ଭୀମାଶଙ୍କର ମନ୍ଦିର

ଶିବ ମନ୍ଦିର ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ,ମହାରାଷ୍ଟ୍ର

ଭୀମାଶଙ୍କର ମନ୍ଦିର ଏକ ଜ୍ୟୋତିର୍ଲିଙ୍ଗ ମନ୍ଦିର ଯାହା ଭାରତର ମହାରାଷ୍ଟ୍ର ପ୍ରଦେଶରେ ଥିବା ପୁଣେଠାରୁ ୫୦ କିମି ଦୂର ଖେଡ଼ା ତାଲୁକାର ଅବସ୍ଥିତ । ପୁଣେର ଶିବାଜୀନଗରରୁ ୧୨୭ କିମି ଦୂରରେ ପଶ୍ଚିମ ଘାଟ ପର୍ବତମାଳାର ସହ୍ୟାଦ୍ରି ପର୍ବତରେ ଅବସ୍ଥିତ । ଭୀମାଶଙ୍କରଠାରେ ଭୀମା ନଦୀର ଉତ୍ସ ଅଛି । ଏହି ନଦୀ ଦକ୍ଷିଣପୂର୍ବ ଦିଗକୁ ପ୍ରବାହିତ ହୋଇ ରାୟଚୁରଠାରେ କ୍ରୀଷ୍ଣା ନଦୀର ମିଶିଯାଇଛି ।

ଭୀମାଶଙ୍କର ମନ୍ଦିର
भीमशंकर मंदिर
Bhīmāshankar (Maharashtra, India)
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁଣେ
ଦେବାଦେବୀBhīmāshankar (Shiva)
FestivalsMahashivratri
Location
ସ୍ଥାନଭୀମଶଙ୍କର
Stateମହାରାଷ୍ଟ୍ର
Countryଭାରତ
ଭୀମାଶଙ୍କର ମନ୍ଦିର is located in Maharashtra
ଭୀମାଶଙ୍କର ମନ୍ଦିର
Location in Maharashtra
ଭୌଗଳିକ ଅବସ୍ଥିତି19°04′19″N 73°32′10″E / 19.072°N 73.536°E / 19.072; 73.536
Architecture
TypeNagara
Website
Official Site: http://Jyotirlingabhimashankar.com

ଜ୍ୟୋତିର୍ଲିଙ୍ଗ ସମ୍ପାଦନା

ଶିବ ମହାପୁରାଣ ଅନୁସାରେ ଏକଦା ବ୍ରହ୍ମା ଓ ବିଷ୍ଣୁଙ୍କର ସୃଷ୍ଟି ବିଷୟରେ ତର୍କ ଲାଗିଥିଲା ।[୧] ତାଙ୍କୁ ପରୀକ୍ଷା କରିବା ପାଇଁ ତିନି ଲୋକରେ ଏକ ଅଗ୍ନି ସ୍ତମ୍ଭ ତିଆରି କଲେ । ସେହି ଦୁଇ ଜଣ ସେହି ଅଗ୍ନି ସ୍ତମ୍ବରୁ ବାହାରିବା ପାଇଁ ଚେଷ୍ଟା କଲେ । ବ୍ରହ୍ମା ନ ବାହାରି ମିଥ୍ୟା କହିଲେ କିନ୍ତୁ ବିଷ୍ଣୁ ସତ୍ୟ କହିଲେ । ଶିବ ଦ୍ୱିତୀୟ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଓ ବ୍ରହ୍ମା କୌଣସିଠାରେ ପୂଜା ନ ପାଇବାକୁ ଅଭିଶାପ ଦେଲେ କିନ୍ତୁ ବିଷ୍ଣୁ ସର୍ବଦା ପୂଜା ପାଇବାକୁ କହିଲେ । ଜ୍ୟୋତିର୍ଲିଙ୍ଗ ମନ୍ଦିରରେ ଶିବ ଆଲୋକର ଏକ ଅଗ୍ନି ସ୍ତମ୍ଭ ହୋଇ ପୂଜା ପାଇଲେ ।[୨][୩] ଶିବଙ୍କର ୬୪ ଆକାର ଅଛି ଓ ଜ୍ୟୋତିର୍ଲିଙ୍ଗକୁ ତାହା ସାଥିରେ ରଖିବା ଦ୍ୱନ୍ଦ ନାହିଁ । ବାରଟି ଜ୍ୟୋତିର୍ଲିଙ୍ଗ ସେଠାରେ ଥିବା ଦେବତାଙ୍କ ନାମାନୁସାରେ ଥାଏ, ପ୍ରତ୍ୟେକର ଆକାର ଅଲଗା ଥାଏ । [୪] ପ୍ରତ୍ୟେକ ସ୍ଥାନରେ ପ୍ରାଥମିକ ଭାବରେ ଲିଙ୍ଗ ଥାଏ ଯେଉଁ ସ୍ତମ୍ଭର ଆଦି ଓ ଅନ୍ତ ନଥାଏ ଓ ତାହା ଶିବଙ୍କର ଅସୀମ ଗୁଣ ଦେଖାଏ ।[୪][୫][୬] ବାରଟି ଜ୍ୟୋତିର୍ଲିଙ୍ଗଙ୍କ ନାମ ଯଥାକ୍ରମେ:- ଗୁଜରାଟର ସୋମନାଥ ମନ୍ଦିର, ଆନ୍ଧରରେ ଥିବା ଶ୍ରୀଶୈଳମର ମଲ୍ଲିକାର୍ଜୁନ, ମଧ୍ୟ ପ୍ରଦେଶରେ ଥିବା ଉଜ୍ଜୟନୀର ମହାକାଳେଶ୍ୱର, ମଧ୍ୟପ୍ରଦେଶର ଓଁକାରେଶ୍ୱର, ହିମାଳୟର କେଦାରନାଥ, ମହାରାଷ୍ଟ୍ରର ଭୀମାଶଙ୍କର, ବାରାଣସିର ବିଶ୍ୱନାଥ, ମହାରାଷ୍ଟ୍ରର ତ୍ର୍ୟମ୍ବକେଶ୍ୱର, ଝାଡ଼ଖଣ୍ଡର ବୈଦ୍ୟନାଥ, ଦ୍ୱାରକାର ନାଗେଶ୍ୱର, ରାମେଶ୍ୱରମର ରାମନାଥସ୍ୱାମୀ ମନ୍ଦିର, ଓ ମହାରାଷ୍ଟ୍ରର ଭ୍ରୂଷଣେଶ୍ୱର ମନ୍ଦିର । ପରଳୟମ ବୈଦ୍ୟନାଥମ ଅର୍ଥ ମହାରାଷ୍ଟ୍ରର ପରାଳି ।[୧][୭]

