ମହୁର, ମହାରାଷ୍ଟ୍ର

(ମହୁର , ମହାରାଷ୍ଟ୍ରରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମାହୁର
माहूर
town
Idol of Renuka goddess in Mahur
Idol of Renuka goddess in Mahur
Nickname: 
Mahurgad
Country India
StateMaharashtra
DistrictNanded
DemonymMahurkar
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣMH-

ମହୁର ବା ମହୁରଗଡ ,  ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ନାନ୍ଦେଡ଼ଠାରେ ଥିବା ଏକ ଧର୍ମସ୍ଥଳୀ । .[୧] ହିନ୍ଦୁ ଦେବତା ଦତ୍ତାତ୍ରେୟଙ୍କ ଜନ୍ମସ୍ଥାନ ହିସାବରେ ଏହାକୁ ଆରାଧନା କରାଯାଇଥାଏ । [୨] ପ୍ରବାଦ କଥା ଅନୁସାରେ ଏଠାରେ ଅଟ୍ରୀ ରୁଷୀୟ ଓ ତାଙ୍କ ପତ୍ନୀ ସତୀ ଅନସୂୟା ଏଠାରେ ରହୁଥିଲେ । ଥରେ ବ୍ରହ୍ମା , ବିଷ୍ଣୁ ଓ ମହେଶ୍ୱର ଶୁଣିଲେ ଯେ ଅନସୂୟାଙ୍କଠାରୁ ବେଶୀ ପବିତ୍ର ନାରୀ କେହି ନାହାନ୍ତି । ତେବେ ତାଙ୍କୁ ପରିକ୍ଷ୍ୟା କରିବାକୁ ତିନି ଜଣ ଭିକ୍ଷୁ ହିସାବରେ ପହଚି ଅନନ୍ୟ ମାଗିଲେ । ଅନସୂୟା ଅନନ୍ୟ ପ୍ରସ୍ତୁତ କଳା ପରେ ସେମାନେ ସର୍ଟ ରଖିଲେ ବିନା ବସ୍ତ୍ରରେ ସେ ଅନ୍ନ ପରଶିବେ । ଅନସୂୟା ତାଙ୍କୁ ପରିକ୍ଷ୍ୟା କରାଯାଉଛି ବୋଲି ଜାଣି ଦିବ୍ୟ ଶକ୍ତି ବଳରେ ସେ ତିନିଜନଙ୍କୁ ଏକ ତିନିମୁଣ୍ଡା ବିଶିଷ୍ଟ ଶିଶୁରେ ପରିଣତ କରିଦେଲେ । ସେହ ହି ଦତ୍ତାତ୍ରେୟ ବା ସମ୍ମିଳିତ ଭଗବାନ ହେଇ ରହିଲେ । 

ମହୁରଠାରେ 3 ତୀ ପର୍ବତ ରହିଛି । ପ୍ରଥମତି ରେଣୁକା ଦେବୀ ଓ ସେ ପରଶୁରାମଙ୍କ ମାତା । ଅନନ୍ୟ ଦୁଇଟି ଦତ୍ତ ଶିକ୍ଷାର ଓ ଅଟ୍ରୀ ଅନସୂୟା ଶିକ୍ଷାର । ମହୁରଠାରେ ଅନସୂୟାଙ୍କ ମନ୍ଦିର ରହିଛି । ଏହାକୁ ତିନି  ଓ ଅର୍ଦ୍ଧେକ ଶକ୍ତି ପିଠା କୁହାଯାଇଥାଏ । ଏଠାରେ ବିଜୟାଦଶମୀ ଦିନ ଏକ ବୃହତ ମେଳା ଅନୁଷ୍ଠିତ ହେଇଥାଏ । 

ସହସ୍ରର୍ଜୁନ ରେଣୁକାଙ୍କୁ କମଧେନୁ  କୁ ନେବା ପାଇଁ ଆକ୍ରମଣ କରିଥିଲେ । ସେ ଅନନ୍ୟକିଛି ମାଗିଲେ ଦେବୀ ବୋଲି କହିବାରୁ ସହସ୍ରର୍ଜୁନ ତାଙ୍କୁ ଆକ୍ରମଣ କରିଥିଲେ  ଓ ଅନସୂୟାଙ୍କ ପରଲୋକ ହେଇଥିଲା । ପରଶୁରାମ ଏହା ଯାନୀ ତାଣ୍ଡବ ରୂପ ଧାରଣ କରି ଥିଲେ । କିନ୍ତୁ ପରେ ଅନସୂୟାଙ୍କ ଶେଷ କୃତ୍ୟ ଏହି ମହୁରଠାରେ ଦତ୍ତାତ୍ରେୟଙ୍କ ପରିଚାଳନାରେ ଶେଷ କ୍ରିୟା କରିଥିଲେ । ସେଥି ପାଇଁ ଏଠାରେ ରେଣୁକାଙ୍କ ମନ୍ଦିର ହେଇଥିଲା । 

ଇତିହାସ  ସମ୍ପାଦନା

ପୁରାଣ ଦେବୀ ଭାଗବତମରେ ମାତୃପୁର ନାମରେ ଏହି ସ୍ଥଳର ଉଲ୍ଲେଖ ରହିଛି  । [୩] </ref>

ଏଠାରେ ମୁସଲିମମାନଙ୍କ ଦରଗାହ ମଧ୍ୟ ରହିଛି ଓ ସେଠାରେ ପ୍ରତି ପଞ୍ଚମ ମାସରେ ଇଉଆରଏସ ପାଳନ କରାଯାଇଥାଏ । ଦେଶର ଭିନ୍ନ ଅଞ୍ଚଳରୁ ମୁସଲିମ ଭକ୍ତମାନେ ମଧ୍ୟ ସେଟାକୁ ଆସନ୍ତି । 

ରେଣୁକା ଦେବୀ ଶକ୍ତି ପିଠ  ସମ୍ପାଦନା

 
Shiva carrying the corpse of Sati Devi

ଏହା ଶକ୍ତି ପିଠା ହିସାବରେ ବହୁ ଆଦୃତ । ପୁରାଣ ଅନୁସାରେ ରେଣୁକା ଏକ ବରଦ୍ୱାରା .ପୁନର୍ଜନ୍ମ ଲାଭ କରିଥିଲେ ।51 ତୀ ଶକ୍ତି ପିଠ ମଧ୍ୟରୁ ଏହା ଏକତମ ।[୪][୫]

 
Ashwin Navratra Puja of Renuka Devi at a devotee's home

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ଘଞ୍ଚ ଅରଣ୍ୟ ଥିବା ଏହି ଅଞ୍ଚଳର ଭୌଗୋଳିକ ଅବସ୍ଥିତି   19°50′52″N 77°55′26″Eଠାରେ । ଏହାର ଅରଣ୍ୟରେ କଳା ଭାଲୁ , ଚିତାବାଘ , ହରିଣ , ଆଦି ଜୀବଜନ୍ତୁ ରହିଥାନ୍ତି । ଏକ ପର୍ବତରେ ମୁରଦଗଡ ଦୁର୍ଗ ନିର୍ମିତ ହେଇଥିଲା । ବେରର ଶାସନ ସମୟରେ ମାହୁର ଏକ ମୁଖ୍ୟ ସ୍ଥଳ ଥିଲା । 

ଦେବାଦେବେଶ୍ୱର ମନ୍ଦିର  ସମ୍ପାଦନା

ଏଠାରେ ମହାନୁଭବ ପନ୍ଥାର ଦେବାଦେବେଶ୍ୱର ମନ୍ଦିର ରହିଛି । ଏହା ମାହୁରଠାରୁ 2 କିଲୋମିଟର ଦୂରରେ ପାହାଡର ଗଡାଣିରେ ଅବସ୍ଥିତ । 

ଯାତାୟତ  ସମ୍ପାଦନା

ନାଗପୁର , ଅମରାବତି ନାନ୍ଦେଡ଼ ପରି ଅଞ୍ଚଳରୁ ବସ ବା କାର ଯୋଗେ ଏଠାରେ ପହଞ୍ଚି ହୁଏ । ଟ୍ରେନ ଯୋଗେ ଶେଗାୟନ ଷ୍ଟେସନ ଯାଏ ଆସି ଏଠାରୁ ମଧ୍ୟ ଆସି ହୁଏ । 

ଆଧାର  ସମ୍ପାଦନା

  1. https://www.maharashtratourism.gov.in/treasures/temple/mahurgad
  2. http://www.sreedattavaibhavam.org/mahurgud/
  3. Devi Bhagawatam, Ninth Book, chapter XXXIV: On the description of the various hells, p. 939 Devi Bhagawatam, tr. by Swami Vijnanananda, (1921-22).
  4. (Translator), F. Max Muller (June 1, 2004). The Upanishads, Vol I. Kessinger Publishing, LLC. ISBN 1419186418. {{cite book}}: |last= has generic name (help); Check |first= value (help)
  5. (Translator), F. Max Muller (July 26, 2004). The Upanishads Part II: The Sacred Books of the East Part Fifteen. Kessinger Publishing, LLC. ISBN 1417930160. {{cite book}}: |last= has generic name (help); Check |first= value (help)

ଅଫିସିଆଲ ୱେବ ସାଇଟ  ସମ୍ପାଦନା

http://shrirenukamatamandir.org/ Archived 2016-10-01 at the Wayback Machine.

ବାହାର ଲିଙ୍କ  ସମ୍ପାଦନା