ମନାଲି ଅଭୟାରଣ୍ୟ ଉତ୍ତର ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ମନାଲିଠାରୁ ୨ କିଲୋମିଟର ଦୂରରେ ଥିବା ଏକ ବନ୍ୟ ପ୍ରାଣୀ ଅଭୟାରଣ୍ୟ । ଏହା "ମନସୁଲୁ ଖାଦ" ନାମକ ଅଞ୍ଚଳ ସମୂହର ଜଳ ଅରହଣ ଅଞ୍ଚଳ ଭିତରେ ରହିଛି । ମନାଲିସ୍ଥିତ ପର୍ଯ୍ୟଟନ କୁଟୀର ଓ ଢୁଂରୀ ମନ୍ଦିର ଯାଏ ଯାଇଥିବା ରାସ୍ତା ଏହି ଅଭୟାରଣ୍ୟ ମଧ୍ୟ ଦେଇ ଯାଇଛି । ଏହି ଅରଣ୍ୟରେ ଦେବଦାରୁ, କାଇଲ, କାଜୁ ଓ ମେପଲ ବୃକ୍ଷର ଘଞ୍ଚ ବନାନୀ ସହ କସ୍ତୁରୀ ମୃଗ, ମୋନାଲ, ଭାଲୁ, ଚିତା ବାଘ, ଧଳା ଚିତାବାଘ ବହୁ ସଂଖ୍ୟାରେ ରହିଥାନ୍ତି । ଗ୍ରୀଷ୍ମ କାଳରେ ଇବେକ୍ସ ଜାତୀୟ ପ୍ରାଣୀମାନଙ୍କର ବଡ଼ ଦଳ ଏଠାରେ ବିଚରଣ କରୁଥିବାର ଦେଖାଯାଇଥାଏ ।

ମନାଲି ଅଭୟାରଣ୍ୟରେ ଦେଓଦାର ବୃକ୍ଷ

ଏହି ଅଭୟାରଣ୍ୟର ଆୟତନ ୩୧.୮ ବର୍ଗ କିଲୋମିଟର । ଏହାକୁ ୧୯୫୪ ଫେବୁଆରି ୨୬ରେ ପଞ୍ଜାବ ରାଜ୍ୟ ପକ୍ଷୀ ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୩୩ ଅନୁଯାୟୀ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା