ଭେଲୁପିଲାଇ ପ୍ରଭାକରନ

ଭେଲୁପିଲାଇ ପ୍ରଭାକରନ୍ ବା ଭି ପ୍ରଭାକରନ୍ (୨୬ ନଭେମ୍ବର ୧୯୫୪ - ୧୮ ମଇ ୨୦୦୯) ଜଣେ ଶ୍ରୀଲଙ୍କା ତାମିଲ ଗରିଲା ଏବଂ ଉତ୍ତର ଏବଂ ପୂର୍ବରେ ଏକ ସ୍ୱାଧୀନ ତାମିଲ ରାଜ୍ୟ ଗଠନ କରିବାକୁ ଚେଷ୍ଟା କରୁଥିବା ଏକ ସଂଗ୍ରାମୀ ସଂଗଠନ, ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଈଲାମ (LTTE)ର ପ୍ରତିଷ୍ଠାତା ତଥା ନେତା ଥିଲେ ।[୧] ତାଙ୍କରି ନେତୃତ୍ୱରେ ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନଙ୍କ ପାଇଁ ଏକ ସ୍ୱାଧୀନ ରାଜ୍ୟ ଗଠନ ପାଇଁ ଏହି ସଂଗଠନ (LTTE) ୨୫ ବର୍ଷରୁ ଅଧିକ ସମୟ ଶ୍ରୀଲଙ୍କାରେ ଯୁଦ୍ଧ କରିଥିଲା ।

ଏଲ୍ଟିଟି ଇର ସମୁଦ୍ର ଯୋଦ୍ଧା

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଭେଲୁପିଲ୍ଲାଇ ପ୍ରଭାକରନ ୨୬ ନଭେମ୍ବର ୧୯୫୪ରେ ଶ୍ରୀଲଙ୍କାର ଉତ୍ତର ଉପକୂଳବର୍ତ୍ତୀ ସହର ଭାଲଭେଟ୍ଟିଥୁରାଇରେ ଜନ୍ମ ହୋଇଥିଲେ । ବାପା ଥିରୁଭେନକଡାମ ଭେଲୁପିଲାଇ ଏବଂ ମାତା ଭାଲ୍ଲୀପୁରମ ପାର୍ବତୀଙ୍କର ଚାରି ସନ୍ତାନ ମଧ୍ୟରେ ସେ ଥିଲେ ସର୍ବ କନିଷ୍ଠ ।[୨] ବାପା ସିଲୋନ ସରକାରଙ୍କ ଜିଲ୍ଲା ଜମି ଅଧିକାରୀ ଥିଲେ ।

ଶ୍ରୀଲଙ୍କା ସରକାରଙ୍କଦ୍ୱାରା ତାମିଲ ଲୋକଙ୍କ ପ୍ରତି ହେଉଥିବା ଭେଦଭାବରେ ଅତିଷ୍ଠ ହୋଇ ପ୍ରଭାକରନ୍ ତାମିଲ୍ ୟୁଥ୍ ଫ୍ରଣ୍ଟ (TYF)ର ଛାତ୍ର ଗୋଷ୍ଠୀରେ ଯୋଗ ଦେଇଥିଲେ। ୧୯୭୨ ମସିହାରେ । ବହୁ ପୂର୍ବ ସଂଗଠନର ଉତ୍ତରାଧିକାରୀ ପ୍ରଭାକରନ୍ ତାମିଲ ନ୍ୟୁ ଟାଇଗର୍ସ (TNT) ପ୍ରତିଷ୍ଠା କରିଥିଲେ ।[୩] ଦେଶର ଔପନିବେଶିକ ରାଜନୀତିକୁ ବିରୋଧ କରିବା ସହ ଶ୍ରୀଲଙ୍କାର ସିଂହଳୀ ମାନଙ୍କଦ୍ୱାରା ସଂଖ୍ୟାଲଘୁ ତାମିଲ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସେ ବିରୋଧ କରୁଥିଲେ ।[୪]

୧୯୭୫ ମସିହାରେ, ତାମିଲ ଆନ୍ଦୋଳନରେ ଅତ୍ୟଧିକ ଜଡ଼ିତ ହେବା ପରେ ସେ ତାମିଲ ଗୋଷ୍ଠୀଦ୍ୱାରା ପ୍ରଥମ ପ୍ରମୁଖ ରାଜନୈତିକ ହତ୍ୟାକାଣ୍ଡ ଘଟାଇଥିଲେ ଯେଉଁଥିରେ ସେ ଜାଫ୍ନା ମେୟର ଆଲଫ୍ରେଡ ଦୁରାୟାପ୍ପାଙ୍କୁ ପୋନ୍ନାଲାଇରେ ଏକ ହିନ୍ଦୁ ମନ୍ଦିରରେ ପ୍ରବେଶ କରିବାକୁ ଯାଉଥିବା ସମୟରେ ଅତି ନିକଟରୁ ଗୁଳି ଚଳାଇ ହତ୍ୟା କରିଥିଲେ । ୧୯୭୪ରେ ତାମିଲ ସମ୍ମିଳନୀ ଘଟଣାରେ ତାମିଲଙ୍କ ହତ୍ୟା ପାଇଁ ଦୁରାଇପ୍ପାଙ୍କୁ ଦାୟୀ କରାଯାଇ ଏହାର ଜବାବରେ ଏହି ହତ୍ୟାକାଣ୍ଡ ଘଟିଥିଲା କାରଣ ସେ ଶ୍ରୀଲଙ୍କାର ତତକାଳୀନ ଶାସକ ଦଳ 'ଶ୍ରୀଲଙ୍କା ଫ୍ରିଡମ ପାର୍ଟି'କୁ ସମର୍ଥନ କରିଥିଲେ । [୫]

ଜୀବନର ଆଦର୍ଶ ସମ୍ପାଦନା

ପ୍ରଭାକରନ ନେପୋଲିଅନ ଏବଂ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍‌ଙ୍କ ଆଦର୍ଶ ‌ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ବ୍ରିଟିଶ ସାମ୍ରାଜ୍ୟ ସହିତ ଲଢୁଥିବା ବିଶିଷ୍ଟ ଭାରତୀୟ ଜାତୀୟତାବାଦୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଭଗତ ସିଂଙ୍କଦ୍ୱାରା ମଧ୍ୟ ସେ ଅଧିକ ପ୍ରଭାବିତ ହୋଇଥିଲେ । ପ୍ରଭାକରନ୍ କୌଣସି ବ୍ୟବସ୍ଥିତ ଦର୍ଶନ ବିକାଶ କରିନାହାଁନ୍ତି, କିନ୍ତୁ ଘୋଷଣା କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ହେଉଛି 'ବୈପ୍ଳବିକ ସମାଜବାଦ ଏବଂ ଏକ ସମାନ୍ତରାଳ ସମାଜ ଗଠନ'। ତାଙ୍କର ବିରଳ ସାକ୍ଷାତକାର, ବାର୍ଷିକ ତାମିଲ ଇଲମ ହିରୋ ଦିବସ ଭାଷଣ ଏବଂ LTTEର ନୀତି ଏବଂ କାର୍ଯ୍ୟଗୁଡିକ ପ୍ରଭାକରନ୍‌ଙ୍କ ଦର୍ଶନ ଏବଂ ଆଦର୍ଶର ସୂଚକ ଭାବରେ ଗ୍ରହଣ କରାଯାଇପାରେ । ଧର୍ମ ତାଙ୍କ ଦର୍ଶନ କିମ୍ବା ଆଦର୍ଶରେ ଏକ ପ୍ରମୁଖ କାରଣ ନ ଥିଲା; ତାମିଲ ଟାଇଗରଙ୍କ ଚିନ୍ତାଧାରା ମାର୍କ୍ସବାଦୀ-ଲେନିନ୍ବାଦୀ ଚିନ୍ତାଧାରାରୁ ଉତ୍ପନ୍ନ ହୋଇଥିଲା ଏବଂ ସ୍ପଷ୍ଟ ଭାବରେ ଧର୍ମନିରପେକ୍ଷ ଥିଲା । ଏହା ଏକ ସ୍ୱାଧୀନ ତାମିଲ ରାଜ୍ୟ ପାଇବା ଉପରେ ଏକକ ମନୋଭାବରେ ଧ୍ୟାନ ଦେଇଥିଲା ।

