ରାଜୁ ଶ୍ରୀବାସ୍ତବ

ଭାରତୀୟ ଅଭିନେତା

 

ରାଜୁ ଶ୍ରୀବାସ୍ତବ
୨୦୧୨ ମସିହାରେ ଏକ କାର୍ଯ୍ୟକ୍ରମରେ ରାଜୁ ଶ୍ରୀବାସ୍ତବ
Born
ସତ୍ୟ ପ୍ରକାଶ ଶ୍ରୀବାସ୍ତବ

(1963-12-25)୨୫ ଡିସେମ୍ବର ୧୯୬୩
Died୨୧ ସେପ୍ଟେମ୍ବର ୨୦୨୨(2022-09-21) (ବୟସ ୫୮)
Spouseଶିଖା ଶ୍ରୀବାସ୍ତବ

ସତ୍ୟ ପ୍ରକାଶ ଶ୍ରୀବାସ୍ତବ (୨୫ ଡିସେମ୍ବର ୧୯୬୩ - ୨୧ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ରାଜୁ ଶ୍ରୀବାସ୍ତବ ଭାବରେ ବୃତ୍ତିଗତ ଭାବରେ ଜଣାଶୁଣା ଥିଲେ । ସେ ଗଜୋଧର ନାମରେ ମଧ୍ୟ ଅନେକ ହାସ୍ୟାତ୍ମକ କାର୍ଯ୍ୟକ୍ରମ କରିଥିଲେ ।[୧] ସେ ଅଭିନେତା ଭାବରେ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଜରିଆରେ ଲୋକପ୍ରିୟତା ପାଇଥିଲେ ମଧ୍ୟ ଏଥିରେ ବିଜୟୀ ହୋଇପାରିନଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ସେହିଭଳି ଅନ୍ୟ ଏକ କାର୍ଯ୍ୟକ୍ରମ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ - ଚାମ୍ପିଅନ୍ସରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ "ଦି କମେଡ଼ି କିଙ୍ଗ୍" ଭାବରେ ବିଜୟୀ ହୋଇଥିଲେ ।[୨]

ସେ ଭାରତୀୟ ରିଆଲିଟି ଶୋ ବିଗ୍‌ବସ୍‌ର ୩ୟ ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପାଖାପାଖି ୨ ମାସରୁ ଅଧିକ ସମୟ ଧରି ଏହି କାର୍ଯ୍ୟକ୍ରମରେ ରହିବା ପରେ ୪ ଡିସେମ୍ବର ୨୦୦୯ରେ ସେ ଏଥିରୁ ବିଦାୟ ନେଇଥିଲେ ।[୩] ପରବର୍ତ୍ତୀ ସମୟରେ ସେ ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ କମେଡି କା ମହା ମୁକାବାଲାରେ ଭାଗ ନେଇଥିଲେ ।[୪]

ଅଭିନୟ ଜୀବନ ସମ୍ପାଦନା

ରାଜୁ ଆରମ୍ଭରୁ ହିନ୍ଦୀ କଥାଚିତ୍ର ଜଗତରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ମୈନେ ପ୍ୟାର୍ କିୟା ତଥା ବାଜିଗର, ବମ୍ବେ ଟୁ ଗୋଆ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଆମଦାନି ଆଠନ୍ନି ଖାର୍ଚ୍ଚା ରୂପାୟାରେ ଜଣେ ହାସ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଥିଲେ ।[୫]

୨୦୧୩–୨୦୨୨ ସମ୍ପାଦନା

୨୦୧୩ ମସିହାରେ ରାଜୁ ତାଙ୍କ ପତ୍ନୀଙ୍କ ସହିତ ଷ୍ଟାର୍‌ ପ୍ଲସ୍‌ର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ନାଚ୍ ବଲିୟେର ୬ଷ୍ଠ ସଂସ୍କରଣରେ ଭାଗ ନେଇଥିଲେ । ଏଥି ସହିତ କଲର୍ସ ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ ହାସ୍ୟଭିତ୍ତିକ କାର୍ଯ୍ୟକ୍ରମ କମେଡ଼ି ନାଇଟ୍‌ସ୍ ଉଇଥ୍ କପିଲ୍‌ରେ ମଧ୍ୟ ଅଭିନୟ କରିଥିଲେ । ଏହାପରେ ସେ ଲାଇଫ୍ ଓକେ ଟିଭିରେ ପ୍ରସାରିତ ହୋଇଥିବା ଅନ୍ୟ ଏକ ହାସ୍ୟାତ୍ମକ କାର୍ଯ୍ୟକ୍ରମ ମଜାକ୍ ମଜାକ୍ ମେଁରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବିଚାରକ ଭାବରେ ଭାରତୀୟ କ୍ରିକେଟ୍ ଖେଳାଳୀ ହରଭଜନ ସିଂହପାକିସ୍ତାନୀ କ୍ରିକେଟ୍ ଖେଳାଳୀ ସୋହେବ ଅଖତାର କାର୍ଯ୍ୟ କରିଥିଲେ ।[୬]

