ରୋହି

ମାଛର ଏକ ପ୍ରଜାତି
(ରୋହୀରୁ ଲେଉଟି ଆସିଛି)

ରୋହି କିମ୍ବା ରୋହୋ ଲାବିଓ (Labeo rohita) ପୋହଳା ମାଛ ପରିବାରର ଏକ ପ୍ରଜାତିର ମାଛ । ଏହା ଦକ୍ଷିଣ ଏସିଆର ନଦନଦୀରେ ମିଳିଥାଏ । ଏହା ଉଭୟ ଉଦ୍ଭିଦ ଏବଂ ପ୍ରାଣୀ ଭକ୍ଷଣ କରିଥାଏ । ମାଛ ଚାଷରେ ଏହା ପ୍ରଚୁର ପରିମାଣରେ ଉତ୍ପାଦନ କରାଯାଇଥାଏ ।

ରୋହି
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
Class: Actinopterygii
Order: Cypriniformes
Family: Cyprinidae
Subfamily: Labeoninae
Genus: Labeo
ଜାତି: L. rohita
ବାଇନୋମିଆଲ ନାମ
Labeo rohita
Synonyms
  • Cyprinus rohita Hamilton, 1822
Rohu
Scientific classification edit
Kingdom: Animalia
Phylum: Chordata
Class: Actinopterygii
Order: Cypriniformes
Family: Cyprinidae
Subfamily: Labeoninae
Genus: Labeo
Species:
L. rohita
Binomial name
Labeo rohita

Synonyms
  • Cyprinus rohita Hamilton, 1822

ବର୍ଣ୍ଣନା

ସମ୍ପାଦନା

ରୋହି ହେଉଛି ଏକ ବଡ଼, ରୂପା ରଙ୍ଗର ମାଛ, ଏକ ଚିତ୍ରିତ ମୁଣ୍ଡ ସହିତ, ସାଧାରଣ ପୋହଳା ମାଛ ଆକୃତିର ଅଟେ । ବୟସ୍କମାନେ ସର୍ବାଧିକ 45 kg (99 lb) ଓଜନରେ ପହଞ୍ଚିପାରିବେ ଏବଂ ସର୍ବାଧିକ ଲମ୍ବ 2 m (6.6 ft), କିନ୍ତୁ ହାରାହାରି Page ଛାଞ୍ଚ:Fraction/styles.css has no content.12 m (1.6 ft) ହୋଇଥାନ୍ତି ।[ଆଧାର ଲୋଡ଼ା]

ବଣ୍ଟନ ଏବଂ ବାସସ୍ଥାନ

ସମ୍ପାଦନା

ରୋହି ଉତ୍ତର ଏବଂ କେନ୍ଦ୍ରୀୟ ଏବଂ ପୂର୍ବ ଭାରତର ବହୁତ ସାରା ନଦୀରେ ଦେଖିବାକୁ ମିଳେ । ଏହାଛଡ଼ା ପାକିସ୍ଥାନ, ବାଙ୍ଗ୍ଳାଦେଶ, ନେପାଳ, ମ୍ୟାନମାରଶ୍ରୀଲଙ୍କାର ନଦୀଗୁଡ଼ିକରେ ମଧ୍ୟ ଏହି ମାଛ ଦେଖିବାକୁ ମିଳେ ।[]

ଇକୋଲୋଜି

ସମ୍ପାଦନା

ରୋହି ଉଦ୍ଭିଦ ଏବଂ ପ୍ରାଣୀ ସବୁକିଛି ଖାଇଥାଏ, ଏହାର ବିଭିନ୍ନ ଜୀବନ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ଖାଦ୍ୟ ପସନ୍ଦ କରିଥାଏ । ଏହାର ଜୀବନଚକ୍ରର ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହା ମୁଖ୍ୟତ ଜୁପ୍ଲ୍ୟାକଟନ୍ ଖାଏ, କିନ୍ତୁ ଏହା ବଢ଼ିବା ସହିତ ଅଧିକରୁ ଅଧିକ ଫାଇଟୋପ୍ଲାକ୍ଟନ୍ ଖାଏ ।

