ମଧ୍ୟାହ୍ନ ଭୋଜନ ଯୋଜନା

ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଉପସ୍ଥାନ ସଂଖ୍ୟା ବଢାଇବା ପାଇଁ ଏକ ଯୋଜନା । ଏହା ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଅଟେ ।

ଖର୍ଚ୍ଚ ଏବଂ ପରିଚାଳନା ସମ୍ପାଦନା

ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟର ୬୨,୬୪୦ଟି ବିଦ୍ୟାଳୟରେ ୫୬ହଜାରରୁ ଉଦ୍ଧ୍ୱର୍ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି । ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକ ୧୯,୬୬୧ ସ୍କୁଲରେ, ଅକ୍ଷୟ ପାତ୍ର ଫାଉଣ୍ଡେସନ ୧୮୩୪, ମନ୍ନା ଟ୍ରଷ୍ଟ ୯୩୭ ଓ ସ୍କୁଲ ପରିଚାଳନା କମିଟି ୪୦ ହଜାରରୁ ଅଧିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଗାଣ କରୁଛନ୍ତି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବାବଦରେ ମୁଣ୍ଡପିଛା ୪ଟଙ୍କା ୪ପଇସା ଦିଆଯାଉଛି । ଏଥିରେ କେନ୍ଦ୍ର ସରକାରଙ୍କ ଅଂଶ ୨ଟଙ୍କା ୬୯ପଇସା ହୋଇଥିବା ବେଳେ ରାଜ୍ୟ ସରକାର ୯୦ପଇସା ଦେଉଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ମୁଣ୍ଡପିଛା ବରାଦ ହୋଇଛି ୬ଟଙ୍କା ୩ପଇସା । ଏଥିରେ କେନ୍ଦ୍ର ସରକାର ୪ଟଙ୍କା ୪ପଇସା ଓ ରାଜ୍ୟ ସରକାର ୧ଟଙ୍କା ୩୪ପଇସା କରି ଦେଉଛନ୍ତି । ବିଦ୍ୟାଳୟଗୁଡ଼ିକରେ ବର୍ଷକୁ ୨୩୨ଦିନ ମଧ୍ୟାହ୍ନ ଭୋଜନ ଯୋଗାଣ ବ୍ୟବସ୍ଥା ଅଛି । ଆହୁରି ମଧ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଅନ୍ୟ ସଂସ୍ଥାଗୁଡ଼ିକ ଦାନ ଆକାରରେ ବିଭିନ୍ନ ସୂତ୍ରରୁ ଅର୍ଥ ଯୋଗାଡ଼ କରି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଥାନ୍ତି ।

ବ୍ୟଞ୍ଜନ ସମ୍ପାଦନା

ସୋମବାର ଓ ଗୁରୁବାର ଦିନ ଛାତ୍ରଛାତ୍ରୀମାନଙ୍କୁ ଭାତ-ଡାଲମା, ମଙ୍ଗଳବାର ଓ ଶୁକ୍ରବାର ଭାତ ସହିତ ସୋୟାବିନ ବଡ଼ି ତରକାରୀ ଏବଂ ବୁଧବାର, ଶନିବାର ଭାତ ସହିତ ଅଣ୍ଡା ତରକାରି ଦିଆଯାଉଛି । [୧]

ବିବାଦୀୟ ସମ୍ପାଦନା

ଅନେକ ସମୟରେ ନିମ୍ନ ମାନର ଖାଦ୍ୟ ପରିବେଷଣ ହୋଇଥିବାରୁ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ଏବଂ ମୃତ୍ୟୁ ମୁଖରେ ପଡ଼ିବାର ସୂଚନା ଅଛି । ଯୋଗାଣ ଏବଂ ପରିଚାଳନାରେ ଅନିୟମିତତା ଯୋଗୁଁ ଅନେକ ସ୍ଥାନରେ ଏହା ସଫଳ ହୋଇପାରି ନାହିଁ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "୪ଟଙ୍କାରେ ମଧ୍ୟାହ୍ନ ଭୋଜନ କେମିତି?". Retrieved 9 October 2015.[permanent dead link]