ରାଜନୈତିକ ଜୀବନ ସମ୍ପାଦନା

୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ସମୟରେ ରାଜୁସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବରେ କାନପୁରରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରଚାର କରୁଥିଲେ,[୭] ମାତ୍ର ୧୧ ମାର୍ଚ୍ଚ ୨୦୧୪ରେ ସ୍ଥାନୀୟ ସମର୍ଥନ ନମିଳିବାରୁ ସେ ସେହି ଟିକେଟ୍ ଫେରସ୍ତ କରିଦେଇଥିଲେ ।[୮][୯] ଏହା ପରେ ୧୯ ମାର୍ଚ୍ଚ ୨୦୧୪ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୧୦][୧୧][୧୨]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ଅଂଶଗ୍ରହଣ କରିବାକୁ ମନୋନୀତ କରିଥିଲେ।[୧୩] ସେବେଠାରୁ ସେ ବିଭିନ୍ନ ସହରରେ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରି ଆସୁଥିଲେ। ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ସେ ବିଭିନ୍ନ ଗୀତ ମଧ୍ୟ ପ୍ରସ୍ତୁତ କରିଥିଲେ । ସେ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଭିନ୍ନ ଟିଭି ବିଜ୍ଞାପନ ଏବଂ ସାମାଜିକ ସେବା ବାର୍ତ୍ତା ଭିଡିଓ ମଧ୍ୟ ସୁଟିଂ କରିଥିଲେ ।[୧୪]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ରାଜୁ ଶ୍ରୀବାସ୍ତବ ୧ ଜୁଲାଇ ୧୯୯୩ରେ ଶିଖାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି; ଅନ୍ତରା ଓ ଆୟୂଷମାନ ।[୧୫] ୨୦୧୦ ମସିହାରେ ତାଙ୍କୁ ପାକିସ୍ତାନରୁ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା, ଯେଉଁଥିରେ ତାଙ୍କ କାର୍ଯ୍ୟକ୍ରମରେ ତାଙ୍କୁ ପାକିସ୍ତାନ କିମ୍ବା ଦାଉଦ୍ ଇବ୍ରାହିମ୍ ଉପରେ କୌଣସି ପ୍ରକାର ବ୍ୟଙ୍ଗ ନକରିବାକୁ ଧମକ ଦିଆଯାଇଥିଲା ।[୧୬]

ମୃତ୍ୟୁ ସମ୍ପାଦନା

ସେ ୧୦ ଅଗଷ୍ଟ ୨୦୨୨ରେ ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ହୃଦଘାତରେ ପୀଡ଼ିତ ହୋଇଥିଲେ।[୧୭] ସେ ଆଞ୍ଜିଓପ୍ଲାଷ୍ଟିରେ ଶୀକାର ହୋଇଥିଲେ ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।[୧୮] ତାଙ୍କର ଚିକିତ୍ସା ସମୟରେ ତାଙ୍କ ମସ୍ତିଷ୍କରେ ଫୁଲା ଦେଖାଯାଇଥିଲା ଏବଂ ସେ ସ୍ନାୟୁବିଜ୍ଞାନୀମାନଙ୍କଦ୍ୱାରା ମଧ୍ୟ ଚିକିତ୍ସିତ ହୋଇଥିଲେ।[୧୯] ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ।[୨୦] ୨୧ ସେପ୍ଟେମ୍ବର ୨୦୨୨ରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।[୨୧][୨୨]

