[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମାଳତିପାଟପୁର
ଗାଁ
Country ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
Languages
 • Officialଓଡ଼ିଆ
Time zoneUTC+5:30 (IST)
ପିନ
୭୫୨୦୦୮
STD କୋଡ଼୦୬୭୫୨
ଯାନବାହାନ ପଞ୍ଚୀକରଣOD 13

ମାଳତିପାଟପୁର ଓଡ଼ିଶାର ପୁରୀ ଜିଲ୍ଲାର ପୁରୀ ସଦର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ସ୍ଥାନଟି ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଜନସଂଖ୍ୟା ଦୃଷ୍ଟିରୁ ଏହି ଗ୍ରାମ ଜିଲାର ଏକ ବଡ଼ ଗ୍ରାମ ଭାବେ ପରିଗଣିତ ହୋଇଥାଏ ।

ଗମନାଗମନ ସମ୍ପାଦନା

ଏହା ଜିଲ୍ଲାର ସଦର ମହକୁମା ପୁରୀଠାରୁ ୬ କି.ମି. ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୫୪ କିମି ଦୂରରେ ଅବସ୍ଥିତ । ନିକଟସ୍ଥ ରେଳ ଷ୍ଟେଶନ ଜଟଣୀ-ଖୋର୍ଦ୍ଧା ରୋଡ଼ ଜଙ୍କସନ, ମାଳତୀପାଟପୁର (ଷ୍ଟେଶନ କୋଡ଼: MLT) ଏବଂ ପୁରୀ

ଏଠାରୁ କୋଣାର୍କ ଯିବା ପାଇଁ ଏକ ଓଭର ବ୍ରିଜ ନବକଳେବର ସମୟରେ ତିଆରି ହୋଇଚି ।

 
ମାଳତିପାଟପୁର-କୋଣାର୍କ ଓଭର ବ୍ରିଜ

ଶିକ୍ଷା ସମ୍ପାଦନା

ଏହି ଗ୍ରାମରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।

ସଂସ୍କୃତି ସମ୍ପାଦନା

ଏଠାରେ ପ୍ରତିବର୍ଷ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ବିଶେଷତ୍ୱ ସମ୍ପାଦନା

ଏହି ସ୍ଥାନରେ ରାଜ୍ୟର ସବୁଠୁ ବଡ଼ ବସ ଷ୍ଟାଣ୍ଡ ଅଛି, ଯାହା ନବକଳେବର ୨୦୧୫ ଉପଲକ୍ଷେ ତିଆରି ହୋଇଥିଲା । ଏକା ସମୟରେ ଏଠାରେ ୫୦୦ ତୁ ଉର୍ଦ୍ଧ ବସ ରହଣି କରିପାରିବେ ।[୧]

 
ମାଳତିପାଟପୁର ବସ ଷ୍ଟାଣ୍ଡ

ନବକଳେବର ୨୦୧୫ ଉପଲକ୍ଷେ ଏଠାରେ ଥିବା ମାଳତୀପାଟପୁର ରେଳ ଷ୍ଟେସନକୁ ମଧ୍ୟ ସମ୍ପ୍ରସାରଣ କରାଯାଇଛି ।

 
ମାଳତିପାଟପୁର ରେଳ ଷ୍ଟେସନ

ରଥ ନିର୍ମାଣ ସମ୍ପାଦନା

ମାଳତିପାଟପୁର ନିକଟସ୍ଥ କାଠ ପୋଲଠାରୁ ରଥ କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ । ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି । ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି ।

ଆଧାର ସମ୍ପାଦନା

  1. "CM inaugurates 10 Projects in Puri, including Malatipatpur Bus Terminal". ଓଡ଼ିଶା ଇନସାଇଟ. Retrieved 12 October 2015.