ଭାସ୍ୱତୀ ବସୁ

ଭାରତୀୟ ଅଭିନେତ୍ରୀ
(ଭାସ୍ଵତୀ ବସୁରୁ ଲେଉଟି ଆସିଛି)

ଭାସ୍ୱତୀ ବସୁ (ଜନ୍ମ: ୫ ମାର୍ଚ୍ଚ ୧୯୭୩) ଜଣେ ଓଡ଼ିଆ ଟେଲିଭିଜନ, ଚଳଚ୍ଚିତ୍ର ଓ ମଞ୍ଚ[୨] ଅଭିନେତ୍ରୀ । ତାଙ୍କ ଅଭିନୀତ ଓଡ଼ିଆ କଥାଚିତ୍ର ମଧ୍ୟରେ ଜୀବନ ମୃତ୍ୟୁ, କଥାନ୍ତରକ୍ଷଣିକା- ଦ ଲସ୍ଟ ଆଇଡି‌ଆ ଆଦି ଅନ୍ୟତମ ।[୩] କଥାନ୍ତରରେ ନିଜ ଅଭିନୟ ନିମନ୍ତେ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୪] କଳା ନିର୍ଦ୍ଦେଶକ ଅସୀମ ବସୁ ତାଙ୍କର ପିତା ଥିଲେ ।[୫][୬]

ଭାସ୍ୱତୀ ବସୁ
Born
ଭାସ୍ୱତୀ ବସୁ

(1973-03-05) ୫ ମାର୍ଚ୍ଚ ୧୯୭୩ (ବୟସ ୫୧)
Nationality ଭାରତୀୟ
Educationଡ୍ରାମାରେ ସ୍ନାତକୋତ୍ତର
Alma materଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
Known forଅଭିନେତ୍ରୀ
Spouseବିଜୟ ମଣ୍ଡଳ
Childrenଦିଶାନୀ ମଣ୍ଡଳ (ଝିଅ)
Parent(s)ଅସୀମ ବସୁ (ବାପା)[୧]
ଗୀତା ବସୁ (ମା)
Signature

ପ୍ରାରମ୍ଭିକ ଜୀବନ ଓ ପରିବାର ସମ୍ପାଦନା

ଭାସ୍ୱତୀ ବସୁ ୧୯୭୩ ମସିହା ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ବାପୁଜୀ ନଗରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ଗୀତା ବସୁ ଓ ବାପା ଖ୍ୟାତନାମା ଚିତ୍ରକର, ଅଭିନେତା, ନିର୍ଦ୍ଦେଶକ, ସାହିତ୍ୟିକ ଏବଂ କଳା ନିର୍ଦ୍ଦେଶକ ଅସୀମ ବସୁ । ଭାସ୍ୱତୀ ବସୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଡ୍ରାମାରେ ସ୍ନାତକୋତ୍ତର କରିଛନ୍ତି ।

ଅଭିନୟ ଜୀବନ ସମ୍ପାଦନା

ଭାସ୍ୱତୀ ବସୁ ୨୦୦୫ ମସିହାରେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଜୀବନ ମୃତ୍ୟୁ ଦେଇ ପ୍ରଥମ କରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ଦ୍ୱିତୀୟ ଚଳଚ୍ଚିତ୍ର ଥିଲା ୨୦୦୬ରେ ମୁକ୍ତିଲାଭ କରିଥିବା କଥାନ୍ତର । ଏହାର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ଖଟୁଆ ଓ ଏଥିରେ ତାଙ୍କର ସହ କଳାକାରମାନେ ଥିଲେ ଅନୁ ଚୌଧୁରୀ, ଦେବପ୍ରସାଦ ଦାଶ, ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ମିହିର ସ୍ୱାଇଁ, ଚକ୍ରଧର ଜେନା, ମାମୁନି ମିଶ୍ର ପ୍ରମୁଖ । ସେ ୨୦୧୭ର ଓଡ଼ିଆ କଥାଚିତ୍ର କ୍ଷଣିକା- ଦ ଲସ୍ଟ ଆଇଡି‌ଆରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ଚୌଧୁରୀ ବିକାଶ ଦାସ, ସୁଶାନ୍ତ ମିଶ୍ର, ଅମୃତା ଚୌଧୁରୀ, ସ୍ୱସ୍ତିକ ଚୌଧୁରୀ, ହୃଷିକେଶ ଭୋଇ ଆଦି କଳାକାରମାନେ ଏହାର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନ୍ତବ୍ୟ
୨୦୦୫ ଜୀବନ ମୃତ୍ୟୁ ରାଜୁ ମିଶ୍ର
୨୦୦୬ କଥାନ୍ତର ହିମାଂଶୁ ଖଟୁଆ
୨୦୧୭ କ୍ଷଣିକା- ଦ ଲସ୍ଟ ଆଇଡି‌ଆ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ

ଧାରାବାହିକ ସମ୍ପାଦନା

ଧାରାବାହିକ ଚେନାଲ୍ ନିର୍ଦ୍ଦେଶକ ମନ୍ତବ୍ୟ
ଅନନ୍ୟା ଇ ଟିଭି ଓଡ଼ିଆ ଦେବାନନ୍ଦ ନାୟକ
ବଧୂ ନୁହେଁ ବନ୍ଧୁ ଡିଡି ଓଡ଼ିଆ ଅଜିତ ଦାସ
ସେଇ କାହାଣୀ ଡିଡି ଓଡ଼ିଆ ରଜତ ପାଇକରାୟ
ଅନନ୍ୟା ଅନୁପମା ଡିଡି ଓଡ଼ିଆ ଜ୍ୟୋତି ପ୍ରକାଶ
ଧର୍ମାତ୍ମା ଡିଡି ଓଡ଼ିଆ ଗୁଡ଼ିଆ ମହାପାତ୍ର
ନୀଳ ମାଷ୍ଟ୍ରାଣୀ ଡିଡି ଓଡ଼ିଆ ସାଧୁ ମେହେର
ବୁଢ଼ା ଶଙ୍ଖାରୀ ଡିଡି ଓଡ଼ିଆ ତାପସ ବୋଷ
କୁଇନ୍ ତରଙ୍ଗ ଟିଭି
ଅବୁଝା ଏ ମନ ତରଙ୍ଗ ଟିଭି
ଗାୟତ୍ରୀ ଇ ଟିଭି ଓଡ଼ିଆ ସୁଧାଂଶୁ ସାହୁ
ଭାଗ୍ୟ ବିଧାତା ଇ ଟିଭି ଓଡ଼ିଆ ସୁଧାଂଶୁ ସାହୁ
ଆଶାର ଆକାଶ ଜୀ କଳିଙ୍ଗ
ବଧୂ ସାର୍ଥକ ଟିଭି
ମାୟା ତରଙ୍ଗ ଟିଭି
ସିଂହଦ୍ୱାର ମଞ୍ଜରୀ ଟିଭି

ରରନାବଳୀ ସମ୍ପାଦନା

  • ବାଦଶାହ ଓ ପ୍ରେମିକା

ପୁରସ୍କାର ସମ୍ପାଦନା

  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - କଥାନ୍ତର ଚଳଚ୍ଚିତ୍ର[୪]

ଆଧାର ସମ୍ପାଦନା

  1. "ଅସୀମ ଥିଲେ କଳାଜଗତର ସୂର୍ଯ୍ୟ" (PDF). ପର୍ଯ୍ୟବେକ୍ଷକ. ୧୩ ଫେବୃଆରୀ ୨୦୧୭. Retrieved 3 July 2018. {{cite news}}: Check date values in: |date= (help)[permanent dead link]
  2. "ନାଟକ 'ସେଇ ଲୋକଟି' ମଞ୍ଚସ୍ଥ" (PDF). ନିତିଦିନ. ୧୯ ଜୁନ ୨୦୧୮. Retrieved 3 July 2018. {{cite news}}: Check date values in: |date= (help)[permanent dead link]
  3. "Odisha-based filmmaker ecstatic after UK invite". Odisha Sun Times. ୨୧ ଅକ୍ଟୋବର ୨୦୧୭. Retrieved 3 July 2018. {{cite news}}: Check date values in: |date= (help)
  4. ୪.୦ ୪.୧ Ganguly, Arindam (୩୧ ଜୁଲାଇ ୨୦୧୭). "Female Blackout Day: Campaign kicks up storm in social media". Orissa Post. Retrieved 3 July 2018. {{cite news}}: Check date values in: |date= (help)
  5. "Eminent theatre personality Asim Basu passes away". ପ୍ରଗତିବାଦୀ. ୧ ଫେବୃଆରୀ ୨୦୧୭. Retrieved 3 July 2018. {{cite news}}: Check date values in: |date= (help)
  6. "Asim Utsav to celebrate Odisha's veteran stage artist's life and work". Odisha Sun Times. ୮ ଫେବୃଆରୀ. Retrieved 3 July 2018. {{cite news}}: Check date values in: |date= (help)

ବାହାର ଲିଙ୍କ ସମ୍ପାଦନା