କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ପାଛୋଟା!
ଓଳିଗି, ହେମନ୍ତ କୁମାର ରାୟ ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିନ୍ହ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୦୯:୫୩, ୧ ମାର୍ଚ ୨୦୧୨ (UTC)

ଅଲୋଚନା ସଭା ରେ ଆପଣ କରିଥିବା ବଦଳ ସମ୍ପାଦନା

ଆଦରର ହେମନ୍ତ, ଆପଣ ଅଲୋଚନା ସଭାରେ ଆପଣ କରୁଥିବା ବଦଳସବୁ ଯାଜପୁର ଜିଲ୍ଲାରେ ରହିବା କଥା, ତେଣୁ ସେଠୁ ନକଲ (କପି) କରି ରଖନ୍ତୁ, ଆଲୋଚନା ସଭା ଆଲୋଚନା ପାଇଁ, ପ୍ରସଙ୍ଗ ପାଇଁ ନୁହେଁ । --ସୁଭାସିସପାଣିଗାହିମୋତେ କହିବେ କିଛି? ୧୮:୨୮, ୧ ମାର୍ଚ ୨୦୧୨ (UTC)

ଆଦରର ହେମନ୍ତ ବାବୁ,

ଉଇକିପିଡ଼ିଆ ସମ୍ପାଦନାରେ ଭାଗ ନେବା ନିମନ୍ତେ ଧନ୍ୟବାଦ ।

ତେବେ ଆପଣ ସମ୍ପାଦନା କରିଥିବା ଉକ୍ତ ପ୍ରସଙ୍ଗଟି ‎ ଏହା ଏକ ପ୍ରସଙ୍ଗ ଲେଖିବା ସ୍ଥାନ ନୁହେଁ, ବରଂ କିପରି ଲେଖିବେ ତାହା ଜାଣିବା ପାଇଁ ଏକ ସୂଚନା କେନ୍ଦ୍ର । ତାହାଛଡା ତୁମପରି ଛୋଟ ପିଲାଟିଏ ଉଇକିକଥା ପ୍ରକଳ୍ପ ଅନ୍ତର୍ଗତ, ଉଇକିପିଡ଼ିଆ ଏକ ଜ୍ଞାନକୋଷ ଯହିଁରେ କେବଳ ଜ୍ଞାନକୋଷମୂଳକ ଲେଖାମାନ ରହିଥାଏ । ତେବେ ଆପଣଙ୍କ ଲେଖାଟି ଏବେ ଉଇକିକଥା ପ୍ରକଳ୍ପ ଆରମ୍ଭ ହେଲେ ସେଠାରେ ସ୍ଥାନପାଇବ । ଆପଣ ଯଦି ନୂଆ ପ୍ରସଙ୍ଗଟିଏ ତିଆରି କରିବାକୁ ଚାହୁଁଥାନ୍ତି ତେବେ ଦୟାକରି ତାହାର ନାମକୁ ପ୍ରଥମେ ସର୍ଚ ବାର/ଖୋଜିବା ଘରେ ଖୋଜନ୍ତୁ । ଯଦି ଆଗରୁ ତାହା ନଥାଏ, ତେବେ ଖୋଜା ଫଳାଫଳ ଏକ ନାଲି ଲିଙ୍କ ଦେଖାଇବ । ସେହି ନାଲି ଲିଙ୍କ ଉପରେ କ୍ଲିକ କରି ନୂଆ ପ୍ରସଙ୍ଗଟି ତିଆରି କରନ୍ତୁ । ଆହୁରି ମଧ୍ୟ, ଆପଣ WP:ଆଲୋଚନା ସଭାରେ କରିଥିବା ସମ୍ପାଦନା ସେଠାରେ ନୁହେଁ ବରଂ ଯାଜପୁର ଜିଲ୍ଲା ଭିତରେ ରହିବ, ଆପଣ ସେ ଲେଖାକୁ କପି (ନକଲ) କରି ଯାଜପୁର ଜିଲ୍ଲା ଭିତରେ ରଖିପାରିବେ । ଏଠାରେ ସମ୍ପାଦନାରେ ଆଗ୍ରହ ନେଇଥିବାରୁ ଆଉଥରେ ସାଧିବାଦ । ଆଉ କିପରି ଆପଣ ସମ୍ପାଦନା କରିବା ତାହା ବାବଦରେ ଶିକ୍ଷଣରୁ ଶିଖିପାରିବେ । --ସୁଭାସିସପାଣିଗାହିମୋତେ କହିବେ କିଛି? ୦୭:୩୨, ୧୩ ମାର୍ଚ ୨୦୧୨ (UTC)

