ଶୁକଦେବ ମହାଭାରତ କାଳର ମୁନୀ ଥିଲେ । ସେ ବେଦବ୍ୟାସଙ୍କ ପୁତ୍ର ଥିଲେ । ସେ ପିଲାବେଳୁ ହିଁ ଜ୍ଞାନ ପ୍ରାପ୍ତ ପାଇଁ ବଣକୁ ଚାଲି ଯାଇଥିଲେ । ସେ ପରୀକ୍ଷିତଙ୍କୁ ଶ୍ରୀମଦ ଭାଗବତ ଶୁଣେଇଥିଲେ ।[] ଶୁକଦେବ, ବ୍ୟାସଙ୍କଠାରୁ ମହାଭାରତ ପଢ଼ିଥିଲେ ଏବଂ ତାହାକୁ ଦେବତା ମାନଙ୍କୁ ଶୁଣାଇଥିଲେ । ସେ କମ ବୟସରେ ହିଁ ବ୍ରହ୍ମଲୀନ ହୋଇଯାଇଥିଲେ ।[]

ଶୁକଦେବ ସନ୍ଥମାନଙ୍କୁ କଥା ଶୁଣାଉଛନ୍ତି
Sage Sukdeva narrating the story of Krishna to Parikshit.

ଐତିହାସିକ କାହାଣୀ

ସମ୍ପାଦନା

ଶୁକଦେବ ମହର୍ଷି ବେଦ ବ୍ୟାସଙ୍କ ପୁତ୍ର ଥିଲେ ଏବଂ ସେ 12 ବର୍ଷ ପର୍ଯ୍ୟନ୍ତ ନିଜ ମାତାଙ୍କ ଗର୍ଭରେ ରହିଥିଲେ ।

ଭଗବାନ ଶିବ, ମାତା ପାର୍ବତୀଙ୍କୁ ଅମର କଥା ଶୁଣାଉଥିଲେ । ମାତା ପାର୍ବତୀଙ୍କୁ କଥା ଶୁଣି ଶୁଣି ନିଦ ଆସି ଯାଇଥିଲା ଏବଂ ତାଙ୍କ ଜାଗାରେ ସେଠାରେ ବସିଥିବା ଶୁକ ହୁଙ୍କାରୀ ଭର୍ତ୍ତି କରିବା ପ୍ରାରମ୍ଭ କରିଦେଇଥିଲେ । ଯେତେବେଳେ ଭଗବାନ ଶିବଙ୍କୁ ଏହି ବିଷୟରେ ଜ୍ଞାତ ହେଲା , ସେତେବେଳେ ସେ ଶୁକଙ୍କୁ ମାରିବା ପାଇଁ ଦୌଡିଥିଲେ ଏବଂ ତାଙ୍କ ପଛରେ ନିଜ ତ୍ରିଶୁଳ ଛାଡିଥିଲେ । ଶୁକ ନିଜ ଜୀବନ ବଞ୍ଚାଇବା ପାଇଁ ତିନି ଲୋକରେ ଦୌଡ଼ିବାକୁ ଲାଗିଲେ, ଦୌଡ଼ି-ଦୌଡ଼ି ସେ ବ୍ୟାସଙ୍କ ଆଶ୍ରମକୁ ଆସିଥିଲେ ଏବଂ ସୁକ୍ଷ୍ମ ରୂପ ବନେଇ ତାଙ୍କ ପତ୍ନୀଙ୍କ ମୁଖ ମଧ୍ୟକୁ ପଶିଗଲେ । ସେଠାରେ ସେ ତାଙ୍କ ଗର୍ଭ ମଧ୍ୟରେ ରହିଗଲେ । ଏହା କୁହାଯାଏ କି, ସେ 12 ବର୍ଷ ପର୍ଯ୍ୟନ୍ତ ଗର୍ଭ ବହାରକୁ ବାହାରିଲେ ନାହିଁ । ଯେତେବେଳେ ଭଗବାନ ଶ୍ରୀ କୃଷ୍ଣ ସ୍ୱୟଂ ଆସି ତାଙ୍କୁ ଆଶ୍ୱସନା ଦେଲେ କି, ବାହାରକୁ ବାହାରିବା ପରେ ତୁମ ଉପରେ ମାୟାର ପ୍ରଭାବ ପଡିବ ନାହିଁ । ତା'ପରେ ସେ ଗର୍ଭରୁ ବାହାରିଲେ ଏବଂ ବ୍ୟାସଙ୍କ ପୁତ୍ର ବୋଲି କୁହାଗଲା । ଗର୍ଭରେ ହିଁ ତାଙ୍କୁ ବେଦ, ଉପନିଷଦ, ଦର୍ଶନ ଏବଂ ପୁରାଣ ଆଦିର ସମ୍ୟକ ଜ୍ଞାନ ହୋଇଯାଇଥିଲା ।

ଜନ୍ମ ନେବା ପରେ ସେ ବାଲ୍ୟ ଅବସ୍ଥାରେ ତପ ହେତୁ ବଣ ପାଖକୁ ଦୌଡ଼ିଲେ । ତାଙ୍କୁ ସଂସାରକୁ ବିରକ୍ତ ଭାବନା ଥିଲା । ପରନ୍ତୁ ବାତ୍ସଲ୍ୟ ଭାବରେ କାନ୍ଦି ବ୍ୟାସ ମଧ୍ୟ ତାଙ୍କ ପଛରେ ଦୌଡିଥିଲେ । ମାର୍ଗରେ ଏକ ଜଳାଶୟରେ କିଛି କନ୍ୟାମାନେ ସ୍ନାନ କରୁଥିଲେ, ସେମାନେ ଯେତେବେଳ ଶୁକଦେବଙ୍କୁ ଦେଖିଲେ ତ ନିଜ ଅବସ୍ଥାକୁ ଧ୍ୟାନ ନ ଦେଇ ଶୁକଦେବଙ୍କ ଆଶୀର୍ବାଦ ନେଇଥିଲେ । କିନ୍ତୁ ଯେତେବେଳ ଶୁକଦେବଙ୍କ ପଛେ ମୋହରେ ପଡିଲେ ସେତେବେଳେ ବ୍ୟାସ ସେଠାରେ ପହଞ୍ଚିଲେ । ତାହାପରେ ସମସ୍ତ କନ୍ୟା ଶାନ୍ତ ହୋଇଗଲେ । ଏହି ସାଂସାରିକ ବିରକ୍ତିରେ ଶୁକଦେବ ତପର ପ୍ରାରମ୍ଭ କରିଥିଲେ ।

ଯେଉଁ ଜାଗାରେ ଶୁକଦେବ ବ୍ରହ୍ମଲୀନ ହୋଇଥିଲେ ବର୍ତ୍ତମାନ ସମୟରେ ସେହି ଜାଗା ହରିୟାଣାରେ କୈଥଳର ଗ୍ରାମ ସଜୁମାରେ ରହିଛି ।

  1. Matchett, Freda (2001). Krishna, Lord or Avatara?: the relationship between Krishna and Vishnu. Routledge. ISBN 978-0-7007-1281-6.
  2. Sullivan, Bruce M. (1990). Kṛṣṇa Dvaipāyana Vyāsa and the Mahābhārata: a new interpretation. BRILL. p. 40. ISBN 978-90-04-08898-6.