୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ

ଓଡ଼ିଶା ବିଧାନ ସଭା ନିର୍ବାଚନ

ଓଡ଼ିଶାର ବିଧାନ ସଭା ନିର୍ବାଚନ ୨୦୧୯ ମସିହା ୧୧ ଅପ୍ରେଲରୁ ୨୯ ଅପ୍ରେଲ ମଧ୍ୟରେ ଓଡ଼ିଶାର ଲୋକ ସଭା ଆସନଗୁଡ଼ିକର ନିର୍ବାଚନ ସହ ମିଶିକରି ଅନୁଷ୍ଠିତ ହୋଇଥିଲା ।[୧][୨] ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ[୩], ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ଦଳ ମୁଖ୍ୟ ପ୍ରତିଯୋଗୀ ଭାବେ ନିର୍ବାଚନ ଲଢ଼ିଥିଲେ । ୧୫ଶ ବିଧାନ ସଭାର କାର୍ଯ୍ୟକାଳ ୨୪ ମଇ ୨୦୧୯ ତାରିଖରେ ସମାପ୍ତ ଘଟିଥିଲା ।

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ
India
୨୦୧୪ ←
ଅପ୍ରେଲ ୨୦୧୯

୧୪୭ ବିଧାନ ସଭା ନିର୍ବାଚନ ମଣ୍ଡଳୀ
୭୪ seats needed for a majority
 
Leader ନବୀନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ପ୍ରଦୀପ୍ତ କୁମାର ନାୟକ
Party ବିଜଦ କଂଗ୍ରେସ ଭାଜପା
Leader since ୧୯୯୬ ୨୦୧୮ ୧୯୯୫
Leader's seat ହିଞ୍ଜିଳି ଘସିପୁରାଭଣ୍ଡାରିପୋଖରୀ ଭବାନୀପାଟଣା
Current seats ୧୧୭ ୧୬ ୧୦

ଫଳାଫଳ

Incumbent CM

ନବୀନ ପଟ୍ଟନାୟକ
ବିଜଦ

ଜୟଦେବ ନିର୍ବାଚନ ମଣ୍ଡଳୀର ଏକ ପୋଲିଂ ବୁଥରେ ଲୋକେ ମତଦାନ ପାଇଁ ଧାଡ଼ି ହୋଇ ଛିଡ଼ାହୋଇଥିବାର ଏକ ଦୃଶ୍ୟ

ନିର୍ବାଚନ ଫଳାଫଳ ୨୩ ମଇ ୨୦୧୯ ତାରିଖରେ ପ୍ରକାଶ ପାଇଥିଲା, ଯେଉଁଥିରେ ବିଜେଡି ମୋଟ ୧୪୬ରୁ (ପାଟକୁରା ଆସନରେ ନିର୍ବାଚନ ହୋଇନଥିଲା) ୧୧୨ଟି ଆସନରେ ବିଜୟୀହୋଇ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା । ଏହି ନିର୍ବାଚନରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ବିଜୟୀ ହୋଇ ସରକାର ଗଢ଼ିଥିଲେ ।

ପାଟକୁରାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୨୯ ଅପ୍ରେଲରେ ହେବାର ଥିଲା କିନ୍ତୁ, ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ଯୋଗୁଁ ମଇ ୧୯ ଯାଏଁ ନିର୍ବାଚନ ଘୁଞ୍ଚାଯାଇଥିଲା ।[୪] ପରେ ଘୁର୍ଣ୍ଣିବାତ୍ୟା ଫଣୀ ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୫] ଜୁଲାଇ ୨୪, ୨୦୧୯ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରତିନିଧି, ସାବିତ୍ରୀ ଅଗରୱାଲ ଏହି ଆସନରୁ ଜିତିଥିଲେ ।[୬]

ପୃଷ୍ଠଭୂମି ସମ୍ପାଦନା

ଓଡ଼ିଶାରେ ମୋଟ ୧୪୭ଟି ବିଧାନ ସଭା ଆସନ ରହିଛି । ତନ୍ମଧ୍ୟରୁ ୯୦ଟି ସାଧାରଣ, ୨୪ଟି ଅନୁସୂଚିତ ଜାତି ଏବଂ ବାକି ୩୩ଟି ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଅଟେ ।[୭] ୧୪୭ଟି ଆସନରୁ ଅତି କମରେ ଗୋଟିଏ ଦଳ କି ଗଠବନ୍ଧନ ଯଦି ୭୪ଟିରୁ ଅଧିକ ଆସନର ସମର୍ଥନ ପ୍ରମାଣିତ କରିପାରିବେ ତେବେ ସେମାନେ ସରକାର ଗଠନ କରିପାରିବେ । ୨୦୧୪ରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ୧୧୭ଟି ଆସନରୁ ଜିତି ଏକାକୀ ସଂଖ୍ୟା ଗରିଷ୍ଠତା ଲାଭ କରି ଦଳର ନେତା ନବୀନ ପଟ୍ଟନାୟକଙ୍କଦ୍ୱାରା ସରକାର ଗଢ଼ିଥିଲେ ।[୮]

ନିର୍ବାଚନ କାର୍ଯ୍ୟକ୍ରମ ସୂଚୀ ସମ୍ପାଦନା

ଓଡ଼ିଶାର ୧୪୭ଟି ବିଧାନ ସଭା ଆସନରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ।[୯][୧୦]

ନିର୍ବାଚନ ପର୍ଯ୍ୟାୟ ନିର୍ବାଚନ ତାରିଖ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା
ପ୍ରଥମ ୧୧ ଅପ୍ରେଲ ୨୦୧୯ କଳାହାଣ୍ଡି ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା କଳାହାଣ୍ଡି, ନୂଆପଡ଼ା
ନବରଙ୍ଗପୁର ଉମରକୋଟ, ଝରିଗାଁ, ନବରଙ୍ଗପୁର‎, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ନବରଙ୍ଗପୁର, ମାଲକାନଗିରି, କୋରାପୁଟ
ବ୍ରହ୍ମପୁର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ଗଞ୍ଜାମ, ଗଜପତି
କୋରାପୁଟ ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗି କୋରାପୁଟ, ରାୟଗଡ଼ା
ଦ୍ୱିତୀୟ ୧୮ ଅପ୍ରେଲ ୨୦୧୯ ବରଗଡ଼ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲୀ, ବ୍ରଜରାଜନଗର, ଝାରସୁଗୁଡ଼ା ବରଗଡ଼, ଝାରସୁଗୁଡ଼ା
ସୁନ୍ଦରଗଡ଼ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ସୁନ୍ଦରଗଡ଼
ବଲାଙ୍ଗୀର ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟନାଗଡ଼, ବଲାଙ୍ଗୀର, ଟିଟଲାଗଡ଼, କଣ୍ଟାବାଞ୍ଝି ବଲାଙ୍ଗୀର, ସୁବର୍ଣ୍ଣପୁର
କନ୍ଧମାଳ ବାଲିଗୁଡ଼ା, ଘୁ. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲା, ଭଞ୍ଜନଗର କନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଞ୍ଜାମ
ଆସିକା ପୋଲସରା, କବିସୂର୍ଯ୍ୟ ନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି ଗଞ୍ଜାମ
ତୃତୀୟ ୨୩ ଅପ୍ରେଲ ୨୦୧୯ ସମ୍ବଲପୁର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ସମ୍ବଲପୁର, ଦେବଗଡ଼, ଅନୁଗୋଳ
କେନ୍ଦୁଝର ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ କେନ୍ଦୁଝର, ମୟୂରଭଞ୍ଜ
ଢେଙ୍କାନାଳ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପର୍ଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୋଳ ଢେଙ୍କାନାଳ, ଅନୁଗୋଳ
କଟକ ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟି-କଟକ, ଚୌଦ୍ୱାର - କଟକ, କଟକ ସଦର, ଖଣ୍ଡପଡ଼ା କଟକ, ନୟାଗଡ଼
ପୁରୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ ପୁରୀ, ଖୋର୍ଦ୍ଧା, ନୟାଗଡ଼
ଭୁବନେଶ୍ୱର ଖଣ୍ଡପଡ଼ା, ଖୋର୍ଦ୍ଧା, ଜଟଣି, ଦଶପଲ୍ଲା, ନୟାଗଡ଼, ବେଗୁନିଆ, ଭୁବନେଶ୍ୱର, ଜୟଦେବ ଖୋର୍ଦ୍ଧା
ଚତୁର୍ଥ ୨୯ ଅପ୍ରେଲ ୨୦୧୯ ମୟୂରଭଞ୍ଜ ଜଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡ଼ା ମୟୂରଭଞ୍ଜ
ବାଲେଶ୍ୱର ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି ବାଲେଶ୍ୱର
ଭଦ୍ରକ ସୋର, ଶିମୂଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି ଭଦ୍ରକ, ବାଲେଶ୍ୱର
ଯାଜପୁର ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରାଇ, ସୁକିନ୍ଦା ଯାଜପୁର
କେନ୍ଦ୍ରାପଡ଼ା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା କେନ୍ଦ୍ରାପଡ଼ା, କଟକ
ଜଗତସିଂହପୁର ନିଆଳି, ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ଜଗତସିଂହପୁର, କଟକ, ପୁରୀ

