ମୁନିଆ ଇସଲାମ

ବଙ୍ଗଳାଦେଶୀ ଅଭିନେତ୍ରୀ

ମୁନିଆ ଇସଲାମ ଜଣେ ବଙ୍ଗଳାଦେଶୀ ମଡେଲ, ଟିଭି ଉପସ୍ଥାପିକା ତଥା ଚଳଚ୍ଚିତ୍ର ଅଭିନେତ୍ରୀ । ସେ ଅନେକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ୨୦୧୮ ମସିହାରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ସ୍ୱପ୍ନଜାଲ ମୁକ୍ତିଲାଭ କରିଥିଲା, ଯେଉଁଥିରେ ତାଙ୍କୁ ଅନେକ ସଫଳତା ମିଳିଥିଲା ।[୧] ତାଙ୍କର ଉଲ୍ଲେଖନୀୟ ବଙ୍ଗଳା ଧାରାବାହିକ ମଧ୍ୟରେ ବୋଉ ବୋକା ଦେଇ, ଥାର୍ଡ଼ ଜେନେରେସନ୍, ତୁମି ଆସବେ ବୋଲି, ସୁତୋଇ ବାନ୍ଧା ସୁଖର ପାୟରା, ଅଫ୍ ସ୍କ୍ରିନ୍, ମାୟାର ଖେଲା, ଉଜାନ ଗାଙ୍ଗେର ନାଇୟା, [୨] ନିଲ ଆକାଶେର କାଲୋ ରଙ୍ଗ୍, ଥ୍ରୀ କମ୍ରେଡ ଆଦି ଅନ୍ୟତମ । ସେ ଚେନାଲ୍ ଆଇର ଏକ ଦୂରଦର୍ଶନ କାର୍ଯ୍ୟକ୍ରମ ଗାଁ ଦିଏ ସୋକଲ ଶୁରୁ ଏବଂ ୨୦୨୦ ମସିହାର ସିନେମାର ଗାଁ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।

ମୁନିଆ ଇସଲାମ
মুনিয়া ইসলাম
Born
ମୁନିଆ ଇସଲାମ

ଜେସୋର୍, ବଙ୍ଗଳାଦେଶ
Nationalityବଙ୍ଗଳାଦେଶୀ
Alma materଉତ୍ତର-ଦକ୍ଷିଣ ବିଶ୍ୱବିଦ୍ୟାଳୟ
Occupation(s)ଅଭିନେତ୍ରୀ, ମେଡେଲ୍
Years active୨୦୧-–ଏବେଯାଏଁ
Notable workସ୍ୱପ୍ନଜାଲ (୨୦୧୮)
Spouseଅଜାଦ୍ ହାଇଦର
Websitewww.muniaislam.com

ବ୍ୟକ୍ତିଗତ ଜୀବନ ସମ୍ପାଦନା

ମୁନିଆ ଇସଲାମ ୨୦୨୦ ମସିହାର ଶେଷାର୍ଦ୍ଧରେ ଦୂରଦର୍ଶନ ଅଭିନେତା ଅଜାଦ୍ ହାଇଦରଙ୍କୁ ବିବାହ କରିଥିଲେ ।[୩]

ପ୍ରାରମ୍ଭ ଜୀବନ ସମ୍ପାଦନା

ମୁନିଆ ୧୯୯୬ ମସିହାର ସେପ୍ଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନଜରୁଲ୍ ଇସଲାମ୍ ଏବଂ ମାଆଙ୍କ ନାମ ହସିନା ଅଖତାର୍ ।[୪] ସେ ତାଙ୍କର ଉଚ୍ଚ ଶିକ୍ଷା ସମାପ୍ତ ପରେ ଟିଭି ବିଜ୍ଞାପନ ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏଥିସହିତ ସେ ବିଭିନ୍ନ ବିଜ୍ଞାପନ ପାଇଁ ଫଟୋଶୁଟ୍ ମଧ୍ୟ କରୁଥିଲେ ।

ଅଭିନୟ ଜୀବନ ସମ୍ପାଦନା

ମୁନିଆ ଇସଲାମ ଟିଭି ବିଜ୍ଞାପନ ଓ ଫଟୋଶୁଟ୍ ଜରିଆରେ ଅଭିନୟ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ବିଏସଆରଏମ ସ୍ଟିଲସ ଲିମିଟେଡ ପାଇଁ କାର୍ଯ୍ୟ କରିଥିଲେ ଏବଂ ପରେ ଡାବର୍ ନେଟ୍‌ୱାର୍କ ପାଇଁ କାର୍ଯ୍ୟ କରିଥିଲେ ।[୫] ୨୦୧୧ ମସିହାରେ ସେ ବ୍ୟକ୍ତିଗତ ଭାବରେ ବିଜ୍ଞାପନରେ କାମ କରିଥିଲେ ଏବଂ ୨୦୧୨ରେ ସେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ ଧାରାବାହିକ ଥିଲା ଅଗ୍ନିପଥ, ଯାହାର ନିର୍ଦ୍ଦେଶନା ଦେଇଥିଲେ ନିମା ରହମାନ । କିଛି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ପରେ ସେ ୨୦୧୮ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହେଉଛି ସ୍ୱପ୍ନଜାଲ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଗିଆସୁଦ୍ଦିନ ସେଲିମ୍ ।[୬] ଜୁଲେଖା ଭୂମିକାରେ ଅଭିନୟ କରିଥିବା ମୁନିଆଙ୍କୁ ଏହି କଥାଚିତ୍ର ପାଇଁ ଅନେକ ପ୍ରଶଂସା ମିଳିଥିଲା ।[୭]

ଆଧାର ସମ୍ପାଦନା

  1. "Munia in Ujan Ganger Naiya". The New Nation. Archived from the original on 2021-11-25. Retrieved 2021-11-25.
  2. Nation, The New. "Munia in Ujan Ganger Naiya". The New Nation (in ଇଂରାଜୀ). Archived from the original on 2021-11-25. Retrieved 2021-09-27.
  3. Nation, The New. "Munia starts her new life". The New Nation (in ଇଂରାଜୀ). Archived from the original on 2021-09-27. Retrieved 2021-09-27.
  4. "বছরের শেষ বিয়ে মুনিয়ার". www.alokitosakal.com. Archived from the original on 2021-11-25. Retrieved 2021-11-25.
  5. "Munia Islam". The Daily Star (in ଇଂରାଜୀ). 2019-02-02. Retrieved 2021-09-26.
  6. "Munia's dream for big screen comes true". Munia’s dream for big screen comes true | theindependentbd.com. Retrieved 2021-09-26.
  7. "Munia Islam". The Daily Star. February 2, 2019.

ବାହାର ଆଧାର ସମ୍ପାଦନା