ରଜ ପର୍ବ

ଓଡ଼ିଶାରେ ପାଳନ କରା ଯାଉଥିବା ପର୍ବ ମାନଙ୍କ ମଧ୍ୟରୁ ରଜ ଅନ୍ୟତମ | ମୁଖ୍ୟତ ଏହା ଏକ କୃଷି ଭିତିକ ପର୍ବ | ଏହି ପର୍ବ ତିନି ଦିନ ଧରି ପାଳନ କରା ଯାଏ | ପ୍ରଥମ ଦିନ "ପହିଲି ରଜ", ଦ୍ଵିତୀୟ ଦିନ "ରଜ ସକ୍ରାନ୍ତି " ଏବଂ ଶେଷ ଦିନ ଭୂଇଁ ଦଅଣ ଭାବରେ ଜଣା ଶୁଣା | କିନ୍ତୁ ଚତୁର୍ଥ ଦିନ ବସୁମତୀ ସ୍ନାନ ସହିତ ପର୍ବର ପରିସମତି ହୋଇଥାଏ | ଏହାର ଆଦୃତି ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ବେଶି ଥାଏ କିନ୍ତୁ ଏହା ଓଡ଼ିଶାର ପୁରପର୍ଲ୍ଲିରେ ସବୁଆଡେ ପାଳନ କରଯାଉଥିବାରୁ ଏହାକୁ ଓଡ଼ିଶାର ଗଣ ପର୍ବ କହିଲେ ଅତିଉକ୍ତି ହେବ ନାହିଁ |
ପୃଷ୍ଠଭୂମି : ଏହି ପର୍ବ ପୃଥିବୀ ଓ କୃଷି ସହିତ ଅଙ୍ଗାଙ୍ଗି ଭାବେ ଜଡ଼ିତ | ବିଶ୍ୱାସ କରା ଯାଏ ଯେ ବସୁମତୀ ଏହି ସମୟରେ ରଜସ୍ୱଳା ହୋଇଥାନ୍ତି ତେଣୁ ଏହି ସମୟରେ ଭୂମିକୁ ଆଘାତ ଦିଆଯାଏ ନାହିଁ | ପ୍ରକୃତିର ଯତ୍ନ ନିଆ ଯାଏ ତେଣୁ ବୃକ୍ଷ ଲତାଦି କୁ କାଟିବା ଓ ଡାଳ ଭାଙ୍ଗିବା ମଧ୍ୟ ମନା | କୃଷକ ଭୂମି କର୍ଷଣ ତଥା ଚାଷାଦି କର୍ମରୁ ବିରତ ରହି ଥାଏ |