ମାଫୋରି ବଂଗୌର
ମାଫୋରି ବଂଗୌର ବା ହାଦଜା ଐସାଟୋଉ ବଂଗୌର' (ଜନ୍ମ ୧୯୧୦ ମସିହା, ମୃତ୍ୟୁ ୧୯୭୬ ମସିହା, ଜନ୍ମସ୍ଥାନ ବୁଚାରେସ୍ଟ Bucharest), ସ୍ୱାଧୀନ ଗିନିର ଜଣେ କର୍ମୀ ଥିଲେ ଓ ସ୍ୱାଧୀନ ହେବା ପରେ ରାଜନୀତି କରି ୧୯୭୦ ମସିହାରେ ସାମାଜିକ ପ୍ରସଙ୍ଗ ମନ୍ତ୍ରୀ ହୋଇଥିଲେ । ଗିନିର ମହିଳାମାନଙ୍କର ପ୍ରେସିଡେଣ୍ଟ ଭାବରେ ସେ ପରିଚିତା ଥିଲେ ଓ ୧୯୮୧ ମସିହାରେ ସାଇଲି ବ୍ୟାଙ୍କ ନୋଟରେ ତାଙ୍କର ଛବି ଶୋଭା ପାଉଥିଲା ।
ମାଫୋରି ବଂଗୌର | |
---|---|
ଫାଇଲ:Mafory Bangoura, one syli.png | |
ସାମାଜିକ ପ୍ରସଙ୍ଗ ମନ୍ତ୍ରୀ | |
Appointed by | Ahmed Sékou Touré |
ପ୍ରାକ୍ ଜୀବନ
ସମ୍ପାଦନାବଂଗୌର ୧୯୧୦ ମସିହାରେ ଜନ୍ମଗ୍ରହଣ କରିଥିଲେ ଓ ଷୌଷୌ ଆଦିବାସୀ ଶ୍ରେଣୀର ଚାଷୀ ଓ ମାଛ ଧରାଳୀ ଜାତିର ଲୋକ ଥିଲେ । [୧] ଅଳ୍ପ ବୟସରେ ପଶ୍ଚିମ ଜଗତର ଶିକ୍ଷା ପାଇନଥିବାରୁ ସେ ଯୁବାବସ୍ଥାରେ ବିଦ୍ୟା ଶିକ୍ଷା କଲେ । [୧] ଦରଜି କାମ କରିବାକୁ ସେ ୧୯୩୬ ମସିହାରେ କୋନକ୍ରି (Conakry) ଯାଇଥିଲେ । [୨] ତଳିଆ ଗିନୀର ଲୋକଙ୍କ ନିମନ୍ତେ ସହାୟକ ‘ଫୋୟେର ଡି ଲା ବାସେ ଗିନୀ’ ସଂସ୍ଥାରେ ଯୋଗ ଦେଇଥିଲେ ।[୨] ସେ ବଦର ବଂଗୌରଙ୍କୁ ବିବାହ କରିଥିଲେ ଓ ତାଙ୍କର ତିନୋଟି ପିଲା ଥିଲେ ।[୩]
ରାଜନୀତି ଜୀବନ
ସମ୍ପାଦନାସକ୍ରିୟତା
ସମ୍ପାଦନାବିଦେଶ ଲେବର କୋଡ଼ ମାନିବା ନିମନ୍ତେ ଫରାସୀ ସରକାରକୁ ବାଧ୍ୟ କରିବାକୁ ୧୯୫୩ ମସିହାରେ ଆନ୍ଦୋଳନର ପୁରୋଧା ଥିବା ଅହମଦ ସେକୌ ଟୋଉରେ ମହିଳା କର୍ମୀଙ୍କୁ ସଂଗଠିତ କରିବାକୁ ବଂଗୌରଙ୍କୁ ନିମନ୍ତ୍ରଣ କଲେ ।[୧] ପ୍ରଥମରୁ ଉଦ୍ୟୋକ୍ତା ସ୍ପଷ୍ଟ କରି କହିଦେଲେ ଯେ ରାଜନୈତିକ ଓ ଆଧ୍ୟାତ୍ମିକ ସୁବିଧା ବ୍ୟତୀତ ଏହି କାମରେ କୌଣସି ଅର୍ଥ ଲାଭ ମିଳିବନି ।