ଯୌନ ଉତ୍ପୀଡ଼ନ

(ଯୌନ ଶୋଷଣରୁ ଲେଉଟି ଆସିଛି)

ବିଭିନ୍ନ ପ୍ରକାର ଉପାୟରେ ଓ ଢ଼ଙ୍ଗରେ ନିଜର ଯୌନ ସଂପର୍କିତ ଆଚରଣ ଜଣଙ୍କ ଇଚ୍ଛା ବିରୁଦ୍ଧରେ ବାରମ୍ବାର ତାଙ୍କ ସମ୍ମୁଖରେ ପ୍ରଦର୍ଶନ କରି ତାଙ୍କୁ ଅଯଥା ହଇରାଣ ହରକତ କରିବାର ଅର୍ଥ ହେଉଛି ତାଙ୍କୁ ଯୌନ ଉତ୍ପୀଡ଼ନ ଦେବା।[୧] ଏହି କ୍ରମରେ ଆସୁଛି ଜଣକ ଇଚ୍ଛା ବିରୁଦ୍ଧରେ ବା ତାଙ୍କ ପ୍ରତିବାଦ ସତ୍ତ୍ୱେ ତାଙ୍କ ଆଡ଼କୁ ବାରମ୍ବାର ଯୌନ ସଂପର୍କିତ ପ୍ରସ୍ତାବ ଧରି ଅଗ୍ରସର ହେବା, ତାଙ୍କଠାରୁ ଯୌନ ସଂପର୍କିତ ସାହାଯ୍ୟ ବା ସହଯୋଗ ମାଗିବା, ବାଚନିକ ସ୍ତରରେ ଯୌନ ସଂପର୍କିତ କଥା ତାଙ୍କ ସହ ଆଲୋଚନା କରିବା ବା ଶାରୀରିକ ସଂପର୍କ ରକ୍ଷା ପାଇଁ ଅନୁରୋଧ ଜଣାଇବା ଇତ୍ୟାଦି ଇତ୍ୟାଦି ହେଉଛି ଯୌନ ଉତ୍ପୀଡ଼ନର ପରିସରଭୁକ୍ତ।[୨][୩]

କଣ ରହିଛି କାରଣ ସମ୍ପାଦନା

ବିଶେଷ ଭାବେ ଜଣଙ୍କର ସାମାଜକ ଓ ଅର୍ଥନୈତିକ ଅବସ୍ଥାର ଫାଇଦା ନେଇ ତାଙ୍କ ସହ ଏତାଦୃଶ ଆଚରଣ ପ୍ରଦର୍ଶନ କରିବା କିମ୍ବା ଜଣଙ୍କୁ ନିଯୁକ୍ତି ପ୍ରଦାନ କରି ତାଙ୍କ ଏପରି କରିବା ହେଉଛି ଯୌନ ଉତ୍ପୀଡ଼ନ। ତେବେ, ଆର୍ଥିକ ସ୍ତରରେ ଅନୁନ୍ନତ ଥିବା ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ବାହାନାରେ ସେମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ସଂପର୍କରେ ଏବେ ବିଶ୍ୱବ୍ୟାପି ଅଭିଯୋଗମାନ ବହୁଳ ଭାବେ ଶୁଣିବାକୁ ମିଳୁଛି। ତେବେ, ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଯୌନ ଉତ୍ପୀଡ଼ନ ନେଇ ଭିନ୍ନ ଭିନ୍ନ ସଂଜ୍ଞା ଓ ଏହା ବିରୋଧରେ ଭିନ୍ନ ଭିନ୍ନ ଆଇନ୍‌ ରହିଥିବା ଦେଖିବାକୁ ମିଳିଛି। ତେବେ, ବିଶ୍ୱବ୍ୟାପି ବହୁ ରାଷ୍ଟ୍ରରେ ମହିଳାମାନଙ୍କୁ ପଦୋନ୍ନତି ଦେବା ବେଳେ ସେମାନଙ୍କୁ ଯୌନ ଉତ୍ପୀଡ଼ନ ଦେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। [୪] କେବଳ ମାତ୍ର ଯେ ନିଯୁକ୍ତି ଦାତା ଓ କର୍ମଚାରୀଙ୍କ ମଧ୍ୟରେ ଯୌନ ଉତ୍ପୀଡ଼ନ ଘଟଣା ଘଟୁଛି ତା’ ନୁହେଁ; ଅନେକ କ୍ଷେତ୍ରରେ ଗୋଟିଏ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଯୌନ ଉତ୍ପୀଡ଼ନ ଘଟଣା ବହୁଳ ଭାବେ ଦେଖିବାକୁ ମିଳୁଛି। ଖାଲି ନିଯୁକ୍ତି, ନିଯୁକ୍ତିଦାତା, କର୍ମଚାରୀ, ସହ କର୍ମଚାରୀଙ୍କ ମଧ୍ୟରେ ଯୌନ ଉତ୍ପୀଡ଼ନ ସୀମିତ ରହିନାହିଁ ଏହା ଏବେ ସଂପୃକ୍ତ ସଂସ୍ଥା ସହ ଜଡ଼ିତ ଏଜେଣ୍ଟ ଓ ଗ୍ରାହକମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା ବ୍ୟାପିଥିବା ଦେଖିବାକୁ ମିଳିଛି।[୫]

