ଶାଶ୍ୱତ ଯୋଶୀ

(ଶାଶ୍ଵତ ଯୋଶୀରୁ ଲେଉଟି ଆସିଛି)

ଶାଶ୍ୱତ ଯୋଶୀ(୧୮ ଡିସେମ୍ବର ୧୯୮୪) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ଗୁରୁ, ମଡେଲ ଓ ଓଡ଼ିଶୀର ପ୍ରତିପାଦକ ଅଟନ୍ତି ।[୧]

Saswat Joshi
Background information
ଜନ୍ମ (1984-12-18) ଡିସେମ୍ବର ୧୮, ୧୯୮୪ (ବୟସ ୩୯)
ଟିଟିଲାଗଡ
ଜନ୍ମସ୍ଥାନଭାରତ
ଶୈଳୀଓଡ଼ିଶୀ
ପେଷାଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ଅଭିନେତା, ନୃତ୍ୟ ଗୁରୁ, ମଡେଲ,
କାର୍ଯ୍ୟକାଳ୨୦୦୦–present
ୱେବସାଇଟhttp://www.saswatjoshi.com

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶାଶ୍ୱତ ଯୋଶୀ(୧୮ ଡିସେମ୍ବର ୧୯୮୪) ଟିଟଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ।[୨] ଶାଶ୍ୱତ ୫ ବର୍ଷ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ଗୁରୁଙ୍କ ନାମ ଥିଲା ପ୍ରସନ ପଟ୍ଟନାୟକ ଓ ଶାନ୍ତନୁ ବେହେରା ।[୩] ଶିଶୁ କଳାକାର ରୂପରେ ସମ୍ପୂର୍ଣ୍ଣ ରୁଚି ଓ ସମର୍ପଣ ସହକାରେ ସେ ଓଡ଼ିଶୀ ଶିଖିଥିଲେ ।

କ୍ୟାରିୟର ସମ୍ପାଦନା

 

ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସମ୍ପାଦନା

୨୦୦୦ ମସିହାରେରେ ଶାଶ୍ୱତ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କଠାରୁ ତାଙ୍କ ପେଶାଦାର ଓଡ଼ିଶୀ ତାଲିମ ନେଇଥିଲେ । ସେ ପଦ୍ମ ଭୂଷଣ ଗୁରୁ [କେଲୁଚରଣ ମହାପାତ୍ର]ଙ୍କ ଓଡ଼ିଶୀ ନୃତ୍ୟ ପ୍ରଣାଳୀକୁ ଅନୁସରଣ କରୁଥିଲେ । ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ସେ ବାର୍ଷିକ ବୃତ୍ତି ପାଆନ୍ତି । ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ସେ ବିଷାରଦ କରିଥିଲେ ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ସଙ୍ଗୀତ ରତ୍ନ ଆୱାର୍ଡ ପାଇଥିଲେ । ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ସେ ଓଡ଼ିଶୀ ବିଷୟରେ ବୁଝାଇଥିଲେ । ଓଡ଼ିଶୀ ନୃତ୍ୟକୁ ପ୍ରସିଦ୍ଧ କରିବା ପାଇଁ ସେ ଅନେକ ଉରୋପୀୟ ଓ ଏସୀୟ ଦେଶ ଯଥା ଇଟାଲୀ, ଫ୍ରାନ୍ସ, ଫିନଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ହଙ୍ଗେରୀ ଇତ୍ୟାଦି ଦେଶ ମାନଙ୍କରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ମଡେଲ ଭାବରେ ସମ୍ପାଦନା

ଶାଶ୍ୱତ ମାନ୍ୟବର ଡ୍ରେସ, ବୟନିକା, ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ମଡେଲିଙ୍ଗ କରିଥିଲେ ।

କୋରିୟଗ୍ରାଫର ଭାବରେ ସମ୍ପାଦନା

  • ଓଡ଼ିଶୀରେ ନୃତ୍ୟ ଡ୍ରାମା
    • ମାତୃ ରୂପ
    • ମଲ୍ଲହାର
    • ଦେବୀ
    • ଶିବ ତାଣ୍ଡପ
    • କ୍ରୀଷ୍ଣା ସମର୍ପଣ
    • ମା- ଆତ୍ମଜୀବନୀ ଉପରେ ଆଧାରିତ ରମାଦେବୀ ଚୌଧୁରୀ
  • ମିଶ୍ରିତ କୋରିୟଗ୍ରାଫୀ
    • ସାରିଆ
    • ୫ ପଦାର୍ଥ
    • ଇନ୍ଦ୍ରଧନୁ
    • ରୁଦ୍ର
    • ସତ୍ୟମ ଶିବମ ସୁନ୍ଦରମ
    • ଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଏନସିସି କ୍ୟାଡେଟ ମାନଙ୍କ ତରଫରୁ ଓଡ଼ିଶାର ନୃତ୍ୟ ପ୍ରଦର୍ଶନ[୪]

ନୃତ୍ୟ ଗୁରୁ ଭାବରେ ସମ୍ପାଦନା

ଶାଶ୍ୱତ ଲାସ୍ୟକଳା କେନ୍ଦ୍ରର ପ୍ରତିଷ୍ଠାତା । ଏହିଠାରେ ଅନେକ ଛାତ୍ର ଛାତ୍ରୀ ଓଡ଼ିଶୀ ଶିଖିଥାନ୍ତି ।[୫][୬]

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା