ବ୍ରାହ୍ମ ସମାଜ ରାଜା ରାମମୋହନ ରାୟଙ୍କଦ୍ୱାରା ୧୮୨୮ ମସିହା ଅଗଷ୍ଟ ୨୦ ତାରିଖରେ ପ୍ରତିଷ୍ଠିତ ଏକ ଧାର୍ମିକ ଅନୁଷ୍ଠାନ। ବ୍ରହ୍ମ ସମାଜ ଥିଲା ରାଜା ରାମମୋହନ ରାୟଙ୍କର ଏକ ଅନବଦ୍ୟ ସୃଷ୍ଟି। ଏହି ଅନୁଷ୍ଠାନ ମାଧ୍ୟମରେ ହିଁ ସେ ଜନସାଧାରଣମାନଙ୍କୁ ତାଙ୍କ ବାଣୀ ପ୍ରଚାର କରିଥିଲେ। ଆଧ୍ୟତ୍ମିକତା, ସହିଷ୍ଣୁତା ଓ ସର୍ବ ଧର୍ମସମନ୍ୱୟ ଥିଲା ବ୍ରାହ୍ମ ସମାଜର ଆଦର୍ଶ। ରାମସେ ମେକଡୋନାଲଡଙ୍କ ଭାଷାରେ ବ୍ରାହ୍ମ ସମାଜ ହିନ୍ଦୁ ଧର୍ମକୁ ପରିତ୍ୟାଗ ନକରି ପାଶ୍ଚାତ୍ୟ ଜଗତର ଧର୍ମ ବିଶ୍ୱାସ ପ୍ରତି ଉଦାର ଓ ସହାନୁଭୂତି ସମ୍ପନ୍ନ ହେବାକୁ ଚେଷ୍ଟା କରୁଥିଲା। ଏହି ସମାଜଦ୍ୱାରା ରାମମୋହନ ହିନ୍ଦୁ ଧର୍ମର ରକ୍ଷଣଶୀଳତାକୁ ଦୂର କରିବା ନିମନ୍ତେ ଚେଷ୍ଟା କରି କେତେକାଂଶରେ କୃତକାର୍ଯ୍ୟ ହୋଇଥିଲେ। ବାସ୍ତବପକ୍ଷେ ଭାରତୀୟମାନଙ୍କ ମନରେ ସ୍ୱାଧୀନ ଚିନ୍ତାଧାରା ଓ ଦୁଃସାହାସିକ ମନୋଭାବର ବୀଜ ବପନ କରିବାରେ ସାହାର୍ଯ୍ୟ କରିଥିଲା ବ୍ରହ୍ମ ସମାଜ। ପରେ ପରେ ଏହି ବୀଜ ଏକ ବିରାଟ ବୃକ୍ଷରେ ପରିଣତ ହୋଇ ସ୍ୱାଧୀନତା ଲାଭ ନିମନ୍ତେ ସଂଗ୍ରାମ କରିବାକୁ ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା। ଏହା ଏକ ପ୍ରଭାବଶାଳୀ ଧାର୍ମିକ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ଥିଲା,[୧] ଯାହା ଆଧୁନିକ ଭାରତ ନିର୍ମାଣର ବିଶ୍ୱାସଯୋଗ୍ୟ । [୨]

Brahmoism
Scriptureବ୍ରହ୍ମ ଧର୍ମ
TheologyMonotheism
ପ୍ରଧାନଚାର୍ଯ୍ୟ-୧ରାଜା ରାମମୋହନ ରାୟ
ପ୍ରଧାନଚାର୍ଯ୍ୟ-୨ଦ୍ୱାରିକାନାଥ ଠାକୁର
ପ୍ରଧାନଚାର୍ଯ୍ୟ-୩ଦେବେନ୍ଦ୍ରନାଥ ଠାକୁର
Founderରାଜା ରାମ ମୋହନ ରାୟ
Origin୧୮୨୮
କଲିକତା
Separated fromହିନ୍ଦୁ ଧର୍ମ
Other name(s)ଆଦି ଧର୍ମ
Official websitehttp://true.brahmosamaj.in

