ମୁଖ୍ୟ ସୂଚୀ ଦେଖିବେ

ଶାଗ ଭଜାସମ୍ପାଦନ କରନ୍ତୁ

ସକାଳ ଧୂପ ବା ରାଜଭୋଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶାଗ ଭଜା ଭୋଗ କରାଯାଇଥାଏ।

ଉପକରଣସମ୍ପାଦନ କରନ୍ତୁ

  • ଭଲ କୋଶଳା ବା ଲେଉଟିଆ ଶାଗ ୩ବିଡ଼ା
  • ଦେଶୀ ଖମ୍ବଆଳୁ ୭୫ ଗ୍ରାମ
  • ଭଲସାରୁ୧୫୦ ଗ୍ରାମ
  • କଞ୍ଚା କଦଳୀ ୧ ଟା
  • ନାଡ଼ି ୫୦ ଗ୍ରାମ
  • ଗୁଆଘିଅ ୩ ଚାମଚ
  • ଆବଶ୍ୟକ ଅନୁଯାୟୀ ଲୁଣ
  • ଜିରା
  • ସୋରିଷ
  • ହଳଦୀ ଗୁଣ୍ଡ ଓ ପାଣି[୧]

ପ୍ରସ୍ତୁତିସମ୍ପାଦନ କରନ୍ତୁ

ପ୍ରଥମେ ଶାଗକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ।ତା' ପରେ ସବୁ ପନିପରିବାକୁ ଧୋଇ ପରିଷ୍କାର କରି ଛୋଟ ଛୋଟ କାଟି ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ତାକୁ ସିଝାଇ ଦିଅନ୍ତୁ।ଅନ୍ୟ ଏକ ପାତ୍ରରେ ଘିଅ ପକାଇ ଗରମ କରନ୍ତୁ।ଏହି ଗରମ ଗୁଆ ଘିଅରେ ଜିରା ଓ ସୋରିଷ ଫୁଟାଇ ଦିଅନ୍ତୁ।ସେଥିରେ ଆଗରୁ ପ୍ରସ୍ତୁତ ଥିବା ସିଝା ପନିପରିବା, କଟା ଶାଗ ଓ ଛଣା ନାଡ଼ି ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଭଲକରି ଗୋଳାଇ ଚୁଲିରେ ବସାନ୍ତୁ।ଏହା କିଛି ସମୟ ବସାଇ ଶାଗ ସିଝି ଗଲେ ଏହାକୁ ଭଲକରି ଗୋଳାଇ ଓହ୍ଲାଇ ଦେବେ।ଏଥର ଶାଗ ଭଜା ପ୍ରସ୍ତୁତ ହୋଇଗଲା।

ବାଇଗଣ ଭଜାସମ୍ପାଦନ କରନ୍ତୁ

ବାଇଗଣ ଭଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରେ ଅନ୍ତର୍ଭୁକ୍ତ ଅଟେ।

ଉପକରଣସମ୍ପାଦନ କରନ୍ତୁ

  • ବାଇଗଣ ୫୦୦ ଗ୍ରାମ
  • ଗୁଆଘିଅ ୪ ଚାମଚ
  • ଜିରା ୨ ଚାମଚ
  • ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ନିଅନ୍ତୁ।

ପ୍ରସ୍ତୁତିସମ୍ପାଦନ କରନ୍ତୁ

ପ୍ରଥମେ ବାଇଗଣର ଡେମ୍ଫ କାଟି ଏହାକୁ ଗୋଲ ଗୋଲ କରି କାଟି ରଖନ୍ତୁ।ଏହାପରେ ଏହି କଟା ବାଇଗଣକୁ ଛାଣି ଦିଅନ୍ତୁ।ଏହାପରେ କଟା ବାଇଗଣରେ ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ।ଗରମ ପାତ୍ରରେ ଜିରାକୁ ଭାଜି ଗୁଣ୍ଡ କରି ରଖନ୍ତୁ।ଅନ୍ୟ ଏକ ପାତ୍ରରେ ଗୁଆଘିଅକୁ ଗରମ କରି ସେଥିରେ ବାଇଗଣକୁ ପକାଇ ଭାଜନ୍ତୁ।ଏହି ଭଜା ବାଇଗଣ ଉପରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଜିରା ଗୁଣ୍ଡକୁ ଛିଞ୍ଚି ଦିଅନ୍ତୁ।ଏଥର ବାଇଗଣ ଭଜା ପ୍ରସ୍ତୁତ ହୋଇଗଲା।

