ବୀରେନ୍ଦ୍ରନାଥ ମହାନ୍ତି

ଓଡ଼ିଆ ଶିଶୁ ସାହିତ୍ୟିକ

ବୀରେନ୍ଦ୍ରନାଥ ମହାନ୍ତି (ଜନ୍ମ: ୮ ଅପ୍ରେଲ ୧୯୬୨) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ଶିଶୁ ସାହିତ୍ୟ ରଚନା ପାଇଁ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧][୨] ବୀରେନ୍ଦ୍ର ମହାନ୍ତି ୨୫ ଖଣ୍ଡ ପୁସ୍ତକ ରଚନା କରିବା ସହ ୬ ଖଣ୍ଡ ପୁସ୍ତକକୁ ଅନୁବାଦ କରିଛନ୍ତି ।[୩]

ବୀରେନ୍ଦ୍ରନାଥ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ
ବିଚିତ୍ର

(1962-04-08) ୮ ଅପ୍ରେଲ ୧୯୬୨ (ବୟସ ୬୦)
ଅଳଗୁମ, ସତ୍ୟବାଦୀ ଥାନା, ପୁରୀ ଜିଲ୍ଲା
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଜୀବିକାଶିଶୁ ସାହିତ୍ୟିକ
ଜୀବନସାଥିମିନତୀ ପଟ୍ଟନାୟକ
ବାପା ବୋଉଦାଶରଥୀ ମହାନ୍ତି, ତିଳୋତ୍ତମା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୧୯୯୬
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର- ୨୦୧୮

ଜନ୍ମ ଓ ଶିକ୍ଷାସମ୍ପାଦନ କରନ୍ତୁ

ବୀରେନ୍ଦ୍ରନାଥ ମହାନ୍ତି ୧୯୬୨ ମସିହାର ଅପ୍ରେଲ ମାସ ୮ ତାରିଖରେ ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ପିତାଙ୍କ ନାମ ଥିଲା ଦାଶରଥୀ ମହାନ୍ତି ଓ ମାତାଙ୍କ ନାମ ତିଳୋତ୍ତମା । ସେମାନେ ଥିଲେ ୪ ଭାଇ ଓ ଜଣେ ଭଉଣୀ । ଗୋପବନ୍ଧୁ ଉଚ୍ଚ ମୌଳିକ ବିଦ୍ୟାଳୟରୁ ସେ ଶିକ୍ଷାରମ୍ଭ କରିଥିଲେ । ଜାଗେଶ୍ୱରୀ ବିଦ୍ୟାଳୟରୁ ସେ ମାଟ୍ରିକ ପାସ କରିଥିଲେ । ସ୍କୁଲ ସମୟରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ୧୯୮୦ ମସିହାରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ଏମଫିଲ ଶିକ୍ଷା ଶେଷ କରିଥିଲେ । ୧୯୮୭ ମସିହାରେ ବୀରେନ୍ଦ୍ରନାଥ ମିନତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।

ସାହିତ୍ୟ ସର୍ଜନାସମ୍ପାଦନ କରନ୍ତୁ

ସେ ବିଦ୍ୟାଳୟରେ ପଢିବାବେଳୁ ଲେଖାଲେଖି ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ପୁସ୍ତକ ଥକୁଲୁ ଥୁକୁଲୁ ଥା ୧୯୯୫ ମସିହାରେ ପ୍ରକାଶିତ ହୋଇଥିଲା ।

ରଚନାବଳୀସମ୍ପାଦନ କରନ୍ତୁ

  • ଥକୁଲୁ ଥୁକୁଲୁ ଥା (୧୯୯୫)
  • ରୁମ୍‌କୁ ଝୁମା (୨୦୧୮)
  • ସଡ଼କରେ ସଡ଼କ
  • ଶିଶୁ ହସିଲେ ଦୁନିଆ ହସେ (ଚୁନୀ ପ୍ରକାଶନୀ, ପୁରୀ)[୫]
  • ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ
  • କେଳୁ ଚରଣ ମହାପାତ୍ରଙ୍କ ଜୀବନୀ (ବଙ୍ଗଳାକୁ ଅନୁବାଦ)[୬]
  • ମୋର ଯୋଡ଼ି ସିଲଟଖଡ଼ି
  • ଆମେ ସଭିଏଁ ମଣିଷ ଜାତି

