ମଞ୍ଜରୀ ଚତୁର୍ବେଦୀ

ମଞ୍ଜରୀ ଚତୁର୍ବେଦୀ (ଇଂରାଜୀ ଭାଷାରେ Manjari Chaturvedi) ଜଣେ ଭାରତୀୟ କଥକ ନୃତ୍ୟାଙ୍ଗନା Kathak dancer । ସେ ଲକ୍ଷ୍ନୌ ଘରାନାରୁ (Lucknow Gharana) ଶିକ୍ଷା ଲାଭ କରିଥିଲେ ।

ମଞ୍ଜରୀ ଚତୁର୍ବେଦୀ
Background information
ଜନ୍ମଉତ୍ତର ପ୍ରଦେଶ
ଜନ୍ମସ୍ଥାନଭାରତ
ଶୈଳୀହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ (Indian classical music)
ପେଷାଶାସ୍ତ୍ରୀୟ ନର୍ତ୍ତକୀ
ୱେବସାଇଟhttp://www.sufikathakfoundation.com/

ପ୍ରାକ୍ ଜୀବନ ଓ ପୃଷ୍ଠଭୂମି ସମ୍ପାଦନା

ଲକ୍ଷ୍ନୌର ଏକ ପ୍ରସିଦ୍ଧ ପରିବାରରେ ମଞ୍ଜରୀ ଚତୁର୍ବେଦୀ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜେଜେବାପା ଜଷ୍ଟିସ ହରି ଶଙ୍କର ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ବିଚାରପତି ଥିଲେ । ତାଙ୍କ ପିତା ରବି ଶଙ୍କର ଜଣେ ଭୂରତ୍ତବିଦ୍ ଥିଲେ ଓ ଆଇଆଇଟି ରୁର୍କିରେ ଜେଓଫିଜିକ୍ସ ଡିପାର୍ଟମେଣ୍ଟରେ ପ୍ରଫେସର ଓ ସମ୍ମାନନୀୟ ଅନ୍ତରୀକ୍ଷ ବୈଜ୍ଞାନିକ ଥିଲେ ଯିଏ ଲକ୍ଷ୍ନୌରେ ରିମୋଟ ସେନ୍ସିଙ୍ଗ ଆପ୍ଲିକେସନ କେନ୍ଦ୍ରର ସ୍ଥାପୟିତା ଥିଲେ ଓ ଗ୍ରାମୀଣ ବିକାଶ ନିମନ୍ତେ ବିଜ୍ଞାନ ଓ ଟେକନୋଲୋଜିରେ ଏକ ଦୂରଦ୍ରଷ୍ଟା ଥିଲେ । ତାଙ୍କ ମାତା ଜଣେ ଶିକ୍ଷିତା, ଶକ୍ତ ଓ ନମନୀୟ ମହିଳା ଥିଲେ ଯିଏ ତାଙ୍କ ପିଲାମାନଙ୍କୁ ଉଚ୍ଚକୋଟିର ସଂସ୍କାର ଦେଇଥିଲେ । ତାଙ୍କର ପିଲାଦିନ ଲକ୍ଷ୍ନୌରେ କଟିଥିଲା ଓ ତାଙ୍କ କର୍ମମୟ ଜୀବନରେ ଏହି ସ‌ହରର ପ୍ରଭାବ ପଡ଼ିଥିଲା । କାର୍ମେଲ ଓ ହୋଏର୍ନେର ସ୍କୁଲରେ ଶିକ୍ଷା ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସେ ପରିବେଶ ବିଜ୍ଞାନରେ ଏମଏସସି ଡିଗ୍ରୀ ହାସଲ କରିଥିଲେ । ଉତ୍ତର ପ୍ରଦେଶର ସଙ୍ଗୀତ ନାଟକ ଏକାଡେମୀରେ ସେ କଥକ ନୃତ୍ୟର ବ୍ୟବସାୟୀକ ବିଭାଗରେ ଶିକ୍ଷା ଲାଭ କରିଥିଲେ ।

ଲକ୍ଷ୍ନୌ ଘରାନାରେ ପ୍ରଥମେ ସେ ଅର୍ଜୁନ ମିଶ୍ରାଙ୍କର ତ‌ତ୍ତ୍ୱାବଧାନରେ ଶିକ୍ଷା ଲାଭ କରିଥିଲେ । ପ୍ରତିମା ବେଦୀଙ୍କର ନୃତ୍ୟଗ୍ରାମରେ ସେ କଳାନିଧି ନାରାୟଣଙ୍କଠାରୁ ଅଭିନୟ ଶିକ୍ଷା ଲାଭ କରିଥିଲେ । ପଞ୍ଜାବୀ ସୁଫି ପରମ୍ପରାକୁ ବାବା ବୁଲ୍ଲେହ ଶାହଙ୍କ ଅବଦାନ‌କୁ ସେ ଗଭୀର ଭାବରେ ଅନୁଶୀଳନ କରିଥିଲେ । ମୌଲାନା ରୁମି ଓ ଅମିର ଖୁସ୍ରୁ ମଧ୍ୟ ତାଙ୍କୁ ପ୍ରଭାବିତ କରିଥିଲେ ।

