ମୋହନ ଦାସ

ଓଡ଼ିଆ ରାଜନୀତିଜ୍ଞ

ମୋହନ ଦାସ (୪ ଅକ୍ଟୋବର ୧୯୦୪ - ୧ ଜାନୁଆରୀ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ । ୧୯୩୭ ମସିହାରେ ସ୍ୱାଧୀନତା ପୂର୍ବରୁ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୂର୍ବ ପୁରୀ ସଦରରୁ ସ୍ୱାଧୀନତା ପୂର୍ବରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ[୧] ଏବଂ ସ୍ୱାଧୀନତା ପରେ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ମୋହନ ଦାସ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଉପେନ୍ଦ୍ର ମହାନ୍ତି
ପର ଅଧିକାରୀଉପେନ୍ଦ୍ର ମହାନ୍ତି
ନିର୍ବାଚନ ମଣ୍ଡଳୀକାକଟପୁର
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭ – ୧୯୪୬
ନିର୍ବାଚନ ମଣ୍ଡଳୀପୂର୍ବ ପୁରୀ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1904-10-04)୪ ଅକ୍ଟୋବର ୧୯୦୪
ମୃତ୍ୟୁ୧ ଜାନୁଆରୀ ୧୯୯୫(1995-01-01) (ବୟସ ୯୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ
ଜୀବନ ସାଥୀହେମଲତା ଦାସ
ବାପା/ବୋଉଜ୍ଞାନେନ୍ଦ୍ର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ମୋହନ ଦାସ ୧୯୦୪ ମସିହାର ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜ୍ଞାନେନ୍ଦ୍ର ଦାସ ଓ ପତ୍ନୀଙ୍କ ନାମ ହେମଲତା ଦାସ ।[୨]

ରାଜନୈତିକ ଜୀବନ ସମ୍ପାଦନା

ମୋହନ ଓଡ଼ିଶା ରାଜନୀତିରେ ପ୍ରଥମେ କଂଗ୍ରେସରେ ଏବଂ ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ ସମ୍ପାଦନା

ମୋହନ ୧୯୯୫ ମସିହାର ଜାନୁଆରୀ ୧ ତାରିଖରେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର ସମ୍ପାଦନା

  1. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୬. ISBN 978-81-89436-54-4. Retrieved 7 November 2023.{{cite book}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ "Shri Mohan Das". odishaassembly.nic.in. Odisha Assembly. Retrieved 18 March 2021.