ଚାହା ପିଆଇ ଉଧାରିଆ କରିଦେଲେ ଆଜ୍ଞା, ଆପଣଙ୍କ ପ୍ରତିଟି ଅବଦାନ ଆମ ଭାଷାର ଏହି ଜ୍ଞାନକୋଷର ନିଅଁ ସଳଖିବାରେ ଏକାନ୍ତ ଜରୁରି, ତେଣୁ ଏବେ ସମ୍ପାଦନା କରି ଚାଲନ୍ତୁ, ଆଉ ଆପଣ ଆଗରୁ ଆଲୋଚନା ସଭାତ କିଛି ସମ୍ପାଦନା କରିଥିଲେ, ପ୍ରକୃତରେ ତାହା ଆପଣ, ମୋ ଭଳି ସଭ୍ୟମାନଙ୍କ ଭିତରେ ଉଇକି ସମ୍ବନ୍ଧରେ ନାନା ଆଲୋଚନା ପାଇଁ ତିଆରି, ତେଣୁ ସେଠାରେ ଆପଣ କୌଣସି ବିଷୟରେ ଆଲୋଚନା କରିବାକୁ ଚାହୁଁଥିଲେ ଆଲୋଚନା କରିପାରିବେ, ତାହାକୁ ବାଦ ଦେଇ ପ୍ରଟିଟି ପୃଷ୍ଠାର ଉପରିଭାଗରେ "ଆଲୋଚନା" ନାମରେ ପୃଷ୍ଠା ଅଛି, ସେଥିରେ ସେ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାର ଥିଲେ ମଧ୍ୟ ଆଲୋଚନା କରିପାରିବେ । ଆଉଥରେ ଅନ୍ତରର ସାଧୁବାଦର ସହ --ସୁଭାସିସପାଣିଗାହିମୋତେ କହିବେ କିଛି? ୦୯:୩୭, ୧୩ ମାର୍ଚ ୨୦୧୨ (UTC)

ଆଦରର ହେମନ୍ତ ବାବୁ,

ଓଡ଼ିଆ ଉଇକିପିଡ଼ିଆର ସମ୍ପାଦନାରେ ଭାଗ ନେଉଥିବାରୁ ଧନ୍ୟବାଦ । ଯାଜପୁର ଜିଲ୍ଲାରେ ଆପଣ କରିଥିବା ବଦଳ ମୋ ମତରେ ଯାଜପୁର ସହରରେ ରହିବା କଥା ତେଣୁ ସେଠାକୁ ମୁଁ ଘୁଞ୍ଚାଇ ଦେଇଛି ।

କୌଣସି ପ୍ରସଙ୍ଗରେ ବଦଳ କରିବା ପରେ ନିଜ ନାମ ଲେଖାଯାଏ ନାହିଁ । ସାଧାରଣତଃ ନିଜ ମତ ଦେବାପରେ କିମ୍ବା କୌଣସି ଆଲୋଚନାରେ ଭାଗ ନେଇ ନିଜ ମତ ରଖିବାପରେ ନାମ ଲେଖାଯାଇଥାଏ, ତେଣୁ ପ୍ରସଙ୍ଗରେ ବଦଳ କରିବା ପରେ କେବଳ ସାଇତି ଦେଲେ ତାହା ଯଥେଷ୍ଟ ହୋଇଥାଏ । ପୁଣି ଥରେ ଧନ୍ୟବାଦ ସହ...--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୩୦, ୧୩ ମାର୍ଚ ୨୦୧୨ (UTC)