କଦଳୀ ବଡ଼ା ଭଜାସମ୍ପାଦନ କରନ୍ତୁ

ଏ ପ୍ରକାର ଭଜାକୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ।

ଉପକରଣସମ୍ପାଦନ କରନ୍ତୁ

  • କଞ୍ଚା କଦଳୀ ଦୁଇଟା
  • ନଡ଼ିଆ ଫାଳେ
  • ଭଜା ଜିରାଗୁଣ୍ଡ ଏକ ଚାମଚ
  • ଗୁଆଘିଅ ଅଧା କପ
  • ଆବଶ୍ୟକ ପରିମାଣର ଲୁଣ ଓ ପାଣି

ପ୍ରସ୍ତୁତିସମ୍ପାଦନ କରନ୍ତୁ

ପ୍ରଥମେ କଞ୍ଚା କଦଳୀକୁ ଧୋଇ ଚୋପା ଛଡାଇ କାଟି ସିଝାଇ ଦିଅନ୍ତୁ।ନଡ଼ିଆକୁ କୋରି ରଖନ୍ତୁ।ସିଝି ଥିବା କଦଳୀକୁ ଚକଟି ସେଥିରେ ନଡ଼ିଆ କୋରା, ଜିରାଗୁଣ୍ଡ ଓ ଆବଶ୍ୟକ ପରିମାଣର ଲୁଣ ମିଶାଇ ଆଉଥରେ ଭଲକରି ଚକଟି ଦିଅନ୍ତୁ।ଅଳ୍ପ ନିଆଁରେ ଗରମ ଘିଅ ପାତ୍ରରେ କଞ୍ଚା କଦଳୀ ଚକଟାକୁ ହାତରେ ବରା ଭଳି କରି ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ତାକୁ ଭାଜି ଭାଜି ଦେବେ।ଏଥର କଦଳୀ ବଡ଼ା ଭଜା ପ୍ରସ୍ତୁତ ହୋଇଗଲା।

କଦଳୀ ଭଜାସମ୍ପାଦନ କରନ୍ତୁ

କଦଳୀ ଭଜାକୁ ମଧ୍ୟ ପ୍ରଭୁ ଜଗନ୍ନାଥ ନିଜ ଭୋଗ ଆକାରରେ ଗ୍ରହଣ କରିଥାନ୍ତି।

ଉପକରଣସମ୍ପାଦନ କରନ୍ତୁ

  • କଞ୍ଚା କଦଳୀ ୨ଟା
  • ଗୁଆଘିଅ ଅଧ କପ
  • ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଓ ପାଣି ନେବେ

ପ୍ରସ୍ତୁତିସମ୍ପାଦନ କରନ୍ତୁ

ପ୍ରଥମେ କଞ୍ଚା କଦଳୀକୁ ପାଣିରେ ଭଲକରି ଧୋଇବେ।ତାର ଡେମ୍ଫ କାଟି ଗୋଲ ଗୋଲ ସରୁ ସରୁ କରି କାଟି ଦେବେ।ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ମିଶାଇ ସିଝାଇ ଦେବେ।କଟା କଞ୍ଚା କଦଳୀ ସିଝି ଯିବା ପରେ ଗରମ ଘିଅ ପାତ୍ରରେ ଅଳ୍ପ ଘିଅ ପକାଇ ସିଝା କଦଳୀକୁ ଭାଜି ଦେବେ।ବର୍ତ୍ତମାନ କଦଳୀ ଭଜା ପ୍ରସ୍ତୁତ ହୋଇଗଲା।

  1. ପାଣି, ଭଲ (୨୨/୦୮/୨୦୧୬). ଶାଗଭଜା. ସାହିତ୍ୟ ପ୍ରସାର ପ୍ରତିଷ୍ଠାନ, ଶେଖବଜାର, ନିଉ କଲୋନୀ, କଟକ-୮. p. ୧୮. More than one of |pages= and |page= specified (help); Check date values in: |date= (help)