ମନ୍ଦାକିନୀ ମହାନ୍ତ

ଓଡ଼ିଆ ଭାରୋତ୍ତଳକ
(ମନ୍ଦ।କିନୀ ମହାନ୍ତରୁ ଲେଉଟି ଆସିଛି)

ମନ୍ଦାକିନୀ ମହାନ୍ତ ଜଣେ ଭାରୋତ୍ତଳକ । ମନ୍ଦାକିନୀ ମହାନ୍ତଙ୍କ ଜନ୍ମ ୧୦ ମେ ୧୯୭୬ ମସିହାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍ ଅନ୍ତର୍ଗତ ଗୋହଳାଡିହି ଗାଁରେ। ତାଙ୍କ ବାପା ଶ୍ୟାମସୁନ୍ଦର ମହାନ୍ତ ଓ ମାଆ ହେଉଛନ୍ତି ବାଲିମଣୀ ମହାନ୍ତ। ସେ ଏମ୍.ଏ. ଏବଂ ଏମ୍‌ପି ଇଡି ପାଠ ପଢ଼ିଛନ୍ତି । ମନ୍ଦାକିନୀ ଏପ୍ରିଲ ୨୦୦୯ରୁ ଓଡ଼ିଶା ସରକାରଙ୍କ ପୁଲିସ ବିଭାଗରେ ସବ୍ଇନିସ୍‌ପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି।

ସଫଳତା ସମ୍ପାଦନା

୨୦୦୮ ମସିହାରେ ଫେଡେରେସନ୍ କପ୍ ପାଓ୍ବାର ଲିଫ୍‌ଟିଂ ପ୍ରତିଯୋଗିତାରେ ଷ୍ଟ୍ରଙ୍ଗ ଓମେନ୍ ଅଫ୍ ଇଣ୍ଡିଆ ଟାଇଟଲ୍ ଅର୍ଜନ କରିଥିଲେ।[୧]

ଜାତୀୟ ସ୍ତରରେ ସମ୍ପାଦନା

ସେ ଅର୍ଜନ କରିଥିବା କୃତିତ୍ୱ ମଧ୍ୟରେ ରହିଛି ୪୮ କେଜି ବର୍ଗରେ ଜୁନିଅର ବିଭାଗରେ ୧୯୯୮ରେ ବ୍ରଞ୍ଜ ମେଡାଲ୍‌ ତଥା ୧୯୯୯ରେ ଗୋଲ୍ଡ୍ ମେଡାଲ୍‌ ଜିତିଛନ୍ତି। ୧୯୯୯ରେ ହୋଇଥିବା ଫେଡେରେସନ୍ କପ୍ ଭାରୋତ୍ତୋଳନ ପ୍ରତିଯୋଗିତାରେ ବ୍ରଞ୍ଜ ମେଡାଲ୍, ୨୦୦୧ରେ ଜାମସେଦପୁରରେ ସିନିୟର ବିଭାଗ ୪୮ କେଜି ଭାରୋତ୍ତୋଳନରେ ବ୍ରଞ୍ଜ ମେଡାଲ୍, ୨୦୦୨ରେ ଟିଟିଲାଗଡ଼ରେ ଆୟୋଜିତ ୫୨ କେଜି ବର୍ଗରେ ସିଲ୍‌ଭର୍ ମେଡାଲ୍, ୨୦୦୩ରେ ଓ୍ବେଷ୍ଟ୍ ବେଙ୍ଗଲର କଲିଂପୁଙ୍ଗ୍‌ରେ ଅନୁଷ୍ଠିତ ଓମେନ୍ସ ଇଷ୍ଟ ଜୋନ୍ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ବ୍ରଞ୍ଜ ମେଡାଲ୍, ୨୦୦୫ରେ ଭୁବନେଶ୍ୱରରେ ସିଲ୍‌ଭର୍ ମେଡାଲ୍, ୨୦୦୮ ଏବଂ ୨୦୦୯ରେ ଜାମସେଦପୁରରେ ଗୋଲ୍ଡ ମେଡାଲ୍ ଇତ୍ୟାଦି। 

