ମନ କି ବାତ

(ମନର କଥାରୁ ଲେଉଟି ଆସିଛି)

ମନ୍ କି ବାତ୍ (ମନର କଥା) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ସଂଚାଳିତ ହେଉଥିବା ଏକ ରେଡ଼ିଓ କାର୍ଯ୍ୟକ୍ରମ ଯେଉଁଥିରେ ସେ ଆକାଶବାଣୀ ମାଧ୍ୟମରେ ସ୍ୱାଧୀନ ଭାବେ ଭାରତର ଜନସାଧାରଣଙ୍କୁ ସମ୍ବୋଧିତ କରିଥା'ନ୍ତି । [୧][୨][୩]

ମନ୍ କି ବାତ୍
Other namesପ୍ରଧାନମନ୍ତ୍ରୀଙ୍କ ମନର କଥା
Running time୧୧:୦୦ am–୧୧:୨୦ am
Countryଭାରତ
Language(s)ହିନ୍ଦୀ ଭାଷା, ଇଂରାଜୀ ଭାଷା
Home stationଆକାଶବାଣୀ
Starringନରେନ୍ଦ୍ର ମୋଦୀ
Air datessince ଅକ୍ଟୋବର 3, 2014 (2014-10-03)
Websitepmonradio.nic.in

ପ୍ରସାରଣ ସମ୍ପାଦନା

ନରେନ୍ଦ୍ର ମୋଦୀ ପ୍ରାୟତଃ ମାସକୁ ଥରେ କୌଣସି ଏକ ରବିବାରଦିନ ଭାରତବାସୀଙ୍କୁ ଅଲ ଇଣ୍ଡିଆ ରେଡ଼ିଓ ଜରିଆରେ ସମ୍ବୋଧିତ କରିଥାନ୍ତି । ଏହାକୁ ସରକାରୀ ଭାବେ ୩ ଅକ୍ଟୋବର ୨୦୧୪ରୁ ଆରମ୍ଭ କରି ନିଜର ମନର କଥା ଜନମାନସରେ ପ୍ରସାର କରିଥାନ୍ତି । ଯେହେତୁ ଅଦ୍ୟାବଧି ସମସ୍ତଙ୍କ ପାଖରେ ଦୂରଦର୍ଶନ ପହଞ୍ଚି ପାରିନାହିଁ (ବିଶେଷକରି ବିଛିନ୍ନାଞ୍ଚଳ, ଗ୍ରାମାଞ୍ଚଳ, ଏବଂ ଅନୁନ୍ନତ ଅଞ୍ଚଳଗୁଡ଼ିକରେ) ସେଥିପାଇଁ ସେ ପ୍ରତ୍ୟେକ ନାଗରିକମାନଙ୍କ ପାଖରେ ପହଞ୍ଚିବା ପାଇଁ ରେଡ଼ିଓକୁ ମାଧ୍ୟମ ଭାବେ ବାଛିଛନ୍ତି । ଏକ ଆକଳନରୁ ଜଣାଯାଏଯେ ତାଙ୍କ ସମ୍ବୋଧନ ଏହା ମାଧ୍ୟମରେ ଦେଶର ପ୍ରାୟ ୯୦ ପ୍ରତିଶତ ନାଗରିକମାନଙ୍କ ପାଖରେ ପହଂଚିବାକ୍ଷମ ହୋଇପାରିବ । [୪] ଆହୁରି ମଧ୍ୟ ମେଟ୍ରୋପୋଲିଟନ ସହର ମାନଙ୍କରେ ଅନେକ ପ୍ରାଇଭେଟ ଏଫଏମ ରେଡ଼ିଓ ଷ୍ଟେସନଗୁଡ଼ିକ ଏହି କାର୍ଯ୍ୟକ୍ରମର ରେକର୍ଡ଼ିଂ ପ୍ରସାରଣ କରନ୍ତି । ଦୂରଦର୍ଶନର ଡାଇରେକ୍ଟ ଟୁ ହୋମ (ଡିଟିଏଚ) ସେବା ଫ୍ରିଡିସ ଦେଇ ରେଡ଼ିଓଟିଭି ଚ୍ୟାନେଲମାନଙ୍କୁ ୨୦ ମିନିଟର ବିଶିଷ୍ଟ ଏହି ଅଧ୍ୟାୟର ଫୀଡ଼ ପ୍ରସାରଣ କରନ୍ତି ।