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକ ସଭା ଏବଂ ୨୮ଟି ବିଧାନ ସଭା ଆସନ ପାଇଁ ଯଥାକ୍ରମେ ୨୮ ଜଣ ଲୋକ ସଭା ପ୍ରାର୍ଥୀ ଏବଂ ୨୦୩ ଜଣ ବିଧାନ ସଭା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ ।[୧୧]

ପ୍ରଚାର ସମ୍ପାଦନା

କଂଗ୍ରେସ ନିର୍ବାଚନ ପାଇଁ ୪୪ଟି ଆସନରୁ ପ୍ରାର୍ଥୀ ଛିଡ଼ା କରେଇବ ବୋଲି ଅକ୍ଟୋବରରେ ଘୋଷଣା କରିଥିଲେ ।[୧୨][୧୩] ସେହି ମାସ, ଅକ୍ଟୋବର, ୨୦୧୮ରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, କଂଗ୍ରେସ ଓଡ଼ିଶାରେ ସରକାର ଗଢ଼ିଲେ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ।[୧୪][୧୫] ଏହାର ମାସକ ପରେ ନଭେମ୍ବରରେ ଭାରତୀୟ ଜନତା ପାର୍ଟି ପକ୍ଷ୍ୟରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।[୧୬][୧୭] ନରେନ୍ଦ୍ର ମୋଦୀଙ୍କର ଜନପ୍ରିୟତାରେ ବିଜେପି ଓଡ଼ିଶାରେ ନିର୍ବାଚନ ଜିତିବା ଆଶାରେ ଥିଲେ ।[୧୮]

ପ୍ରସଙ୍ଗଗୁଡ଼ିକ ସମ୍ପାଦନା

ବେକାରୀ ସମସ୍ୟା, ଚାଷ ଜମିକୁ ପାଣି, ଘରକୁ ପାଣି, ମନରେଗା (MNREGA)ରେ ଆସୁଥିବା ଟଙ୍କାର ଲୁଟ ଇତ୍ୟାଦି ମୁଖ୍ୟ ପ୍ରସଙ୍ଗ ରହିଥିଲା ।[୧୯] କଂଗ୍ରେସ ଏହାର ପ୍ରସ୍ତାବିତ ଇସ୍ତାହାରରେ ଚାଷ ଓ ଚାଷୀ ପ୍ରସଙ୍ଗରେ କୃଷି ଋଣଛାଡ଼, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୬୦୦ ଟଙ୍କା, ଚାଷୀଙ୍କୁ ୫ ବର୍ଷ ଯାଏଁ ସହାୟତା, ସୋଲାର ପମ୍ପ ଯୋଗାଣ, ପ୍ରତ୍ୟେକ ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ; ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ମହିଳାଙ୍କୁ ଆର୍ଥିକ ସହାୟତା ବ୍ୟତୀତ ସେମାନଙ୍କୁ ସଶକ୍ତୀକରଣ କରି ସେମାନଙ୍କ ମାଧ୍ୟମରେ ରାଜ୍ୟରେ ମହିଳା ହିଂସା ହାର ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।[୨୦]

ବିଭିନ୍ନ ଦଳ ଏବଂ ଗଠବନ୍ଧନ ସମ୍ପାଦନା

ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି. ରାଜା ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ୧୭ ଫେବୃୟାରୀ ୨୦୧୯ରେ ସିପିଆଇ, ସିପିଏମ୍‍, ଜେଏମଏମ ଓ କଂଗ୍ରେସକୁ ନେଇ ଏକ ମହାମେଣ୍ଟ ଗଠନ କରାଯିବ ବୋଲି ଘୋଷଣା କରିଥିଲେ ।[୨୧]

ପ୍ରାର୍ଥୀ ତାଲିକା ସମ୍ପାଦନା

ବିଧାନ ସଭା ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା:[୨୨][୨୩][୨୪][୨୫][୨୬][୨୭][୨୮][୨୯][୩୦][୩୧][୩୨][୩୩][୩୪]