କଥା ବା କାହାଣୀରୁ କଥକ ଶବ୍ଦ ସୃଷ୍ଟି ହୋଇଛି ଓ ମଞ୍ଜରୀ ସେହି କଥକ ନୃତ୍ୟର ସାର ମର୍ମରେ ନିଜକୁ ନିୟୋଜିତ କରିଛନ୍ତି । ନୃତ୍ୟ ନିର୍ଦ୍ଦଶନା ଅନୁସାରେ ଶାରୀରିକ ଭାଷାର ପ୍ରୟୋଗ ନ କରି ସେ ତାଙ୍କ ଶରୀରକୁ କଥାକାର ଭାବରେ ଗଢ଼ି ତୋଳନ୍ତି । [୧]

ବୃତ୍ତି ସମ୍ପାଦନା

ଏକ କଥକ ନୃତ୍ୟାଙ୍ଗନା ଭାବରେ ମଞ୍ଜରୀ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ରାଜସ୍ଥାନ, କାଶ୍ମିର, ଅୱଧ, ପଞ୍ଜାବ, ତୁର୍କମେନିସ୍ଥାନ, ଇରାନ ଓ କ୍ରିଗିସ୍ଥାନ ଆଦି ଦେଶମାନଙ୍କର ସଙ୍ଗୀତକୁ ନେଇ ଏକ ଏକ୍ୟତାନ କରିବାକୁ ସେ ଚେଷ୍ଟା କରୁଛନ୍ତି[୨] । ସୁଫୀ ଧର୍ମ ପ୍ରତି ବିଶେଷ ଆକର୍ଷିତ ହୋଇ ତାଙ୍କର ନାଚରେ ଦୃଶ୍ୟମାନ ହେଉଥିବା ଶରୀର ଆନ୍ଦୋଳନରେ ପ୍ରାର୍ଥନା କରିବା ଭଳି ଦୃଶ୍ୟ ଦେଖେଇବାକୁ ଇଚ୍ଛା କରନ୍ତି । ଏହାକୁ ସୁଫୀ କଥକ ନାମ ଦିଆଯାଇଛି ।

ତାଜ ମହଲ ଓ ସିଡନୀର ଅପେରା ହାଉସ୍‌ରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ଗୁଲଜାର ଲିଖିତ ଓ ବିଶାଲ ଭାରଦ୍ୱାଜ ନିର୍ଦ୍ଦେଶିତ 'ତେରେ ଇସ୍କ ମେଁ' ଭିଡେଓ ସେ ପ୍ରସ୍ତୁତ କରିଛନ୍ତି ।

ବାଇଶଟି ଦେଶରେ ସେ ପ୍ରାୟ ୩୦୦ ନୃତ୍ୟ ବା କନସର୍ଟ ପ୍ରଦର୍ଶନ ସେ କରିଛନ୍ତି । ବିଗତ କୋଡ଼ିଏ ବର୍ଷ ମଧ୍ୟରେ ସେ ଫ୍ରାନ୍ସ, ଜର୍ମାନୀ, ପର୍ତ୍ତୁଗାଲ, ଅଷ୍ଟ୍ରିଆ, ସ୍ୱିଜରଲାଣ୍ଡ, ୟୁକେ ଓ ଆୟାରଲାଣ୍ଡ, ଆର୍ମେନିଆ, ଜର୍ଜିଆ, ଦୁବାଇ, ବାହାଇନ, ଅବୁଧବୀ, କାତାର, କୁଏତ, ସିଙ୍ଗାପୁର, ମାଲେସିଆ, ଶ୍ରୀ ଲଙ୍କା, ତୁର୍କମେନିସ୍ଥାନ, କିର୍ଗିଜସ୍ଥାନ, ଉଜବେକିସ୍ଥାନ, ତାଜିକିସ୍ଥାନ, ଅଷ୍ଟ୍ରେଲିଆଆମେରିକା ଇତ୍ୟାଦି ଦେଶମାନ ଭ୍ରମଣ କରି ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି ।


ଆଧାର ସମ୍ପାଦନା