ରୋହି ଦୁଇରୁ ପାଞ୍ଚ ବର୍ଷ ବୟସ ମଧ୍ୟରେ ଯୌନ ପରିପକ୍ୱତା ପ୍ରାପ୍ତ କରେ । ସେମାନେ ସାଧାରଣତଃ ମୌସୁମୀ ଋତୁରେ ବନ୍ୟାଜଳ ପ୍ରବାହିତ ନଦୀର ମଧ୍ୟଭାଗକୁ ଚାଲିଆସନ୍ତି । ରୋହିର ଏହି ପ୍ରଜନନ ଗତିବିଧି ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ସହିତ ମେଳ ଖାଏ । ନଦୀରୁ ଜାଆଁଳ ସଂଗ୍ରହ କରାଯାଇ ପାଣିଟାଙ୍କି ଏବଂ ହ୍ରଦରେ ପାଳିତ ହୋଇପାରେ ।[]

ରୋହି ଦକ୍ଷିଣ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଜଳଚର ମଧୁର ଜଳ ପ୍ରଜାତି । ଯେତେବେଳେ ଚାଷ ହୁଏ, ଏହା ହ୍ରଦ ପରିବେଶରେ ପ୍ରଜନନ କରେ ନାହିଁ, ତେଣୁ ପ୍ରବର୍ତ୍ତିତ ପ୍ରଜନନ ଆବଶ୍ୟକ କରିଥାଏ ।[] ରୋହିକୁ ଏକ ଖେଳ ମାଛ ଭାବରେ ମଧ୍ୟ ସମ୍ମାନିତ କରାଯାଏ ।[]

 
ବାଂଲାଦେଶର ଏକ ରୋହି ମାଛ ଭଜା

ବାଂଲାଦେଶ, ନେପାଳ, ପାକିସ୍ଥାନ ଏବଂ ଭାରତୀୟ ତ୍ରିପୁରା, ନାଗାଲାଣ୍ଡ, ବିହାର, ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ରୋହି ସାଧାରଣତଃ ଖାଆନ୍ତି। ଭଜା ମାଛ ପାଇଁ ଏକ ରନ୍ଧନ ପ୍ରଣାଳୀ ମନଷୋଳଶା (Manasollasa) ଦର୍ଶାଯାଇଥିବା କୁହାଯାଇଛି, ଏହା ଏକ ୧୨ଶ ଶତାବ୍ଦୀରେ ସୋମେଶ୍ୱର-୩ୟଙ୍କଦ୍ୱାରା ସଙ୍କଳିତ ଏକ ସଂସ୍କୃତ ଜ୍ଞାନକୋଷ, ଯିଏ କି ବର୍ତ୍ତମାନର କର୍ଣ୍ଣାଟକରେ ଶାସନ କରୁଥିଲେ । ଏହି ରାନ୍ଧଣାରେ, ମାଛ କାତି ଛଡ଼ାଇବାପରେ ହେଙ୍ଗୁ ଏବଂ ଲୁଣରେ ଭିଜେଇ (ମାରିନେଟ୍) ହୋଇଥାଏ । ଏହା ପରେ ଭଜା ହେବା ପୂର୍ବରୁ ହଳଦୀ ମିଶ୍ରିତ ପାଣିରେ ବୁଡ଼ାଇ ଦିଆଯାଏ ।[]

ଆହୁରି ଦେଖନ୍ତୁ

ସମ୍ପାଦନା
  1. ୧.୦ ୧.୧ ୧.୨ ୧.୩ Dahanukar, N. (2010). "Labeo rohita". 2010: e.T166619A6248771. doi:10.2305/IUCN.UK.2010-4.RLTS.T166619A6248771.en. {{cite journal}}: Cite journal requires |journal= (help) ଆଧାର ଭୁଲ: Invalid <ref> tag; name "iucn" defined multiple times with different content
  2. Froese, Rainer and Pauly, Daniel, eds. (2013). "Labeo rohita" in FishBase. May 2013 version.
  3. de Graaf, G.; Latif, A. (2002). "Development of freshwater fish farming and poverty alleviation - A case study from Bangladesh" (PDF). Aquaculture Asia. 7 (2): 5. Archived from the original (PDF) on 2012-03-18. Retrieved 2020-08-09.
  4. K.T. Achaya (2003). The Story of Our Food. Universities Press. p. 85. ISBN 978-81-7371-293-7.