୩ ଅକ୍ଟୋବର ୨୦୧୪ ବିଜୟା ଦଶମୀ ଦିନ ଏହି କାର୍ଯ୍ୟକ୍ରମର ପ୍ରଥମ ପ୍ରସାରଣ ହୋଇଥିଲା । [୫][୬] ଏବଂ ତାଙ୍କର ଦ୍ୱିତୀୟ ପ୍ରସାରଣ ନଭେମ୍ବର ୨୦୧୪ରେ ହୋଇଥିଲା । [୭][୮]

ଭାରତର ଗଣତନ୍ତ୍ର ଦିବସ ପ୍ୟାରେଡରେ ଯୋଗଦେବା ସକାଶେ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ବରାକ ଓବାମା ୨୬ ଜାନୁଆରୀରେ ଏଥିରେ ଅଂଶଗ୍ରହଣ କରିଥିଲେ ଯାହା ୨୭ ଜାନୁଆରୀରେ ପ୍ରସାରିତ ହୋଇଥିଲା ।

ଅଧ୍ୟାୟ ସମ୍ପାଦନା

ସଂଖ୍ୟା ତାରିଖ ବିଷୟ
୩ ଅକ୍ଟୋବର ୨୦୧୪ ମୋଦୀ ଶ୍ରୋତାମାନଙ୍କୁ ଖଦୀ ବସ୍ତ୍ର କିଣିବା ସହ ଏକ ଗରିବକୁ ସମୃଦ୍ଧ କରିବାକୁ ନିବେଦନ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ, ଭାରତର ମଙ୍ଗଳ ଅଭିଯାନ ସଫଳତା, ସ୍କିଲ ଡେଭଲପମେଣ୍ଟ, ଭିନ୍ନକ୍ଷମ ଏବଂ ମାଇଗଭ ବେବସାଇଟ (MyGov) ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ । [୯]
୨ ନଭେମ୍ବର ୨୦୧୪ ଅନେକ ସରକାରୀ ଯୋଜନାଗୁଡ଼ିକୁ ଆଲୋଚନା କରିବା ସହ ଭିନ୍ନକ୍ଷମଙ୍କ ପାଇଁ ମେଧାବୃତ୍ତି ପ୍ରଣୟନ ଏବଂ ଏହି ଭଳି ପିଲାମାନଙ୍କ ପାଇଁ ଭିତ୍ତିଭୂମି ବିକାଶ ସକାଶେ ଅନୁଷ୍ଠାନଗୁଡ଼ିକ ପାଇଁ ଅନୁଦାନ ଯୋଗାଇଦେବାକୁ ପ୍ରତିଶୁତି ଦେଇଥିଲେ । ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱାସ୍ଥ୍ୟପକ୍ଷେ କିପରି ହିତକାରୀ, ଏବଂ ଏହାର ଯୁକ୍ତାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ । ଦିପାବଳୀ ସମୟରେ ଭ୍ରମଣ କରିଥିବା ସିଆଚିନ ପ୍ରଦେଶରେ ଭାରତୀୟ ସୈନିକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । [୧୦]
୧୪ ନଭେମ୍ବର ୨୦୧୪ ନିଶା ନିବାରଣ ବାବଦରେ ଆଲୋଚନା କରିଥିଲେ ଡ୍ରଗ୍ସ ନନେବା ପାଇଁ ଯୁବକମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଡ୍ରଗ୍ସ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆତଙ୍କବାଦକୁ ପାଣ୍ଠି ପ୍ରୋତ୍ସାହିତ କରିବାରେ ଲାଗିପାରେ । ଡ୍ରଗ୍ସସେବନକାରୀଙ୍କ ପରିବାର ସହାୟତା ପାଇଁ ଏକ ଟୋଲ ଫ୍ରି ନମ୍ବର ସ୍ଥାପନ କରିବାକୁ ଯାଉଛନ୍ତି ବୋଲି କହିଥିଲେ । [୧୧]
୨୭ ଜାନୁଆରୀ ୨୦୧୫ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ବରାକ ଓବାମା, ନରେନ୍ଦ୍ର ମୋଦୀଙ୍କ ସହ ସହସଂଚାଳକ ଥିଲେ । ଭାରତୀୟଙ୍କଦ୍ୱାରା ପଚାରାଯାଇଥିବା ଏକ ଦୀର୍ଘ ପ୍ରଶ୍ନଉତ୍ତରରେ ଅଂଶଗ୍ରହଣ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରୟୋଗ କରିଥିବା କେତେକ ପଲିସିର ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିଥିଲେ ।
୨୨ ଫେବୃଆରୀ ୨୦୧୫ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ ପରୀକ୍ଷା ଚାପ ଏବଂ ଭୟକୁ ଦୂରେଇବା ପାଇଁ କହିଥିଲେ ଏବଂ ଅନ୍ୟମାନଙ୍କ ସହ ପ୍ରତିଯୋଗିତା ନକରି ନିଜନିଜ ଭିତରେ ପ୍ରତିଯୋଗିତା କରିବାକୁ କହିଥିଲେ । [୧୨]