ନିର୍ବାଚନ ମଣ୍ଡଳୀ କ୍ରମାଙ୍କ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ
ବିଜେତା ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ଭାରତୀୟ ଜାତୀୟ କଂଗ୍ରେସ ଅନ୍ୟ ଦଳ ପ୍ରାର୍ଥୀ ସ୍ୱାଧୀନ ପ୍ରାର୍ଥୀ
ଅତାବିରା(ସଂ) ସ୍ନେହାଙ୍ଗିନୀ ଛୁରିଆ ସ୍ନେହାଙ୍ଗିନୀ ଛୁରିଆ ମିଲନ ସେଠ୍ ନିହାର ମହାନନ୍ଦ
୬୧ ଅନୁଗୁଳ ରଜନୀକାନ୍ତ ସିଂହ ରଜନୀକାନ୍ତ ସିଂହ ପ୍ରତାପ ପ୍ରଧାନ ବିପ୍ଳବ ଜେନା
୮୯ ଆଠଗଡ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉମାବଲ୍ଲଭ ରଥ
୬୩ ଆଠମଲ୍ଲିକ ରମେଶ ଚନ୍ଦ୍ର ସାଇ ରମେଶ ଚନ୍ଦ୍ର ସାଇ ବିଜୟାନନ୍ଦ ଛୋଲିଆ
୨୨ ଆନନ୍ଦପୁର(ସଂ) ଭାଗିରଥୀ ସେଠୀ ଭାଗିରଥୀ ସେଠୀ ଜୟଦେବ ଜେନା
୯୮ ଆଳି ପ୍ରତାପ କେଶରୀ ଦେବ ପ୍ରତାପ କେଶରୀ ଦେବ ଦୋଳଗୋବିନ୍ଦ ନାୟକ ଦେବେନ୍ଦ୍ର ଶର୍ମା
୧୨୮ ଆସ୍କା ମଞ୍ଜୁଳା ସ୍ୱାଇଁ ମଞ୍ଜୁଳା ସ୍ୱାଇଁ ଦେବରାଜ ମହାନ୍ତି ମନୋଜ କୁମାର ଜେନା
୩୧ ଉଦଳା (ସଂ) ଭାସ୍କର ମଢ଼େଇ ଶ୍ରୀନାଥ ସୋରେନ୍‌ ଭାସ୍କର ମଢ଼େଇ
୭୩ ଉମରକୋଟ(ସଂ) ନିତ୍ୟାନନ୍ଦ ଗଣ୍ଡ ସୁବାଷ ଗଣ୍ଡ ନିତ୍ୟାନନ୍ଦ ଗଣ୍ଡ ଯଶୋଦା ରାଣୀ ଗଣ୍ଡ
୧୧୪ ଏକାମ୍ର ଭୁବନେଶ୍ୱର ଅଶୋକ ଚନ୍ଦ୍ର ପଣ୍ଡା ଅଶୋକ ଚନ୍ଦ୍ର ପଣ୍ଡା ବାବୁ ସିଂହ ରଶ୍ମୀରେଖା ମହାପାତ୍ର
୯୩ କଟକ ସଦର(ସଂ) ଚନ୍ଦ୍ର ସାରଥି ବେହେରା ଚନ୍ଦ୍ର ସାରଥି ବେହେରା ଦିଲ୍ଲୀପ ମଲ୍ଲିକ ଅଭିଷେକ ମହାନନ୍ଦ
୭୦ କଣ୍ଟାବାଞ୍ଜି ସନ୍ତୋଷ ସିଂ ସାଲୁଜା ଅଜୟ ଦାସ ଲକ୍ଷ୍ମଣ ବାଗ ସନ୍ତୋଷ ସିଂ ସାଲୁଜା
୮୫ କଣ୍ଟାମାଳ ମହୀଧର ରଣା ମହୀଧର ରଣା କହ୍ନେଇ ଡାଙ୍ଗ ପ୍ରଶାନ୍ତ ସାହୁ
୧୨୫ କବିସୂର୍ଯ୍ୟ ନଗର ଲତିକା ପ୍ରଧାନ ଲତିକା ପ୍ରଧାନ ରଂଜନ ପଲ୍ଲାଇ ବିଜୟ କୁମାର ସାହୁ
୩୦ କରଂଜିଆ(ସଂ) ବାସନ୍ତୀ ହେମ୍ବ୍ରମ ବାସନ୍ତୀ ହେମ୍ବ୍ରମ ପଦ୍ମଚରଣ ହାଇବ୍ରୁ ସୁଦାମ ଚରଣ ନାୟକ
୧୦୫ କାକଟପୁର(ସଂ) ତୁଷାରକାନ୍ତି ବେହେରା ତୁଷାରକାନ୍ତି ବେହେରା ବିଶ୍ୱଭୂଷଣ ଦାସ
୫୭ କାମାକ୍ଷାନଗର ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରଫୁଲ୍ଲ କୁମାର ମଲ୍ଲିକ ଶତ୍ରୁଘ୍ନ ଜେନା
୧୫ କୁଚିଣ୍ଡା(ସଂ) କିଶୋର ଚନ୍ଦ୍ର ନାୟକ କିଶୋର ଚନ୍ଦ୍ର ନାୟକ ରବିନାରାୟଣ ନାୟକ ଶୋଭରାମ ପ୍ରଧାନ
୨୪ କେନ୍ଦୁଝର(ସଂ) ମୋହନ ଚରଣ ମାଝୀ ମାଧବ ସର୍ଦ୍ଦାର ମୋହନ ଚରଣ ମାଝୀ ବିଦ୍ୟାଧର ଦେହୁରୀ
୯୭ କେନ୍ଦ୍ରାପଡ଼ା ଶଶିଭୂଷଣ ବେହେରା ଶଶିଭୂଷଣ ବେହେରା[୩୫] ଗଣେଶ୍ୱର ବେହେରା
୧୪୨ କୋଟପାଡ଼(ସଂ) ପଦ୍ମିନୀ ଦିଆନ ପଦ୍ମିନୀ ଦିଆନ ଖଗେଶ୍ୱର ପୂଜାରୀ ଚନ୍ଦ୍ରଶେଖର ମାଝୀ
୧୪୪ କୋରାପୁଟ(ସଂ) ରଘୁରାମ ପୋଡାଲ ରଘୁରାମ ପୋଡାଲ ତ୍ରିପୁରା ଗର୍ଦ୍ଦା କୃଷ୍ଣଚନ୍ଦ୍ର କୁଲଦୀପ୍
୫୩ କୋରାଇ ଅଶୋକ କୁମାର ବଳ ଅଶୋକ କୁମାର ବଳ ବିଶ୍ୱଜିତ ନାୟକ ବନ୍ଦିତା ପରିଡା
୧୨୦ ଖଣ୍ଡପଡ଼ା ସୌମ୍ୟ ରଞ୍ଜନ ପଟ୍ଟନାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସିଦ୍ଧାର୍ଥ ସିଂ ମର୍ଦ୍ଦରାଜ ଦୁଷ୍ମନ୍ତ କୁମାର ସ୍ୱାଇଁ
୭୨ ଖଡ଼ିଆଳ ଅଧିରାଜ ମୋହନ ପାଣିଗ୍ରାହୀ ଲମ୍ବୋଦର ନିଆଲ ରୀତାରାଣୀ ବଗର୍ତ୍ତି ଅଧିରାଜ ମୋହନ ପାଣିଗ୍ରାହୀ
୧୨୬ ଖଲ୍ଲିକୋଟ (ସଂ) ସୂର୍ଯ୍ୟମଣି ବୈଦ୍ୟ ସୂର୍ଯ୍ୟମଣି ବୈଦ୍ୟ ଶ୍ରୀମତୀ ଭାରତୀ ବେହେରା ଭୋକାଲି ସେଟି
୧୧୭ ଖୋର୍ଦ୍ଧା ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଜ୍ୟୋତିରିନ୍ଦ୍ର ନାଥ ମିତ୍ର କାଳୁଖଣ୍ଡାୟତ ରାୟ
୧୩୮ ଗୁଣୁପୁର(ସଂ) ରଘୁନାଥ ଗମାଙ୍ଗ ରଘୁନାଥ ଗମାଙ୍ଗ ଶିଶିର ଗମାଙ୍ଗ ପୁରୁଷୋତ୍ତମ ଗମାଙ୍ଗ
୧୩୨ ଗୋପାଳପୁର ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରଦୀପ କୁମାର ପାଣିଗ୍ରାହୀ ବିଭୂତି ଜେନା ଏସ୍.ଧାମରାଜ ରେଡ୍ଡି
୨୧ ଘସିପୁରା ବଦ୍ରି ନାରାୟଣ ପାତ୍ର ବଦ୍ରି ନାରାୟଣ ପାତ୍ର ପୃଥ୍ୱୀରାଜ କୁଅଁର ନିରଞ୍ଜନ ପଟ୍ଟନାୟକ
୨୫ ଚମ୍ପୁଆ ମିନାକ୍ଷୀ ମହନ୍ତ ମିନାକ୍ଷୀ ମହନ୍ତ ମୁରଲୀ ଶର୍ମା ଯଦୁମଣୀ ବାରିକ
୪୭ ଚାନ୍ଦବାଲି ବ୍ୟୋମକେଶ ରାୟ ବ୍ୟୋମକେଶ ରାୟ ମନମୋହନ ସାମଲ
୧୩୫ ଚିକିଟି ଉଷା ଦେବୀ ଉଷା ଦେବୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ ସୁବାସ ଚନ୍ଦ୍ର ରାଉତ
