexpress.com/sports/rio-2016-olympics/srabani-nanda-women-200m-athletics-2923905/
  8. Jagran Josh. Current Affairs November 2016 eBook. Jagran Josh. pp. 174–. GGKEY:ADLSX1ZXR96.
  9. https://www.telegraphindia.com/1150830/jsp/frontpage/story_39809.jsp