ପାରିବାରିକ ଜୀବନ ସମ୍ପାଦନା

ପ୍ରଭାକରନ୍ ମାଥିଭାଥାନି ଏରାମବୁଙ୍କୁ ୧ ଅକ୍ଟୋବର ୧୯୮୪ରେ ବିବାହ କରିଥିଲେ। ସାମରିକ ମୁଖପାତ୍ର ଉଦୟ ନାନୟାକରା ମେ ୨୦୦୯ରେ କହିଥିଲେ ଯେ ପ୍ରଭାକରନଙ୍କ ପରିବାରର ଅବଶିଷ୍ଟ ସଦସ୍ୟ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ ।[୬] ସେ କହିଛନ୍ତି, "ଆମେ ସେମାନଙ୍କ ମୃତଦେହ ପାଇ ନାହୁଁ ଏବଂ ସେମାନଙ୍କ ବିଷୟରେ କୌଣସି ସୂଚନା ନାହିଁ।" ଏହା ଅନୁମାନ କରାଯାଏ ଯେ ସମଗ୍ର ପରିବାର ଧ୍ୱଂସ ହୋଇଯାଇଥିଲା; ମାଧିବାଥାନି, ଦୁଭାରାଗା ଏବଂ ବାଲାଚନ୍ଦ୍ରନଙ୍କ ମୃତଦେହ ପ୍ରଭାକରନଙ୍କ ମୃତଦେହଠାରୁ ପ୍ରାୟ ୬୦୦ ମିଟର ଦୂରରେ ଥିବା ଏକ ବୁଦା ମଧ୍ୟରେ ମିଳିଥିବା ଜଣାଯାଇଛି । ଏବେ ଅଭିଯୋଗ ହୋଇଛି ଯେ ତାଙ୍କର ୧୨ ବର୍ଷର ପୁଅକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ବିନୋଦିନି ରାଜେନ୍ଦ୍ରନ୍ପ୍ର ନାମରେ ପ୍ରଭାକରନ୍‌ଙ୍କ ଏକ ଭଉଣୀ ଅଛି ।[୭] ପ୍ରଭାକରନଙ୍କ ପିତାମାତା, ତିରୁଭେନକଡାମ ଭେଲୁପିଲାଇ ଏବଂ ପାର୍ବତୀ, ଉଭୟ ୭୦ ବର୍ଷ ବୟସରେ, ଭାଭୁନିୟା ସହର ନିକଟସ୍ଥ ବିସ୍ଥାପିତଙ୍କ ପାଇଁ ମେନିକ୍ ଫାର୍ମ କ୍ୟାମ୍ପରେ ଥିବାର ଜଣାଯାଇଥିଲା । ସେମାନଙ୍କୁ ପଚରାଉଚରା କରାଯିବ ନାହିଁ, ଅନିଷ୍ଟ କରାଯିବ ନାହିଁ କିମ୍ବା ଅସଦାଚରଣ କରାଯିବ ନାହିଁ ବୋଲି ଶ୍ରୀଲଙ୍କା ସୈନ୍ୟ ଏବଂ ସରକାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ।[୮] ଜାନୁଆରୀ ୨୦୧୦ରେ ଭେଲୁପିଲାଇଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କୁ ଶ୍ରୀଲଙ୍କା ସାମରିକ ହେପାଜତକୁ ନିଆଯାଇଥିଲା ।