ଖାଳି ଯେ ପୁରୁଷମାନେ ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଛନ୍ତ୍‌, ତା’ନୁହେଁ; ବହୁ କ୍ଷେତ୍ରରେ ମଧ୍ୟ ମହିଳାମାନେ ମଧ୍ୟ ପୁରୁଷମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ଦେଖିବାକୁ ମିଳୁଛି। ସେଥିପାଇଁ ଏବେ ବିଶ୍ୱବ୍ୟାପି ଯୌନ ଉତ୍ପୀଡ଼ନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହାକୁ ରୋକିବାକୁ ବିଭିନ୍ନ ରାଷ୍ଟ୍ର ନିଜ ନିଜର ଆଇନ୍‌ ଅନୁଯାୟୀ ଭିନ୍ନ ଭିନ୍ନ ନିୟମକାନୁନ୍‌ ପ୍ରସ୍ତୁତ କରୁଛନ୍ତି।

ପ୍ରକାର ସମ୍ପାଦନା

ବାଳ ଯୌନ ଶୋଷଣ ସମ୍ପାଦନା

ବୟସ୍କ ବ୍ୟକ୍ତି ଛୋଟ ପିଲାଙ୍କୁ ଦୁର୍ବ୍ୟବାର କରିବା, ସେମ୍ବଦନଶୀଳ ଅଙ୍ଗରେ ଛୁଇଁବା ତଥା ତାଙ୍କ ଅଜାଣତରେ ତଥା ଜାଣତେର ଯୌନ ସମ୍ପକର୍ ରଖିବାକ ଅାଦିକୁ ବାଳ ଯୌନ ଶୋଷଣ କୁହାଯାଏ ।[୬] ନିମ୍ନଲିଖିତ ପ୍ରକାରର ଅବସ୍ଥାରେ ଏହାକୁ ବାଲ୍ୟ ଯୌନ ଶୋଷଣ କୁହାଯାଇପାରେ:[୭]

  • ଯଦି ଜଣେ ବୟସ୍କ ବ୍ୟକ୍ତି ଅସାମାଜିକରୂପେ ନିଜର ଶରୀରର ଅଙ୍ଗ (ସ୍ତନାଗ୍ର, ପୁରୁଷାଙ୍ଗ ବା ଯୋନୀ ) ଗୋଟିଏ ଶିଶୁ ଆଗରେ ପ୍ରଦର୍ଶନ କରନ୍ତି
  • ଶିଶୁଟିକୁ ଯୌନ ସମ୍ଭୋଗ ପାଇଁ ବାଧ୍ୟ କରିବା
  • ଶିଶୁକୁ ଅଶ୍ଳୀଳ ଭିଡିଓ ଦେଖାଇବା ବା
  • ଶିଶୁକୁ ଉପଯୋଗ କରି ଅଶ୍ଳୀଳ ଭିଡିଓ ତିଆରି କରିବା

ପ୍ରାୟ ତିନି ଭାଗରୁ ଏକ ଭାଗ ଯୌନ ଶୋଷଣକାରୀ ଶିଶୁଟିକୁ ଆଗରୁ ଜାଣିଥାନ୍ତି, ସେମାନେ ହୁଏତ ପାରିବାରିକ ବନ୍ଧୁବାନ୍ଧବ, ପଡ଼ୋଶୀ ଆଦି ହୋଇପାରନ୍ତି । ଯୌନ ଶୋଷଣର ଶିକାର ହୋଇଥିବା ପିଲାମାନେ ସବୁବେଳେ ଡରିଡରି ରହନ୍ତି । କାହା ସହ ଅଧିକ କଥା ନେହବା, ଚିନ୍ତା କରିବା, ବିଷାଦଗ୍ରସ୍ତ ହୋଇପଡ଼ନ୍ତି ।

ବିଶ୍ୱରେ ପାଖାପାଖି ୧୮-୧୯% ମହିଳା ଓ ୮% ପୁରୁଷ, ପିଲାବେଳେ ଯୌନ ଶୋଷଣର ଶିକାର ହୋଇଥିବା ପ୍ରକାଶ କରିଥାନ୍ତି ।[୮][୯]

ଘରୋଇ ହିଂସା ସମ୍ପାଦନା

ଘରୋଇ ହିଂସା, ଧମକ ଦେବା ଯୌନ ଉତ୍ପୀଡ଼ନ ସହ ଜଡ଼ିତ । ଶାରୀରିକ, ଅାର୍ଥିକ,ଯୌନ ଘେରାଇ ହିଂସା ଘେରାଇ ହିଂସାର ପ୍ରମୁଖ ଅଙ୍ଗ । ନିଜର ପତ୍ନୀ ବା ସ୍ୱାମୀଙ୍କ ସହ ଯୌନ ଶୋଷଣ କରିବା ଏହି ପ୍ରକାର ଅନ୍ତର୍ଗତ ଅଟେ ।

ବୟସ୍କଙ୍କ ସହ ଯୌନ ହିଂସା ସମ୍ପାଦନା

୬୦ ବଷର୍ରୁ ଅଧିକ ବୟସ୍କ ବ୍ୟକ୍ତିବିେଶଷଙ୍କ ସହ ଯୌନ ହିଂସାକୁ ବୟସ୍କ ଯୌନ ହିଂସା କୁହାଯାଏ । ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅକ୍ଷମତା,ଦୁବର୍ଳତାର ସୁେଯାଗ ନେଇ ଏଫରି କିଛି ଘଟଣାମାନ ଘଟିଥାଏ ।

ସବର୍ସମ୍ମୁଖରେ ଉତ୍ପୀଡ଼ନ ସମ୍ପାଦନା

ସାଧାରଣ ସ୍ଥାନରେ, ସମସ୍ତଙ୍କ ସାମ୍ନାରେ ଅସଦାଚରଣ କରିବା ଅାଦି ମଧ୍ୟ ଯୌନ ଉତ୍ପୀଡ଼ନର ଏକ ଅଂଶ ।

ସଚେତନତା ସମ୍ପାଦନା

ଏପରି ପରିସ୍ଥିତିରୁ ବଞ୍ଚିବା ପାଇଁ ନିେଜ ସଚେତନ ରହିବା ଜରୁରୀ । ସ୍କୁଲ, କଲେଜ ହେଉ କି କାଯ୍ୟର୍ସ୍ଥଳୀ ହେଉ ମହିଳା ହୁଅନ୍ତୁ କି ପୁରୁଷ ସମେସ୍ତ ସେଚତନ ରହିବା ଉଚିତ । ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାମାଜିକ ତଥା ଘର ଲୋକଙ୍କ ସାହାଯ୍ୟ ସବୁଠାରୁ ବେଶୀ ମହତ୍ୱପୂଣ୍ଣର୍ । କାରଣ ଯୌନ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାଧାରଣରେ ସହଜରେ ଅାପଣାଇ ପାରନ୍ତି ନାହିଁ । ତେଣୁ ଏପରି ଅବସ୍ଥା ଦେଇ ଗତି କରୁଥିବା ବ୍ୟକ୍ତିବିେଶଷଙ୍କୁ ମାନସିକ ମନୋବଳ ଦରକାର ।

ଆଧାର ସମ୍ପାଦନା

  1. Paludi, Michele Antoinette; Barickman, Richard B. (1991). Academic and Workplace Sexual Harassment: A Resource Manual (in ଇଂରାଜୀ). SUNY Press. ISBN 9780791408292.
  2. Paludi, Michele A.; Barickman, Richard B. (1991). "Definitions and incidence of academic and workplace sexual harassment". Academic and workplace sexual harassment: a resource manual. Albany, New York: SUNY Press. pp. 2–5. ISBN 9780791408308. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  3. "Sexual Harassment". www.eeoc.gov (in ଇଂରାଜୀ). Retrieved 2018-04-11.
  4. Text of Oncale v.Sundowner Offshore Services, Inc., 528 U.S. 75 (1998) is available from:  Findlaw  Justia 
  5. "Sexual Harassment". U.S. Equal Employment Opportunity Commission.
  6. https://www.nlm.nih.gov/medlineplus/childsexualabuse.html
  7. https://medlineplus.gov/childsexualabuse.html
  8. https://doi.org/10.1177%2F1077559511403920
  9. https://doi.org/10.1016%2Fj.cpr.2009.02.007