[୪] ସ୍ୱାଧୀନତା ପୂର୍ବରୁ ଓ ପରେ ମଧ୍ୟ ପ୍ରେସିଡେଣ୍ଟ ଟୋଉରେଙ୍କ ସହିତ ବଂଗୌରଙ୍କ ବନ୍ଧୁତା ଥିଲା ।[୫] ହରତାଳ କମିଟିରେ ପ୍ରଥମ ଥର ନିମନ୍ତେ ମହିଳାମାନଙ୍କୁ ବଂଗୌର ଏକଜୁଟ କରେଇ ଥିଲେ ଓ ବିଶ୍ୱାସର ସହିତ ଲଢିବା ପାଇଁ ମହିଳାମାନେ ପ୍ରସ୍ତୁତ ଥିବା କଥା କହିଥିଲେ ।[୨] ସେହି ୭୨ ଦିନର ହରତାଳରେ ମହିଳାମାନକୁ ଏକତ୍ରିତ ଓ ସହଯୋଗ କରେଇ ବକ୍ତୃତା ଦେଇଥିଲେ ।[୬]
ହରତାଳ ପରେ ଆଫ୍ରିକାନ ଡେମୋକ୍ରାଟିକ ରାଳି ନିମନ୍ତେ ମହିଳା କମିଟିର ପ୍ରେସିଡେଣ୍ଟ ଭାବରେ ବଂଗୌର ନିର୍ବାଚିତ ହୋଇଥିଲେ । [୧] ୧୯୫୪ ମସିହାରେ ଏକ ଆରଡିଏ ରାଲିରେ ସେ ଦେଶର ମହିଳାଙ୍କୁ ଲିଙ୍ଗ ହରତାଳ (sex strike) କରିବାକୁ ମତେଇଥିଲେ ।[୧] ପୁରୁଷମାନଙ୍କୁ ଆରଡିଏ ସଂସ୍ଥାରେ ଯୋଗ ଦେବାପାଇଁ ମତେଇବାକୁ ଏହାର ଲକ୍ଷ ଥିଲା ।[୭] ନିଜର ଗହଣା ଓ ପୋଷାକ ଆଦି ଦାନ କରିବାକୁ ମହିଲାମାନକୁ ଆହ୍ୱାନ କରିଥିଲେ ।[୧] ଏହା ମଧ୍ୟ କୁହାଯାଏ ଯେ ଆରଡିଏ ୟୁନିଫର୍ମର ଡିଜାଇନ ଓ ରଙ୍ଗ ବଂଗୌର ବାଛିଥିଲେ ।[୮]
ଜେଲ ଦଣ୍ଡ
ସମ୍ପାଦନାବଂଗୌରଙ୍କ ଲୋକପ୍ରିୟତାରେ ଅପ୍ରସନ୍ନ ହୋଇ ତାଙ୍କ ଖ୍ୟାତି ନଷ୍ଟ କରିବା ପାଇଁ ଫରାସୀ ସରକାର ତାଙ୍କୁ ଜେଲ ଦଣ୍ଡ ଦେଇଥିଲେ ।[୬] ଜେଲରେ ଥିବା କଏଦୀଙ୍କୁ ଫରାସୀ ବିରୁଦ୍ଧ ପ୍ରଚାରପତ୍ର ବାଣ୍ଟିବା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।[୬] ତାଙ୍କୁ ୭୦,୦୦୦ ହଜାର ଫ୍ରାଙ୍କ ଜୋରିମାନା ଓ ଜେଲଦଣ୍ଡ ଦିଆଯାଇଥିଲା ।[୩] ଏହି ରାୟ ବିରୁଦ୍ଧରେ ଲୋକମାନେ ରାସ୍ତାରେ ଏକତ୍ରିତ ହୋଇ ବିଦ୍ରୋହ କରିବାରୁ ତାଙ୍କୁ ଏକ ମାସ ପରେ ଛାଡ଼ି ଦିଆଯାଇଥିଲା ।[୩]
ସରକାରରେ
