ବୋହୂ ଆମର ବିଛୁଆତି

୨୦୨୩ ଓଡ଼ିଆ କଥାଚିତ୍ର

ବୋହୂ ଆମର ବିଛୁଆତି ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜା ନାୟକ । ଦିଲ୍ଲୀପ କୁମାର ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବୋହୂ ଆମର ବିଛୁଆତି
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକରାଜା ନାୟକ
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଦିଲ୍ଲୀପ କୁମାର ଦାସ
କଳାକାରଲିପ୍ସା ମିଶ୍ର
ବିକ୍ରମ
ମନସ୍ୱିନୀ ପତି
କୁନା ତ୍ରିପାଠୀ
ରବି ମିଶ୍ର
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକରଞ୍ଜନ ଖଟେଇ
Production
company
ତରଙ୍ଗ ସିନେ ପ୍ରଡକ୍ସନ
ମୁକ୍ତିଲାଭ ତାରିଖ
୨୯ ଜାନୁଆରୀ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥଲେ ଲିପ୍ସା ମିଶ୍ର ଓ ବିକ୍ରମ । ମନସ୍ୱିନୀ ପତି, କୁନା ତ୍ରିପାଠୀ, ରବି ମିଶ୍ର, ଧୀର ମଲ୍ଲିକ, ରାଜଶ୍ରୀ, ପ୍ରଜ୍ଞା ପ୍ରଧାନ, ମିଲନ, ଡିସ୍କୋ ରେଡ୍ଡି, କାଳୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହ କଥାଚିତ୍ରଟି ୨୦୨୩ ମସିହାର ଜାନୁଆରୀ ୨୯ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶନିର୍ମଳ ନାୟକଦେବୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ହ୍ୟୁମାନ ସାଗର, ନେହା ନିହାରିକା କର, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ପ୍ରଧାନ, ଅଭିଜିତ ମଜୁମଦାର, ସଞ୍ଜୁ ମହାନ୍ତି, ଶୀତଲ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ବୋହୂ ଆମର ବିଛୁଆତି"ନିର୍ମଳ ନାୟକଅଭିଜିତ ମଜୁମଦାର, ସଞ୍ଜୁ ମହାନ୍ତି, ଶୀତଲ କବି 
2."କେବେଠୁ ଆସିଲା ମୋ ଜୀବନରେ"ଦେବିଦତ୍ତ ମହାନ୍ତିହ୍ୟୁମାନ ସାଗର, ନେହା ନିହାରିକା କର 
3."ମୋର ଲାଲ ଦୁପଟ୍ଟା ବାଲିଟା"ନିର୍ମଳ ନାୟକସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର ସମ୍ପାଦନା

  1. ୧.୦ ୧.୧ "'ବୋହୂ ଆମର ବିଛୁଆତି'". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  2. "ବୋହୂ ଭୂମିକାରେ ଲିପ୍ସା". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.

ବାହାର ଆଧାର ସମ୍ପାଦନା