ଶୈଲଙ୍ଗ

(ଶଇଲଙ୍ଗରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଶୈଲଙ୍ଗ
ଗାଁ
ଶୈଳେଶ୍ୱର ମନ୍ଦିର, ଶୈଲଙ୍ଗ
ଶୈଳେଶ୍ୱର ମନ୍ଦିର, ଶୈଲଙ୍ଗ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦୁଝର
ସବଡ଼ିଭିଜନଆନନ୍ଦପୁର
ପୌରପାଳିକାଆନନ୍ଦପୁର
ବ୍ଲକ/ତହସିଲଘସିପୁରା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୮ ୦୧୫
Area code+୦୬୭୩୧
ଯାନବାହାନ ପଞ୍ଚୀକରଣOR/୦୯

ଶୈଲଙ୍ଗ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡ଼ିଭିଜନରେ ଥିବା ଘସିପୁରା ବ୍ଲକ ଅନ୍ତର୍ଗତ ଗୋଟିଏ ଛୋଟିଆ ଗାଁ । ଏହି ଗ୍ରାମଟି ଆନନ୍ଦପୁରଠାରୁ ୫ କି.ମି., ଜିଲ୍ଲାର ସଦରମହକୁମା କେନ୍ଦୁଝରଠାରୁ ୮୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୧୬୦ କି.ମି. ଦୂରରେ ଅବସ୍ଥିତ ।

ଏହି ଗ୍ରାମର ପୂର୍ବରେ ଘସିପୁରା, ଦକ୍ଷିଣରେ କଇନିପୁରାଚଉମୁହିଁ ଏବଂ ପଶ୍ଚିମରେ ଭୋଳନୂଆଗାଁ ଆଦି ଗ୍ରାମ ଅବସ୍ଥିତ | ଏହି ଗ୍ରାମ ମଧ୍ୟ ଦେଇ ଜାତୀୟ ରାଜପଥ-୨୧୫ ଯାଇଅଛି । ସେଥିଯୋଗୁ ଗମନାଗମନ ପାଇଁ କୌଣସି ପ୍ରକାର ଅସୁବିଧା ନାହିଁ କହିଲେ ଚଳେ । ଏହି ଗ୍ରାମର ପ୍ରାୟ ସମସ୍ତ ଲୋକ ହିନ୍ଦୁ ସମ୍ପ୍ରଦାୟର । ଗ୍ରାମର ଅଧିକାଂଶ ଲୋକ ଚାଷବାସ ଉପରେ ନିର୍ଭର କରନ୍ତି । ସମ୍ପ୍ରତି ଗ୍ରାମର ଅଧିକାଂଶ ଯୁବକ ବିଭିନ୍ନ ପ୍ରକାର ବ୍ୟବସାୟରେ ନିଯୁକ୍ତ ଅଛନ୍ତି ।

ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଏବଂ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି । ଡାକବିଭାଗଦ୍ୱାରା ଏକ ଡାକଘର ମଧ୍ୟ ଏଠାରେ ସ୍ଥାପିତ ହୋଇଛି ।

ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶୈଲଙ୍ଗ

ଆକର୍ଷଣୀୟ ସ୍ଥାନ ସମ୍ପାଦନା

ଏହି ଗ୍ରାମଟି ମାଙ୍କଢାକେନ୍ଦା ନାମକ ଗୋଟିଏ ପାହାଡ/ହୁଡିର ପାଦଦେଶରେ ଅବସ୍ଥିତ । ଏହି ହୁଡିଟିର ଉଚ୍ଚତା ପାଖାପାଖି ୫୦୦ମି. ହେବ । ଭୂତାତ୍ତ୍ୱିକ ମତରେ ଏହି ହୁଡିଟି ଗୋଟିଏ ଆଗ୍ନେୟ ଡାଇକ । ଏହି ହୁଡିଟିର ଶିଳାସମୂହ ମୁଖ୍ୟତଃ ଗ୍ରାନାଇଟ ଏବଂ ଡୋଲେରାଇଟ । ହୁଡିଟିର ଅବସ୍ଥିତି, ଗ୍ରାମର ଶୋଭାକୁ ଦ୍ୱିଗୁଣିତ କରିଥାଏ ।

