୧୪ଶ ଲୋକ ସଭା (୧୭ ମଇ ୨୦୦୪ - ୧୮ ମଇ ୨୦୦୯), ୨୦୦୪ ମସିହାର ସାଧାରଣ ନିର୍ବାଚନ ପରେ ଗଠିତ ହୋଇଥିଲା । ଏହି ଲୋକ ସଭା ପାଇଁ ୨୦ ଅପ୍ରେଲ ୨୦୦୪ରୁ ୧୦ ମଇ ୨୦୦୪ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପୂର୍ବ ଲୋକ ସଭା ତ‌ଥା ୧୩ଶ ଲୋକ ସଭାଠାରୁ ୬୨ଟି ଆସନ ଅଧିକ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । କଂଗ୍ରେସ ଦଳର ନେତା ମନମୋହନ ସିଂହ ଏହି ଲୋକ ସଭାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୮ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ସମ୍ପାଦନା

ସଂସଦର ନିୟମ ଅବମାନନା କରିବାଦ୍ୱାରା ସଦସ୍ୟଙ୍କୁ ବହିଷ୍କାର ସମ୍ପାଦନା

୧୨ ଡିସେମ୍ବର ୨୦୦୫ରେ ଷ୍ଟାର ଟିଭି ନ୍ୟୁଜ ଚେନାଲରେ ଅପରେସନ ଦୁର୍ଯ୍ୟୋଧନ ନାମକ ଏକ ଷ୍ଟିଙ୍ଗ୍ ଅପରେସନର ଟେଲିକଷ୍ଟ କରାଯାଇଥିଲା, ଯେଉଁଥିରେ ସଂସଦର ୧୧ ଜଣ ସଦସ୍ୟ (ଲୋକ ସଭାର ୧୦ ଜଣ ଏବଂ ରାଜ୍ୟ ସଭାର ଜଣେ ସଦସ୍ୟ) ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଥିଲେ ।[୩] ରାଜ୍ୟ ସଭାର ନୀତିଶାସ୍ତ୍ର ସମିତି ଏବଂ ଲୋକ ସଭାର ଏକ ବିଶେଷ ସମିତିଦ୍ୱାରା ପଚରାଉଚୁରାଦ୍ୱାରା ଏହି ସଦସ୍ୟମାନଙ୍କୁ ଦୋଷୀ ଭାବରେ ଦର୍ଶାଗଲା[୪] ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦିଆଗଲା ।

୨୩ ଡିସେମ୍ବର ୨୦୦୫ରେ, ୧୪ଶ ଲୋକ ସଭାରୁ ନିମ୍ନରେ ଦର୍ଶାଯାଇଥିବା ୧୦ ଜଣ ସଦସ୍ୟମାନଙ୍କୁ ବ‌ହିଷ୍କାର କରିଦିଆଯାଇଥିଲା:

  1. ନରେନ୍ଦ୍ର କୁମାର କୁଶ୍ୱହା (ବହୁଜନ ସମାଜ ପାର୍ଟି) – ମିର୍ଜାପୁର, ଉତ୍ତର ପ୍ରଦେଶ
  2. ଆନ୍ନାସାହେବ ଏମ୍. କେ. ପାଟିଲ (ଭାରତୀୟ ଜନତା ପାର୍ଟି) – ଇରାନ୍ଦୋଲ, ମହାରାଷ୍ଟ୍ର
  3. ୱାଇ. ଜି. ମହାଜନ (ଭାରତୀୟ ଜନତା ପାର୍ଟି) – ଜଳଗାଁ, ମହାରାଷ୍ଟ୍ର
  4. ମୋନୋଜ କୁମାର (ରାଷ୍ଟ୍ରୀୟ ଜନତା ଦଳ) – ପାଳମାଉ, ଝାଡ଼ଖଣ୍ଡ
  5. ସୁରେଶ ଚଣ୍ଡେଳ (ଭାରତୀୟ ଜନତା ପାର୍ଟି) – ହାମିରପୁର, ହିମାଚଳ ପ୍ରଦେଶ
  6. ରାଜା ରାମ ପାଳ (ଭାରତୀୟ ଜନତା ପାର୍ଟି) – ବିଲହୌର, ଉତ୍ତର ପ୍ରଦେଶ
  7. ଲାଲ ଚନ୍ଦ୍ର କୋଲ (ଭାରତୀୟ ଜନତା ପାର୍ଟି) – ରବର୍ଟସଗଞ୍ଜ, ଉତ୍ତର ପ୍ରଦେଶ
  8. ପ୍ରଦୀପ ଗାନ୍ଧୀ (ଭାରତୀୟ ଜନତା ପାର୍ଟି) – ରାଜନନ୍ଦଗାଓଁ, ଛତିଶଗଡ଼
  9. ଚନ୍ଦ୍ର ପ୍ରତାପ ସିଂହ (ଭାରତୀୟ ଜନତା ପାର୍ଟି) – ସିଧି, ମଧ୍ୟ ପ୍ରଦେଶ
  10. ରାମସେବକ ସିଂହ (ଭାରତୀୟ ଜାତୀୟ କଂଗ୍ରେସ) – ଗ୍ୱାଲିଅର, ମଧ୍ୟ ପ୍ରଦେଶ

ଆଧାର ସମ୍ପାଦନା

  1. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  2. "Fourteenth Lok Sabha". Lok Sabha Secretariat, New Delhi. Archived from the original on 3 July 2011.
  3. Operation Durhyodhana by Aniruddha Bahal of Cobrapost, contains extensive details of each interaction. Archived 23 April 2012 at the Wayback Machine.
  4. Report of the Lok Sabha inquiry committee, on Parliament of India website (in PDF format)

ବାହାର ଆଧାର ସମ୍ପାଦନା