ପୁରସ୍କାରସମ୍ପାଦନ କରନ୍ତୁ

ବୀରେନ୍ଦ୍ରନାଥ ମହାନ୍ତି ୧୯୯୬ ମସିହାରେ ତାଙ୍କର ଶିଶୁ ସାହିତ୍ୟ ଥକୁଲୁ ଥୁକୁଲୁ ଥା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୭] ଏହାପରେ ସେ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୮] ଏହି ପୁରସ୍କାର ତାଙ୍କ ତାଙ୍କର ଶିଶୁ କବିତା ପୁସ୍ତକ ରୁମ୍‌କୁ ଝୁମା ପାଇଁ ପାଇଥିଲେ ।[୯][୧୦] ଏହି ପୁସ୍ତକରେ ତାଙ୍କ ରଚିତ ସମୁଦାୟ ୧୦୦ଟି କବିତା ପ୍ରକାଶ ପାଇଥିଲା ।[୧] ଏଥି ସହିତ ସେ ଜାତୀୟ ସାକ୍ଷରତା ମିଶନ ପୁରସ୍କାର, କାନପୁରସ୍ଥିତ ବାଳ କଲ୍ୟାଣ ସଂସ୍ଥାନ ପକ୍ଷରୁ ଜାତୀୟ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ତଥା ଅନେକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।[୧୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "'ରୁମ୍‌କୁ ଝୁମା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିରେନ୍ଦ୍ର ମହାନ୍ତି". Odisha Reporter (in ଇଂରାଜୀ). 2018-06-22. Archived from the original on 26 February 2019. Retrieved 2019-02-26.
  2. "କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ: ଓଡ଼ିଶାରୁ ବୀରେନ୍ଦ୍ର ମହାନ୍ତି ଓ ଜୟଦ୍ରଥ ସୁନା ପାଇବେ ଏହି ପୁରସ୍କାର - Odisha Live". Dailyhunt (in ଇଂରାଜୀ). Retrieved 2019-02-26.
  3. Dharitri. "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Dharitri.com (in ଇଂରାଜୀ). Retrieved 2019-02-26.
  4. "ଲେଖିବାବେଳେ ଶିଶୁ ପାଲଟିଯାଏ". ଛୁଟିଦିନ (ଧରିତ୍ରୀ). ୧୯ ସେପ୍ଟେମ୍ବର ୨୦୨୧. p. ୬. Retrieved 19 September 2021.
  5. "VTLS Chameleon iPortal". opac.nationallibrary.gov.in. Retrieved 26 February 2019.
  6. Bureau, Samajalive. "ଦୁଇ ଓଡ଼ିଆଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର | Samaja Live" (in ଇଂରାଜୀ). Retrieved 2019-02-26.
  7. "Odisha Sahitya Akademi". odishasahityaakademi.org. Retrieved 2019-02-26.
  8. "Breakfast Odisha with Sisu Sahityika Birendra Nath Mohanty". Prameya News7 (in ଇଂରାଜୀ). 2018-08-06. Retrieved 2019-02-26.
  9. "ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.pratinidhiodia.in (in ଇଂରାଜୀ). Retrieved 2019-02-26.
  10. "ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବକବି ଜୟଦ୍ରଥ ସୁନା ପାଇବେ ସାହିତ୍ୟ ଅକାଦେମି ପୁରସ୍କାର". Sambad (in ଇଂରାଜୀ). 2018-06-22. Retrieved 2019-02-26.
  11. ନାୟକ, ହେମନ୍ତ (23 June 2018). "'ଶିଶୁଙ୍କ ମନକୁ ଅନୁଧ୍ୟାନ କରି ଲେଖାଯିବା ଦରକାର'-ବୀରେନ୍ଦ୍ର ମହାନ୍ତି". Dharitri.com (in Odia). Archived from the original on 26 February 2019. Retrieved 2019-02-26.CS1 maint: unrecognized language (link)

ଅଧିକ ତଥ୍ୟସମ୍ପାଦନ କରନ୍ତୁ