୧୪୭ ଚିତ୍ରକୋଣ୍ଡା(ସଂ) ପୂର୍ଣଚନ୍ଦ୍ର ବକା ପୂର୍ଣଚନ୍ଦ୍ର ବକା ପାଡୁ ମାଝୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ
୧୧୮ ଚିଲିକା ପ୍ରଶାନ୍ତ କୁମାର ଜଗଦେବ ପ୍ରଶାନ୍ତ କୁମାର ଜଗଦେବ ପୃଥ୍ୱୀରାଜ ହରିଚନ୍ଦନ ପ୍ରଦୀପ ସ୍ବାଇଁ
୯୧ ଚୌଦ୍ୱାର କଟକ ସୌଭିକ ବିଶ୍ୱାଳ ସୌଭିକ ବିଶ୍ୱାଳ ନୟନ କିଶୋର ମହାନ୍ତି ଜଗଦିଶ ମହାନ୍ତି
୧୨୭ ଛତ୍ରପୁର ସୁବାସ ଚନ୍ଦ୍ର ବେହେରା ସୁବାସ ଚନ୍ଦ୍ର ବେହେରା ପ୍ରଶାନ୍ତ କର
୬୨ ଛେଣ୍ଡିପଦା(ସଂ) ସୁଶାନ୍ତ କୁମାର ବେହେରା ସୁଶାନ୍ତ କୁମାର ବେହେରା ଅଗସ୍ତି ବେହେରା ସସ୍ମିତା ବେହେରା
୧୦୪ ଜଗତସିଂହପୁର ପ୍ରଶାନ୍ତ କୁମାର ମୁଦୁଲି ପ୍ରଶାନ୍ତ କୁମାର ମୁଦୁଲି ସତ୍ୟବ୍ରତ ମହାପାତ୍ର ଚିରଂଜୀବ ବିଶ୍ୱାଳ
୧୧୫ ଜଟଣୀ ସୁରେଶ କୁମାର ରାଉତରାୟ ବିଭୂତି ଭୂଷଣ ବଳବନ୍ତରାୟ ବିଶ୍ୱରଞ୍ଜନ ବଡ଼ଜେନା ସୁରେଶ କୁମାର ରାଉତରାୟ
୩୫ ଜଳେଶ୍ୱର ଅଶ୍ୱିନୀ କୁମାର ପାତ୍ର ଅଶ୍ୱିନୀ କୁମାର ପାତ୍ର ଜୟନାରାୟଣ ମହାନ୍ତି ସୁଦର୍ଶନ ଦାସ
୮୩ ଜି.ଉଦୟଗିରି(ସଂ) ସାଲୁଜା ପ୍ରଧାନ ସାଲୁଜା ପ୍ରଧାନ ଶ୍ରୀମତୀ ଅର୍ଚ୍ଚନା ପ୍ରଧାନ ଶ୍ୟାମଘନ ପ୍ରଧାନ
୭୮ ଜୁନାଗଡ଼ ଦିବ୍ୟଶଙ୍କର ମିଶ୍ର ଦିବ୍ୟଶଙ୍କର ମିଶ୍ର ମନୋଜ ମେହେର ଅନୀଲ ସିଂ ଦେଓ
୧୪୩ ଜୟପୁର ତାରାପ୍ରସାଦ ବାହିନୀପତି ରବିନାରାୟଣ ନନ୍ଦ ଗୈାତମ ସାମନ୍ତରାୟ ତାରାପ୍ରସାଦ ବାହିନୀପତି
୧୧୧ ଜୟଦେବ ଅରବିନ୍ଦ ଢାଲି ଅରବିନ୍ଦ ଢାଲି[୩୫] ନରେନ୍ଦ୍ର ନାୟକ ସୁକାନ୍ତ ତିଆଡ଼ି ଭୋଇ ନବ କିଶୋର ମଲ୍ଲିକ
୭୪ ଝରିଗ୍ରାମ ପ୍ରକାଶ ଚନ୍ଦ୍ର ମାଝୀ ପ୍ରକାଶ ଚନ୍ଦ୍ର ମାଝୀ ପର୍ଶୁରାମ ମାଝୀ ଉଧାର ମାଝୀ
ଝାରସୁଗୁଡ଼ା ନବ କିଶୋର ଦାସ ନବ କିଶୋର ଦାସ ଦିନେଶ ଜୈନ ମହେନ୍ଦ୍ର ନାୟକ
୬୯ ଟିଟିଲାଗଡ଼ ଟୁକୁନି ସାହୁ ଟୁକୁନି ସାହୁ ଅଶୋକ ଦୋରା ସୁରେନ୍ଦ୍ର ସିଂ ଭୋଇ
୭୬ ଡାବୁଗାଁ(ସଂ) ମନୋହର ରନ୍ଧାରୀ ମନୋହର ରନ୍ଧାରୀ ପଦ୍ମନ ନାୟକ ଭୂଜବଳ ମାଝୀ
୫୫ ଢେଙ୍କାନାଳ ସୁଧୀର କୁମାର ସାମଲ ସୁଧୀର କୁମାର ସାମଲ କୃଷ୍ଣଚନ୍ଦ୍ର ପାତ୍ର ନବୀନ ନନ୍ଦ
ତଳସରା(ସଂ) ଭବାନୀ ଶଙ୍କର ଭୋଇ ଷ୍ଟିଫେନ ସୋରେନ ଭବାନୀ ଶଙ୍କର ଭୋଇ ପ୍ରଫୁଲ୍ଲ ମାଝି
୬୦ ତାଳଚେର ବ୍ରଜ କିଶୋର ପ୍ରଧାନ ବ୍ରଜ କିଶୋର ପ୍ରଧାନ କାଳନ୍ଦୀ ସାମଲ ସୁରେଶ ଚନ୍ଦ୍ର ବେହେରା
୧୦୨ ତିର୍ତ୍ତୋଲ (ସଂ) ବିଷ୍ଣୁ ଚରଣ ଦାସ ବିଷ୍ଣୁ ଚରଣ ଦାସ ପ୍ରଫେସର ରମାକାନ୍ତ ଭୋଇ
୨୦ ତେଲକୋଇ (ସଂ) ପ୍ରେମାନନ୍ଦ ନାଏକ ପ୍ରେମାନନ୍ଦ ନାଏକ ଧନୁର୍ଜୟ ସିଧୁ
୧୨୧ ଦଶପଲ୍ଲା(ସଂ) ରମେଶ ଚନ୍ଦ୍ର ବେହେରା ରମେଶ ଚନ୍ଦ୍ର ବେହେରା ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରଶାନ୍ତ କୁମାର ନାୟକ
୧୩୪ ଦିଗପହଣ୍ଡି ସୂର୍ଯ୍ୟ ନାରାୟଣ ପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ପିଙ୍କି ପ୍ରଧାନ ବିସ୍ମୟ ମହାପାତ୍ର/ପ୍ରଫୁଲ୍ଲ ପଣ୍ଡା (ଯାଞ୍ଚ ଆବଶ୍ୟକ)
୧୯ ଦେବଗଡ ସୁବାଶ ଚନ୍ଦ୍ର ପାଣିଗ୍ରାହୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସୁବାଶ ଚନ୍ଦ୍ର ପାଣିଗ୍ରାହୀ ଉମାଶଙ୍କର ସାହୁ
୭୯ ଧର୍ମଗଡ଼ ମୌସଦୀ ବାଗ ମୌସଦୀ ବାଗ ଅନନ୍ତ ପ୍ରତାପ ଦେଓ ଦିଗମ୍ବର ଦୁରିଆ
୫୧ ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟ ପ୍ରଣବ କୁମାର ବଳବନ୍ତରାୟ ରମେଶ ଚନ୍ଦ୍ର ପରିଡ଼ା
୪୬ ଧାମନଗର (ସଂ) ବିଷ୍ଣୁ ଚରଣ ସେଠୀ ରାଜେନ୍ଦ୍ର କୁମାର ଦାସ ବିଷ୍ଣୁ ଚରଣ ସେଠୀ
୭୫ ନବରଙ୍ଗପୁର(ସଂ) ସଦାଶିବ ପ୍ରଧାନୀ ସଦାଶିବ ପ୍ରଧାନୀ ଗୌରୀ ମାଝୀ ସଦନ ନାଏକ
୮୧ ନର୍ଲା ଭୂପିନ୍ଦର ସିଂ ଭୂପିନ୍ଦର ସିଂ ଅନିରୁଦ୍ଧ ପ୍ରଧାନ ଚିତରଂଜନ ମଣ୍ଡଳ
୯୨ ନିଆଳୀ ପ୍ରମୋଦ କୁମାର ମଲ୍ଲିକ ପ୍ରମୋଦ କୁମାର ମଲ୍ଲିକ ଛବି ମଲ୍ଲିକ
୧୦୬ ନିମାପଡ଼ା ସମୀର ରଞ୍ଜନ ଦାସ ସମୀର ରଞ୍ଜନ ଦାସ ପାର୍ବତୀ ପରିଡ଼ା
୪୦ ନୀଳଗିରି ସୁକାନ୍ତ କୁମାର ନାୟକ ସନ୍ତୋଷ ଖଟୁଆ ସୁକାନ୍ତ କୁମାର ନାୟକ ମନୋଜ ମଂଜରୀ ଦେବି
୭୧ ନୂଆପଡ଼ା ରାଜେନ୍ଦ୍ର ଢ଼ୋଲକିଆ ରାଜେନ୍ଦ୍ର ଢ଼ୋଲକିଆ ହୋମସିଂହ ମାଝୀ ଘାସିରାମ ମାଝୀ
୧୨୨ ନୟାଗଡ଼ ଅରୁଣ କୁମାର ସାହୁ ଅରୁଣ କୁମାର ସାହୁ ଇରାନି ରାୟ
୧୪୫ ପଟାଙ୍ଗୀ ପ୍ରୀତମ୍ ପାଢ଼ୀ ପ୍ରୀତମ୍‌ ପାଢ଼ୀ ରାମଚନ୍ଦ୍ର ପାଙ୍ଗୀ ରାମଚନ୍ଦ୍ର କାଡାମ୍
ପଦ୍ମପୁର ବିଜୟରଞ୍ଜନ ସିଂ ବରିହା ବିଜୟରଞ୍ଜନ ସିଂ ବରିହା ପ୍ରଦୀପ ପୁରୋହିତ ସତ୍ୟଭୂଷଣ ସାହୁ
