ରୁଟି ବା ରୋଟି ଭାରତୀୟ ଉପମହାଦ୍ଵୀପର ସାଧାରଣ ଖାଦ୍ୟ ଯାହା ନିଆଁରେ ସେକି ପ୍ରସ୍ତୁତ କରାଯାଏ । ଏହା ଅଟା ଏବଂ ପାଣିର ମିଶ୍ରଣକୁ ଚକଟି ଏବଂ ସେଥିରୁ ତିଆରି ହୋଇଥିବା ଅଟାଗୁଳାକୁ ବେଲି ଆଉ ନିଆଁରେ ସେକି ତିଆରି କରାଯାଏ ।

ରୁଟି
ରୁଟି
ଆରମ୍ଭ
ଅଲଗା ନାଆଁଫୁଲ୍‌କା
ଅଞ୍ଚଳଭାରତୀୟ ଉପମହାଦ୍ଵୀପ
ଖାଇବାର ସବିଶେଷ
ମୂଳ ଉପାଦାନଅଟା, ପାଣି
ବଦଳପରଟା, ଚପାତି

ରୋଟି ତିଆରି ପାଇଁ ସାଧାରଣତଃ ଗହମ ଅଟା ବ୍ୟବହାର କରାଯାଏ, କିନ୍ତୁ ଭାରତର ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଧାନ୍ୟ ଯେପରିକି ମକା, ଯଅ, ଚଣା, ବାଜରା ଇତ୍ୟାଦି ମଧ୍ୟ ରୋଟି ତିଆରି କରିବାରେ ବ୍ୟବହାର କରାଯାଏ । ରୋଟିରେ କ୍ୟାଲୋରି ପରିମାଣ ଅଧିକ ରହିଥାଏ ।

ଭାରତର ବିଭିନ୍ନ ଅଞ୍ଚଳରେ ରୋଟି ପାଇଁ ବିଭିନ୍ନ ହିନ୍ଦୀ ନାମ ପ୍ରଚଳିତ ଅଛି, ସେମାନଙ୍କ ମଧ୍ୟରୁ ମୁଖ୍ୟ ହେଉଛି –

  • ଫୁଲକା
  • ଚପାତି
  • ରୋଟଲି
  • ଭାଖରୀ
  • ଟିକଡ଼େ କିମ୍ବା ଟିକ୍କଡ଼
ଶବ୍ଦ ବ୍ୟୁତ୍ପତ୍ତି
ସମ୍ପାଦନା

'ରୋଟି' ଶବ୍ଦର ଉତ୍ପତ୍ତି ସଂସ୍କୃତ ଶବ୍ଦ 'ରୋଟିକା' ରୁ ହୋଇଛି । ରୋଟି ଶବ୍ଦର ଉଲ୍ଲେଖ ପଞ୍ଚଦଶ ଶତାବ୍ଦୀର ହିନ୍ଦୁ ଭକ୍ତି ପରମ୍ପରାର ମହାନ ସନ୍ଥ ଭକ୍ତ ସୂରଦାସଙ୍କ ଦ୍ଵାରା ରଚିତ 'ସୂରସାଗର' ଗ୍ରନ୍ଥରେ ମିଳିଥାଏ। ଉଦାହରଣ ସ୍ୱରୂପ ଏକ ପଦ –

सरस कनिक बेसन मिलै, रुचि रोटी पोई।।

प्रेम सहित परुसन लगी, हलधर की माता।[]

ସରସ କନିକ ବେସନ ମିଲେ, ରୁଚି ରୋଟି ପୋଇ ।।

ପ୍ରେମ ସହିତ ପରୁସନ ଲଗି, ହଳଧରକି ମାତା।

ଭକ୍ତ ସୂରଦାସ ଜୀ

  1. Verma, Dr Shyam Bahadur (2010-01-01). Prabhat Brihat Hindi Shabdakosh (vol-2): Bestseller Book by Dr Shyam Bahadur Verma: Prabhat Brihat Hindi Shabdakosh (in ହିନ୍ଦୀ). Prabhat Prakashan. ISBN 978-81-7315-770-7.