ଶିଶୁ ଜ୍ଞାନମଣ୍ଡଳ ପିଲାମାନଙ୍କ ପାଇଁ ଏକ ଜ୍ଞାନର ଭଣ୍ଡାର। ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ପାଇଁ ଏହା ଏକ ଉପାଦେୟ ପୁସ୍ତକ । ଏକଥାକୁ ଅନୁଭବ କରି ପଦ୍ମଶ୍ରୀ ବିନୋଦ କାନୁନଗୋ ଏକାକୀ ଓଡ଼ିଆ ଭାଷାରେ ଜ୍ଞାନକୋଷ ସଂପାଦ ନା କରି ବିଶ୍ୱ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲେ । ତେବେ ଏହି ପ୍ରବନ୍ଧରେ ଶିଶୁଙ୍କ ପାଇଁ ରଚିତ ଜ୍ଞାନକୋଷରେ ଥିବା ବିଜ୍ଞାନଭିତ୍ତିକ ତଥ୍ୟ ଉପରେ ଆଲୋକପାତ କରାଯାଇଛି । ବିନୋଦ କାନୁନଗୋଙ୍କ ଭାଷାରେ ଆମ ଚତୁଃପାର୍ଶ୍ୱରେ ଜ୍ଞାନ ଆହରଣ ପାଇଁ ଅନେକ ଉପାଦାନ ଭରି ରହିଛି । ସେଗୁଡ଼ିକୁ ଦୃଷ୍ଟିରେ ରଖି ଜ୍ଞାନ ଆହରଣ କରିବା ପାଇଁ ଯିଏ ତପିର ହୋଇଉଠେ ସେ ହିଁ ଦୁନିଆରେ ବଡ଼ମଣିଷ ହୋଇପାରେ । ଏମିତି କେତେକ କଥା ଅଛି ଯାହା ବିଷୟରେ ପିଲାମାନେ ସହଜରେ ଜାଣିପାରୁ ନାହାନ୍ତି । ତେଣୁ ତାଙ୍କ ହାତରେ ଏମିତି କିଛି ପୁସ୍ତକ ତୋଳିଦେବେ ଯାହାକି ସେମାନଙ୍କୁ ଅନେକ ଛୋଟ ବଡ଼ ବିଷୟରେ ଅବଗତ କରାଇବ। ଏହିସବୁ କଥା ଚିନ୍ତା କରି ବିନୋଦ କାନୁନଗୋ ସଂପାଦନ କଲେ ଶିଶୁ ଜ୍ଞାନ ମଣ୍ଡଳ ବା ଚିଲ୍ଡରେନ୍ ଏନସାଇକ୍ଲୋପିଡ଼ିଆ। ଏଥିରେ ଥିବା ଶହ ଶହ ଚିତ୍ର, ମାନଚିତ୍ରମାନ ବିଜ୍ଞାନଜଗତ ସଙ୍ଗେ ପିଲାଙ୍କୁ ପରିଚିତ କରାଇ ଦେଇ ପାରୁଛି । ସେମାନେ ପାଇ ଯାଉଛନ୍ତି ଏକବିଂଶ ଶତାବ୍ଦୀ ବେଳର ଜ୍ଞାନ ଓ ଘଟଣା କ୍ରମର ପରିଚୟ । ଆଜିର ପିଲାଙ୍କ ଭବିଷ୍ୟତ ଦିନେ କିଭଳି ହେବ , ସେ କଥା ନିର୍ଭର କରୁଛି ସେମାନଙ୍କ ଦୂରଦୃଷ୍ଟି ଉପରେ । ଗୋଟିଏ ସେଟ ଶିଶୁ ଜ୍ଞାନମଣ୍ଡଳ ଏହି ପ୍ରକ୍ରିୟାକୁ ଯେ ଆଗକୁ ନେଇ ପାରିବ - ଏକଥା ସେ ଶିଶୁ ଜ୍ଞାନମଣ୍ଡଳ ମୁଖବନ୍ଧରେ ବ୍ୟକ୍ତ କରିଛନ୍ତି।