୫୮ ପରଜଙ୍ଗ ନୃସିଂହ ଚରଣ ସାହୁ ନୃସିଂହ ଚରଣ ସାହୁ ବିଭୂତି ପ୍ରଧାନ
୯୬ ପାଟକୁରା ସାବିତ୍ରୀ ଅଗରୱାଲ[୬] ସାବିତ୍ରୀ ଅଗରୱାଲ ବିଜୟ ମହାପାତ୍ର ଜୟନ୍ତ ମହାନ୍ତି
୨୩ ପାଟଣା ଜଗନ୍ନାଥ ନାଏକ ଜଗନ୍ନାଥ ନାଏକ ଭବାନୀଶଙ୍କର ନାୟକ
୬୭ ପାଟଣାଗଡ଼ ସରୋଜ ମେହେର ସରୋଜ ମେହେର କନକବର୍ଦ୍ଧନ ସିଂଦେଓ ରମେଶ ପୁରୋହିତ
୧୩୭ ପାରଳାଖେମୁଣ୍ଡି କେ. ନାରାୟଣ ରାଓ କଲ୍ୟାଣୀ ଗଜପତି କେ. ନାରାୟଣ ରାଓ କେ. ସୁର୍ଯ୍ୟା ରାଓ
୧୦୧ ପାରାଦୀପ ସମ୍ବିତ ରାଉତରାୟ ସମ୍ବିତ ରାଉତରାୟ ସମ୍ପଦ ସ୍ବାଇଁ ଅରିନ୍ଦମ ସର୍ଖେଲ
୧୦୭ ପୁରୀ ଜୟନ୍ତ କୁମାର ଷଡ଼ଙ୍ଗୀ ମହେଶ୍ୱର ମହାନ୍ତି ଜୟନ୍ତ କୁମାର ଷଡ଼ଙ୍ଗୀ
୫୯ ପାଲଲହଡା ମୁକେଶ କୁମାର ପାଲ ମୁକେଶ କୁମାର ପାଲ ଅଶୋକ ମହାନ୍ତି ସୁବ୍ରତ ଗଡନାୟକ
୧୧୦ ପିପିଲି ପ୍ରଦୀପ ମହାରଥୀ ପ୍ରଦୀପ ମହାରଥୀ ଆଶ୍ରିତ ପଟ୍ଟନାୟକ
୧୨୪ ପୋଲସରା ଶ୍ରୀକାନ୍ତ ସାହୁ ଶ୍ରୀକାନ୍ତ ସାହୁ ଗୋକୁଳାନନ୍ଦ ମଲ୍ଲିକ ହରିଚରଣ ସ୍ୱାଇଁ
୮୪ ଫୁଲବାଣୀ ଅଙ୍ଗଦ କଅଁର ଅଙ୍ଗଦ କଅଁର ଦେବନାରାୟଣ ପ୍ରଧାନ କିଶୋର ଚନ୍ଦ୍ର କଅଁର
୫୦ ବଡ଼ଚଣା ଅମର ପ୍ରସାଦ ଶତପଥୀ ଅମର ପ୍ରସାଦ ଶତପଥୀ ଅମର ନାୟକ
୮୭ ବଡ଼ମ୍ବା ଦେବୀ ପ୍ରସାଦ ମିଶ୍ର ଦେବୀ ପ୍ରସାଦ ମିଶ୍ର ବିଜୟ କୁମାର ଦଳବେହେରା
୩୨ ବଡ଼ସାହି (ସଂ) ସନାତନ ବିଜୁଳି ବୃନ୍ଦାବନ ଦାସ ସନାତନ ବିଜୁଳି
୧୪ ବଣାଇଗଡ଼(ସଂ) ଲକ୍ଷ୍ମଣ ମୁଣ୍ଡା ରଞ୍ଜିତ କିଷାନ ଅନିଲ ବାର୍ଲା ଲକ୍ଷ୍ମଣ ମୁଣ୍ଡା (ସିପିଆଇଏମ)
ବରଗଡ଼ ଦେବେଶ ଆଚାର୍ଯ୍ୟ ଦେବେଶ ଆଚାର୍ଯ୍ୟ ଅଶ୍ୱିନୀ ଷଡ଼ଙ୍ଗୀ ନିପନ୍ ଦାସ
୪୯ ବରୀ ସୁନନ୍ଦା ଦାସ ସୁନନ୍ଦା ଦାସ ବିଶ୍ୱରଞ୍ଜନ ମଲ୍ଲିକ
୩୭ ବସ୍ତା ନିତ୍ୟାନନ୍ଦ ସାହୁ ନିତ୍ୟାନନ୍ଦ ସାହୁ ରଘୁନାଥ ମହାନ୍ତି
୬୮ ବଲାଙ୍ଗୀର ନରସିଂହ ମିଶ୍ର ଅର୍କ ନାରାୟଣ ସିଂଦେଓ ଅନନ୍ତ ଦାସ ନରସିଂହ ମିଶ୍ର
୮୮ ବାଙ୍କି ଦେବୀରଞ୍ଜନ ତ୍ରିପାଠୀ ଦେବୀରଞ୍ଜନ ତ୍ରିପାଠୀ ଦେବାଶିଷ ପଟ୍ଟନାୟକ
୨୯ ବାଙ୍ଗିରିପୋଷି (ସଂ) ସୁଦାମ ମାରାଣ୍ଡି ସୁଦାମ ମାରାଣ୍ଡି ସୁକୁଡା ମୁର୍ମୁ
୯୦ ବାରବାଟୀ-କଟକ ମହମ୍ମଦ ମୁକ୍କିମ ଦେବାଶିଷ ସାମନ୍ତରାୟ ସମୀର ଦେ ମହମ୍ମଦ ମୁକ୍କିମ
୩୩ ବାରିପଦା (ସଂ) ପ୍ରକାଶ ସୋରେନ ସରୋଜିନୀ ହେମ୍ବ୍ରମ [୩୬] ପ୍ରକାଶ ସୋରେନ୍
୧୦୩ ବାଲିକୁଦା ଏରସମା ରଘୁନନ୍ଦନ ଦାସ ରଘୁନନ୍ଦନ ଦାସ ଦାମୋଦର ରାଉତ
୮୨ ବାଲିଗୁଡ଼ା(ସଂ) ଚକ୍ରମଣି କହଁର ଚକ୍ରମଣି କହଁର କରେନ୍ଦ୍ର ମାଝୀ ସିମନ୍ ମଲ୍ଲିକ
୩୮ ବାଲେଶ୍ୱର ମଦନମୋହନ ଦତ୍ତ ଜୀବନ ପ୍ରଦୀପ ଦାଶ ମଦନମୋହନ ଦତ୍ତ ନବଜ୍ୟୋତି ପଟ୍ଟନାୟକ [୩୭]
୪୫ ବାସୁଦେବପୁର ବିଷ୍ଣୁବ୍ରତ ରାଉତରାୟ ବିଷ୍ଣୁବ୍ରତ ରାଉତରାୟ ମାଧବାନନ୍ଦ ମଲ୍ଲିକ
୪୮ ବିଞ୍ଝାରପୁର (ସଂ) ପ୍ରମିଳା ମଲ୍ଲିକ ପ୍ରମିଳା ମଲ୍ଲିକ ଶ୍ରୀମତି ବବିତା ମଲ୍ଲିକ
ବିଜେପୁର ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ସନତ ଗଡ଼ତିଆ [୩୮] ରିପୁନାଥ ସେଠ
୧୩୯ ବିଷମ କଟକ(ସଂ) ଜଗନ୍ନାଥ ସାରକା ଜଗନ୍ନାଥ ସାରକା ଶିବଶଙ୍କର ଉଲ୍ଲାକା ନୀଳମାଧବ ହିକୋକା
୬୪ ବୀରମହାରାଜପୁର(ସଂ) ପଦ୍ମନାଭ ବେହେରା ପଦ୍ମନାଭ ବେହେରା ରଘୁନାଥ ଜଗଡାଲ ବିନୋଦ କୁମାର ପାତ୍ର
୧୦ ବୀରମିତ୍ରପୁର(ସଂ) ଶଙ୍କର ଓରାମ ଶଙ୍କର ଓରାମ ରୋହିତ ଯୋଶେଫ୍ ତିର୍କୀ
୧୧୬ ବେଗୁନିଆ ରାଜେନ୍ଦ୍ର କୁମାର ସାହୁ ରାଜେନ୍ଦ୍ର କୁମାର ସାହୁ ରିଷଭ ନନ୍ଦ ପ୍ରଦୀପ ସାହୁ
୮୬ ବୌଦ୍ଧ ପ୍ରଦୀପ କୁମାର ଅମାତ ପ୍ରଦୀପ କୁମାର ଅମାତ ସୁଶାନ୍ତ ପ୍ରଧାନ
ବ୍ରଜରାଜନଗର କିଶୋର କୁମାର ମହାନ୍ତି କିଶୋର କୁମାର ମହାନ୍ତି ଶ୍ରୀମତୀ ରାଧାରାଣୀ ପଣ୍ଡା
୧୦୮ ବ୍ରହ୍ମଗିରି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଞ୍ଜୟ କୁମାର ଦାସବର୍ମା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉମାକାନ୍ତ ବରାଳ
୧୩୩ ବ୍ରହ୍ମପୁର ବିକ୍ରମ କୁମାର ପଣ୍ଡା ବିକ୍ରମ କୁମାର ପଣ୍ଡା କାହ୍ନୁ ପତି ଲିଙ୍ଗରାଜ ଚୌଧୁରୀ
୧୨୩ ଭଞ୍ଜନଗର ବିକ୍ରମ କେଶରୀ ଆରୁଖ ବିକ୍ରମ କେଶରୀ ଆରୁଖ ପ୍ରଦ୍ୟୁମ୍ନ ନାୟକ ସଞ୍ଜୟ କୁମାର ତ୍ରିପାଠୀ
୪୪ ଭଦ୍ରକ ସଞ୍ଜିବ କୁମାର ମଲିକ ସଞ୍ଜିବ କୁମାର ମଲିକ ପ୍ରଦୀପ ନାୟକ ନିରଞ୍ଜନ ପଟ୍ଟନାୟକ [୩୭]
