ଲକ୍ଷ୍ମୀଧର ନାୟକ

ଓଡ଼ିଆ ସାହିତ୍ୟିକ

ଲକ୍ଷ୍ମୀଧର ନାୟକ(୧୯୧୩-୨୦୦୪) ଜଣେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ଗଳ୍ପ, ଉପନ୍ୟାସ, କବିତା, ନାଟକ ଭଳି ଓଡ଼ିଆ ସାହିତ୍ୟର ପାରମ୍ପାରିକ ବିଭାଗ ବ୍ୟତିତ, ଗୀତ ଓ ଗଜଲ ଲିଖନରେ ମଧ୍ୟ ସେ ଦକ୍ଷ ଥିଲେ ।[୨]

ଲକ୍ଷ୍ମୀଧର ନାୟକ
ଜନ୍ମ ଓ ଜନ୍ମସ୍ଥାନ୧୯୧୩
ମୃତ୍ୟୁ୧୮ ଜାନୁଆରୀ ୨୦୦୪
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସନ୍ତାନବିନୋଦ ନାୟକ

ଜୀବନୀସମ୍ପାଦନ କରନ୍ତୁ

ଲକ୍ଷ୍ମୀଧର, ୧୯୧୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୩] ପିତା, ଟାଟା ଇସ୍ପାତ କାରଖାନାରେ ଜଣେ କେମିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ । ସେଥି ଯୋଗୁ ଜାମସେଦପୁରଠାରେ ତାଙ୍କର ପିଲାବେଳ କଟିଥିଲା । ସ୍କୁଲ ସମୟରୁ ସେ ଗୀତ, କବିତା ରଚନା ସହ ବଂଶୀ ଓ ହାରମୋନିୟମ ବଜେଇ ପାରୁଥିଲେ । ସ୍କୁଲ ମାଗାଜିନ ମଧ୍ୟ ସମ୍ପାଦନା କରୁଥିଲେ । ପଣ୍ଡିତ ବିଶ୍ୱନାଥ ମିଶ୍ର ଜାମସେଦପୁରଠାରେ ତାଙ୍କର ଓଡ଼ିଆ ଶିକ୍ଷକ ଥିଲେ ।

୧୯୩୬-୩୭ ମସିହା ବେଳକୁ ସେ ମଧ୍ୟ ଟାଟା ଇସ୍ପାତ କାରଖାନାରେ ଚାକିରି କରିବା ଆରମ୍ଭ କରି ସାରିଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ବିରହିଣୀ ନାମକ ଏକ କବିତା ଲେଖି "ଗଞ୍ଜାମ କବି ସମ୍ମେଳନୀ"ରେ "କୃପାସିନ୍ଧୁ ପଟ୍ଟଦେବ" ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଏ ପୁରସ୍କାର ତାଙ୍କୁ ଓଡ଼ିଶାରେ ପରିଚିତି ଆଣି ଦେଇଥିଲା । ୧୯୩୪ ମସିହାରେ ସେ ବିଚ୍ଛିନ୍ନାଞ୍ଚଳ ଲୋକଙ୍କୁ ଏକତ୍ରିତ କରିବା ପାଇଁ "ସିଂହଭୂମୀ ଓଡ଼ିଆ ସାହିତ୍ୟ ସମାଜ" ଗଠନ କରିଥିଲେ ଓ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ଆଶା ଓ ସ୍ୱପ୍ନକୁ ଲୋକଲୋଚନକୁ ଆଣିବା ପାଇଁ ବିଚ୍ଛିନ୍ନ ପତ୍ରିକା ଆରମ୍ଭ କରିଥିଲେ । ବିଚ୍ଛିନ୍ନରେ ମଜଦୂର ନାମକ ଏକ କବିତା ପ୍ରକାଶ ପାଇଥିବାରୁ ସେ କାରଖାନା ମାଲିକଙ୍କର ରୋଷର ଶିକାର ହୋଇଥିଲେ ଓ ତାଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପଡିଥିଲା । ୧୯୩୪-୫୪ ପର୍ଯ୍ୟନ୍ତ ସେ ଜାମସେଦପୁରଠାରେ ରହି ସାହିତ୍ୟ ରଚନା କରିଚାଲିଥିଲେ । ୧୯୫୪ରେ ସେ ରାଉରକେଲା ଚାଲି ଯାଇଥିଲେ । ସେଠାରେ ମଧ୍ୟ ତାଙ୍କର ସାହିତ୍ୟ ସାଧନା ଜାରୀ ରହିଥିଲା । ୧୯୬୨ ମସିହାରେ ରାଉରକେଲାଠାରେ ସେ "ରାଉରକେଲା ସାଂସ୍କୃତିକ ପରିଷଦ" ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ । "ରୂପଶ୍ରୀ ଥିଏଟର" ଓ "ଭାରତୀ ନାଟ୍ୟ ମନ୍ଦିର" ଗଠନ କରି ସେ ନାଟକ ଓ ଚଳଚ୍ଚିତ୍ର ଆଦିକୁ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିଥିଲେ । ୧୯୬୭ରେ ସେ ରାଉରକେଲା ଛାଡି, ଜଟଣିକୁ ଚାଲି ଆସିଥିଲେ ଓ ୧୯୯୮ ପର୍ଯ୍ୟନ୍ତ ସେଠାରେ ଲେଖାଲେଖି କରୁଥିଲେ । ୧୯୯୮ ମସିହାରେ ସେ ଆଲଜିମର ରୋଗରେ ଆକ୍ରାନ୍ତ ହୋଇଥିଲେ । ୨୦୦୦ ମସିହାରେ ସେ ଦିଲ୍ଲୀରେ ରହୁଥିବା ସାନ ପୁଅ ପାଖକୁ ଚାଲି ଯାଇଥିଲେ । ୨୦୦୪ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

