ଶରତ କୁମାର ସାହୁ

ଓଡ଼ିଆ ଶିଳ୍ପଦ୍ୟୋଗୀ

ଶରତ କୁମାର ସାହୁ, ଜଣେ ଓଡ଼ିଆ ଶିଳ୍ପଦ୍ୟୋଗୀ । ସେ 'ରୁଚି ମସଲା'ର ଜନକ ଏବଂ 'ଓମ ତୈଳ ଓ ଅଟା କଳ'ର ପ୍ରତିଷ୍ଠାତା ।[୧]

ଶରତ କୁମାର ସାହୁ
Born (1950-07-22) ୨୨ ଜୁଲାଇ ୧୯୫୦ (ବୟସ ୭୩)
Known forରୁଚି ମସଲା
Parent(s)ବନମାଳି ସାହୁ, ମଇନା ଦେବୀ
Awardsସ୍ୱାଭିମାନ ସମ୍ମାନ(ଓଡ଼ିଶା ସରକାର)

ଶରତଙ୍କ ପରିବାର, ଏକଦା କଟକର ରାଣୀହାଟଠାରେ ଏକ ଛୋଟ ହୋଟେଲ କରି ଚଳୁଥିଲେ । ସୁସ୍ୱାଦୁ ଖାଦ୍ୟ ପରିବେଷଣ ପାଇଁ ଏହି ହୋଟେଲଟି ଜଣାଶୁଣା ଥିଲା । ୧୯୭୫ ମସିହାରେ ସରକାର କୌଣସି କାରଣ ବଶତଃ ଏହି ହୋଟେଲଟିକୁ ଭାଙ୍ଗି ଦେଇଥିଲେ । ସୁସ୍ୱାଦୁ ଖାଦ୍ୟ ପରଷିବାର ଶରତ ବାବୁଙ୍କ ଇଚ୍ଛା, ପରବର୍ତ୍ତୀ ସମୟର ରୁଚି ମସଲା ଉଦ୍ୟୋଗକୁ ବାଟ କଢେଇଥିଲା । ୧୯୭୬ ମସିହାରେ ମାତ୍ର ୫୦୦୦ଟଙ୍କାର ମୂଳଧନ ସହିତ, ସେ ଓମ ତୈଳ ଓ ଅଟା କଳ ପ୍ରତିଷ୍ଠା କରିଥିଲେ । କିଛି ସମୟପରେ, ସେ ଏହି କଳରୁ ମସଲା ଓ ସିମେଁଇ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ୧୯୭୮ ମସିହାରେ ବିଜୁ ବାବୁ, ଶରତ ବାବୁଙ୍କୁ ଏକ କର୍ମଶାଳାରେ ଯୋଗଦେବା ପାଇଁ, ଦକ୍ଷିଣ ଆଫ୍ରିକା ପଠାଇଥିଲେ । ସେଠାରୁ, ସେ ଫୁଡ଼ ପ୍ରୋସେସିଂ ବାବଦରେ କଳାକୌଶଳ ଶିକ୍ଷାଗ୍ରହଣ କରି, ନିଜ ବ୍ୟାପାରରେ ଲଗେଇଲେ ଓ ବହୁ ସଫଳତା ହାସଲ କରିଥିଲେ । ସେହି ଧାରା ଏବେ ମଧ୍ୟ ଅବ୍ୟାହତ ରହିଛି ଓ ଇଟାଲୀ ଏବଂ ଦକ୍ଷିଣ କୋରିଆରୁ କଳାକୌଶଳ ଆସି, କଟକ ଖପୁରିଆସ୍ଥିତ ତାଙ୍କ କାରଖାନାରେ ପାସ୍ତା ତିଆରିରେ ବ୍ୟବହାର କରାଯାଉଛି । ରୁଚି ମସଲା ଏବେ ରାଜ୍ୟ ଓ ଦେଶ ମଧ୍ୟରେ ଆବଦ୍ଧ ନରହି, ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି । [୨]

ଶରତ ପିଲାଦିନେ ଜଣେ କବାଡ଼ି ଖେଳାଳି ଥିଲେ ଓ ଓଡ଼ିଶା ଦଳର ଅଧିନାୟକ ମଧ୍ୟ ରହିଥିଲେ । ସେ ଓଡ଼ିଶା କବାଡ଼ି ସଂଘର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩] ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱମାନଙ୍କୁ ତାଙ୍କ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ 'ରୁଚି ପ୍ରତିଭା ସମ୍ମାନ'[୪] ପ୍ରଦାନ କରାଯାଇଥାଏ । [୫] ତାଙ୍କ ଜୀବନୀକୁ ନେଇ ଶରତ ଶତମ୍ ନାମରେ ଏକ ପୁସ୍ତକ ଲେଖାଯାଇଛି ।[୬]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ସ୍ୱାଭିମାନ ସମ୍ମାନ(ଓଡ଼ିଶା ସରକାର) - ୧୯୯୯
  • ବିଜୁ ପଟ୍ଟନାୟକ ମେମୋରିଆଲ ସମ୍ମାନ - ୨୦୦୦
  • ଶ୍ରେଷ୍ଠ ଶିଳ୍ପଦ୍ୟୋଗୀ ସମ୍ମାନ - ୨୦୦୧,୨୦୦୩,୨୦୦୪,୨୦୦୮
  • ଓଡ଼ିଶା ଲିଡରସିପ ଆବାର୍ଡ଼(ଟାଇମ୍ସ ଅଫ ଇଣ୍ଡିଆ) - ୨୦୦୮[୭]
  • ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆବାର୍ଡ଼ - ୨୦୧୩[୮]
  • ପ୍ରୟାସ ସମ୍ମାନ - ୨୦୧୪[୯]

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2015-03-16. Retrieved 2014-06-06. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2013-04-06. Retrieved 2014-06-06. {{cite web}}: Cite has empty unknown parameter: |1= (help)
  3. ସମ୍ବାଦ ୨୩/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୦. {{cite news}}: Missing or empty |title= (help)
  4. http://www.orissadiary.com/CurrentNews.asp?id=3628[permanent dead link]
  5. http://www.newindianexpress.com/states/odisha/article99827.ece?service=print[permanent dead link]
  6. "ଶରତ ଶତମ୍ ଲୋକାର୍ପିତ". No. ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬. ସମ୍ବାଦ. Retrieved 18 March 2019.[permanent dead link]
  7. http://www.4psbusinessandmarketing.com/31122009/storyd.asp?sid=3374&pageno=1[permanent dead link]
  8. http://orissadiary.com/printStory.asp?id=45528[permanent dead link]
  9. ପ୍ରମେୟ ୦୮/୧୦/୨୦୧୪ ପୃଷ୍ଠା ୫