୪୩ ଭଣ୍ଡାରିପୋଖରୀ ପ୍ରଫୁଲ ସାମଲ ପ୍ରଫୁଲ ସାମଲ ବଦ୍ରିନାରାୟଣ ଧଳ ନିରଞ୍ଜନ ପଟ୍ଟନାୟକ [୩୭]
ଭଟଲି ସୁଶାନ୍ତ ସିଂ ସୁଶାନ୍ତ ସିଂ ଇରାଶିଷ ଆଚାର୍ଯ୍ୟ ସରୋଜ ମହାପାତ୍ର
୮୦ ଭବାନୀପାଟଣା(ସଂ) ପ୍ରଦୀପ୍ତ କୁମାର ନାୟକ ଦୁଷ୍ମନ୍ତ ନାଏକ ପ୍ରଦୀପ୍ତ କୁମାର ନାୟକ ସାଗର ଚରଣ ଦାସ
୧୧୩ ଭୁବନେଶ୍ୱର (ଉତ୍ତର) ସୁଶାନ୍ତ କୁମାର ରାଉତ ସୁଶାନ୍ତ କୁମାର ରାଉତ ଇତିସ ପ୍ରଧାନ
୧୧୨ ଭୁବନେଶ୍ୱର (ମଧ୍ୟ) ଅନନ୍ତ ନାରାୟଣ ଜେନା ଅନନ୍ତ ନାରାୟଣ ଜେନା [୩୯] ଜଗନ୍ନାଥ ପ୍ରଧାନ ରାଜୀବ ପଟ୍ଟନାୟକ
୩୬ ଭୋଗରାଇ ଅନନ୍ତ ଦାସ ଅନନ୍ତ ଦାସ ମାନସ ମହାନ୍ତି
୧୦୦ ମହାକାଳପଡ଼ା ଅତନୁ ସବ୍ୟସାଚୀ ନାୟକ ଅତନୁ ସବ୍ୟସାଚୀ ନାୟକ
୧୪୬ ମାଲକାନଗିରି(ସଂ) ଆଦିତ୍ୟ ମାଢ଼ୀ ମୁକୁନ୍ଦ ସୋଡ଼ି ଆଦିତ୍ୟ ମାଢ଼ୀ ମାଲା ମାଢ଼ୀ
୯୫ ମାହାଙ୍ଗା ପ୍ରତାପ ଜେନା ପ୍ରତାପ ଜେନା ଶରଦ ପ୍ରଧାନ
୧୩୬ ମୋହନା(ସଂ) ଦାଶରଥୀ ଗମାଙ୍ଗ ପୂର୍ଣ୍ଣବାସୀ ନାଏକ ପ୍ରଶାନ୍ତ ମଲ୍ଲିକ ଦାଶରଥୀ ଗମାଙ୍ଗ
୩୪ ମୋରଡ଼ା ରାଜକିଶୋର ଦାସ ରାଜକିଶୋର ଦାସ [୪୦] କୃଷ୍ଣଚନ୍ଦ୍ର ମହାପାତ୍ର [୪୦] ପ୍ରଭାସ କର ମହାପାତ୍ର [୪୦] କଳିଙ୍ଗ କିଶୋର ଜେନା (ଜେଏମଏମ) [୪୦]
୨୬ ଯଶିପୁର (ସଂ) ଗଣେଶରାମ ଖୁଣ୍ଟିଆ ଗୋଲକ ବିହାରି ନାୟକ ଗଣେଶରାମ ଖୁଣ୍ଟିଆ
୫୨ ଯାଜପୁର ପ୍ରଣବ ପ୍ରକାଶ ଦାସ ପ୍ରଣବ ପ୍ରକାଶ ଦାସ ଗୌତମ ରାୟ
୧୧ ରଘୁନାଥପାଲ୍ଲି(ସଂ) ସୁବ୍ରତ ତରାଇ ସୁବ୍ରତ ତରାଇ ଜଗବନ୍ଧୁ ବେହେରା ପ୍ରଶାନ୍ତ ସେଠୀ
୧୧୯ ରଣପୁର ସତ୍ୟନାରାୟଣ ପ୍ରଧାନ ସତ୍ୟନାରାୟଣ ପ୍ରଧାନ ସୁରମା ପାଢ଼ୀ ଶୁଭଶ୍ରୀ ପଣ୍ଡା
୧୨ ରାଉରକେଲା ଶାରଦା ପ୍ରସନ୍ନ ନାୟକ ଶାରଦା ପ୍ରସନ୍ନ ନାୟକ ନିହାର ରାୟ ବୀରେନ ସେନାପତି
୨୮ ରାଇରଂଗପୁର ନବ ଚରଣ ମାଝୀ ବାସନ୍ତୀ ମାରାଣ୍ଡି ନବ ଚରଣ ମାଝୀ
୧୩ ରାଜଗାଙ୍ଗପୁର(ସଂ) ସି.ଏସ୍.ରାଜନ୍ ଏକ୍କା ମଙ୍ଗଳା କିଷାନ ନରସିଂ ମିଞ୍ଜ୍ ସି.ଏସ୍.ରାଜନ୍ ଏକ୍କା
୯୯ ରାଜନଗର ଧ୍ରୁବ ଚରଣ ସାହୁ ଧ୍ରୁବ ଚରଣ ସାହୁ ଅଲେଖ ଜେନା ଅଂଶୁମାନ ମହାନ୍ତି
୧୪୦ ରାୟଗଡ଼ା(ସଂ) ମାର୍କଣ୍ଡ ମୁଦୁଲି ଲାଲବିହାରୀ ହିମିରିକା ବସନ୍ତ ଉଲ୍ଲାକା ଆପଲସ୍ୱାମୀ କାଡ୍ରାକା ମାର୍କଣ୍ଡ ମୁଦୁଲି
୧୬ ରେଙ୍ଗାଲି(ସଂ) ନାଉରୀ ନାୟକ ରିନା ତନ୍ତି ନାଉରୀ ନାୟକ ବାଳକ୍ରିଷ୍ଣ ରୋହିଦାସ
୧୮ ରେଢାଖୋଲ ରୋହିତ ପୂଜାରୀ ରୋହିତ ପୂଜାରୀ ଦେବେନ୍ଦ୍ର ମହାପାତ୍ର ଆସଫ ଅଲ୍ଲୀ ଖାନ
୩୯ ରେମୁଣା (ସଂ) ସୁଧାଂଶୁ ଶେଖର ପରିଡ଼ା ସୁଧାଂଶୁ ଶେଖର ପରିଡ଼ା ଗୋବିନ୍ଦ ଚନ୍ଦ୍ର ଦାସ
୧୪୧ ଲକ୍ଷ୍ମୀପୁର(ସଂ) ପ୍ରଭୁ ଜାନୀ ପ୍ରଭୁ ଜାନୀ କୁମୁଦ ସାଉଣ୍ଟା କୈଳାସ କୁଲେସିକା
୭୭ ଲାଞ୍ଜିଗଡ଼(ସଂ) ପ୍ରଦୀପ କୁମାର ଦିଶାରୀ ପ୍ରଦୀପ କୁମାର ଦିଶାରୀ ରମେଶ ମାଝୀ ଶିବାଜୀ ମାଝୀ
୬୬ ଲୋଇସିଂହା(ସଂ) ମୁକେଶ ମହାଲିଙ୍ଗା ପ୍ରଦୀପ ବେହେରା ମୁକେଶ ମହାଲିଙ୍ଗା ନବକିଶୋର ନାୟକ
୧୦୯ ସତ୍ୟବାଦୀ ଉମାକାନ୍ତ ସାମନ୍ତରାୟ ଉମାକାନ୍ତ ସାମନ୍ତରାୟ ଓମ୍ ପ୍ରକାଶ ମିଶ୍ର ପ୍ରସାଦ ହରିଚନ୍ଦନ
୧୭ ସମ୍ବଲପୁର ଜୟନାରାୟଣ ମିଶ୍ର ରାସେଶ୍ୱରୀ ପାଣିଗ୍ରାହୀ ଜୟନାରାୟଣ ମିଶ୍ର ଅଶ୍ୱିନୀ ପୁଜାରୀ
୧୩୦ ସାନଖେମୁଣ୍ଡି ରମେଶ ଚନ୍ଦ୍ର ଜେନା ନନ୍ଦିନୀ ଦେବୀ ବିଜୟ ସ୍ୱାଇଁ ରମେଶ ଚନ୍ଦ୍ର ଜେନା
୨୭ ସାରସକଣା (ସଂ) ବୁଧନ ମୁର୍ମୁ ଅମର ସିଂ ଟୁଡୁ ବୁଧନ ମୁର୍ମୁ ରାମଚନ୍ଦ୍ର ହାଁସଦା [୪୧]
୮୭ ସାଲେପୁର ପ୍ରଶାନ୍ତ ବେହେରା ପ୍ରଶାନ୍ତ ବେହେରା ପ୍ରକାଶ ବେହେରା
୪୨ ଶିମୁଳିଆ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପଦ୍ମଲୋଚନ ପଣ୍ଡା
୫୪ ସୁକିନ୍ଦା ପ୍ରୀତିରଞ୍ଜନ ଘଡ଼େଇ ପ୍ରୀତିରଞ୍ଜନ ଘଡ଼େଇ ପ୍ରଦୀପ ବଳସାମନ୍ତ
ସୁନ୍ଦରଗଡ଼(ସଂ) କୁସୁମ ଟେଟେ ଯୋଗେଶ ସିଂ କୁସୁମ ଟେଟେ ଅମିତା ବିଶ୍ୱାଳ
୬୫ ସୋନପୁର ନିରଞ୍ଜନ ପୂଜାରୀ ନିରଞ୍ଜନ ପୂଜାରୀ ଅଶୋକ ପୁଜାରୀ ଚିତରଂଜନ ମିଶ୍ର
୧୨୯ ସୋରଡା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନୀଳମଣୀ ବିଶୋୟୀ ସଂଗ୍ରାମ ମହାନ୍ତି
୪୧ ସୋରୋ (ସଂ) ପର୍ଶୁରାମ ଧଡା ପର୍ଶୁରାମ ଧଡା ରାକେଶ ମଲ୍ଲିକ
୧୩୧ ହିଞ୍ଜିଳି ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ଶମ୍ଭୁନାଥ ପାଣିଗ୍ରାହୀ
୫୬ ହିନ୍ଦୋଳ (ସଂ) ସୀମାରାଣୀ ନାୟକ ସୀମାରାଣୀ ନାୟକ ଅଶୋକ କୁମାର ନାୟକ