ବାୟାବାବା ମଠ ସମ୍ପାଦନା

ଏହା ମାଙ୍କଡାକେନ୍ଦା ହୁଡି ଉପରେ ଥିବା ଏକ ଅତି ଶୋଭନୀୟ ମଠ । ଏହି ମଠରେ ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା' ଶ୍ରୀବନଦୂର୍ଗାଙ୍କର ଦୁଇଟି ଅତି ସୁନ୍ଦର ମନ୍ଦିର ରହିଛି । ବାୟାବାବା ନାମକ ଜଣେ ସିଦ୍ଧ ସନ୍ୟାସୀ ଏହି ମଠଟିର ପ୍ରତିଷ୍ଠା କରିଥିଲେ । ତାଙ୍କରି ନାମ ଅନୁସାରେ ଏହା ବାୟାବାବା ମଠ ଭାବରେ ସଂପୂର୍ଣ୍ଣ ଅଞ୍ଚଳରେ ଖ୍ୟାତ । ଏହି ମଠ ପରିସରରେ ଥିବା ଏକ ଅନ୍ଧକାରମୟ ଗୁମ୍ଫା ମଧ୍ୟରେ ବାୟାବାବା ତପସ୍ୟା କରୁଥିଲେ ବୋଲି ଲୋକମୁଖରେ ଶୁଣାଯାଏ । ଏହି ମଠରେ ଥିବା ମନ୍ଦିରରେ ପ୍ରତିଦିନ ଆଳତୀ ହୁଏ ।

ବିଶାଳ ବିଶାଳ ଶିଳାଖଣ୍ଡଘେରା ଏହି ସ୍ଥାନଟି ସେ ଅଞ୍ଚଳର ଗୋଟିଏ ଅତ୍ୟନ୍ତ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରତିଦିନ ଏଠାକୁ ଶହଶହ ସଂଖ୍ୟାରେ ଲୋକ ବୁଲିବାକୁ ଆସନ୍ତି । ପ୍ରତିବର୍ଷ ବଡଦିନ ଏବଂ ନୂଆବର୍ଷ ସମୟରେ ବଣଭୋଜି କରିବାକୁ ଏଠାରେ ପ୍ରବଳ ଜନସମାଗମ ହୁଏ ।

ହନୁମାନ ମନ୍ଦିର ସମ୍ପାଦନା

ଭଗବାନ ଶ୍ରୀରାମଙ୍କର ଏକନିଷ୍ଠ ସେବକ, ଭକ୍ତଶ୍ରେଷ୍ଠ ହନୁମାନଙ୍କର ଏହି ମନ୍ଦିର ଗ୍ରାମର ଏକ ମୂଖ୍ୟ ସ୍ଥାନ । ଏହି ମନ୍ଦିରରେ ପ୍ରତିବର୍ଷ ପ୍ରଭୁ ଶ୍ରୀରାମ ଏବଂ ହନୁମାନଙ୍କର ଅନେକ ପର୍ବପର୍ବାଣି ପାଳନ କରାଯାଏ । ମନ୍ଦିର ପାର୍ଶ୍ୱରେ ଥିବା ପାଲା ମଣ୍ଡପରେ ପ୍ରତିବର୍ଷ ଫେବୃୟାରୀ-ମାର୍ଚ୍ଚ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନିମନ୍ତ୍ରିତ ହୋଇ ଆସିଥିବା ପ୍ରବୀଣ ଗାୟକମାନଙ୍କ ମଧ୍ୟରେ ବାଦୀ-ପାଲା ଅନୁଷ୍ଠିତ ହୁଏ ।

ଶିବ ମନ୍ଦିର ସମ୍ପାଦନା

ଭଗବାନ ଶିବଙ୍କର ଏହି ମନ୍ଦିରଟି ଗ୍ରାମର ମଧ୍ୟଭାଗରେ ଅବସ୍ଥିତ । ନୂତନ ଭାବରେ ନିର୍ମିତ ଏହି ମନ୍ଦିରଟିର ଶୋଭା ଖୁବ ରମଣୀୟ ।

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା