ମାରିଆମ୍ମାଁ

ବର୍ଷା ଆଗମନ ଓ କଲେରା, ବସନ୍ତ ଓ ହାଡ଼ଫୁଟି ରୋଗରୁ ରକ୍ଷାକାରୀ ଦେବୀ ।
(ମରିଆମ୍ମାଁରୁ ଲେଉଟି ଆସିଛି)

ମାରିଆମ୍ମାଁ (Māri (/mɒrı/, /maari/, Tamil: மாரி), ଅନ୍ୟ ନାମ ( /mɒrı əˈmʌn/ Tamil: மாரியம்மன்) ମାରିଆମ୍ମା ବା ମାରିଆଇ/ Mariaai, ଉଭୟର ଅର୍ଥ "ମା ମାରି"/ "Mother Mari", ଉଚ୍ଚାରଣ ମାରିଆମ୍ମା Maariamma (Tamil: மாரியம்மா), ବା କେବଳ ଆମ୍ମାଁ/ Amman ବା ଆଥା/ Aatha (Tamil: அம்மன், ଯାହାର ଅର୍ଥ କେବଳ 'ମା'/"mother")) ଜଣେ ହିନ୍ଦୁ ଠାକୁରାଣୀ ଓ ବର୍ଷାର ଦେବୀ, ତାମିଲ ନାଡ଼ୁ ଓ ତାହା ଚାରିପାଖର ଇଲାକାରେ ସେ ଜଣେ ବିଖ୍ୟାତ ଦେବୀ । ତାମିଲ ନାଡ଼ୁ (Tamil Nadu) ଓ ତିରୁଚେରାଇର (Thirucherai) ଗ୍ରାମୀଣ ଇଲାକାରେ ସେ ଜଣେ ଅଗ୍ରଣୀ ଦେବୀ । ମାତା ପାର୍ବତୀ, [୧] ଦୁର୍ଗା [୨] ଓ ଉତ୍ତର ଭାରତୀୟ ଶିତଳା ଦେବୀଙ୍କ (Shitala) ସ‌ହ ସମ୍ପର୍କ ଥାଏ । ଗ୍ରୀଷ୍ମ ଶେଷ ବା ଶରତ ଋତୁରେ ତାଙ୍କର ଉତ୍ସବ ପାଳନ କରାଯାଏ । ସେତିକି ବେଳେ ସାରା ତାମିଲ ନାଡ଼ୁ ଓ ଦାକ୍ଷିଣାତ୍ୟରେ ଥିରୁବିଝା ଉତ୍ସବ ମାରିଆମ୍ମାଁଙ୍କ ନାମରେ ପାଳନ କରାଯାଏ । ବର୍ଷା ଆଗମନ ନିମନ୍ତେ ଓ କଲେରା, ବସନ୍ତ ଓ ହାଡ଼ଫୁଟି ରୋଗରୁ ରକ୍ଷାପାଇବା ନିମନ୍ତେ ଏହି ପୂଜା ତାଙ୍କ ନାମରେ ପାଳନ କରାଯାଏ ।

ମାରିଆମ୍ମାଁ‌, ମାରିଆଥା
Goddess Mariamman
ବୃଷ୍ଟି
Devanagariମାରି ଆଇ
Tamil scriptமாரியம்மன்
Tamilமாரியம்மன்
ଲୋକଲୋକମାନଙ୍କ ହୃଦୟରେ
Weaponତ୍ରିଶୁଳ/ Triśūlam
Mountସିଂହ

ମାରିଆମ୍ମାଁଙ୍କ ପୂଜା ବିଧି ସ୍ଥାନୀୟ ଗ୍ରାମ ଦେବତା ଓ ପିଦାରି ପୂଜା ଅନୁସାରେ ଅଣବ୍ରାହ୍ମଣ କରନ୍ତି ଓ ସମୟପୁରମ ମାରିୟାମ୍ମାଁ ଭଳି ବଡ଼ ମନ୍ଦିରରେ ବ୍ରାହ୍ମଣମାନେ କରନ୍ତି । ଶାକ୍ତ ମତରେ ତାଙ୍କର ବସିଥିବା ଅବସ୍ଥାର ବର୍ଣ୍ଣନା କରାଯାଏ, ଗଣେଷ ଓ ସୁବ୍ରମନିଅମ ବା ଗଣେଷ ଓ ନାଗ ତାଙ୍କ ଦୁଇ ପାଖରେ ଥାଆନ୍ତି । ରଥ‌ ଯାତ୍ରା କରି ପଟୁଆରରେ ତାଙ୍କୁ ନିଆଯାଏ ।

ସୃଷ୍ଟି ସମ୍ପାଦନା

 
ତ୍ରିଶୁଳ ମଧ୍ୟରେ ମାରିଆମ୍ମାଁ‌, ଦଶମ ଶତାବ୍ଦୀ, ଚୋଳ (Chola period) ରାଜ୍ୟ ସମୟର, ତାମିଲ ନାଡ଼ୁ, ଭାରତ

ତାମିଲ ଲୋକ କଥାରେ ମାରିଆମ୍ମାଁ‌ ଜଣେ ଦେବୀ ଯାହାଙ୍କର ବେଦ ଯୁଗ ପୂର୍ବରୁ ଭାରତରେ ସୃଷ୍ଟି ହୋଇଛି । ସେ ମୂଖତଃ ତାମିଲ ଲୋକଙ୍କର ବିଶେଷତଃ ତାମିଲ ନାଡ଼ୁର ଗ୍ରାମୀଣ ଲୋକଙ୍କର ଦେବୀ ମାତା । ବେଦର ପରବର୍ତ୍ତୀ ଯୁଗରେ ହିନ୍ଦୁଙ୍କର ପାର୍ବତୀଙ୍କ Parvati,[୩] କାଳୀଦୁର୍ଗା[୪] ଉତ୍ତର ଭାରତର ଶିତଳ (Shitala) ଦେବୀ ଓ ପୂର୍ବ ଭାରତର ମନସା (Manasa) ଦେବୀଙ୍କ ସ‌ହିତ ତାଙ୍କୁ ସଂ‌ଯୁକ୍ତ କରାଯାଇଛି ।

ତାମିଲରେ ମାରି ଶବ୍ଦର ଅର୍ଥ ବର୍ଷା ଓ ଆମ୍ମା ଅର୍ଥ ମାତା । ବର୍ଷା ଓ ସମୃଦ୍ଧି ନିମନ୍ତେ ପୁରାତନ ତାମିଲମାନେ ତାଙ୍କୁ ପୂଜା କରୁଥିଲେ କାରଣ ସେମାନଙ୍କର ଫସଲ ବର୍ଷା ଉପରେ ନିର୍ଭରଶୀଳ ଥିଲା । ତାଙ୍କର ପୂଜା ଅନ୍ୟ ଅର୍ଥରେ ମାତ ଜାତିକୁ ପୂଜା ଓ ସମ୍ମାନ ଦେଖାଇବା ନିର୍ଦ୍ଦେଶ କରୁଛି । ସଙ୍ଗମ କାଳରେ ବିଶେଷତଃ ମଦୁରାଇରେ ମହିଳା ପୁଜାରିଣୀ ତାଙ୍କ ପୂଜା କରୁଥିଲେ । [୫] ସଙ୍ଗମ ସାହିତ୍ୟରେ ପାଲାମୁତିରଚୋଲାଇ (Palamutircholai) ମନ୍ଦିରରେ କୁରବ ପୁଜାରିଣୀଙ୍କ ପୁଜାର ବିସ୍ତୃତ ବର୍ଣ୍ଣନା ଅଛି । [୬]

ପୁରାଣ ସମ୍ପାଦନା

 
ଇରୋଡ (Erode) ମରିଆମ୍ମାଁ ଥର ଥିରୁଭି

ମହାଭାରତ ଅନୁସାରେ ମାରିଆମ୍ମାଁଙ୍କ ସୃଷ୍ଟି ବିଷୟରେ ଗୋଟିଏ କଥା ଲେଖାଯାଇଛି ଯେ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ ମହାକାଳୀଙ୍କର ଅବତାର ଥିଲେ । ଏହି କଥା କେବଳ କୃଷ୍ଣଙ୍କୁ ଜଣାଥିଲା । ମହାକାଳୀଙ୍କ ଅବତାର ହୋଇଥିଲେ ମଧ୍ୟ ଦ୍ରୌପଦୀ ତାଙ୍କର ଆଧିଭୌତିକ ଶକ୍ତି ପ୍ରୟୋଗ ନ‌କରି ସାଧାରଣ ମହିଳାଙ୍କ ଭଳି ଜୀବନ ଯାପନ କରୁଥିଲେ । ରାତିରେ ପାଣ୍ଡବମାନେ ନିଦ୍ରା ଯିବା ପରେ ସେ ମହାକାଳୀ ରୁପ ଧାରଣ କରି ବନିୟାର ଗ୍ରାମମାନଙ୍କୁ ଯାଉଥିଲେ । ବନିୟାର ଲୋକମାନେ ତାଙ୍କୁ ପୁଜା କରି ବାର୍ଲି ଦେଉଥିଲେ । ଉତ୍ତର ଭାରତରେ ରାଜପୁତ କ୍ଷତ୍ରିୟମାନ ମଧ୍ୟ ଶିତଳା ଦେବୀଙ୍କୁ ଠିକ ଏହି ଭଳି ପୁଜା କରୁଥିଲେ । ଶିତଳା ଦେବୀଙ୍କର ମଧ୍ୟ ଠିକ୍ ସେହିଭଳି ପୃଷ୍ଟଭୂମି ଥିଲେ ଯେଉଁଥିରେ ସେ ଗ୍ରାମମାନଙ୍କୁ ସୁରକ୍ଷା ଦେଉଥିଲେ ।


ଆଧାର ସମ୍ପାଦନା

  1. "ஆயி உமையானவளே ஆதிசிவன் தேவியரே" (Oh Mother Uma, Consort of Siva!) - Mariamman Thalattu, Goddess Mari Prayer.
  2. "The truthful Kali who guarded the homesteads sat with her, The Kali sat together with Durga continuously with her" _Mariamman Lullaby [୧]
  3. "ஆயி உமையானவளே ஆதிசிவன் தேவியரே" (Oh Mother Uma, Consort of Siva!) - Mariamman Thalattu, Goddess Mari Prayer.
  4. "The truthful Kali who guarded the homesteads sat with her, The Kali sat together with Durga continuously with her" _Mariamman Lullaby [୨]
  5. Manickam, Valliappa Subramaniam (1968). A glimpse of Tamilology. Academy of Tamil Scholars of Tamil Nadu. p. 75.
  6. Lal, Mohan (2006). The Encyclopaedia Of Indian Literature (Volume Five (Sasay To Zorgot), Volume 5. Sahitya Akademi. p. 4396. ISBN 8126012218.