ଜନ୍ମ ସମ୍ପାଦନା

୧୯୮୮ ମସିହାରେ ଭାରତ ସରକାର ପ୍ରାଥମିକ ସ୍ତରରେ ଛାତ୍ରମାନଙ୍କ ବୁଝିପାରିଲା ଭଳି ବର୍ଣ୍ଣମାଳା ଅନୁସରଣରେ ଏକ ଜ୍ଞାନକୋଷ ପ୍ରଣୟନ ପାଇଁ ନିଷ୍ପତ୍ତି ନେଲେ ଓ ବିଭିନ୍ନ ରାଜ୍ୟକୁ ଆର୍ଥିକ ଅନୁଦାନ ଦେଲେ । ଓଡ଼ିଶା ସରକାର ଏହି କାର୍ଯ୍ୟ ବିନୋଦ କାନୁନଗୋଙ୍କ ଉପରେ ନ୍ୟସ୍ତ କଲେ । ଶିଶୁ ଜ୍ଞାନମଣ୍ଡଳ ପ୍ରସ୍ତୁତି ଓ ପ୍ରକାଶନ ପାଇଁ ଥିବା ସବକମିଟିର ସଭ୍ୟ ଡକଟର ଜଗନ୍ନାଥ ମହାନ୍ତି କୁହନ୍ତି ଯେ ଶିକ୍ଷା ବିଭାଗର ତତ୍କାଳୀନ ସେକ୍ରେଟାରୀ ଶ୍ରୀ ପ୍ୟାରୀ ମୋହନ ମହାପାତ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିଶୁ ଜ୍ଞାନମଣ୍ଡଳର ପ୍ରସ୍ତୁତି ଓ ପ୍ରକାଶନ ପାଇଁ ସେ ବିନୋଦ କାନୁନଗୋଙ୍କୁ ଅନୁରୋଧ କରିଥିଲେ । ଶ୍ରୀ କାନୁନଗୋଙ୍କ ପ୍ରତିଷ୍ଠିତ ଜ୍ଞାନମଣ୍ଡଳ ଫାଉଣ୍ଡେସନ "ଶିଶୁ ଜ୍ଞାନମଣ୍ଡଳ" ନାମରେ ଏହି ପୁସ୍ତକଟିକୁ ଦୁଇଖଣ୍ଡରେ ବିଭକ୍ତ କରି ପ୍ରକାଶ କରି ଶିକ୍ଷା ବିଭାଗକୁ କଳାପଟା ଅଭିଯାନରେ ଯୋଗାଇ ଦେଲେ।[୧]

ଲେଖା ସମ୍ପାଦନା

ଏହି ଶିଶୁ ଜ୍ଞାନମଣ୍ଡଳରେ ସେ ମଧ୍ୟ ଅନେକ ବିଜ୍ଞାନ ତଥ୍ୟ ସମ୍ବଳିତ ବିଷୟ ସନ୍ନିବେଶିତ କରିଛନ୍ତି। ସେ ଗୁଡ଼ିକ ପିଲାମାନଙ୍କ ବୋଧ ଗମ୍ୟ ହେବାସହ ଖୁବ ସରଳ ଓ ସହଜ ହୋଇଛି। ସେ ସବୁ ହେଲା କଇଁଛ, କଉଡି, କଂପାସ, କଂପୁ୍ୟଟର, କଲମି, କଲମ୍ବସ, କାନସର, କାଲସିୟମ, କେ୍ଲାରିନ, ଖପୁରି, ଖଣିଜ ଖାଦ୍ୟସାର, ଗାଜର, ଗାଲିଲିଓ, ଗ୍ରାଫାଇଟ୍, ଘଡ଼ି, ଜଂକ, ଜୀବକୋଷ , ଜୀବ ଜଗତ , ଜୀବ ସାର , ଜୀବାଣୁ , ଟାଇପ ରାଇଟର, ଟାଇଫଏଡ, ଟିଟାନିୟମ,ଟେଲିଗ୍ରାଫ,ଟେଲିଫୋନ,ଟେଲିଭିଜନ, ଟ୍ରାକଟର, ଡଲଫିନ, କାଲୋରୀ, କୁଆପଥର, ଗରିଲା, ଡାରଉଇନ ଓ ବିବର୍ତ୍ତନବାଦ, ପେନସିଲ, ପ୍ରଦୂଷଣ ... ଏମିତି ଅନେକ କିଛି। :ପିଲାମାନେ ଯାହା ସବୁ ଜାଣିବାର କଥା ତା'ର ସାରତତ୍ତ୍ୱ ବାଛି ସେ ଏହି ବହିରେ ସ୍ଥାନିତ କରିଛନ୍ତି। ବାକ୍ୟ କ୍ଷୁଦ୍ର, ସରଳ, ସାବଲୀଳ ଓ ଶିଶୁ ମନଛୁଆଁ। ଏହାକୁ ଅଧିକ ଆକର୍ଷଣୀୟ କରି ଜ୍ଞାନମଣ୍ଡଳ ଫାଉଣ୍ଡେସନ ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ଯୋଗାଇ ଦେଇପାରିଛି।

ଆଧାର ସମ୍ପାଦନା

  1. http://www.orissabigyanacademy.nic.in/pdf/June-2012-SH.pdf Archived 2016-03-11 at the Wayback Machine. Monthly Odia magazine "Bigyan Diganta"(June,2012 )