ମହାବାହୁ (ଓଡ଼ିଆ କଥାଚିତ୍ର)

୨୦୨୨ ଓଡ଼ିଆ କଥାଚିତ୍ର

ମହାବାହୁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ଓ କେ ତମନ୍ନା ।[୧] ଶରଣାରବିନ୍ଦ ଓଝା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଭିନେତା ଶ୍ରୀତମ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମହାବାହୁ
ନିର୍ଦ୍ଦେଶକଶ୍ରୀତମ ଦାସ
ପ୍ରଯୋଜକରମେଶ ବାରିକ
କେ ତମନ୍ନା
ସଂଳାପଶରଣାରବିନ୍ଦ ଓଝା
ଚିତ୍ରନାଟ୍ୟଶ୍ରୀତମ ଦାସ
କାହାଣୀଶ୍ରୀତମ ଦାସ
କଳାକାରଆକାଶ ଦାସନାୟକ
ପୁନମ ମିଶ୍ର
ତନୁଶ୍ରୀ ଦାଶ
ଶ୍ରୀତମ ଦାସ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨ ସେପ୍ଟେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ, ପୁନମ ମିଶ୍ର ଓ ତନୁଶ୍ରୀ ଦାଶ । ଶ୍ରୀତମ ଦାସ, ଉଷସୀ ମିଶ୍ର, ହରିହର ମହାପାତ୍ର, ତପି ମିଶ୍ର, ଦେବେନ୍ଦ୍ର ପତି, ଦିବ୍ୟା, ଐଶ୍ୱର୍ଯ୍ୟା, କେ. ତମନ୍ନା, ଦେବି ବାରିକ, ସରୋଜ ଦାଶ, ରବି ମଲ୍ଲିକ, ପ୍ରଦୀପ ଦେବତା, ଲିପାକ୍ଷେୟ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ୨୦୨୨ ମସିହାର ସେପ୍ଟେମ୍ବର ୨ ତରିଖରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଶରଣାରବିନ୍ଦ ଓଝା ଓ ପ୍ରେମାନନ୍ଦ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ଅଳକା ଅଭିଲେଖା, ଶଶାଙ୍କ ଶେଖର, ସୌରଭ ଭରଦ୍ୱାଜ, ଅନ୍ତରା ଚକ୍ରବର୍ତ୍ତୀ, ଚରଣ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  2. ୨.୦ ୨.୧ "'ଏଡିୟୁ ଗୋଦାର' ସହ ପରଦାକୁ ଆସିବ 'ମହାବାହୁ'". ଧରିତ୍ରୀ. No. ଭୁବନେଶ୍ୱର. ଭୁବନେଶ୍ୱର. 2 September 2022. p. ୧୧. Archived from the original on 10 December 2022. Retrieved 10 December 2022.

ବାହାର ଆଧାର ସମ୍ପାଦନା