ଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)

ଭାନୁମତୀ ମହାଭାରତର ମୁଖ୍ୟ ଖଳନାୟକ ଦୁର୍ଯ୍ୟୋଧନଙ୍କ ପତ୍ନୀ ।[୧][୨] ମୂଳ ମହାଭାରତରେ ଭାନୁମତୀଙ୍କ ସନ୍ଦର୍ଭ ଦେଖିବାକୁ ମିଳେନାହିଁ । ତେବେ ପରବର୍ତ୍ତୀ ସଂସ୍କରଣରେ ଦୁର୍ଯ୍ୟୋଧନଙ୍କ ପତ୍ନୀଙ୍କ ସନ୍ଦର୍ଭ ରହିଛି । ଭାନୁମତୀଙ୍କର ଏକ ଲକ୍ଷ୍ମଣ କୁମାର ନାମରେ ଏକ ପୁତ୍ର ଏବଂ ଲକ୍ଷ୍ମଣା ନାମରେ ଗୋଟିଏ ଝିଅ ଥିଲେ । ଏଥିରେ ବର୍ଣ୍ଣନା କରାଯାଇଛି ଯେ ଦୁର୍ଯ୍ୟୋଧନ ତାଙ୍କୁ ବହୁତ ଭଲ ପାଉଥିଲେ ।

ଦୁର୍ଯୋଧନଙ୍କ ସହ ବିବାହ ସମ୍ପାଦନା

ଦୁର୍ଯ୍ୟୋଧନଙ୍କ ବିବାହ ମହାଭାରତର ଶାନ୍ତି ପର୍ବରେ ଚିତ୍ରଣ କରାଯାଇଛି । ଏହି ପୌରାଣିକ ଗାଥା ଅନୁସାରେ; ଦୁର୍ଯ୍ୟୋଧନଙ୍କୁ କଳିଙ୍ଗ ରାଜା ଚିତ୍ରାଙ୍ଗଦଙ୍କ ଝିଅ ଭାନୁମତୀଙ୍କ ସ୍ୱୟଂବରକୁ ନିମନ୍ତ୍ରଣ କରାଯାଇଥିଲା । ଦୁର୍ଯ୍ୟୋଧନ ତାଙ୍କର ପ୍ରିୟ ବନ୍ଧୁ କର୍ଣ୍ଣଙ୍କୁ ସ୍ୱୟଂବରକୁ ଯାଇଥିଲେ । ଏହି ଉତ୍ସବରେ ଶିଶୁପାଳ, ଜରାସନ୍ଧ, ଭୀଷ୍ମ, ବକ୍ର, କାପୋତରମଣ, ନୀଳ, ରୁକ୍ମି, ଶ୍ରୀଙ୍ଗା, ଆସୋକା, ସତ୍ୟଦାନୱାନ ଇତ୍ୟାଦି ବହୁ କିମ୍ବଦନ୍ତୀ ଶାସକ ମଧ୍ୟ ଯୋଗ ଦେଇଥିଲେ । ସମାରୋହ ଆରମ୍ଭ ହେବା ପରେ ପରିଚାରିକଙ୍କ ଏବଂ ଅଙ୍ଗରକ୍ଷୀଙ୍କଦ୍ୱାରା ଘେରି ହୋଇ ରହିଥିବା ସୁନ୍ଦରୀ ରାଜକୁମାରୀ ଭାନୁମତୀ ତାଙ୍କ ହାତରେ ଏକ ପୁଷ୍ପମାଲ୍ୟ ଧରି ସ୍ୱୟଂବର କକ୍ଷରେ ପ୍ରବେଶ କରିଥିଲେ । ଅଂଶଗ୍ରହଣକାରୀଙ୍କ ନାମ ଏବଂ ସେମାନଙ୍କ ବଂଶ ବିଷୟରେ ତାଙ୍କୁ ଅବଗତ କରାଯାଉଥିବାରୁ ସେ ଦୁର୍ଯ୍ୟୋଧନଙ୍କଠାରୁ ଦୂରେଇ ଯାଇଥିଲେ । ଭାନୁମତୀଙ୍କ ପ୍ରତ୍ୟାଖ୍ୟାନକୁ ଗ୍ରହଣ କରି ନ ପାରି କ୍ରୋଧ ଜର୍ଜରିତ ଦୁର୍ଯୋଧନ ଜୋର କରି ରାଜକୁମାରୀଙ୍କୁ ତାଙ୍କ ରଥରେ ବସାଇ ନେଇଯାଇଥିଲେ । ଏଣେ ସାଥିରେ ଯାଇଥିବା କର୍ଣ୍ଣ ନିଜ ବନ୍ଧୁଙ୍କୁ ସୁରକ୍ଷା ଦେବା ପାଇଁ ବାକି ରାଜାମାନଙ୍କ ସହ ବୀରତ୍ୱ ସହକାରେ ଯୁଦ୍ଧ କରିବାଦ୍ୱାରା ଅନୁସରଣ କରୁଥିବା ରାଜାମାନେ ପଛାଇଯାଇଥିଲେ । ହସ୍ତିନାପୁରରେ ପହଞ୍ଚିବା ପରେ ଦୁର୍ଯ୍ୟୋଧନ ପିତାଙ୍କୁ ମନାଇବା ପାଇଁ ଭୀଷ୍ମ ଯେପରି କାଶୀରାଜାଙ୍କର ତିନି ରାଜକୁମାରୀଙ୍କୁ ତାଙ୍କ ସାବତ ଭାଇ ବିଚିତ୍ରବୀର୍ଯ୍ୟଙ୍କ ପାଇଁ ଅପହରଣ କରିଥିବାର ଉଦାହରଣ ଦେଇ ନିଜର କାର୍ଯ୍ୟକୁ ପ୍ରମାଣିତ କରିଥିଲେ । ଶେଷରେ, ସୁନ୍ଦରୀ ରାଜକୁମାରୀ ରାଜି ହୋଇ ଦୁର୍ଯ୍ୟୋଧନଙ୍କୁ ବିବାହ କରିଥିଲେ ।[୩]