(ସଂ): ଅନୁସୂଚିତ ଜାତି ବା ଜନଜାତି ସଂରକ୍ଷିତ ଆସନ

ଜନମତ ସର୍ବେକ୍ଷଣ ସମ୍ପାଦନା

ତାରିଖ ସର୍ବେକ୍ଷଣ କରିଥିବା ସଂସ୍ଥା ବିଜେଡ଼ି କଂଗ୍ରେସ ଭାଜପା ଅନ୍ୟାନ୍ୟ ଆଗୁଆ
୧୫ ନଭେମ୍ବର ୨୦୧୮ Spick Media ୮୪ ୩୩ ୨୮ ୧୯
ମଇ ୨୦୧୯ ସମ୍ବାଦ-କନକ ୮୫-୯୫ ୧୨-୧୫ ୨୫-୩୪ - ୬୦-୭୦


ଦଳ ଅନୁଯାୟୀ ନିର୍ବାଚନ ଫଳାଫଳ ସମ୍ପାଦନା

 
ଦଳ ଓ ମେଣ୍ଟ ଲୋକପ୍ରିୟ ମତ ଆସନ
ଭୋଟ % ±pp ଲଢ଼ିଥିଲେ ଜିତିଥିଲେ ପରିବର୍ତ୍ତନ
  ବିଜୁ ଜନତା ଦଳ ୧୦,୫୭୧,୭୨୭ ୪୪.୭୧ ୧୪୬ ୧୧୨  
  ଭାରତୀୟ ଜନତା ପାର୍ଟି ୭,୬୯୦,୫୮୧ ୩୨.୪୯ ୧୪୬ ୨୩ ୧୩  
  କଂଗ୍ରେସ ୩,୭୭୯,୭୫୧ ୧୬.୧୨ ୧୩୮  
  ସିପିଆଇ(ମାକ୍ସବାଦୀ) ୭୦,୧୧୯ ୦.୩୦  
  ବହୁଜନ ସମାଜ ପାର୍ଟି ୧୯୩,୧୫୫ ୦.୮୨ ୧୦୭  
  ସ୍ୱାଧୀନ ୬୬୨,୩୫୮ ୨.୮୨  
  ଅନ୍ୟାନ୍ୟ ୨୪୫,୪୨୫ ୧.୦୫
ମୋଟ ୨୩,୬୦୬,୬୪୭ ୧୦୦.୦୦ ୧୪୭
ବୈଧ ଭୋଟ ୨୩,୬୦୬,୬୪୭ ୯୯.୨୪
ଅବୈଧ ଭୋଟ ୧୮୧,୭୨୮ ୦.୭୬
ଭୋଟ ଦିଆଯାଇଥିଲା ୨୩,୭୮୮,୩୭୫ ୭୩.୨୦
ଅନୁପସ୍ଥିତ ୮,୭୦୯,୩୮୭ ୨୬.୮୦
ପଞ୍ଜୀକୃତ ମତଦାତା ୩୨,୪୯୭,୭୬୨
Source:[୪୨][୪୩][୪୪][୪୫][୪୬]