ମୃତ୍ୟୁ ସମ୍ପାଦନା

ଉଭୟ ସରକାର ଏବଂ LTTE ଅବଶିଷ୍ଟାଂଶଙ୍କଦ୍ୱାରା ତାଙ୍କ ମୃତ୍ୟୁ ଘୋଷଣା ସତ୍ତ୍ୱେ କେତେକ ଗୋଷ୍ଠୀ ତଥା ଗଣମାଧ୍ୟମ ଦାବି କରିଛନ୍ତି ଯେ ପ୍ରଭାକରନ୍ ଯୁଦ୍ଧରୁ ବଞ୍ଚି ଯାଇ ପଳାଇବାରେ ସଫଳ ହୋଇଥିଲେ । ୨୦୦୯ରେ ଏକ ତାମିଲ ୱେବସାଇଟ୍ ଏକ ଚିତ୍ର ଦେଖାଇଥିଲା ଯେଉଁଥିରେ ପ୍ରଭାକରନ୍ ଟିଭିରେ ତାଙ୍କ ମୃତ୍ୟୁ ଖବର ଖବର ଦେଖୁଥିଲେ ଯାହା ତାଙ୍କ ବଞ୍ଚିବାର ପ୍ରମାଣ ଭାବରେ ଫ୍ରାନ୍ସ-24 ନାମକ ଟେଲିଭିଜନ ମାଧ୍ୟମକୁ ପଠାଯାଇଥିଲା | କିନ୍ତୁ ଏହି ମାଧ୍ୟମ ଉଲ୍ଲେଖ କରିଛି ଯେ ଏହି ଫଟୋକୁ ବୈଷୟିକ କୌଶଳରେ ବଦଳାଯାଇଥିବା ଜଣାପଡିଛି [୯]। ୨୦୧୦ରେ ପ୍ରୋ- LTTE ୱେବସାଇଟ୍ ତାମିଲୱିନ୍ ଦାବି କରିଛି ଯେ ପ୍ରଦର୍ଶିତ ପ୍ରଭାକରନ୍ଙ୍କ ଶବ ଶ୍ରୀଲଙ୍କା ସୈନ୍ୟଙ୍କ ନିକଙ୍କର ଅଟେ ଯାହା ଶ୍ରୀଲଙ୍କା ସୈନ୍ୟବାହିନୀରେ ପ୍ରଭାକରନ୍ଙ୍କ ଚିତ୍ର ଦେଖାଏ । ପ୍ରଭାକରନଙ୍କ ବଞ୍ଚିବାର ସିଦ୍ଧାନ୍ତକୁ ତାମିଲନାଡୁର ରାଜନେତା ଭାଇକୋ ମଧ୍ୟ ସମର୍ଥନ କରିଥିଲେ ।

ଆଧାର ସମ୍ପାଦନା

  1. "Tamil Tigers | Definition, History, Location, Goals, & Facts". Encyclopedia Britannica (in ଇଂରାଜୀ). Retrieved 17 November 2020.
  2. "Obituary: Velupillai Prabhakaran". www.news.bbc.co.uk. 18 May 2009. Retrieved 17 November 2020.
  3. Heilmann-Rajanayagam, Dagmar (1994). The Tamil Tigers: Armed Struggle for Identity. Stuttgart, Germany: Franz Steiner Verlag. pp. 37–38.
  4. "Centre for Conflict Resolution" (PDF). www.brad.ac.uk. Archived from the original (PDF) on 22 October 2021. Retrieved 17 November 2020.
  5. Ramach, Rajesh; May 19, ran. "Prabhakaran ruined what he created". India Today (in ଇଂରାଜୀ). Retrieved 17 November 2020.{{cite web}}: CS1 maint: numeric names: authors list (link)
  6. "Sri Lanka Breaking News-Daily Mirror Online". web.archive.org. 18 June 2009. Archived from the original on 18 June 2009. Retrieved 17 November 2020.{{cite web}}: CS1 maint: bot: original URL status unknown (link)
  7. ChennaiJanuary 18, M. C. Rajan. "Cousin wants Prabhakaran mother sent to Tamil Nadu". India Today (in ଇଂରାଜୀ). Retrieved 17 November 2020.{{cite web}}: CS1 maint: numeric names: authors list (link)
  8. "Tamil Tiger chief's parents found". www.news.bbc.co.uk. 28 May 2009. Retrieved 17 November 2020.
  9. "Tamil Tiger leader still alive!". The Observers - France 24 (in ଇଂରାଜୀ). 21 May 2009. Retrieved 17 November 2020.