ସମ୍ପାଦନାଗିନିର ସ୍ୱାଧୀନତା ପରେ ସେ ସରକାରରେ ଅନେକ ପଦବୀରେ କାର୍ଯ୍ୟ କରିଥିଲେ ।[୩] ସେ ମହିଳା ଅଧିକାର ନିମନ୍ତେ ଗିନି ଡେମୋକାଟିକ ପାର୍ଟିରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।[୯] ମହିଳାମାନଙ୍କ ସମସ୍ୟାମାନଙ୍କୁ ଲୋକଲୋଚନକୁ ଆଣିବା ନିମନ୍ତେ ସେ ଏଗାର ଜଣିଆ କମିଟିର ସଦସ୍ୟ ହୋଇଥିଲେ ।[୩]
ଗିନିର (Union Révolutionnaires des Femmes de Guinée) ପ୍ରଥମ ପ୍ରେସିଡେଣ୍ଟ ଭାବରେ ୧୯୬୮ ମସିହାର ସେ ନିର୍ବାଚିତା ହୋଇଥିଲେ ।[୩] ସାମାଜିକ ପ୍ରସଙ୍ଗର ମନ୍ତ୍ରୀ ଭାବରେ ୧୯୭୧ ମସିହାରେ ନିଯୁକ୍ତ ହୋଇଥିଲେ ।[୩] ଅନେକ ବ୍ୟକ୍ତି ତାଙ୍କୁ ଗିନି ମହିଳାମାନଙ୍କର ପ୍ରେସିଡେଣ୍ଟ ଭାବରେ ଜାଣିଥିଲେ ।[୫]
ମୃତ୍ୟୁ
ସମ୍ପାଦନାବଂଗୌର ୧୯୭୬ ମସିହାରେ ବୁଚାରେସ୍ଟରେ (Bucharest) ମୃତ୍ୟୁ ବରଣ କରିଥିଲେ ।[୩] ଟୋଉରେ ତାଙ୍କର ଏକ କ୍ଷୁଦ୍ର ଜୀବନୀ ଲେଖିଥିଲେ ଓ ସେହିବର୍ଷ ତାଙ୍କର ଅନ୍ତେଷ୍ଟିକ୍ରିୟାର ବର୍ଣ୍ଣନା ମଧ୍ୟ କରିଥିଲେ । [୧୦]
ସମ୍ମାନ
ସମ୍ପାଦନା- ବଂଗୌରଙ୍କ ଜୀବନୀର ଗୀତ ସାଇଲିଫୋନ ରେକର୍ଡ଼ ଲେବୁଲରେ ତିଆରି ହୋଇଥିଲା ଓ ଏମିଲା ଟୋମ୍ପାପା (Emila Tompapa) ଅଂଶ ଗ୍ରହଣ କରିଥିଲେ ।[୧୧]
- ୧୯୮୩ ମସିହାରେ ଗୋଟିଏ ଉଚ୍ଚ ବିଦ୍ୟାଳୟର ନାମକରଣ ଗିନିଙ୍କ ନାମାନୁସାରେ କରାଯାଇଥିଲା: ହାଦଜା ଐସାଟୋଉ ବଂଗୌର
କଲେଜ । [୩][୧୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ cirey.balde (2017-02-11). "Mafory Bangoura, mère-courage de la nation guinéenne". Vision Guinee (in ଫରାସୀ). Archived from the original on 2021-09-10. Retrieved 2020-02-12.