୨୨ ମାର୍ଚ୍ଚ ୨୦୧୫ ମୋଦୀ କୃଷକମାନଙ୍କ ସମସ୍ୟା ଉପରେ ଧ୍ୟାନ ଦେଇଥିଲେ ଯେମିତିକି ମୃତ୍ତିକ ସ୍ୱାସ୍ଥ୍ୟ ପରିକ୍ଷା, ଶସ୍ୟ ଏବଂ ଜମି ଅଧିଗ୍ରହଣର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦେଇଥିଲେ । ସେ ଜମି ଅଧିଗ୍ରହଣ ନୀତି ବାବଦରେ ଜନସାଧାରଣଙ୍କ ମନରେ ଥିବା ଅନେକ ଭୁଲବୁଝାମଣାକୁ ସ୍ପଷ୍ଟ ଉତ୍ତର ରଖିଥିଲେ । ଏବଂ କୃଷକଙ୍କଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଏବଂ ସମସ୍ୟା ଉପରେ ଉତ୍ତର ରଖିଥିଲେ । [୧୩]
୨୬ ଏପ୍ରିଲ ୨୦୧୫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଏକା ଶ୍ରେଣୀ ଏକା ପେନସନ ପ୍ରସଙ୍ଗ ପାଇଁ ଏକ ସମାଧାନର ବାଟ ଖୋଜିବା ପାଇଁ ପ୍ରତିଶୁତି ଦେଇଥିଲେ । ଦେଶରୁ ଦାରିଦ୍ର୍ୟ ହଟେଇବା ପାଇଁ ତାଙ୍କ ସରକାର ତରଫରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ବର୍ଣ୍ଣନା କରିଥିଲେ । ମାଧ୍ୟମିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣେଇବା ସହ କହିଥିଲେ ଯେ, ଏକ କ୍ୟାରିଅର ଚୟନ କରନ୍ତୁ ଯେଉଁଥିଲେ ଭାରତମାତାର ସେବା ହୋଇପାରିବ । [୧୪]
ମେ ୨୦୧୫
ଜୁନ ୨୦୧୫
୧୦ ୨୬ ଜୁଲାଇ ୨୦୧୫ ଏହି ଅବସରରେ ମୋଦୀ ଦେଶର ସଡ଼କ ଦୁର୍ଘଟନାର ଗମ୍ଭିର ସ୍ଥିତି ଉଲ୍ଲେଖ କରିବା ସହିତ ସଡ଼କ ସୁରକ୍ଷା ବିଲ୍ ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ । ଦୁର୍ଘଟନା ଯୋଗୁ ଦେଶର ପ୍ରତି ୪ ମିନିଟରେ ଜଣଙ୍କର ମୃତ୍ୟୁ ଘଟୁଛି ବୋଲି ମୋଦୀ ଏହି ଅବସରରେ ଚିନ୍ତାବ୍ୟକ୍ତ କରିଥିଲେ । ସଡ଼କ ଦୁର୍ଘଟନାକୁ ଦୃଷ୍ଟିରେ ରଖି ସରକାର ଖୁବଶୀଘ୍ର ସଡ଼କ ପରିବହନ ଏବଂ ସୁରକ୍ଷା ବିଲ୍, ରାଷ୍ଟ୍ରୀୟ ସୁରକ୍ଷା ନୀତି ରାଷ୍ଟ୍ରୀୟ ସଡ଼କ ସୁରକ୍ଷା ଯୋଜନା ତଥା ସଡ଼କ ଦୁର୍ଘଟଣାରେ ପିଡ଼ିତଙ୍କ ଚିକିତ୍ସା ଲାଗି 'କ୍ୟାସଲେସ୍ ଟ୍ରିଟମେଣ୍ଟ' ବ୍ୟବସ୍ଥା ଆରମ୍ଭ କରିବେ ବୋଲି କହିଥିଲେ । ମୌସୁମୀ ବର୍ଷା ଯୋଗୁ ଉତ୍ତମ ଫସଲ ସମ୍ଭାବନା ପ୍ରସଙ୍ଗରେ ମଧ୍ୟ କୃଷକ ସମାଜକୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ କାରଗିଲ ବିଜୟ ଦିବସ ଅବସରରେ ଯବାନ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଯୁଦ୍ଧ ବିଜୟ ଲାଗି ଯବାନଙ୍କ ସହ ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ସହରର ଅବଦାନ ଅଛି ବୋଲି ଅଭିହିତ କରିଥିଲେ । ସେହିପରି ଅଗଷ୍ଟ ୧୫, ୨୦୧୫ ସ୍ୱାଧୀନତା ଦିବସ ଅଭିଭାଷଣରେ ସେ କେଉଁ ପ୍ରସଂଗରେ କ'ଣ କହିବେ ସେନେଇ ଦେଶବାସୀଙ୍କଠାରୁ ପରାମର୍ଶ ଅହ୍ୱାନ କରିଥିଲେ । ଇସ୍ରୋଦ୍ୱାରା ବ୍ରିଟେନର ୫ଟି ଉପଗ୍ରହ ସଫଳତାର ସହ ଉତକ୍ଷେପଣ ପ୍ରସଂଗକୁ ମଧ୍ୟ ଉଠାଇଥିଲେ । ଉତ୍ତର-ପୂର୍ବାଞ୍ଚଳ ପାଇଁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ଥିବାର କହିଥିଲେ ।[୧୫]