ରଚନାବଳୀସମ୍ପାଦନ କରନ୍ତୁ

ଲକ୍ଷ୍ମୀଧର ପ୍ରାୟ ୨୫ଟି ଉପନ୍ୟାସ, ୩ଟି ନାଟକ, ୬ଟି କବିତା ସଂକଳନ, ୫ଟି କ୍ଷୁଦ୍ରଗଳ୍ପ ସଂକଳନ ଓ ୩ଟି ପ୍ରବନ୍ଧ ସଂକଳନ ରଚନା କରିଥିଲେ । ଆମେରିକାରେ ଥିବା ସମୟରେ ସେ "ଉସ୍ତାଦ ଗୁଲାମ ଅଲ୍ଲୀ"ଙ୍କୁ ଶୁଣି ଗଜଲ ଲେଖିବାକୁ ଆଗଭର ହୋଇଥିଲେ । ଗଜଲ ସେତେବେଳେ ଓଡ଼ିଆ ସାହିତ୍ୟରେ ନୂଆ ଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ସେ ମିର୍ଜା ଗାଲିବଙ୍କ ଗଜଲକୁ ଓଡ଼ିଆରେ ଅନୁବାଦ କରିଥିଲେ ।[୪]

ଉପନ୍ୟାସସମ୍ପାଦନ କରନ୍ତୁ

  • ରକ୍ତଝରା ଭୋର
  • ହା’ରେ ଦୁର୍ଭାଗା ଦେଶ
  • ଉଦ୍‌ଭ୍ରାନ୍ତ
  • ମୋ ସ୍ୱପ୍ନର ସହର

ନାଟକସମ୍ପାଦନ କରନ୍ତୁ

  • ଲାଲ୍‌ ଚାବୁକ୍‌
  • ଧର୍ମପତ୍ନୀ[୫]

କବିତାସମ୍ପାଦନ କରନ୍ତୁ

  • ସେ
  • ଖୋଲା ଝରକା

ଗଜଲସମ୍ପାଦନ କରନ୍ତୁ

  • ଗଜଲ ଝରଣା

ସମ୍ପାଦନାସମ୍ପାଦନ କରନ୍ତୁ

  • ସାଥୀ (ପୁସ୍ତକ)
  • ଦିପ୍ତୀ (ପୁସ୍ତକ)
  • ଆଲୋକ (ପତ୍ରିକା)
  • ବିଚ୍ଛିନ୍ନ (ପତ୍ରିକା)
  • ଚିତ୍ର ଲେଖା (ପତ୍ରିକା)
  • ନବ ପତ୍ର (ପତ୍ରିକା)
  • ରାଉରକେଲା ପୋଷ୍ଟ (ସମ୍ବାଦ ପତ୍ର)
  • ଆଜିର ଡାକ (ସମ୍ବାଦ ପତ୍ର)

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୧୯୯୭[୬]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୦ (ମୋ ସ୍ୱପ୍ନର ସହର)
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[୭]

ଆଧାରସମ୍ପାଦନ କରନ୍ତୁ

  1. http://odisha.gov.in/e-magazine/orissaannualreference/ORA-2004/pdf/eminent_literacy_luminaries_of_orissa.pdf
  2. The Indian P.E.N. P.E.N. All-India Centre. 1991.
  3. Jatindra Mohan Mohanty (1989). Into another intensity: essays on Oriya literature. Post-Graduate Dept. of English, Utkal University.
  4. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 123–. ISBN 978-81-260-2060-7.
  5. http://www.odiasahitya.com/members/memberprofile/?member=nayaklaxmidhar
  6. http://orissadiary.com/CurrentNews.asp?id=42444
  7. ଓଡ଼ିଶା ସୋସାଇଟି ଅଫ ଆମେରିକାର ବାର୍ଷିକ ପତ୍ରିକା ୨୦୦୪