ଶାମଲଦାସ ଗାନ୍ଧୀ

ଭାରତୀୟ କାର୍ଯ୍ୟକର୍ତ୍ତା

ଶ୍ୟାମଳଦାସ ଗାନ୍ଧୀ (୧୮୯୭-୧୯୫୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏକି ଅରଜୀ ହୁକୁମତ ବା ଜୁନାଗଡ଼ ରାଜ୍ୟର ପୁରୁଧା ଥିଲେ ।

ଶ୍ୟାମଳଦାସ ଗାନ୍ଧୀ
ଫାଇଲ:SamaldasGandhiImage.jpg
BornDid not recognize date. Try slightly modifying the date in the first parameter.
ପୋରବନ୍ଦର ରାଜ୍ୟ
Died୧୯୫୩
ବମ୍ବେ ରାଜ୍ୟ
Spouseବିଜୟ ବେହେନ
Childrenପୁଷ୍ପା, କିଶୋର, ମଞ୍ଜରୀ, ହେମନ୍ତ
Parents
  • ଲକ୍ଷ୍ମୀଦାସ ବା କାଳିଦାସ କରମଚାନ୍ଦ ଗାନ୍ଧୀ (father)
  • ନନ୍ଦକନ୍ୱର (mother)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶ୍ୟାମଳ ଦାସ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ବଡ଼ ଭାଇ ଲକ୍ଷ୍ମୀଦାସ/କାଳିଦାସ କରମଚାନ୍ଦ ଗାନ୍ଧୀଙ୍କ ପୁଅ ଥିଲେ । ସେ ତାଙ୍କ ଦାଦ ମୋହନଦାସଙ୍କ ବଡ଼ ଅନୁଗାମୀ ଥିଲେ ।

ପ୍ରଥମେ ସେ ଜନ୍ମଭୂମି ନାମକ ଏକ ଗୁଜରାଟୀ ଖବର କାଗଜରେ କାମ କରୁଥିଲେ, ଯାହାକି ସନ୍ଧ୍ୟା ସମୟରେ ପ୍ରକାଶ ପାଉଥିଲା । ମାତ୍ର ପରେ କିଛି ମତପାର୍ଥକ୍ୟ ହେବାରୁସ ଏ ତାଙ୍କର ନିଜର ଖବର କାଗଜ ଛାପିବା ଆରମ୍ଭ କରିଥିଲେ, ଯାହକି ଥିଲା "ବନ୍ଦେ ମାତରମ୍" ।[୧]

ଜୁନାଗଡ଼କୁ ଭାରତରେ ମିଶେଇବା ସମ୍ପାଦନା

୧୯୪୭ ମସିହାରେ ଯେତେବେଳେ ଜୁନାଗଡ଼ର ନବାବ ତାଙ୍କ ରାଜ୍ୟକୁ ପାକିସ୍ତାନରେ ମିଶେଇବାକୁ ଚାହିଁଲେ, ସେତେବେଳେ ଶ୍ୟାମଳଦାସ ଭାରତରେ ମିଶିବା ପାଇଁ ଜୁନାଗଡ଼ର ଜନତାଙ୍କଦ୍ୱାରା ଗଠକ କରାଯାଇଥିବା ସଂଘର ନେତୃତ୍ୱ ନେଇଥିଲେ ଏବଂ ଭାରତରେ ମିଶିବା ପାଇଁ ଜନମତ ଏକାଠି କରିଥିଲେ ।

ଯେତେବେଳେ ଭାରତୀୟ ସୈନ୍ୟ ଜୁନାଗଡ଼ର ମଙ୍ଗ୍ରୋଲ୍ ଏବଂ ମାନବଦାର ଭଳି ସ୍ଥାନରେ ପ୍ରବେଶ କଲେ, ସେତେବେଳେ ନବାବଙ୍କ ଦେୱାନ ସାର୍ ଶାଃ ନବାବ ଭୁଟ୍ଟୋଙ୍କ ଆମନ୍ତ୍ରଣ କ୍ରମେ ଶ୍ୟାମଳଦାସଙ୍କ ଉପସ୍ଥିତିରେ ଜୁନାଗଡ଼ ଭାରତରେ ମିଶିଥିଲା ।

ସ୍ମୃତି ସମ୍ପାଦନା

ଆଜି ଜୁନାଗଡ଼ ଏବଂ ଗୁଜରାଟ ରାଜ୍ୟର ଜଣେ ବୀର ତଥା ଦେଶପ୍ରେମୀ ଭାବରେ ଶ୍ୟାମଳଦାସ ଗାନ୍ଧୀଙ୍କୁ ସମସ୍ତ ମନେ ରଖିଛ୍ନତି । ତାଙ୍କ ନାମରେ ଅନେକ ବିଦ୍ୟାଳୟ, ସର୍ବସାଧାରଣ ଭିତ୍ତିଭୂମି ଏବଂ ଡାକ୍ତରଖାନା ନିର୍ମାଣ କରାଯାଇଛି ।

ମୁମ୍ବାଇର ସ୍ମାରକୀ ପ୍ରିନ୍ସେସ୍ ଷ୍ଟ୍ରିଟ୍‌କୁ ଶ୍ୟାମଳଦାସ ଗାନ୍ଧୀ ମାର୍ଗ ନାମରେ ନାମିକ କରାଯାଇଛି ।[୨]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

 

  1. Kr̥ṣṇamūrti, Nāḍiga (1966). Indian journalism: origin, growth and development of Indian journalism from Asoka to Nehru (in ଇଂରାଜୀ). University of Mysore.
  2. "Junagadh town hall dedicated to Shamaldas Gandhi". Indian Express. 11 November 2009. Retrieved 15 September 2012.