ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ(ଜନ୍ମ ଡିସେମ୍ବର ୧୦, ୧୯୨୮ ମୁମ୍ବାଇ ରେ) ଜଣେ ଭାରତୀୟ ରାଜନେତା । [୧]
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ | |
---|---|
![]() | |
ରାଜ୍ୟପାଳ, ଓଡ଼ିଶା | |
କାର୍ଯ୍ୟକାଳ ୨୧ ଅଗଷ୍ଟ ୨୦୦୭ –୦୯ ମାର୍ଚ ୨୦୧୩ | |
ପୂର୍ବ ଅଧିକାରୀ | ରାମେଶ୍ୱର ଠାକୁର |
ପର ଅଧିକାରୀ | ଏସ. ସି. ଜମିର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମୁମ୍ବାଇ | ୧୦ ଡିସେମ୍ବର ୧୯୨୮
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ବାପା/ବୋଉ | ଚନ୍ଦ୍ରକାନ୍ତ ଲକ୍ଷ୍ମୀକାନ୍ତ ଭଣ୍ଡାରେ ସୁନନ୍ଦା ଭଣ୍ଡାରେ |
ଶିକ୍ଷା | ସ୍ନାତକ (ବିଜ୍ଞାନ), ସ୍ନାତକ (ଆଇନ) |
ରାଜନୈତିକ ଜୀବନସମ୍ପାଦନ କରନ୍ତୁ
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଓଡ଼ିଶାର ୪୩ତମ ରାଜ୍ୟପାଳ ରୂପେ କାର୍ଯ୍ୟନିର୍ବାହ (୨୧ ଅଗଷ୍ଟ ୨୦୦୭ରୁ ୦୯ ମାର୍ଚ ୨୦୧୩ ପର୍ଯ୍ୟନ୍ତ) କରିସାରିଛନ୍ତି । [୨] ସେ, ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇସାରିଛନ୍ତି । ଏହା ବ୍ୟତିତ, ସେ ସୁପ୍ରିମ କୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିସାରିଛନ୍ତି ।
ଭଣ୍ଡାରେ, ଜାତିସଂଘର ଅଳ୍ପସଂଖ୍ୟକଙ୍କ ପାଇଁ ଗଠିତ କମିଶନର ଅଧ୍ୟକ୍ଷ (୧୯୮୪-୮୯) ଓ ୟୁନେସ୍କୋର ଆପିଲସ୍ ବଡ଼ିର ଅଧ୍ୟକ୍ଷ (୧୯୯୦-୨୦୦୩) ମଧ୍ୟ ରହିସାରିଛନ୍ତି ।[୩]
ସମାଜ ସେବାସମ୍ପାଦନ କରନ୍ତୁ
ସମାଜ ସେବା କ୍ଷେତ୍ରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ବଳିଷ୍ଠ ଅବଦାନ ରହିଆସିଛି । ସେ, ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରିଆସିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଖୁବ ଆଗଭର ଥିଲେ ଓ ଏହି ବିଷୟକୁ ନେଇ 'ଦି ୱର୍ଲଡ ଅଫ ଜେଣ୍ଡର ଜଷ୍ଟିସ' ନାମକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେ ଶିଶୁ ଓ ଭିନ୍ନକ୍ଷମମାନଙ୍କ ଅଧିକାର ପାଇଁ ମଧ୍ୟ କାର୍ଯକରିଛନ୍ତି ।[୪]
ଆଇନ, ମହିଳା ସଶକ୍ତିକରଣ, ଜନସଂଖ୍ୟା ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ତାଙ୍କଦ୍ୱାରା ଲିଖିତ ସମ୍ପାଦକୀୟ ରଚନା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇସାରିଛି ।[୫]
ଗ୍ୟାଲେରିସମ୍ପାଦନ କରନ୍ତୁ
କ୍ୟାପିଟାଲ ହାଇସ୍କୁଲର ହୀରକ ଜୟନ୍ତୀ ଅବସରରେ ଏକ ସଭାରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
କ୍ୟାପିଟାଲ ହାଇସ୍କୁଲର ହୀରକ ଜୟନ୍ତୀ ସ୍ମରଣୀକା ଉନ୍ମୋଚନ ଅବସରରେ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
ଆଧାରସମ୍ପାଦନ କରନ୍ତୁ
- ↑ http://www.in.com/murlidhar-chandrakant-bhandare/biography-203367.html
- ↑ http://www.thehindu.com/todays-paper/tp-national/tp-otherstates/bhandare-accorded-ceremonial-farewell/article4521098.ece
- ↑ http://www.orissadiary.com/Shownews.asp?id=4056
- ↑ http://www.ouat.ac.in/Home/governer%20biodata.htm
- ↑ http://www.indianetzone.com/8/murlidhar_chandrakant_bhandare.htm