[୧୬]|-

ଅଭ୍ୟର୍ଥନା ସମ୍ପାଦନା

ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରେ ବିଶେଷ କରି ମେଟ୍ରୋପୋଲିଟନ ସହରମାନଙ୍କରେ ବେଶ୍ ଜନାଦୃତ ହୋଇପାରିଛି । ଏକ ସର୍ବେକ୍ଷଣରୁ ଜଣାପଡ଼େ ଯେ ମୁମ୍ବାଇ ଚେନ୍ନାଇ ସମେତ ଭାରତର ମୁଖ୍ୟ ୬ଟି ସହରରେ ୬୬.୭% ଲୋକ ଏହାକୁ ଶୁଣିଥା'ନ୍ତି । [୧୭]

ମନ କି ବାତ ଆକାଶବାଣୀର ଏକ ପ୍ରମୁଖ ରାଜସ୍ୱ ଆୟକାରୀ ଉତ୍ସରେ ପରିଣତ ହୋଇଛି । ସାଧାରଣତଃ ଏକ ୧୦ ସେକେଣ୍ଡିଆ ଅବଧିର ସ୍ଲଟ ଭାରତୀୟ ମୁଦ୍ରାରେ ୫୦୦ରୁ ୧୫୦୦ଟଙ୍କା ଥାଏ କିନ୍ତୁ ମନ କି ବାତର ୧୦ ସେକେଣ୍ଡିଆ ସ୍ଲଟରୁ ଏହା ୨୦୦,୦୦୦ ଟଙ୍କା ଆୟକରେ । [୧୮]

ଆଧାର ସମ୍ପାଦନା

  1. PM's first radio address 'Mann ki baat': Top 10 quotes
  2. Narendra Modi touches people through his Mann Ki Baat, leaves opposition squirming
  3. Modi goes on AIR
  4. http://www.livemint.com/Politics/hdhhF1FzazRPQCrZegyr8I/Narendra-Modis-All-India-Radio-chat-show-starts-Friday.html
  5. Gladdening to read wonderful response to 'Mann Ki Baat' radio address: Modi
  6. Mann Ki Baat from the PM
  7. PM praises comments and ideas received for ‘Mann ki Baat’ Radio Programme
  8. PM Narendra Modi's Second Round of 'Mann ki Baat' on Radio on November 2
  9. 10 highlights from Prime Minister Narendra Modi's 'Mann Ki Baat'
  10. Modi talks of govt schemes on ‘Mann ki Baat’ address
  11. Say NO to drugs, it's not cool: PM Modi on Mann ki Baat
  12. 'Compete with yourself, not others': PM Narendra Modi tells students
  13. [୧]
  14. "Narendra Modi's next Mann ki Baat to be telecast on Sunday April 26". news.biharprabha.com. 21 April 2015. Retrieved 21 April 2015.
  15. https://mygov.in/group-issue/inputs-prime-ministers-mann-ki-baat-26th-july-2015/
  16. http://www.thehindu.com/news/national/live-modi-talks-about-road-safety-in-mann-ki-baat/article7466800.ece
  17. Modi's 'man ki baat' was heard by 66% of listeners in 6 cities
  18. "PM Narendra Modi's 'Mann Ki Baat' turns big business for All India Radio". Economic Times. 2015-02-21.

ବାହାର ଲିଙ୍କସମୂହ ସମ୍ପାଦନା