ମହାମାୟା ଧାମ
ଡାହାଣ|thumb|240x240_ପିକସେଲ|ଧୁବରୀ ମହାମାୟା ମନ୍ଦିର ମହାମାୟା ଧାମ,ଭାରତୀୟ ରାଜ୍ୟ ଆସାମର ବିଳାସିପରାସହରରୁ 10 କିଲୋମିଟର ଦୂର ବର୍ତୀ ବିଗ୍ରିବାରୀଠାରେ ଅବସ୍ଥିତ । ଏହା ହିନ୍ଦୁ ଧର୍ମ ପାଇଁ ଭାରତର ମୁଖ୍ୟ ଶକ୍ତି ପୀଠ[୧] ମଧ୍ୟରୁ ଅନ୍ୟତମ । ଏହାର ଆକର୍ଷଣ ଓ ଧାର୍ମିକ ପର୍ଯ୍ୟଟନ ପାଇଁ ଏହା କାମାକ୍ଷା ମନ୍ଦିର[୨] ସହ ସମତୁଲ କୁହାଯାଇଥାଏ । କଥିତ ଅଛି ଅତି ପ୍ରାଚୀନ କାଳରେ ପର୍ବତଜୋୱାରର ଜମିଦାର ତଥା ସ୍ଥାନୀୟ କଚେରୀ, କୋଚେସ ଓ ନାଥ ଜାତିର ଲୋକମାନଙ୍କ ଆରାଧ୍ୟା ଦେବୀ ଭାବରେ ମହାମାୟା ପୂଜା ଅପୁଥିଲେ । ପରେ ଆହୁରି ଅଧିକ ହିନ୍ଦୁ ତାଙ୍କୁ ଉପାସନା କରିବା ସହ ତଳ ଆସାମ ଅଞ୍ଚଳରେ ମହାମାୟା ମୁଖ୍ୟ ଦେବୀ ସ୍ଥାନ ନେଇଛନ୍ତି ।
ମନ୍ଦିରରେ ବିଗତ 400 ବର୍ଷ ଧରି ପଶୁବଳି ପ୍ରଥା ରହିଛି । ବିଶେଷ କରି ଦୁର୍ଗାପୂଜା ସମୟରେ ସହସ୍ତ୍ରାଧିକ ପଶୁ ଓ ପକ୍ଷୀଙ୍କୁ ବଳି ଦିଆ ଯାଇଥାଏ । ଏହି ଅଞ୍ଚଳରେ କିଛି ନୂତନ ନିର୍ମାଣ କରାଗଲା ବେଳେ ମଧ୍ୟ ବଳି ଦିଆଯାଉଥିବାର କୁହା ଯାଏ । ଏହି ପ୍ରଥା ବିରୁଦ୍ଧରେ ଜଣ ଜାଗରଣ ଆରମ୍ଭ ହେଇଥିଲେ ମଧ୍ୟ ତାହା ବନ୍ଧ ହେଇପାରି ନାହିଁ । .[୩]
ଏଠାରୁ କିଛି କିଲୋମିଟର ଦୂରରେ ଅନନ୍ୟ ଏକ ପୀଠ ମହାମାୟା ସ୍ନାନଘାଟ ମନ୍ଦିର ରହିଛି । ଲୋକବାଦ ଅନୁସାରେ ଦେବୀ ମହାମାୟା ସେଠାରେ ସ୍ନାନ ପାଇଁ ଯାଉଥିଲେ । ସେଠାରେ ପ୍ରତି ବର୍ଷ ଜାନୁଆରୀରେ " ଶକ୍ତି ଯଜ୍ଞ "ଅନୁଷ୍ଠିତ ହେଇଥାଏ ।
ଆଧାର
ସମ୍ପାଦନା- ↑ Priceless heritage gets funds to survive.
- ↑ Sharma, B. K. Blueprint to develop tourist hotspots, The Telegraph, Kolkata, Jan 24, 2007
- ↑ "Fried Eye Killing the festive spirit, Oct 2011". Archived from the original on 2011-12-20. Retrieved 2017-01-04.