ଅନ୍ୟ କେତେକ ସଂସ୍କରଣରେ ଉଲ୍ଲେଖ ଅଛି ଯେ ଭାନୁମତୀଙ୍କର ସୁପ୍ରିୟା ନାମ୍ନୀ ଏକ ପରିଚାରିକା ଥିଲେ । ମହଭାରତ ଗାଥା ଅନୁସାରେ ଦୁର୍ଯୋଧନ ଏବଂ କର୍ଣ୍ନ ଭାନୁମତୀଙ୍କୁ ଅପହରଣ କରି ନେଇଯାଉଥୁଲେ, ପରିଚାରିକା ସୁପ୍ରିୟା ସେତେବେଳେ ତାଙ୍କର ପିଛା କରିଥିଲା । ପରବର୍ତ୍ତୀ ସମୟରେ ଭାନୁମତୀ ଏବଂ ଦୁର୍ଯୋଧନଙ୍କ ପରିଣୟ ହୋଇଯିବା ପରେ ସୁପ୍ରିୟାଙ୍କ ସହମତି କ୍ରମେ କର୍ଣ୍ନ ସୁପ୍ରିୟାଙ୍କୁ ବିବାହ କଲେ ।[୪]

ଆଧାର ସମ୍ପାଦନା

  1. Arthur Berriedale Keith (1992). The Sanskrit Drama in Its Origin, Development, Theory & Practice. Motilal Banarsidass. p. 213. ISBN 978-81-208-0977-2.
  2. Vaisampayana. The Mahabharata: Book 1: Adi Parva, K. M. Ganguli, tr. Retrieved 25 October 2021
  3. Anonymous. The Mahabharata of Krishna-Dwaipayana Vyasa (Complete) (in ଇଂରାଜୀ). Library of Alexandria. ISBN 978-1-4655-2637-3.
  4. Krishnan, S. A. (2017-07-01). Karna, the son of Kunti: Stories from the Mahabharatha. SA.