ଏକ ପ୍ରାକୃତିକ ସଂଖ୍ୟା ଯାହା ୨ଦ୍ୱାରା ବିଭାଜ୍ୟ ଅର୍ଥାତ ୨ଦ୍ୱାରା ଭାଗ କଲେ ଭାଗଫଳ ଶୁନ (୦) ରହେ ସେହି ସବୁ ସଂଖ୍ୟା ହେଉଛି ଯୁଗ୍ମ ସଂଖ୍ୟା । ଏହାର ବୀପରିତ ସଜ୍ଞା ହେଉଛି ଅଯୁଗ୍ମ ସଂଖ୍ୟା । ପ୍ରତ୍ୟେକ ଯୁଗ୍ମ ସଂଖ୍ୟାର ୨ ହେଉଛି ଅନ୍ୟତଃ ଏକ ଗୁଣନୀୟକ । ଗାଣିତିକ ସଂକେତରେ ଯୁଗ୍ମ ସଂଖ୍ୟାକୁ ୨n (ଯେଉଁଠି n ହେଉଛି ଏକ ପ୍ରାକୃତିକ ସଂଖ୍ୟା ) ଭାବେ ପ୍ରକାଶ କରାଯାଏ ।

ଉଦାହରଣ ସ୍ୱରୁପ ୧ଠାରୁ ୩୦ ମଧ୍ୟରେ ଥିବା ଯୁଗ୍ମ ସଂଖ୍ୟାଗୁଡ଼ିକ ହେଉଛି

, , , , ୧୦, ୧୨, ୧୪, ୧୬, ୧୮, ୨୦, ୨୨, ୨୪, ୨୬, ୨୮ ଏବଂ ୩୦

ଯୁଗ୍ମସଂଖ୍ୟା ସମ୍ପର୍କିତ କିଛି ତଥ୍ୟ ସମ୍ପାଦନା

  • ଶୁନ (୦ ) ଏକ ଯୁଗ୍ମ ସଂଖ୍ୟା, କାରଣ ଏହା ୨ଦ୍ୱାରା ବିଭାଜ୍ୟ ।[୧]

ଯୁଗ୍ମ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୨]

  • ଦୁଇଟି ଯୁଗ୍ମ ସଂଖ୍ୟାର ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।[୩]

ଗାଣିତିକ ସଂକେତରେ : ଯୁଗ୍ମ ± ଯୁଗ୍ମ = ଯୁଗ୍ମ

  • ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଅଯୁଗ୍ମ ସଂଖ୍ୟା ମିଳିଥାଏ ।

ଗାଣିତିକ ସଂକେତରେ : ଯୁଗ୍ମ ± ଅଯୁଗ୍ମ = ଅଯୁଗ୍ମ[୩]

  • ଦୁଇଟି ଯୁଗ୍ମ ସଂଖ୍ୟାର ଗୁଣନ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।

ଗାଣିତିକ ସଂକେତରେ : ଯୁଗ୍ମ × ଯୁଗ୍ମ = ଯୁଗ୍ମ[୩]

  • ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଗୁଣନ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।

ଗାଣିତିକ ସଂକେତରେ : ଯୁଗ୍ମ × ଅଯୁଗ୍ମ = ଯୁଗ୍ମ[୩]

ଆଧାର ସମ୍ପାଦନା

  1. Bóna, Miklós (2011), A Walk Through Combinatorics: An Introduction to Enumeration and Graph Theory, World Scientific, p. 178, ISBN 9789814335232.
  2. "Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା" (PDF). Retrieved 10 June 2018.
  3. ୩.୦ ୩.୧ ୩.୨ ୩.୩ A.V.Vijaya & Dora Rodriguez, Figuring Out Mathematics, Pearson Education India, pp. 20–21, ISBN 9788131703571.

ବାହାର ଲିଙ୍କ ସମ୍ପାଦନା