ଆନ୍ତର୍ଜାତିକ ସ୍ତରରେ ସମ୍ପାଦନା

ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସେ ଅନେକ ସଫଳତା ପାଇଛନ୍ତି। ୧୯୯୯ରେ ଦିଲ୍ଲୀରେ ଅନୁଷ୍ଠିତ ଜୁନିଅର ଏସିଆନ୍ ପାଓ୍ବାର୍ ଲିଫ୍‌ଟିଂ ପ୍ରତିଯୋଗିତାରେ ୪୮ କେଜି ବର୍ଗରେ ସିଲ୍‌ଭର୍ ମେଡାଲ୍ ପାଇଛନ୍ତି। ଏହି ବର୍ଗରେ ଚେକ୍ ରିପବ୍ଲିକ୍‌ରେ ଆୟୋଜିତ ପ୍ରତିଯୋଗିତାରେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ୧୯୯୯ରେ। ୨୦୦୫ରେ କେରଳରେ ତଥା ୨୦୦୯ରେ ରାଜସ୍ଥାନରେ ଅନୁଷ୍ଠିତ ସିନିଅର ପାଓ୍ବାର୍ ଲିଫ୍‌ଟିଂ ପ୍ରତିଯୋଗିତାରେ ଗୋଲଡ୍ ମେଡାଲ୍ ହାସଲ କରିଥିଲେ ମନ୍ଦାକିନୀ। 

ମନ୍ଦାକିନୀଙ୍କ ଖେଳ ଜୀବନରେ ପ୍ରଥମ ଜାତୀୟ ସଫଳତା ପାଇଥିଲେ ୧୯୯୭ ମସିହାରେ। ସେ ବର୍ଷ ସେ ଜାତୀୟ ଜୁନିୟର ପାଓ୍ବାର ଲିଫ୍‌ଟିଂରେ ବ୍ରଞ୍ଜ ପଦକ ଜିତିଥିଲେ। ୧୯୯୭ ଓ ୧୯୯୮ ମସିହାରେ ଷ୍ଟ୍ରଙ୍ଗ୍ ଓମେନ୍ ଅଫ୍ ଓଡ଼ିଶା ହୋଇ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିବା ମନ୍ଦାକିନୀ ୧୯୯୯ ମସିହାରେ ଲକ୍ଷ୍ମୌଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ନ୍ୟାସ୍‌ନାଲ୍‌ ପାଓ୍ବାର୍ ଲିଫ୍‌ଟିଂ ଚାମ୍ପିଅନ୍‌ସିପ୍‌ରେ ୪୮ କିଲୋ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଓଡ଼ିଶାର ଏହି ଖେଳାଳି ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ଏସୀୟ ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହାସଲ କରିଥିଲେ ରୌପ୍ୟ ପଦକ। ୧୯୯୭ରୁ ୨୦୦୯ ମଧ୍ୟରେ ମନ୍ଦାକିନୀ ଏକାଧିକ ବିଶ୍ୱ ଓ ଏସିଆନ୍ ପାଓ୍ବାର ଲିଫ୍‌ଟିଂ ଚାମ୍ପିଅନ୍‌ସିପ୍‌ ଖେଳିବା ସହ ଜାତୀୟ ସ୍ତରରେ ହାସଲ କରିଛନ୍ତି ଅନେକ ମେଡାଲ୍। ମନ୍ଦାକିନୀ ମହାନ୍ତ ୨୦୦୯ ମସିହାରେ ଉଦୟପୁରଠାରେ ସମ୍ପନ୍ନ ହୋଇଥିବା ଏସିଆନ୍ ପାଓ୍ବାର ଲିଫ୍ଟିଂରେ ଜିତିଛନ୍ତି ସ୍ୱର୍ଣ୍ଣପଦକ।

[୨]

ଆଧାର ସମ୍ପାଦନା

  1. "Tamil Nadu lifters dominate". The Telegraph. Retrieved 17 May 2020.
  2. (ଦ ସନ୍‌ଡେ ଇଣ୍ଡିଆନ୍, ୧୫ ଜୁନ୍ - ୨୮ ଜୁନ୍ ୨୦୦୯)