ଭାନୁଗଙ୍ଗ ତ୍ରିଭୂବନ ଦେବ

ଓଡ଼ିଆ ରାଜନୀତିଜ୍ଞ
(ଭାନୁଗଙ୍ଗ ତ୍ରିଭୁବନ ଦେବରୁ ଲେଉଟି ଆସିଛି)

ଭାନୁଗଙ୍ଗ ତ୍ରିଭୂବନ ଦେବ (୨୫ ଫେବୃଆରୀ ୧୯୧୪ - ୨୦ ସେପ୍ଟେମ୍ବର ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ସ୍ୱତନ୍ତ୍ର ପାର୍ଟିଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭, ୧୯୭୧, ୧୯୭୪ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେଢ଼ାଖୋଲଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ, ୫ମ, ୬ଷ୍ଠ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଭାନୁଗଙ୍ଗ ତ୍ରିଭୂବନ ଦେବ
ବିଧାୟକ: ୪ର୍ଥ, ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୮୦
ପୂର୍ବ ଅଧିକାରୀଜୟଦେବ ଠାକୁର
ପର ଅଧିକାରୀଅଶ୍ୱିନୀ କୁମାର ବେହେରା
ନିର୍ବାଚନ ମଣ୍ଡଳୀଦେବଗଡ଼
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀଶ୍ରଦ୍ଧାକର ସୁପକାର
ପର ଅଧିକାରୀଭିକାରି ସୁନା
ନିର୍ବାଚନ ମଣ୍ଡଳୀରେଢ଼ାଖୋଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1914-02-25)୨୫ ଫେବୃଆରୀ ୧୯୧୪
ମୃତ୍ୟୁ୨୦ ସେପ୍ଟେମ୍ବର ୧୯୮୨(1982-09-20) (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଜ୍ୟୋତି ମଞ୍ଜରୀ ଦେବୀ
ସନ୍ତାନପ୍ରଦୀପ୍ତ ଗଙ୍ଗଦେବ
ବାପା/ବୋଉବିଦ୍ୟଶଙ୍କର ସୁବଳ ଦେବ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଭାନୁଗଙ୍ଗ ତ୍ରିଭୂବନ ଦେବ ୧୯୧୪ ମସିହାର ଫେବୃଆରୀ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଦ୍ୟଶଙ୍କର ସୁବଳ ଦେବ ଓ ପତ୍ନୀଙ୍କ ନାମ ଜ୍ୟୋତି ମଞ୍ଜରୀ ଦେବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଡିପ୍ଲୋମା ।[୨]

ରାଜନୈତିକ ଜୀବନ ସମ୍ପାଦନା

ଭାନୁଗଙ୍ଗ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ସେ ୨୧ ଜାନୁଆରୀ ୧୯୭୨ରୁ ୧୪ ଜୁନ ୧୯୭୨ଯାଏଁ ଓଡ଼ିଶା ସରକାରଙ୍କ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରୁଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ରେଢ଼ାଖୋଲ ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଦେବଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଦେବଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଦେବଗଡ଼ ସ୍ୱତନ୍ତ୍ର ପାର୍ଟି
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ଦେବଗଡ଼ ଜନତା ପାର୍ଟି

ମୃତ୍ୟୁ ସମ୍ପାଦନା

ଭାନୁଗଙ୍ଗ ତ୍ରିଭୂବନ ଦେବ ୧୯୮୨ ମସିହାର ସେପ୍ଟେମ୍ବର ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ ୨.୨ "Shri Bhanuganga Tribhuban Deb". odishaassembly.nic.in. Odisha Assembly. Retrieved 9 September 2020.