ଆହୁରି ପଢ଼ନ୍ତୁ ସମ୍ପାଦନା

ବାହାର ଆଧାର ସମ୍ପାଦନା

ଆଧାର ସମ୍ପାଦନା

  1. Odisha Legislative Assembly election 2019 Website [୧]
  1. Dharitri. "ବାଜିଲା ନିର୍ବାଚନୀ ବିଗୁଲ: ଓଡ଼ିଶାରେ ୪ ପର୍ଯ୍ୟାୟରେ ଭୋଟ, ଏପ୍ରିଲ ୧୧ରୁ ଆରମ୍ଭ; ଆଚରଣବିଧି ଲାଗୁ". Dharitri.com (in ଇଂରାଜୀ). Retrieved 2019-03-11.
  2. Congress, BJD dismiss BJP's claim to win Odisha in 2019 after victory in Tripura Archived 2019-02-22 at the Wayback Machine. New Indian Express, 4 March 2018
  3. "Dharmendra Pradhan to be BJP's chief ministerial candidate in Odisha: Senior BJP leader". The Indian Express (in Indian English). 2018-11-27. Archived from the original on 2018-11-28. Retrieved 2019-02-11.
  4. "ପାଟକୁରା ଉପନିର୍ବାଚନ ପାଇଁ ନବୀନ କଲେ ବୈଠକ, ଚୁଡାନ୍ତ ହେଲା ରଣନୀତି". Sambad (in ଆମେରିକୀୟ ଇଂରାଜୀ). 2019-07-08. Archived from the original on 2019-08-02. Retrieved 2019-08-02.
  5. "ସରିଲା ପାଟକୁରା ନିର୍ବାଚନ ମତଦାନ: ଭୋଟିଂ ୭୦ ପ୍ରତିଶତ ଟପିଲା". OdishaNews365 (in ଆମେରିକୀୟ ଇଂରାଜୀ). 2019-07-20. Archived from the original on 2019-08-02. Retrieved 2019-08-02.
  6. ୬.୦ ୬.୧ "BJD Wins Patkura Poll In Odisha, Trounces BJP By A Margin Of 17,920 Votes". odishatv.in (in ଆମେରିକୀୟ ଇଂରାଜୀ). Archived from the original on 2019-08-02. Retrieved 2019-08-02.
  7. "Orissa Assembly Election 2019 - Schedule Date, Opinion Poll & Exit Poll and Results". www.elections.in. Retrieved 2019-02-11.
  8. "List of MLAs of Orissa Legislative Assembly". www.elections.in. Retrieved 2019-02-11.
  9. "Bhubaneswar". Online Odia ePaper | Today Odia News Paper. Archived from the original on 2019-03-13. Retrieved 2019-03-11.
  10. "ନିର୍ବାଚନ-୨୦୧୯ : ଜାଣନ୍ତୁ କେଉଁ ତାରିଖରେ ଆପଣଙ୍କୁ ଭୋଟ ଦେବାର ସୁଯୋଗ ମିଳିବ". Sambad (in ଆମେରିକୀୟ ଇଂରାଜୀ). 2019-03-10. Archived from the original on 2019-03-12. Retrieved 2019-03-11.
  11. "ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଆଜି ସରିବ". Sambad (in ଆମେରିକୀୟ ଇଂରାଜୀ). 2019-04-08. Retrieved 2019-04-09.
  12. IANS (2018-10-01). "Congress finalises 44 candidates for Odisha". Business Standard India. Archived from the original on 2018-10-01. Retrieved 2019-02-11.
  13. "Congress Finalises 44 Candidates For Odisha". NDTV.com. Archived from the original on 2018-10-02. Retrieved 2019-02-11.
  14. "Niranjan Cong's CM candidate". www.telegraphindia.com (in ଇଂରାଜୀ). Retrieved 2019-02-11.
  15. "Niranjan Patnaik to be pitched as CM candidate if Cong comes to power in Odisha". odishatv.in (in ଆମେରିକୀୟ ଇଂରାଜୀ). Retrieved 2019-02-11.[permanent dead link]
  16. Bureau, Odisha Sun Times. "Dharmendra Pradhan is BJP's CM candidate for Odisha: Jual Oram | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-02-11.
  17. India, Press Trust of (2018-11-27). "Dharmendra Pradhan to be BJP's CM candidate in Odisha in 2019: Party leader". Business Standard India. Archived from the original on 2018-11-27. Retrieved 2019-02-11.
  18. "How BJP plans to win Patnaik's Odisha". Rediff. Archived from the original on 2018-02-21. Retrieved 2019-02-12.
  19. Bureau, Samajalive. "କଣ୍ଟାବାଞ୍ଝି ସଭାରେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା | Samaja Live" (in ଆମେରିକୀୟ ଇଂରାଜୀ). Archived from the original on 2022-08-10. Retrieved 2019-02-19.
  20. "ଛତିଶଗଡ଼ ମଡେଲ୍‌ ଆପଣାଇବ ଓଡ଼ିଶା କଂଗ୍ରେସ". Sambad (in ଆମେରିକୀୟ ଇଂରାଜୀ). 2019-02-18. Archived from the original on 2019-02-21. Retrieved 2019-02-19.
  21. Bureau, Samajalive. "ଓଡ଼ିଶାରେ ବିଜେପି ଓ ବିଜେଡି ବିରୋଧରେ ମହାମେଣ୍ଟ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-02-18.
  22. Dharitri. "ପ୍ରକାଶ ପାଇଲା ବିଜେଡି ପ୍ରାର୍ଥୀ ତାଲିକା: ହିଞ୍ଜିଳି ଓ ବିଜେପୁରରୁ ଲଢ଼ିବେ ନବୀନ". Dharitri.com (in ଇଂରାଜୀ). Archived from the original on 2019-03-21. Retrieved 2019-03-18.
  23. admin (2019-03-19). "କଂଗ୍ରେସ ୬ଲୋକ ସଭା ଓ ୩୬ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା". Odisha hot News (in ଆମେରିକୀୟ ଇଂରାଜୀ). Archived from the original on 2020-09-25. Retrieved 2019-03-21.
  24. "ଓଡ଼ିଶା ବିଧାନ ସଭାର ୫୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ : ଜାଣନ୍ତୁ ଆପଣଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କିଏ". Sambad (in ଆମେରିକୀୟ ଇଂରାଜୀ). 2019-03-23. Archived from the original on 2019-03-23. Retrieved 2019-03-23.
  25. "୨୨ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି". Sambad (in ଆମେରିକୀୟ ଇଂରାଜୀ). 2019-03-23. Archived from the original on 2019-03-23. Retrieved 2019-03-23.
  26. "୯୯ ବିଧାନ ସଭା ଆସନର ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି". LocalWire (in ଆମେରିକୀୟ ଇଂରାଜୀ). 2019-03-21. Archived from the original on 2020-10-30. Retrieved 2019-03-23.
  27. Dharitri. "ଦ୍ୱିତୀୟ ପର୍ଯ୍ୟାୟରେ ୯ ବିଧାନ ସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି". Dharitri.com (in ଇଂରାଜୀ). Archived from the original on 2019-03-25. Retrieved 2019-03-25.
  28. Dharitri. "ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକ ସଭା, ୯ ବିଧାନ ସଭା". Dharitri.com (in ଇଂରାଜୀ). Archived from the original on 2019-03-26. Retrieved 2019-03-26.
  29. Dharitri. "ବିଧାନ ସଭା: ୩୬ ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା". Dharitri.com (in ଇଂରାଜୀ). Archived from the original on 2019-03-27. Retrieved 2019-03-27.
  30. Dharitri. "ବିଧାନ ସଭା ପାଇଁ ବିଜେଡିର ୧୮ ପ୍ରାର୍ଥୀଙ୍କ ନାମ ଘୋଷଣା". Dharitri.com (in ଇଂରାଜୀ). Archived from the original on 2019-03-29. Retrieved 2019-03-29.
  31. Dharitri. "ବଦଳିଲେ କଂଗ୍ରେସର ୨ ପ୍ରାର୍ଥୀ". Dharitri.com (in ଇଂରାଜୀ). Archived from the original on 2019-03-26. Retrieved 2019-03-30.
  32. Dharitri. "୪ ବିଧାନ ସଭା ଆସନ ଲାଗି ଭାଜପାର ପ୍ରାର୍ଥୀ ଘୋଷଣା: ବସ୍ତାରୁ ଲଢ଼ିବେ ରଘୁନାଥ". Dharitri.com (in ଇଂରାଜୀ). Archived from the original on 2019-04-04. Retrieved 2019-04-04.
  33. Dharitri. "ପ୍ରକାଶ ପାଇଲା କଂଗ୍ରେସ ପ୍ରାର୍ଥୀ ତାଲିକା". Dharitri.com (in ଇଂରାଜୀ). Archived from the original on 2019-04-04. Retrieved 2019-04-04.
  34. "Assembly Election 2019 - Election Commission of India". results.eci.gov.in. Archived from the original on 2019-05-29. Retrieved 2019-06-12.
  35. ୩୫.୦ ୩୫.୧ "ଶଶିଭୂଷଣ ବେହେରା ହେଲେ କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ". Sambad (in ଆମେରିକୀୟ ଇଂରାଜୀ). 2019-04-08. Retrieved 2019-04-09.
  36. Dharitri. "ବାରିପଦା ବିଧାନ ସଭା ଆସନ: ସରୋଜିନୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କଲା ବିଜେଡି". Dharitri.com (in ଇଂରାଜୀ). Archived from the original on 2019-04-07. Retrieved 2019-04-09.
  37. ୩୭.୦ ୩୭.୧ ୩୭.୨ "ପ୍ରାର୍ଥୀପତ୍ର ଦାଖଲ କଲେ ନିରଞ୍ଜନ ଓ ନବଜ୍ୟୋତି; ସମର୍ଥକଙ୍କ ଗହଣରେ ଆସି ଶକ୍ତି ପ୍ରଦର୍ଶନ କଲେ ପିତା-ପୁତ୍ର". Sambad (in ଆମେରିକୀୟ ଇଂରାଜୀ). 2019-04-08. Retrieved 2019-04-09.
  38. Dharitri. "ବିଜେପୁର ପାଇଁ ସନତଙ୍କୁ ପ୍ରାର୍ଥୀ କଲା ଭାଜପା". Dharitri.com (in ଇଂରାଜୀ). Archived from the original on 2019-03-26. Retrieved 2019-03-26.
  39. "ପ୍ରଚାରରେ କମ୍ପୁଛି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ‌ର ଗଳିକନ୍ଦି". Sambad (in ଆମେରିକୀୟ ଇଂରାଜୀ). 2019-04-08. Retrieved 2019-04-09.
  40. ୪୦.୦ ୪୦.୧ ୪୦.୨ ୪୦.୩ Bureau, Samajalive (2019-04-07). "ମୋରଡ଼ା ପାଇଁ ପ୍ରଭାସ ହେଲେ କଂଗ୍ରେସ ପ୍ରାର୍ଥୀ". Samaja Live (in ଆମେରିକୀୟ ଇଂରାଜୀ). Archived from the original on 2019-04-09. Retrieved 2019-04-09.
  41. "ଆର୍କାଇଭ୍ କପି". Archived from the original on 2019-04-10. Retrieved 2019-04-09. {{cite web}}: Cite has empty unknown parameter: |1= (help)
  42. "Phase 1 List" (PDF).
  43. "Phase 2 List" (PDF).
  44. "Phase 3 List" (PDF).
  45. "Phase 4 List" (PDF).
  46. "Odisha Legislative Assembly Election, 2019 - Orissa". Election Commission of India. Retrieved 14 January 2022.