ସ୍ଥାପତ୍ୟ ସମ୍ପାଦନା

 
ପ୍ରସ୍ତର ନିର୍ମିତ ବୃଷଭ
 
ମନ୍ଦିରର ଘଣ୍ଟ

ଭୀମାଶଙ୍କର ମନ୍ଦିରରେ ନାଗରା ଶୈଳୀର ନୂଆ ପୁରୁଣା ସ୍ଥାପତ୍ୟର ନିଦର୍ଶନ ଦେଖିବାକୁ ମିଳେ । ପୁରାତନ ଭାସ୍କର୍ଯ୍ୟର ଅତୀବ ଦକ୍ଷ ସ୍ଥାପତ୍ୟ ଦର୍ଶନ ହୁଏ । ନାନା ଫଡନାଭିସ ଅଷ୍ଟାଦଶ ଶତାବ୍ଦୀରେ ତିଆରି କରେଇଥିବା ଏକ ମନ୍ଦିର ଦେଖିବାକୁ ଅତି ସୁନ୍ଦର । ନାନା ଫଡନାଭିସ ଏହାର ଶିଖର ତିଆରି କରେଇଥିଲେ । ମନ୍ଦିରର ପୂଜା ଓ ସେବା ପାଇଁ ଛତ୍ରପତି ଶିବାଜି ଦାନ କରିଥିଲେ । ଅନ୍ୟାନ୍ୟ ଶିବ ମନ୍ଦିର ଭଳି ଏହି ମନ୍ଦିର ଏକ କମ ସ୍ତରରେ ତିଆରି ହୋଇଛି ।[୮] ଏଠାକାର ମନ୍ଦିର ଅପେକ୍ଷାକୃତ ନୂତନ ହେଲେ ମଧ୍ୟ ସାହିତ୍ୟରେ ଏହା ବିଷୟରେ ୧୩ଶ ଶତାବ୍ଦୀରେ ସୂଚନା ଅଛି । ସନ୍ଥ ଜ୍ଞାନେଶ୍ୱର ଏହି ମନ୍ଦିର ପରିଦର୍ଶନ କରିଥିଲେ । ରୋମାନ ଶୈଳୀର ଏକ ଅପୂର୍ବ ଘଣ୍ଟ ମନ୍ଦିର ସାମନାରେ ଅଛି । ଏହି ଘଣ୍ଟାରେ ଯୀଶୁ ଓ ମେରୀ ମାତାଙ୍କର ଚିତ୍ର ଅଛି । ଏହି ଘଣ୍ଟଟି ସୀମାଜି ଆପ୍ପା ଉପହାର ଦେଇଥିଲେ । ବସାଇ ଦୁର୍ଗରେ ସୀମାଜି ଆପ୍ପା ପର୍ତ୍ତୁଗିଜଙ୍କୁ ଯୁଦ୍ଧର ପରାସ୍ତ କରି ପାଞ୍ଚଟି ବଡ ଘଣ୍ଟ ସଂଗ୍ରହ କରିଥିଲେ । ସେଥିରୁ ଗୋଟିଏ ଭୀମାଶଙ୍କର ମନ୍ଦିରକୁ ଓ ଆଉ ଗୋଟିଏ କୃଷ୍ଣା ନଦୀ କୂଳରେ ଥିବା ଓଙ୍କାରେଶ୍ୱର ମନ୍ଦିରକୁ ଦାନ କରିଥିଲେ ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ R. 2003, pp. 92-95
  2. Eck 1999, p. 107
  3. See: Gwynne 2008, Section on Char Dham
  4. ୪.୦ ୪.୧ Lochtefeld 2002, pp. 324-325
  5. Harding 1998, pp. 158-158
  6. Vivekananda Vol. 4
  7. Chaturvedi 2006, pp. 58-72
  8. ୮.୦ ୮.୧ "Bhimashankar Temple (Pune)". Government of Maharashtra.