ମାଛ ଭଜା ଏକ ଆମିଷ ଖାଦ୍ୟ। ଏହାକୁ ପଖାଳ ସ‌ହିତ ଖାଆନ୍ତି। ମାଛ ଏକ ସ୍ୱସ୍ଥ୍ୟକର ଖାଦ୍ୟ।

ମାଛ ଭଜା
ମାଛ ଭଜା
ପରଷାSeafood Dish
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା କେରଳ
ମୁଖ୍ୟ ଉପାଦାନମାଛ,ମସଲା

ସାମଗ୍ରୀ ସମ୍ପାଦନା

  • ମାଛ ୫୦୦ ଗ୍ରାମ୍
  • ଲଙ୍କା ୪ ଗୋଟି
  • ଅଦା
  • ଧନିଆ ପତ୍ର
  • ବେସନ ୨ ଚାମଚ
  • ଲଙ୍କାଗୁଣ୍ଡ
  • ୧ଟି ବଡ଼ ପିଆଜ
  • ଅଦା ରସୁଣ ପେସ୍ଟ୍
  • ଚାଉଳ ଅଟା
  • ଜିରା ୧ ଚାମଚ
  • ହଳଦୀ ୧ ଚାମଚ
  • ଲେମ୍ବୁ ରସ
  • ଲୁଣ ସ୍ୱାଦ ଅନୁସାରେ
  • ତେଲ

ତିଆରି ପ୍ରଣାଳୀ ସମ୍ପାଦନା

ପ୍ରଥମେ ମାଛକୁ ଭଲକରି ସଫାକରି ସେଥିରେ ଲୁଣ, ହଳଦୀ ପକାଇ ଭଲକରି ମିଶାଇ ରଖିଦିଅନ୍ତୁ । ଏକ ପାତ୍ରରେ ବେସନ,ଧନିଆ ପତ୍ର,ଚାଉଳ ଅଟା, ଧନିଆ ପତ୍ର, ଲଙ୍କାଗୁଣ୍ଡ,ଲେମ୍ବୁରସ ଏବଂ ଅଦାରସୁଣ ପେସ୍ଟ ପକାଇ ସାରି ମାଛକୁ ଏହା ସ‌ହିତ ଭଲ ଭାବେ ମିଶାଇ ରଖନ୍ତୁ । ଏବେ ଏକ କଢେଇରେ ତେଲ ଗରମ କରି ଲଙ୍କା ପକାନ୍ତୁ, ଏହାପରେ ମାଛକୁ ପକାଇ କିଛି ସମୟ ଭାଜନ୍ତୁ। ସବୁ ମାଛ ଖଣ୍ଡ ଭାଜି ସାରିଲା ପରେ ପାତ୍ରରେ ସଜାଇ ପଖାଳ ସ‌ହିତ ପରଷନ୍ତୁ।

 
Pakhala Bhata machha Bhaja and other

ଆଧାର ସମ୍ପାଦନା