ମଦନଲାଲ

ଭାରତୀୟ କ୍ରିକେଟ ଖେଳାଳି
(ମଦନ ଲାଲ ଶର୍ମାରୁ ଲେଉଟି ଆସିଛି)

ମଦନଲାଲ, ନାମରେ ବହୁଳ ପରିଚିତ ଭାରତୀୟ କ୍ରିକେଟ ଖେଳାଇଙ୍କ ପୂର୍ଣ ନାମ ମଦନଲାଲ ଉଧୋଊରାମ ଶର୍ମା ( ଜନ୍ମ ୨୦ ମାର୍ଚ ୧୯୫୧ ) । ସେ ପଞ୍ଜାବର ଅମୃତସରଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତୀୟ ଜାତୀୟ ଦଳ ପାଇଁ ଟେଷ୍ଟ ଓ ଏକଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଥିଲେ ଓ ଭାରତ ପ୍ରଥମ କରି ଜିତି ଥିବା ୧୯୮୩ ବିଶ୍ୱ କପ ଦଳର ଜଣେ ମୁଖ୍ୟ ସଦସ୍ୟ ଥିଲେ । 

ଖେଳ ଜୀବନ  ସମ୍ପାଦନା

ମଦନଲାଲାଲ ଜଣେ ଅଲ ରାଉଣ୍ଡର । ସେ ଦ୍ରୁତ ଗତି ବୋଲିଂ କରିବା ସହ ଭଲ ବାଟିଙ୍ଗ ମଧ୍ୟ କରିପାରୁଥିଲେ । ଭାରତ ପାଇଁ ସେ ୩୯ଟି ଟେଷ୍ଟ ଖେଳି ୨୨.୬୫ ହାରରେ ୧,୦୪୨ ରଣ ସହ ୭୧ଟି ୱିକେଟ ନେଇଥିଲେ । ତଳ ଅଦରରେ ବାଟିଙ୍ଗ ଭଲ ସମ୍ଭାଳି ପରୁଥିବା ଖେଳାଳି ହିସାବରେ ତାଙ୍କର ଖ୍ଯାତି ରହିଛି ।  

ଏକ ଦିବାସୀୟ ଅନ୍ତର୍ରାଷ୍ଟ୍ରୀୟ ମେଚରେ ମଦନଲାଲ ଜଣେ ଖୁବ ଉପଯୋଗୀ ଅଲ ରାଉଣ୍ଡର ହିସାବରେ ପ୍ରସିଦ୍ଧ ଥିଲେ । ୧୯୮୩ ବିଶ୍ୱ କପରେ କପିଲ ଦେବଙ୍କ ନେତୃତ୍ୱରେ ଜିତି ଥିବା ଦଳରେ ୬ ଜଣ ଅଲ ରାଉଣ୍ଡର ଥିଲେ ମଧ୍ୟ ମଦନଲାଲ ତାଙ୍କର ଅବଦାନଦ୍ୱାରା ତାଙ୍କର ସ୍ୱାତନ୍ତ୍ରତା ବଜାୟ ରଖିଥିଲେ  । ସେ ଫାଇନାଲ ମେଚରେ ଚମତ୍କାର ବୋଲିଂ କରି ୱେଷ୍ଟ ଇଣ୍ଡିଜର ଭିଭିୟାନ ରିଚାର୍ଡଙ୍କୁ ଆଉଟ କରିବା ଫଳରେ ଭାରତୀୟ ଦଳ ଫାଇନାଲରେ ଜିତିବା ସମ୍ଭବ ହେଇଥିଲା ।   ମଦନଲାଲ ତାଙ୍କ ଖେଳ ଜୀବନରେ ଭାରତ ପାଇଁ ୬୭ଟି ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ଖେଳିଥିଲେ । ପରେ ସେ ଖେଳରୁ ଅବସର ନେଇ କ୍ରିକେଟ କୋଚିଙ୍ଗ ଦେଇଥିଲେ । 

ମାଦନଲାଲଙ୍କ କୋଚିଙ୍ଗ ଅବଦାନ  ସମ୍ପାଦନା

ଅବସର ପରେ ସେ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଭାରତୀୟ ଜାତୀୟ ଦଳର କୋଚ ଥିଲେ । ସେ ଆରବ ଏମିରଟ ଜାତୀୟ କ୍ରିକେଟ ଦଳର କୋଚ ଭାବରେ ମଧ୍ୟ କିଛି ବର୍ଷ କାମ ଅରିଥିଲେ । ଦିଲ୍ଲୀରେ ତାଙ୍କର ଏକ କ୍ରିକେଟ ପ୍ରଶିକ୍ଷଣ ଏକାଡେମୀ ମଧ୍ୟ ଅଛି । 

ରାଜନୀତିରେ ମାଦନଲାଲ ସମ୍ପାଦନା

ମାର୍ଚ , ୨୦୦୯ରେ ମଦନଲାଲ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ହମୀରପୁର ଲୋକ ସଭା ଆସନ ପାଇଁ ପ୍ରତ୍ୟାଶୀ ଥିଲେ । କିନ୍ତୁ ସେ ପରାଜିତ ହେଇଥିଲେ । 

ଅଭିନେତା ଭାବେ ମଦନଲାଲ ସମ୍ପାଦନା

୨୦୧୩ରେ ମଦନଲାଲ ଟିଭି ଅଭିନେତା ଭାବେ ଅଭିନୟ କରିଥିଲେ । ସେ ଲାଇଫ ଓକେ ଚ୍ୟାନେଲରେ 'ହମ ନେ ଲି ହୈ ଶପଥ " ନାମକ ଏକ ଅପରାଧ ସମ୍ପର୍କିତ ସିରିୟାଲରେ ଅଭିନୟ କରିଥିଲେ । 

References ସମ୍ପାଦନା

External links ସମ୍ପାଦନା