ଅଭିନୀତ କଥାଚିତ୍ର ଓ ଦୂରଦର୍ଶନ କାର୍ଯ୍ୟକ୍ରମ ସମ୍ପାଦନା

ଚଳଚ୍ଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୮୮ ତେଜାବ
୧୯୮୯ ମୈନେ ପ୍ୟାର୍ କିଆ ଟ୍ରକ୍ ହେଲ୍‌ପର୍
୧୯୯୩ ବାଜିଗର କଲେଜ ଛାତ୍ର
ଶ୍ରୀ ଆଜାଦ୍
୧୯୯୪ ଅଭୟ
୨୦୦୧ ଅମଦାନୀ ଆଠନ୍ନି ଖାର୍ଚ୍ଚା ରୂପାୟା ବାବା ଚିନ୍ ଚିନ୍ ଚୋ
୨୦୦୨ ୱା! ତେରା କ୍ୟା କେହନା ବାନେ ଖାନଙ୍କ ସହକାରୀ
୨୦୦୩ ମେଁ ପ୍ରେମ୍ କି ଦିୱାନି ହୁଁ ଶମ୍ଭୁ, ସଞ୍ଜନାଙ୍କ ଚାକର
୨୦୦୬ ବିଦ୍ୟା: ଦ ପାୱାର୍ ଅଫ୍ ଷ୍ଟୁଡେଣ୍ଟ ଇନ୍ସପେକ୍ଟର ଜେକେ
୨୦୦୭ ଜାହାଁ ଜାୟେଗା ହେମେଁ ପାୟେଗା ଜେଲର୍
ବିଗ୍ ବ୍ରଦର୍ ଅଟୋ ଚାଳକ ଏବଂ ରିଜ୍‌ୱାନ୍ ଅହମ୍ମଦ
ବମ୍ବେ ଟୁ ଗୋଆ ଆନ୍ଥୋନି ଗୋନ୍‌ସାଲଭସ୍
୨୦୧୦ ଭାବନାଁ କୋ ସମଝୋ ଦୟା ଫ୍ରମ୍ ଗୟା
ବାରୁଦ୍: (ଦ ଫାୟାର୍) - ଏ ଲଭ୍ ଷ୍ଟୋରୀ
୨୦୧୭ ଟୟଲେଟ : ଏକ ପ୍ରେମ କଥା
ଫିରଙ୍ଗି ଅତିଥି କଳକାର

ଟିଭି ଧାରାବାହିକ ସମ୍ପାଦନା

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୧୯୯୪ ଦେଖ୍ ଭାଇ ଦେଖ୍ ଅତିଥି କଳକାର
ଟି ଟାଇମ୍ ମନୋରଞ୍ଜନ ନିଜେ
୧୯୯୫–୨୦୦୫ ଶକ୍ତିମାନ ଧୁରନ୍ଦର ସିଂ
୨୦୦୫ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ ପ୍ରତିଯୋଗୀ
୨୦୦୯ ବିଗ୍ ବସ୍ [୨୩] ପ୍ରତିଯୋଗୀ
୨୦୦୭–୨୦୧୪ କମେଡି ସର୍କସ୍ ବିଭିନ୍ନ ପ୍ରକାରର ଭୂମିକା
୨୦୦୮–୨୦୦୯ ରାଜୁ ହାଜିର୍ ହୋ[୨୪] ନିଜେ
୨୦୧୧ କମେଡି କା ମହା ମୁକାବିଲା ପ୍ରତିଯୋଗୀ
୨୦୧୨ ଲାଫ୍ ଇଣ୍ଡିଆ ଲାଫ୍ ନିଜେ
୨୦୧୩–୨୦୧୪ ନାଚ୍ ବଲିୟେ [୨୫] ପ୍ରତିଯୋଗୀ
୨୦୧୩–୨୦୧୬ କମେଡି ନାଇଟ୍ସ ଉଇଥ୍ କପିଲ୍[୨୬] ବିଭିନ୍ନ ପ୍ରକାରର ଭୂମିକା
୨୦୧୪ ଗ୍ୟାଙ୍ଗସ୍ ଅଫ୍ ହସିପୁର୍[୨୭] ଉପସ୍ଥାପକ
୨୦୧୫ ଅଦାଲତ ରାଜୁ ଚୌରାସିଆ |
୨୦୧୬–୨୦୧୭ ଦି କପିଲ ଶର୍ମା ଶୋ ଅତିଥି ଏବଂ କଳାକାର

