ମର୍ଲେ ଆକୋରାଉ

ମର୍ଲେ ଆକୋରାଉ (ଜନ୍ମ ୧୯୩୯) ଜଣେ ସୋଲୋମନ ଦ୍ଵୀପବାସୀ ଓ ସାମାଜିକ କର୍ମୀ ଥିଲେ ଯିଏ ସୋଲୋମନ ଦ୍ଵିପରେ ମହିଳା ଆନ୍ଦ

ମର୍ଲେ ଆକୋରାଉ, (MBE) (ଜନ୍ମ ୧୯୩୯) ଜଣେ ସୋଲୋମନ ଦ୍ୱିପବାସୀ ଓ ସାମାଜିକ କର୍ମୀ ଥିଲେ ଯିଏ ସୋଲୋମନ ଦ୍ୱିପରେ ମହିଳା ଆନ୍ଦୋଳନ ନିମନ୍ତେ ମୁଖ୍ୟ ସହାୟକ ଥିଲେ । ସମାଜ କଲ୍ୟାଣ ଅଧିକାରୀ ଭାବରେ ସେ ମେଲାନେସିଆରେ (Melanesia ଅନେକ ସ୍ଥାନରେ ଗୁଡ଼ିଏ କ୍ଲବ ସ୍ଥାପନ କରିଥିଲେ, ୱାଇଡବ୍ଲ୍ୟୁସିଏ ସ୍ଥାପନ କରି ଯୁବତୀମାନଙ୍କୁ ଶିକ୍ଷାଲାଭ ନିମନ୍ତେ ପ୍ରୋତ୍ସାହିତ କରୁଥିଲେ ଓ ସେ ୟୁନାଇଟେଡ଼ ଚର୍ଚ୍ଚ ଅମେନ୍ସ ଫେଲୋସିପର ସେକ୍ରେଟାରୀ ଭାବରେ କାମ କରିଥିଲେ । ସଲୋମନ ଦ୍ୱୀପରେ ତାଙ୍କର ସେହି ଉଲ୍ଲେଖନୀୟ ସେବା ନିମନ୍ତେ ୨୦୧୬ରେ ତାଙ୍କୁ ଏମବିଇ (Order of the British Empire) ପୁରସ୍କାର ଦିଆଯାଇଥିଲା ।

ମର୍ଲେ ଆକୋରାଉ
ଜନ୍ମ1939 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଜାତୀୟତାSolomon Islander
ଅନ୍ୟ ନାମAngeline Merle Aqorau, Merle Angeline Talasasa
ବୃତ୍ତି(ସମୂହ)social worker, women's rights activist
ସକ୍ରିୟ ବର୍ଷ1965–

ପ୍ରାକ୍ ଜୀବନ ସମ୍ପାଦନା

ଆକୋରାଉ ୧ ଫେବୃୟାରୀ ୧୯୩୯ ମସିହାରେ ବ୍ରିଟିଶ ସଲୋମନ ଦ୍ୱିପସ୍ଥ ମୁଣ୍ଡାରେ ଥିବା କୋକେକ୍ୱୋଲୋ ମିସନର ହେଲେନ ଗୋଲ୍ଡି ଡାକ୍ତରଖାନାରେ ଜନ୍ମଗ୍ରହଣ କରିଥିଲେ । ଗେଲା ଦ୍ୱୀପସ୍ଥ ବୁଙ୍ଗାନା ଗ୍ରାମରେ ଥିବା ସେଣ୍ଟ ହିଲଡା ଗାର୍ଲ ସ୍କୁଲରେ ପାଠ ପଢ଼ିବା ପରେ ମୁଣ୍ଡାରେ ଥିବା କୋକେକ୍ୱୋଲୋ ସ୍କୁଲର ସିନିଅର ଲିଭିଙ୍ଗ ସାର୍ଟିଫିକେଟ ହାସଲ କରିଥିଲେ । ନିଉଜିଲାଣ୍ଡରେ ପାଠ ପଢ଼ିବାକୁ ବୃତ୍ତି ପାଇଥିଲେ ମଧ୍ୟ ସେ ଫ୍ରାନସିସ ତାଲାସସଙ୍କୁ ବିବାହ କରିବା ପରେ ତାଙ୍କ ପତି ନିଜ ସାଙ୍ଗିଆ ବଦଳେଇ ଆକୋରାଉ ରଖିଥିଲେ [୧] ସୋଲୋମନ ଦ୍ୱିପବାସୀ ଭାବରେ କାଣ୍ଟରବେରି ବିଶ୍ୱବିଦ୍ୟାଳୟଋ ଡିଗ୍ରୀ ହାସଲ କରିଥିଲେ । [୨][୩] ପତି ପତ୍ନୀ ଉଭୟ ଇଂଗଲାଣ୍ଡ ଗଲେ ଓ ସେଠାରେ ଥିବା କାମବରିଜ ବିଶ୍ବବିଦ୍ୟାଳୟରୁ ଟେଳାଶା କଲୋଣୀୟାଲ ଆଡମିନିଷ୍ଟ୍ରେସନ ବିଷୟରେ ଏକ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଥିଲେ [୧] ଓ ଲଣ୍ଡନରେ ଥିବା ଅନେକ କୋର୍ସ ଆକୋରାଉ ପାଠ କରିଥିଲେ।[୪]