- ↑ ୨.୦ ୨.୧ ୨.୨ "Bangoura, Hadja Mafory | Oxford African American Studies Center". oxfordaasc.com (in ଇଂରାଜୀ). doi:10.1093/acref/9780195301731.013.48360. Retrieved 2020-02-12.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Dictionary of African biography. Akyeampong, Emmanuel Kwaku., Gates, Henry Louis, Jr. Oxford: Oxford University Press. 2012. p. 376. ISBN 978-0-19-538207-5. OCLC 706025122.
{{cite book}}
: CS1 maint: others (link) - ↑ Schmidt, Elizabeth (2005). "Top Down or Bottom Up? Nationalist Mobilization Reconsidered, with Special Reference to Guinea (French West Africa)". The American Historical Review (in ଇଂରାଜୀ). 110 (4): 995. doi:10.1086/ahr.110.4.975. ISSN 0002-8762.
- ↑ ୫.୦ ୫.୧ aliou (2018-10-17). "Hadja Mafory Bangoura, Figure Emblématique de la lutte pour l'Indépendance". Madina Men Magazine (in ଫରାସୀ). Archived from the original on 2020-03-18. Retrieved 2020-02-12.
- ↑ ୬.୦ ୬.୧ ୬.୨ "Mafory Bangoura, militante de l'indépendance". L'Histoire par les femmes (in ଫରାସୀ). 2018-01-18. Retrieved 2020-02-12.
- ↑ Women in African colonial histories. Geiger, Susan., Musisi, Nakanyike., Allman, Jean Marie. Bloomington. April 2002. p. 295. ISBN 0-253-10887-X. OCLC 50174773.
{{cite book}}
: CS1 maint: location missing publisher (link) CS1 maint: others (link) - ↑ Schmidt, Elizabeth (2005). "Top Down or Bottom Up? Nationalist Mobilization Reconsidered, with Special Reference to Guinea (French West Africa)". The American Historical Review (in ଇଂରାଜୀ). 110 (4): 1007. doi:10.1086/ahr.110.4.975. ISSN 0002-8762.
- ↑ Sheldon, Kathleen E., 1952- (2005). Historical dictionary of women in Sub-Saharan Africa. Lanham, Md.: Scarecrow Press. p. 28. ISBN 0-8108-5331-0. OCLC 56967121.
{{cite book}}
: CS1 maint: multiple names: authors list (link) CS1 maint: numeric names: authors list (link) - ↑ Touré, Ahmed Sékou (1976). Hommage a Mafory Bangoura (in ଫରାସୀ). Imprimerie nationale "Patrice Lumumba".
- ↑ "Mafory Bangura - Syliphone record label recordings from Guinea - World and traditional music | British Library - Sounds". sounds.bl.uk. Archived from the original on 2021-09-10. Retrieved 2020-02-12.
- ↑ Kérékou, Mathieu (1987). Dans la voie de l'édification du socialisme: recueil des discours de notre grand camarade de lutte, le président Kérékou (in ଫରାସୀ). Direction de l'information et de la Propagande, société Yagoubi (SOYA).
- ↑ "Banknotes from Guinea | BankNoteBank.com Banknote Collectors Community | Page 1". www.banknotebank.com. Retrieved 2020-02-12.
- ↑ "Women On Banknotes - Coin Community Forum - Page 26". www.coincommunity.com. Retrieved 2020-02-12.
- ↑ "The Ibrahim Salem Collection of African Banknotes 2". Issuu (in ଇଂରାଜୀ). Retrieved 2020-02-12.
- ↑ Guineematin (2018-10-02). "02 octobre à Coyah : le préfet appelle " leaders politiques et militants à faire preuve de maturité "". Guinée Matin - Les Nouvelles de la Guinée profonde (in ଫରାସୀ). Retrieved 2020-02-12.
- ↑ Diallo, Elhadj Aboubacar. "Conakry : les femmes rendent hommage à Hadja Mafory Bangoura. | Radio-kankan" (in ଫରାସୀ). Archived from the original on 2019-11-15. Retrieved 2020-02-12.