ରାଜା ରାମମୋହନ ରାୟଙ୍କ ଅବଦାନସମ୍ପାଦନ କରନ୍ତୁ

ବ୍ରାହ୍ମ ସମାଜ ପ୍ରତିଷ୍ଠା କରିବାରେ ରାମମୋହନ ରାୟଙ୍କ ଅବଦାନ ଅନେକ ଥିଲା। ନିଜ ଜୀବନକାଳ ମଧ୍ୟରେ ଅଦମ୍ୟ ପ୍ରୟାସଦ୍ୱାରା ସେ ବ୍ରହ୍ମ ସମାଜ ପ୍ରତିଷ୍ଠା କରାଇପାରିଥିଲେ। ବଙ୍ଗପ୍ରଦେଶସ୍ଥ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ରାଧାକାନ୍ତପୁର ଗ୍ରାମରେ ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ୧୭୭୪ ମେ ୨୨ ତାରିଖ ଦିନ ରାମମୋହନଙ୍କ ଜନ୍ମ। ତାଙ୍କ ପିତାଙ୍କ ନାମ ଥିଲା ରମାକାନ୍ତ ରାୟ ଓ ମାତାଙ୍କ ନାମ ଥିଲା ତାରିଣୀ ଦେବୀ। ପ୍ରାଚୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ମଧ୍ୟରେ ରାମମୋହନ ରାୟ ତାଙ୍କର ବାଲ୍ୟାବସ୍ଥା ଅତିବାହିତ କରିଥିଲେ ମଧ୍ୟ ବାଲ୍ୟଚାଳରୁ ଧର୍ମ ପୁସ୍ତକ ପଠନରେ ତାଙ୍କର ଯଥେଷ୍ଟ ଆଗ୍ରହ ପ୍ରକାଶ ପାଇଥିଲା। ଅନ୍ୟାନ୍ୟ ଭାଷା ଅଧ୍ୟୟନରେ ମଧ୍ୟ ତାଙ୍କର ପ୍ରବଳ ଆଗ୍ରହ ଜନ୍ମିବାରୁ ଅଳ୍ପଦିନ ମଧ୍ୟରେ ସେ ସଂସ୍କୃତ, ପାରସିକ, ଆରବିକ ଏବଂ ଇଂରାଜୀ ଭାଷାରେ ପ୍ରସିଦ୍ଧି ଲାଭ କରିବା ସଙ୍ଗେ ସଙ୍ଗେ ଇଟାଲୀଗ୍ରୀକ ଭାଷାରେ ମଧ୍ୟ କିଛି ଜ୍ଞାନ ଆହାରଣ କରିପାରିଥିଲେ।

ହିନ୍ଦୁ ଦର୍ଶନର ପରିବର୍ତ୍ତନ ସମ୍ପର୍କରେ ସୂଚନାସମ୍ପାଦନ କରନ୍ତୁ

ଧର୍ମଗ୍ରନ୍ଥ ଅଧ୍ୟୟନ କରିବା ସମୟରେ ରିମମୋସନ ଅତି ଦୁଃଖର ସହିତ ଆବିଷ୍କାର କରିଥିଲେ ଯେ ବେଦରେ ଉଦଘୋଷିତ ହୋଇଥିବା ହିନ୍ଦୁ ଦର୍ଶନ କାଳକ୍ରମେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କଦ୍ୱାରା କିଛି ପରିମାଣରେ ପରିବର୍ତ୍ତିତ ହୋଇଯାଇଛି। ସେ ନିଜେ ବଙ୍ଗଳା ଭାଷାରେ ଏକ କ୍ଷୁଦ୍ର ପୁସ୍ତିକା ପ୍ରକାଶ କରି ପ୍ରତ୍ୟକ୍ଷ ଭାବରେ ଘୋଷଣା କରିଥିଲେ ଯେ ଭାରତୀୟ ଦର୍ଶନରେ ପ୍ରତିମାପୂଜାର ସ୍ଥାନ ନାହିଁ। ଏତାଦୃଶ ଲେଖାପାଇଁ ତାଙ୍କ ରକ୍ଷଣଶୀଳ ପିତା ତାଣ୍ଠ ଉପରେ ବିରକ୍ତ ହୋଇ ତାଙ୍କୁ ଗୃହରୁ ବହିଷ୍କାର କରିଦେଇଥିଲେ। ତେଣୁ ସେ ଜଣେ ନିର୍ବାସିତର ଜୀବନଯାପନ କରିବା ବ୍ୟତୀତ ରାମମୋହନଙ୍କ ଅନ୍ୟ କିଛି ଉପାୟ ନଥିଲା। ସେତେବେଳେ ସେ ମାତ୍ର ୧୫ ବର୍ଷର ଯୁବକ ଥିଲେ।

ବିଭିନ୍ନ ଧର୍ମ ସମ୍ବନ୍ଧରେ ଜ୍ଞାନ ଅହାରଣସମ୍ପାଦନ କରନ୍ତୁ

ନିର୍ବାସନ ସମୟ ତଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଥିଲା । କାରଣ ଏହି ସମୟରେ ବହୁସ୍ଥାନ ଭ୍ରମଣ କରି ବହୁ ସାଧୁ ସନ୍ଥଙ୍କ ସମ୍ପର୍କରେ ଆସି ଓ ବିଭିନ୍ନ ଧର୍ମ ଉପରେ ପୁସ୍ତକ ଅଧ୍ୟୟନ କରି ନିଜର ଜ୍ଞାନ ଭଣ୍ଡାର ପରିପୂର୍ଣ୍ଣ କରିପାରିଥିଲେ। ବେଦଉପନିଷଦ ସେ ଯେପରି ତନ୍ନ ତନ୍ନ ଭାବେ ଅଧ୍ୟୟନ କରିଥିଲେ ସେହିପରି ଭାବେ କୋରାନବାଇବେଲ ଅଧ୍ୟୟନ କରିବାକୁ ସେ ପଶ୍ଚାତପଦ ହୋଇନଥିଲେ। ପୁନଶ୍ଚ ଜ୍ଞାନ ପିପାସାକୁ ମେଣ୍ଟାଇବା ନିମନ୍ତେ ସେ ଯାଇ ପହଞ୍ଚିଥିଲେ ୟୁରୋପରେ।

ବ୍ରହ୍ମ ସମାଜ ପ୍ରତିଷ୍ଠା ଓ ଉପାଧିରେ ଭୂଷିତସମ୍ପାଦନ କରନ୍ତୁ

ରାଜା ରାମମୋହନ ରାୟ ପ୍ରାଚ୍ୟ ଓ ପାଶ୍ଚ୍ୟର ପରମ୍ପରା ଓ ଚିନ୍ତାଧାରା ଉପଲବଧି କରି ତାକୁ ରୂପ ଦେବାପାଇଁ ସେ ବ୍ରାହ୍ମ ସମାଜ ନାମକ ଗୋଟିଏ ସଂସ୍ଥା ସ୍ଥାପନ କଲେ ୧୮୨୮ ମସିହା ଅଗଷ୍ଟ ୨୦ ତାରିଖ ଦିନ। ପରେ ପରେ ଏହା ବ୍ରାହ୍ମ ସମାଜ ନାମରେ ଅଭିହିତ ହୋଇଥିଲା। ଇତ୍ୟବସରରେ ଦୁଇବର୍ଷ ନିମନ୍ତେ ସେ ଇଷ୍ଟଇଣ୍ଡିଆ କମ୍ପାନୀ ଅଧୀନରେ ଚାକିରି କରିଥିଲେ। ସେହି ସମୟରେ ତତ୍କାଳିନ ମୋଗଲ ସମ୍ରାଟ ଦ୍ୱିତୀୟ ଆକବରଙ୍କ ସମର୍ଥନ ଲାଭ କରି ବ୍ରିଟିଶ୍ ସରକରଙ୍କୁ ଉପାଧି ଓ ଅନ୍ୟାନ ସୁବିଧା ଯୋଗାଇଦେବା ନିମନ୍ତେ ପ୍ରଭାବିତ କରିଥିଲେ। କୃତଜ୍ଞତାର ନିଦର୍ଶନ ସ୍ୱରୂପ ମୋଗଲ ସମ୍ରାଟ ରାମମୋହନଙ୍କୁ "ରାଜା' ଉପିଧି ଭୂଷିତ କରିଥିଲେ।

ସାମାଜିକ ଓ ଧର୍ମଗତ ବାଣୀସମ୍ପାଦନ କରନ୍ତୁ

ରାଜା ରାମମୋହନ ରାୟ ଯଦି ଭାରତୀୟମାନଙ୍କର କୃତଜ୍ଞତାର ପାତ୍ର ହୋଇ ଇତିହାସରେ ଅମରତ୍ୱ ପ୍ରାପ୍ତ ହୋଇଛନ୍ତି, ତାହି କେବଳ ତାଙ୍କର ସାମାଜିକ ତଥା ଧର୍ମଗତ ବାଣୀପାଇଁ। ସେଗୁଡିକ ସେ ସେ ତାଙ୍କର ବିଭିନ୍ନ ସଂସ୍କରମୂଳକ କାର୍ଯ୍ୟରେ ରୂପାୟତ କରିପାରିଥିଲେ। ତାଙ୍କଦ୍ୱାରା ପ୍ରଚାରିତ ବାଣୀ ମୁଖ୍ୟତଃ ରାଜନୈତିକ, ସାମିଜିକ ଓ ଧର୍ମଗତ ଥିଲା।

ରାଜନୈତିକ ଜାଗରଣସମ୍ପାଦନ କରନ୍ତୁ

ରାମମୋହନ ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଜାଗରଣ ଆଣିବା ପାଇଁ ଏଥିରେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ ପାଇଁ ଲର୍ଡ ଉଇଲିୟମଙ୍କୁ ସାହାର୍ଯ୍ୟ ପ୍ରଦାନ କରିବା ମୂଳରେ ଥିଲା ତାଙ୍କର ଏହି ପବିତ୍ର ଉଦ୍ଦେଶ୍ୟ। ସ୍ୱାଧିନ ଭାବରେ ମତବ୍ୟକ୍ତ କରିବା ପାଇଁ ଭାରତରେ ସର୍ବ ପ୍ରଥମେ "ସମ୍ବାଦ କୌମୁଦି' ନାମକ ସ୍ୱଦେଶୀ ଭାଷାରେ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ଭାରତରେ ତାଙ୍କଦ୍ୱାରା ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ଥିଲା ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନାର ଅଭିବୃଦ୍ଧି ହେବା ଦିଗରେ ଅନ୍ୟ ଏକ ପ୍ରଚେଷ୍ଟା।

ସାମାଜିକ ଓ ଆଧ୍ୟାତ୍ମିକତା ସଂସ୍କାରସମ୍ପାଦନ କରନ୍ତୁ

ସାମାଜିକ ସଂସ୍କାରରେ ମଧ୍ୟ ରାମମୋହନଙ୍କ କୃତିତ୍ୱ ଥିଲା ଅବିସ୍ମରଣୀୟ। ଜାତିଗତ ଭେଦଭାବର ବିଲୋପ ଓ ନାରୀ ସ୍ୱାଧିନତା ସପକ୍ଷରେ ସେ ସ୍ୱର ଉତ୍ତୋଳନ କରିବା ସହିତ ବହୁବିବାହ, ବାଲ୍ୟବିବାହ ଓ ସତୀଦାହ ପ୍ରଥାକୁ ବିରୋଧ କରି ଏହାର ବିଲୋପ କରିବା ପାଇଁ ସେ ନେତୃତ୍ୱ ନେଇଥିଲେ।

ଶେଷ ସମୟସମ୍ପାଦନ କରନ୍ତୁ

ପୃଥିବୀର ବିଭିନ୍ନ ଧର୍ମ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା ତାଙ୍କର ପ୍ରଚେଷ୍ଟା ଅଭିନନ୍ଦନୀୟ। ଜୀବନର ଶେଷ ପାଦକୁ ସାମାଜିକ ସଂସ୍କାର ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ଆତ୍ମନିବେଶ କରି ପରିଶେଷରେ ୧୮୩୩ ମସିହାରେ ଇଂଲଣ୍ଡସ୍ଥିତ ବ୍ରିଷ୍ଟଲ ସହରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଆଧାରସମ୍ପାଦନ କରନ୍ତୁ

  1. J. N. Farquhar, Modern Religious Movements of India (1915), p. 29
  2. "Brahmo Samaj and the making of modern India, David Kopf, publ. 1979 Princeton University Press (USA)."

ବାହାର ତଥ୍ୟସମ୍ପାଦନ କରନ୍ତୁ