ପେସା ସମ୍ପାଦନା

ଉଭୟ ଦମ୍ପତି ୧୯୫୯ରେ ସଲୋମନ ଦ୍ୱିପକୁ ଫେରିବା ପରେ ତାଲାସସ ଆଉକିରେ ଆଡମିନିଷ୍ଟ୍ରେଟିଭ କାମରେ ନିଯୁକ୍ତ ହୋଇଥିଲେ ।[୧][୪] ବ୍ରିଟିଶ ସଲୋମନ ଦ୍ୱୀପର ଗାର୍ଲସ ଗାଇଡ ଓ ବ୍ରିଟିଶ ରେଡକ୍ରଶ ସଂସ୍ଥାରେ ଯୋଗଦାନ କରି ନିଜ ସନ୍ତାନକୁ ବଢେଇଲେ । ୧୯୬୨ ମସିହାରେ ଦୁହେଁ ମକିରା ଦ୍ୱୀପର କିରକିର ସ୍ଥାନକୁ ବଦଳି ହୋଇଗଲା ପରେ ୧୯୬୪ ମସିହାରେ ଗୁଡାଲକେନାଲ ଦ୍ୱିପର ହୟନିଆରାକୁ ଗଲେ । ଆକୋରାଉ ୧୯୬୫ ମସିହାରେ ଆସିଷ୍ଟାଣ୍ଟ ସୋସିଆଲ ୱେଲଫେୟାର ଅଫିସର ଭାବରେ ନିଯୁକ୍ତ ହୋଇ ମହିଳାଙ୍କୁ ସିଲେଇ ଓ ରାନ୍ଧଣା ବିଷୟରେ ଶିକ୍ଷା ଦାନ କଲେ । ରୋଭ ଓ ହ୍ୱାଇଟ ରିଭର ସ୍ଥାନମାନଙ୍କର ବାହ୍ୟ ଇଲାକାରେ କ୍ଲବ ସ୍ଥାପନ କରିଥିଲେ ।[୧]

ଆକୋରାଉଙ୍କ ସ୍ୱାମୀ ଗିଲବର୍ଟ ଦ୍ୱିପରେ (Gilbert Islands) ପ୍ରଥମ ଜିଲ୍ଲା ଅଫିସର ହେଲେ [୪] ଓ ଗିଲାବର୍ଟ ତଥା ଏଲିସ ଦ୍ୱିପରେ କ୍ଲବ Ellice Islands ସ୍ଥାପନ ଜାରିରଖିଥିଲେ । ଆକୋରାଉ ୧୯୭୩ ମସିହାରେ ହୟନିଆରାକୁ ଫେରି ଟୁର ଗାଇଡ ତଥା ପ୍ରଥମ ମହିଳା ଟାକ୍ସି ଡ୍ରାଇଭର ହୋଇଥିଲେ । ଏହା ପରେ ସେ ୫ ବର୍ଷ ଧରି ୟୁନାଇଟେଡ ଚର୍ଚ୍ଚ ଅମେନ୍ସ ଫେଲୋସିପରେ ପାପୁଆ ନିଉଗିନି ଓ ସଲୋମନ ଦ୍ୱିପରେ ରିଜିଓନାଲ ସେକ୍ରେଟାରୀ ଭାବରେ ମହିଳାଙ୍କ କାମରେ ସଂଯୁକ୍ତ ହୋଇଥିଲେ । ତାଙ୍କ ସ୍ବାମୀ ୧୯୭୬ରେ ମୃତ୍ଯୁ ବରଣ କରିବା ପରେ ସେ ତାଙ୍କ ନିଜ ଗ୍ରାମ ମୁଣ୍ଡାକୁ ଫେରି ଆସି ୟୁସି ଡବଳ୍ୟୁ ଏଫ ସାଥିରେ କାମ କରିଲେ । ଯୁବ କନ୍ୟାମାନଙ୍କୁ ସ୍କୁଲ ପରିତ୍ୟାଗ ନକରିବାକୁ ଏକ ୟାଇ ଡବ୍ଲ୍ୟୁ ସି ଏ କେନ୍ଦ୍ର ପ୍ରତିଷ୍ଠା କରିବାକୁ କୁହାଯିବାରୁ ସେ ୧୯୭୮ରେ ଏକ ସଂସ୍ଥା ଆରମ୍ଭ କରିଥିଲେ ଯାହାକୁ ଥଟ୍ଟାରେ ମର୍ଲେ ଆକୋରାଉ କେନ୍ଦ୍ର କୁହାଯାଉଥିଲା । ଏହି ସମୟରେ ମୁଣ୍ଡାରେ ସେ ପ୍ରଥମ କେଜି ସ୍କୁଲ ସ୍ଥାପନ କରିଥିଲେ ।[୧]

ଆଧାର ସମ୍ପାଦନା

ଗ୍ରନ୍ଥ ସୂଚୀ ସମ୍ପାଦନା

  • Moore, Clive, ed. (2013). "Talasasa, Francis Aqorau (1928–1976)". Solomon Islands Historical Encyclopaedia, 1893–1978. Brisbane, Queensland, Australia: University of Queensland. Archived from the original on 6 February 2018. Retrieved 21 August 2018.
  • Osifelo, Sir Frederick (1985). Kanaka Boy. Suva, Fiji: The Institute of Pacific Studies, University of the South Pacific. OCLC 316284391.
  • Walrond, Carl (8 February 2005). "South Pacific peoples". Te Ara. Wellington, New Zealand: The Encyclopedia of New Zealand. Archived from the original on 21 August 2018. Retrieved 21 August 2018.
  • "At 77, Aqorau gets her MBE". Honiara, Solomon Islands: Solomon Star. 13 June 2016. Archived from the original on 21 August 2018. Retrieved 21 August 2018.