ଆଧାର ସମ୍ପାଦନା

  1. IANS (11 September 2009). "An institute of comedy, courtesy Raju Srivastav". Deccan Herald (in ଇଂରାଜୀ). Archived from the original on 3 November 2019. Retrieved 3 November 2019.
  2. "Comic moments in comedian Kapil Sharma-Ginni Chatrath reception". Tellychakkar.com (in ଇଂରାଜୀ). Archived from the original on 3 November 2019. Retrieved 3 November 2019.
  3. Hegde, Rajul (7 December 2009). "Was shocked when Tanaaz, Aditi pulled my pajamas". Rediff. Archived from the original on 29 May 2010. Retrieved 3 November 2019.
  4. "Raju Srivastav tickles the funny bone at Le Meridien, Bangalore". The Times of India. Archived from the original on 20 September 2019. Retrieved 26 September 2019.
  5. "Big B praises Raju Srivastav in KBC, comedian gets emotional". ABP Live (in ଆମେରିକୀୟ ଇଂରାଜୀ). 23 November 2018. Retrieved 3 November 2019.[permanent dead link]
  6. July 15, BestMediaInfo Bureau; 2016 (2016-07-15). "Life OK's 'Mazaak mazaak mein' brings a comedy war of sorts between Indian states: Best Media Info". www.bestmediainfo.com. Retrieved 2022-09-21. {{cite web}}: |last2= has numeric name (help)CS1 maint: numeric names: authors list (link)
  7. "Akhilesh Yadav turns to comedy, fields Raju Srivastava from Kanpur in Lok Sabha election". Indian Express. 14 February 2013. Archived from the original on 12 March 2014. Retrieved 12 March 2014.
  8. "Comedian Raju Srivastava returns SP Lok Sabha ticket". The Hindu. 11 March 2014. Archived from the original on 11 March 2014. Retrieved 12 March 2014.
  9. "Comedian Raju Srivastava Returns SP Lok Sabha Ticket". The New Indian Express. Archived from the original on 26 September 2019. Retrieved 26 September 2019.
  10. "Jagdambika Pal, comedian Raju Srivastava join BJP, endorse Narendra Modi". Zee News. 19 March 2014. Archived from the original on 19 March 2014. Retrieved 19 March 2014.
  11. IANS (19 March 2014). "News18.com: CNN-News18 Breaking News India, Latest News Headlines, Live News Updates". News18. Archived from the original on 26 April 2014. Retrieved 25 April 2014.
  12. "Jagdambika Pal, artiste Raju Srivastava join BJP". Indian Express. 19 March 2014. Archived from the original on 26 September 2019. Retrieved 26 September 2019.
  13. "Raju Srivastav files complaint against using his image in anti-BJP message". The New Indian Express. Archived from the original on 3 November 2019. Retrieved 3 November 2019.
  14. "Raju Srivastav files complaint against using his image in anti-BJP message". The New Indian Express. 25 October 2017. Archived from the original on 3 November 2019. Retrieved 3 November 2019.
  15. Jha, Sumit (2 July 2019). "LOL with Raju Srivastava on his wedding anniversary in Lucknow!". The Times of India. Archived from the original on 6 January 2020. Retrieved 3 November 2019.
  16. "Comedian Raju Srivastav gets threat from Pak". The Times of India. Times of India. 31 January 2009. Archived from the original on 5 February 2017. Retrieved 19 January 2017.
  17. "Comedian Raju Srivastava suffers heart attack in gym; is too much exercise bad for heart?". Hindustan Times (in ଇଂରାଜୀ). 2022-08-10. Retrieved 2022-08-10.
  18. "Raju Srivastava's condition has not improved, remains on ventilator". The Economic Times. Retrieved 2022-08-13.
  19. "Raju Srivastava's health worsens, top neurologist flies from Kolkata to treat comedian". India Today (in Indian English). Retrieved 19 August 2022.
  20. "Raju Srivastava 'critical and on ventilator' following heart attack". The Hindu (in Indian English). PTI. 2022-08-11. ISSN 0971-751X. Retrieved 2022-08-13.{{cite news}}: CS1 maint: others (link)
  21. DelhiSeptember 21, India Today Web Desk New; September 21, 2022UPDATED:; Ist, 2022 11:02. "Comedian Raju Srivastava passes away at 58". India Today (in ଇଂରାଜୀ). Retrieved 2022-09-21. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  22. Delhi September 21; September 21, 2022UPDATED:; Ist, 2022 11:02. "Comedian Raju Srivastava passes away at 58 in Delhi AIIMS". Big Mirror (in ଇଂରାଜୀ). Archived from the original on 2022-09-21. Retrieved 2022-09-21. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  23. "BJP is future of Indian politics, says Raju Srivastava". News18. 5 December 2009. Archived from the original on 12 July 2014. Retrieved 25 April 2014.
  24. "Meet the fleet - Indian Express". archive.indianexpress.com.
  25. Unnikrishnan, Chaya (14 October 2013). "Funnyman Raju Srivastava and chef Ripudaman Handa in 'Nach Baliye 6'". DNA India. Archived from the original on 26 September 2019. Retrieved 26 September 2019.
  26. "Finally Raju Srivastav on 'Comedy Nights with Kapil'! - Times of India". The Times of India. Archived from the original on 19 August 2018. Retrieved 26 September 2019.
  27. "Being seriously funny". 23 April 2014. Archived from the original on 26 September 2019. Retrieved 26 September 2019.

ବାହାର ଆଧାର ସମ୍ପାଦନା